ଏହି ଫିଲ୍ମରେ ଥିଲା ବଲିଉଡ୍‌ର ପ୍ରଥମ ଚୁମ୍ବନ ଦୃଶ୍ୟ

ହିନ୍ଦୀ ସିନେମା ଇତିହାସ ବେଶ୍‌ ସମୃଦ୍ଧଶାଳୀ। ଆଜିର ସମୟରେ, ବଲିଉଡରେ ଅନ୍ତରଙ୍ଗ ଦୃଶ୍ୟ ରହିବା ଏକ ସାଧାରଣ କଥା ହୋଇଗଲାଣି, କିନ୍ତୁ ଏକ ସମୟ ଥିଲା ଯେତେବେଳେ ହିରୋ ଏବଂ ହିରୋଇନଙ୍କ ମଧ୍ୟରେ ରୋମାନ୍ସ ଦୃଶ୍ୟ ମଧ୍ୟ ଭାବିଚିନ୍ତି ଶୁଟିଂ କରାଯାଉଥିଲା। ତିରିଶି ଓ ପଚାଶ ଦଶକରେ ପରଦାରେ ରୋମାଣ୍ଟିକ୍‌ ସିନ୍‌ ବହୁତ କମ୍‌ ଥିଲା।
ଆପଣ ଜାଣିଛନ୍ତି କି ହିନ୍ଦୀ ସିନେମାର ପ୍ରଥମ ଚୁମ୍ବନ ଦୃଶ୍ୟ କେବେ ଏବଂ କେଉଁ ଫିଲ୍ମରେ ଶୁଟିଂ କରାଯାଇଥିଲା।
୧୯୩୦ ଦଶକରେ ବଲିଉଡର ପ୍ରଥମ ଚୁମ୍ବନ ଦୃଶ୍ୟ ଶୁଟିଂ କରାଯାଇଥିଲା। ଏହି ଦୃଶ୍ୟ ଅଭିନେତ୍ରୀ ଦେବିକା ରାନୀ ଏବଂ ଅଭିନେତା ହିମାଂଶୁ ରୟଙ୍କ ମଧ୍ୟରେ ଶୁଟିଂ କରାଯାଇଥିଲା। ହିମାଂଶୁ ଦେବିକାଙ୍କ ସୌନ୍ଦର୍ଯ୍ୟରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ୧୯୩୩ ମସିହାରେ ଦେବିକାଙ୍କୁ ତାଙ୍କ ଫିଲ୍ମ ‘କର୍ମା’ରେ କାମ କରିବାକୁ ଅଫର୍‌ ଦେଇଥିଲେ। ଦେବିକା ମଧ୍ୟ ଏହି ଅଫରକୁ ଗ୍ରହଣ କରିଥିଲେ। ପରେ ହିମାଂଶୁ ଏହି ଫିଲ୍ମରେ ଦେବିକାଙ୍କ ହିରୋ ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରେ ଉଭୟେ ବିବାହ କରିଥିଲେ। ହିନ୍ଦୀ ସିନେମାର ପ୍ରଥମ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚା ଉଠିଥିଲା। କେବଳ ଏତିକି ନୁହେଁ, ଏହି ଚୁମ୍ବନ ଦୃଶ୍ୟ ଚାରି ମିନିଟ ଲମ୍ବା ଥିଲା। ଫିଲ୍ମରେ ଏହି ଦୃଶ୍ୟ ଦେବା ପରେ ଦେବିକାଙ୍କୁ ବହୁତ ସମାଲୋଚନା କରାଯାଇଥିଲା ଏବଂ ଫିଲ୍ମ ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେହେନ୍ଦୀ ଫଟୋ ଶେୟାର କଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଡିସେମ୍ବର ୯ରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ହୋଇଥିଲା।...

ସଙ୍ଗୀତଜ୍ଞ ଶାର୍ଦ୍ଦୂଳ ସିକନ୍ଦରଙ୍କ ପରଲୋକ

ନୂଆଦିଲ୍ଲୀ, ୨୫ା୨: ପ୍ରସିଦ୍ଧ ପଞ୍ଜାବୀ ସଙ୍ଗୀତଜ୍ଞ ଶାର୍ଦ୍ଦୂଳ ସିକନ୍ଦରଙ୍କ ବୁଧବାର ପରଲୋକ ଘଟିଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ସେ...

ଅନ୍ଧ ବିଶ୍ୱାସ ଉପରେ ଭରସା କରନ୍ତି ବଲିଉଡର ଏସବୁ ତାରକା: ଭାଇଜାନ୍‌ ବି ପଡ଼ିନାହାନ୍ତି ବାଦ୍‌

ଜୀବନରେ କିଛି ଜିନିଷକୁ ଭୟ କରୁଥିବା ଲୋକମାନେ ପ୍ରାୟତଃ ସେହି ଭୟକୁ ଏଡ଼ାଇବା ପାଇଁ ଅନ୍ଧବିଶ୍ୱାସର ଶିକାର ହୁଅନ୍ତି, କାରଣ ସେମାନେ ଅନୁଭବ କରନ୍ତି ଯେ,...

ମୁମ୍ବାଇ ଫେରିଲେ କଙ୍ଗନା

ମୁମ୍ବାଇ,୨୮।୧୨-ଦୀର୍ଘ ଦିନ ଧରି ନିଜର ହୋମ୍‌ଟାଉନ ମନାଲିରେ ରହିବା ପରେ ପୁଣିଥରେ ମୁମ୍ବାଇ ଫେରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌। ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଭଉଣୀ...

ସୁଶାନ୍ତ ଆତ୍ମହତ୍ୟା ମାମଲା: ରିୟାଙ୍କୁ ଇଡିର ସମନ

ମୁମ୍ବାଇ,୫।୮: ବଲିଉଡ୍‌ର ପ୍ରତିଭାଶାଳୀ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଦିନକୁ ଦିନ ବିବାଦ ଘେରରେ...

୧୪ ବର୍ଷ ପରେ ଛୋଟପରଦାକୁ ଫେରୁଛି ଶକ୍ତିମାନ

ଛୋଟପରଦାରେ ଏକଦା ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲା ‘ଶକ୍ତିମାନ’ ସିରିୟଲ୍‌। ବିଶେଷକରି ଏହା ପିଲାମାନଙ୍କର ବହୁ ପସନ୍ଦ ଆସିଥିଲା। ଏତେ ପସନ୍ଦ ଆସିଥିଲା ଯେ, ସେମାନେ...

ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା: ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ,୨୫।୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସକାଳେ ତାଙ୍କର ବ୍ଲଡପ୍ରେସର(ରକ୍ତଚାପ) ଦ୍ରୁତ ବେଗରେ ଉପରତଳ ହେଉଥିବାରୁ ତାଙ୍କୁ ଶୁକ୍ରବାର ସକାଳେ ହାଇଦ୍ରାବାଦର...

ଟି-୨୦ ଜିତିବା ଖୁସିରେ କୋହଲିଙ୍କୁ ଏମିତି କହିଲେ ଅନୁଷ୍କା

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା...

Advertisement
Archives

Model This Week