ଏହି ଦିନ ରିଲିଜ୍‌ ହେବ ଫିଲ୍ମ ‘ଆଚାର୍ଯ୍ୟ’ ଏବଂ ‘ସରକାରୁ ଭାରି ପଟ୍ଟା’

ମେଗାଷ୍ଟାର ଚିରଞ୍ଜୀବି ଏବଂ ରାମଚରଣଙ୍କ ଫିଲ୍ମ ‘ଆଚାର୍ଯ୍ୟ’ ଆସନ୍ତା ଏପ୍ରିଲ ୨୯ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି। ଏହା ସହିତ ମହେଶ ବାବୁଙ୍କ ଅଭିନୀତ ଫିଲ୍ମ ‘ସରକାରୁ ଭାରି ପଟ୍ଟା’ର ରିଲିଜ୍‌ ତାରିଖ ମେ ୧୨ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏ ନେଇ ସମସ୍ତ ସିନେମାର ପ୍ରଯୋଜନା ସଂସ୍ଥା ପକ୍ଷରୁ ସୋସିଆଲ ମିିଡିଆରେ ଫିଲ୍ମର ପୋଷ୍ଟର ସହିତ ରିଲିଜ୍‌ ତାରିଖ ପୋଷ୍ଟ କରିଛନ୍ତି।
ଆଚାର୍ଯ୍ୟ ଫିଲ୍ମରେ ଚିରଞ୍ଜୀବିଙ୍କ ସହିତ ପୁଅ ରାମଚରଣ,ଅଭିନେତ୍ରୀ ପୂଜା ହେଗ୍‌ଡେ ଏବଂ କାଜଲ ଅଗ୍ରୱାଲ ମଧ୍ୟ ନଜର ଆସିବେ। ଫେବୃୟାରୀ ୪ ତାରିଖରେ ଫିଲ୍ମ ଆଚାର୍ଯ୍ୟ ରିିଲିଜ୍‌ ହେବାର ଥିଲା। ତେବେ କୋଭିଡ୍‌ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ କୋଭିଡ୍‌ ପରିସ୍ଥିତିରେ ସୁଧାର ଆସିବା ପରେ ଏହାକୁ ଏପ୍ରିଲ ୨୯ ତାରିଖରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବାହୁବଳୀ ୨’କୁ ପଛରେ ପକାଇଲା ‘ପଠାନ’

ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ଜରିଆରେ ବଡ ପରଦାରେ ଦୃଢ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପଠାନ’...

ସମସ୍ତ ପ୍ରସ୍ତୁତି ସରିଥିଲା, ଶେଷ ମୁହର୍ତ୍ତରେ ଫୋନ୍‌ କରି ବିବାହ ପାଇଁ ମନା କରିଦେଇଥିଲେ ପ୍ରେମିକ

ବମ୍ବେ: ପ୍ରସ୍ତୁତି ସରିଥିଲା। ଦିଲ୍ଲୀରେ ବିବାହ ପୋଷାକ ବି ପ୍ରସ୍ତୁତ କରିବାକୁ ଦିଆଯାଇଥିଲା। ହେଲେ ଗୋଟିଏ ଫୋନ କଲ୍‌ ସବୁକିଛି ବଦଳାଇ ଦେଇଥିଲା। କାରଣ ପ୍ରେମିକ...

ସୋନୁ ସୁଦଙ୍କୁ ଯୁବକ ମାଗିଲେ ଆଇଫୋନ୍‌, ଜବାବ ମିଳିଲା ଏମିତି

ବଲିଉଡ ଅଭିନେତା ସୋନୁ ସୁଦ ସୋସିଆଲ ମିଡିଆରେ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଅସହାୟ ଲୋକଙ୍କୁ ସାହାଯ୍ୟ କରି ସେ ସମସ୍ତଙ୍କ ପାଇଁ ଦେବଦୂତ ପାଲଟିଛନ୍ତି।...

‘ସାରେ ଜହାଁ ସେ ଅଚ୍ଛା’ରେ ଆମିର, ଶାହରୁଖ୍‌

ମୁମ୍ବାଇ: ସୁପରଷ୍ଟାର ଆମିର ଖାନ୍‌ ଏବଂ ଶାହରୁଖ୍‌ ଖାନ୍‌ ‘ସାରେ ଜହାଁ ସେ ଅଚ୍ଛା’ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହୀ ଥିବା ପ୍ରଯୋଜନା ସୂତ୍ରରୁ ଜାଣିବାକୁ...

ଭାଇଜାନଙ୍କୁ ନିଜଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ପୂରା ଘଟଣା ଜାଣିଲେ…

ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଚଳଚ୍ଚିତ୍ର ଅଛି ଯାହାକୁ ଦର୍ଶକ ବେଷ ପସନ୍ଦ କରନ୍ତି। ଏହି ତାଲିକାରେ ‘ମେନ ପ୍ୟାର କିୟା’ ମଧ୍ୟ ଅନ୍ତର୍ଭୁକ୍ତ। ୧୯୮୯...

ଟୁଇଟରରେ ଅନୁରାଗଙ୍କ ମୃତ୍ୟୁ ଖବର: ଫିଲ୍ମ ନିର୍ମାତା କହିଲେ ଯମ ନିଜେ ମୋତେ ଘରେ ଛାଡିଦେଇ ଗଲେ

ମୁମ୍ବାଇ,୧୪ ।୯: ବର୍ତ୍ତମାନ ସମୟରେ ବଲିଉଡରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି । ଆଉ ଇତିମଧ୍ୟରେ ଟୁଇଟରରେ ଏକ ଗୁଜବ ଦେଖିବାକୁ ମିଳିଛି...

କ୍ରିକେଟ୍‌ ପରେ ଅଭିନୟରେ ଜଲଓ୍ବା ଦେଖାଇବେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡ ଇର୍‌ଫାନ୍‌ ପଠାନ କ୍ରିକେଟ୍‌ ପରେ ଏବେ ବଲିଉଡ୍‌ ମୁହାଁ ହୋଇଛନ୍ତି। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ତାମିଲ ଫିଲ୍ମ ‘କୋବ୍‌ରା’ରେ...

ରାସ୍ତା କଡରେ ଚାଇନିଜ ଫୁଡ ଖାଉଥିବା ନଜର ଆସିଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍ ନାୟକ କାର୍ତ୍ତିକ ଆର୍ଯ୍ୟନ ଏବେ ତାଙ୍କ ମୁଭି ‘ଧମାକା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ବିଗବସ୍ ୧୫ରେ ୱିକଏଣ୍ଡ ୱାରରେ...

Advertisement
Archives

Model This Week