ଏଇ ଭାରତରେ

ଛତିଶଗଡ଼ର ବସ୍ତର ଅଞ୍ଚଳ ନାଁ ଶୁଣିଲେ ମାଓବାଦୀ ଭୟ ଆସେ, କିନ୍ତୁ ଜଣେ ସାମାଜିକ କର୍ମୀଙ୍କ ହାତତିଆରି ବାଉଁଶ ସାଇକେଲ ସେଠାକାର ଲୁକ୍କାୟିତ ହସ୍ତକଳା ପରିଚୟକୁ ସାମ୍ନାକୁ ଆଣିଛି। ୩୦ ବର୍ଷୀୟ ଆସିଫ୍‌ ଖାନ୍‌ଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ଆସିଫ୍‌ କମ୍ୟୁନିଟି ଡେଭ୍‌ଲପ୍‌ମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ସୋସିଆଲ ସର୍ଭିସ୍‌ ସେଣ୍ଟରରେ କାର୍ଯ୍ୟ କରୁଥିଲେ। ୨୦୧୯ରେ ଚାକିରି ଛାଡ଼ି ଆଦିବାସୀଙ୍କ ହସ୍ତକଳା ବିକାଶ ଓ ସେମାନଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ‘ଚେନରସ୍କେପ୍‌’ ଏନ୍‌ଜିଓ ଗଠନ କରି ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ। ଏଥିରେ ସେ ଅନେକ ଆଦିବାସୀ ପରିବାରକୁ ଯୋଡ଼ିଛନ୍ତି। ସେହି କାରିଗରଙ୍କ ସହଯୋଗରେ ସେ ପରିବେଶ ଉପଯୋଗୀ ବାଉଁଶ ସାଇକେଲ ନିର୍ମାଣ କରିଛନ୍ତି। ଏହାର ନାମ ‘ବେମ୍ବୁକା’ ରଖିଛନ୍ତି। ଆଫ୍ରିକାର ଘାନାରେ ଏଭଳି ସାଇକେଲ ନିର୍ମାଣ କରାଯାଉଥିବାରୁ ତାହାକୁ ଦେଖି ସେ ତାହା ତିଆରି କରିବାକୁ ପ୍ରୟାସ କରି ସଫଳ ହୋଇଛନ୍ତି। ଘାନାର ଲୋକଙ୍କ ଭଳି ବାଉଁଶ ସାଇକେଲ ନିର୍ମାଣ କରି ବସ୍ତର ଆଦିବାସୀମାନେ ଭଲ ରୋଜଗାର କରିବାରିବେ ବୋଲି କହନ୍ତି ଅସିଫ୍‌। ବାଉଁଶ ସାଇକେଲ ନିର୍ମାଣ କରିବାକୁ ସେ ମୁମ୍ବାଇର ବାମ୍ବୁଚି ନାମକ ଏଜେନ୍ସିର ସହାୟତା ନେଇଛନ୍ତି। ଏବେ ସୁଦ୍ଧା ଅସିଫ୍‌ ଦୁଇଟି ବାଉଁଶ ସାଇକେଲ ନିର୍ମାଣ କରି ଦିଲ୍ଲୀ ଓ ରାୟପୁର ପ୍ରଦର୍ଶନୀରେ ଏହାକୁ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସେ ବସ୍ତର ଅଞ୍ଚଳର ୮ ଜଣ କାରିଗରଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି। ଆଗକୁ ସାଇକେଲ ସାଇକେଲ ଚାହିଦା ବଢ଼ିଲେ ଅଧିକରୁ ଅଧିକ କାରିଗର ରୋଜଗାର କରିପାରିବେ ବୋଲି କହନ୍ତି ଅସିଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଜୀବନଚିତ୍ରର ଛିନ୍ନ ଚୌପଦୀ

ଡ. ପ୍ରଫୁଲ୍ଲ କୁମାର ସାହୁ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ଥିଲା ସ୍ପର୍ଦ୍ଧିତ ଓଡ଼ିଆ ଜାତି ପାଇଁ ଏକ ସନ୍ଧିଗ୍ଧ କାଳଖଣ୍ଡ। ଏକ ବିପର୍ଯ୍ୟସ୍ତ ଖଣ୍ଡିତ କଙ୍କାଳରେ...

ସ୍ମିଥ୍‌ଙ୍କ ଚାପୁଡ଼ା

ମାର୍ଚ୍ଚ ୨୮ରେ ଆମେରିକାର ଲସ୍‌ ଏଞ୍ଜେଲସରେ ୯୪ତମ ଓସ୍କାର ପୁରସ୍କାର ସମାରୋହରେ ଏକ ଅଜବ ସ୍ଥିତି ଉପୁଜିଥିଲା। ହଲିଉଡ୍‌ର ସର୍ବଶ୍ରେଷ୍ଠ ପୁରସ୍କାର ଓସ୍କାର କାର୍ଯ୍ୟକ୍ରମର ଉପସ୍ଥାପକ...

ଦୀର୍ଘଜୀବୀ ହେଉ ଆମ ଗଣତନ୍ତ୍ର

ପ୍ରକାଶ ତ୍ରିପାଠୀ ଜାନୁୟାରୀ ୨୪, ୧୯୫୦ରେ ଇଂଲିଶ ଖବରକାଗଜ ହିନ୍ଦୁସ୍ଥାନ ଟାଇମ୍ସର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା ଏକ ଦୃଷ୍ଟି ଆକର୍ଷଣକାରୀ କାର୍ଟୁନ। ଦୃଶ୍ୟଟି ଥିଲା...

ମହାମାରୀ ରୋକିବାର ବାଟ

ଜୋସେ ମାନୁଏଲ୍‌ ବାରୋସୋ ଶତାବ୍ଦୀର ସବୁଠୁ ଘାତକ କୋଭିଡ୍‌-୧୯ ମହାମାରୀ ଦୁଇ ବର୍ଷ ହେବ ସାରା ବିଶ୍ୱକୁ କଲବଲ କରୁଛି। ଏହା ଯୋଗୁ ବିଶ୍ୱ ଏକ...

ଏଇ ଭାରତରେ

ବୟସ ୨୨, କିନ୍ତୁ ବତାସ ପୀଡିତ ଲୋକମାନଙ୍କ ପୁନଃ ଥଇଥାନ ଲାଗି ନିଜକୁ ସମର୍ପଣ କରିଛନ୍ତି କୋଲକାତାର ଆୟୁଷ ସାରଦା। ସେ ନିଜସ୍ବ ଉଦ୍ୟମରେ ସୁନ୍ଦରବନରେ...

ଶିଳ୍ପପତିଙ୍କ ଆତ୍ମବିଶ୍ୱାସ ଓ ଅଭିବୃଦ୍ଧି

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା ସରକାର ‘ସନ୍ତୁଳିତ ବଜେଟ’ ନୀତିକୁ ଅନୁସରଣ କରୁଛନ୍ତି। ଏପରି ନୀତି ୧୯୩୦ ଦଶକରେ ଆମେରିକା ଦ୍ୱାରା ଗ୍ରହଣ କରାଯାଇଥିଲା। ବିଂଶ ଦଶକରେ...

ଭାରତୀୟ ସଂସ୍କୃତି ଐକ୍ୟର ଆଧାରଶିଳା

ବିବିଧତା ମଧ୍ୟରେ ଐକ୍ୟ ହିଁ ଭାରତୀୟ ସଂସ୍କୃତିର ଆକର୍ଷଣ ଓ ଆଧାରଶିଳା, ଶ୍ରୀରାମକୃଷ୍ଣ ଯେଉଁ ଏକେଶ୍ୱରବାଦ କଥା କହିଥିଲେ ତାଙ୍କର ପଟ୍ଟଶିଷ୍ୟ ସ୍ବାମୀ ବିବେକାନନ୍ଦ ଆମେରିକା...

ଗାନ୍ଧୀଙ୍କ ଈଶ୍ୱର

ପ୍ରଖ୍ୟାତ ବୈଜ୍ଞାନିକ ନିଉଟନ ବିଶ୍ୱାସ କରୁଥିଲେ ଯେ ଏ ସମଗ୍ର ବିଶ୍ୱର ସୃଷ୍ଟି ଏକ ସଚେତନ ମହାଶକ୍ତି ଦ୍ୱାରା ସମ୍ଭବ ହୋଇଛି। ମାତ୍ର ତାଙ୍କର ଜଣେ...

Advertisement
Archives

Model This Week