ସଂଗ୍ରାମୀଙ୍କ ଗାଁ ଅବହେଳିତ

ଖୋର୍ଦ୍ଧା ଅଫିସ,୧୫।୮: ‘ତୁମେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’ ସୁଭାଷ ବୋଷଙ୍କ ଏହି ଡାକରାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଚମ୍ପାଇଲୋ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ସଂଗ୍ରାମୀ ଆଜାଦ୍‌ ହିନ୍ଦ୍‌ ଫୌଜରେ ସାମିଲ ହୋଇଥିଲେ। ସେମାନେ ବ୍ରିଟିଶ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ। ତେଣୁ ସ୍ବାଧୀନତା ସଂଗ୍ରାମୀଙ୍କ ଗ୍ରାମ ଭାବେ ପରିଚୟ ପାଇଛି ଚମ୍ପାଇଲୋ। ସ୍ବାଧୀନତା ସଂଗ୍ରାମର ସ୍ମୃତିକୁ ସାଉଣ୍ଟି ରଖିଥିବା ଏହି ଗାଁ ଏବେ ଅବେହଳିତ ହୋଇପଡ଼ିଛି।
୫୭ ନମ୍ବର ଜାତୀୟ ରାଜପଥର ପିଚୁକୁଳିଠାରୁ ଦେଢ଼ କି.ମି. ଦୂରରେ ଚମ୍ପାଇଲୋ ଗ୍ରାମ ଅବସ୍ଥିତ। ଏହି ଗ୍ରାମର ବିଶ୍ୱନାଥ ସାମନ୍ତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଡାକରାରେ ଲବଣ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ବିଶ୍ୱନାଥ ସେହି ସମୟରେ ଖୋର୍ଦ୍ଧା ସବ୍‌ଡିଭିଜନ୍‌ରେ ପ୍ରଥମ ରାଜବନ୍ଦୀର ମାନ୍ୟତା ପାଇଥିଲେ। ବ୍ରିଟିଶ୍‌ ବିରୋଧରେ ଲଢ଼େଇର ପଦଚିହ୍ନ ସ୍ବରୂପ ସରକାର ତାଙ୍କୁ ମାନପତ୍ର ଦେଇଥିଲେ ବି ସ୍ମୃତିରକ୍ଷା ଲାଗି କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ତାଙ୍କ ଦାୟାଦ ବସନ୍ତ ମଞ୍ଜରୀ ସାମନ୍ତ କହିଛନ୍ତି। ଗ୍ରାମରେ ସଂଗ୍ରାମୀ ଭବନ, ଶହୀଦ ସ୍ମୃତିସ୍ତମ୍ଭ ମଧ୍ୟ ନିର୍ମାଣ କରାଯାଇ ନାହିଁ ବୋଲି ବସନ୍ତ ମଞ୍ଜରୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସ୍ବାଧୀନ ଭାରତରେ ଚମ୍ପାଇଲୋକୁ ଉଚିତ ସମ୍ମାନ ମିଳି ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏବେ ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଦେଶରେ ଉତ୍ସବ ଓ ଉତ୍ସାହର ମାହୋଲ ରହିଛି। ସ୍ବାଧୀନତା ସଂଗ୍ରାମୀଙ୍କୁ ମନେପକାଇ ଆମେ ନିଜକୁ ଗୌରବାନ୍ବିତ ମନେକରୁଥିବା ବେଳେ ଚମ୍ପାଇଲେ ଗ୍ରାମ ସରକାରଙ୍କ ଆଡ଼ ନଜରରେ ରହିଯାଇଛି। ସ୍ବାଧୀନତା ଆନ୍ଦୋଳନ ଲାଗି ଯେଉଁ ମାଟିର ସନ୍ତାନ ବଳିଦାନ ଦେଇଥିଲେ, ଆଜି ସେହି ମାଟିରେ ସଂଗ୍ରାମୀଙ୍କ ସ୍ମୃତିସ୍ତମ୍ଭ ନାହିଁ। ପ୍ରଶାସନର ଆନ୍ତରିକତା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଚମ୍ପାଇଲେର ସ୍ମୃତି ହଜିଯିବାକୁ ବସିଛି। ଖଦି ଆନ୍ଦୋଳନ ସମୟରେ ଏଠାରେ ନିର୍ମାଣ ହୋଇଥିବା ଖଦିକେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ମୁକ୍ତି ସଂଗ୍ରାମ ସମୟରେ ବନ୍ଦେ ମାତରମ୍‌, ଭାରତ ମାତା କୀ ଜୟ ଧ୍ୱନିରେ ପ୍ରକମ୍ପିତ ହୋଇପଡୁଥିବା ଏହି ଗାଁର ଧୂଳିକଣାରେ ସ୍ବାଧୀନତା ସଂଗ୍ରାମୀଙ୍କ ଛିଟା ଆଜି ବି ଉଜ୍ଜୀବିତ ରହିଛି। ଆଜାଦ୍‌ ହିନ୍ଦ ଫୌଜରେ ସାମିଲ ହୋଇଥିବା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସେମାନଙ୍କ ପରିବାରକୁ ତାମ୍ରଫଳକ ଧରାଇ ଦେଇ ଚୁପ୍‌ ବସିଯାଇଛନ୍ତି। ଦେଶ ମାତୃକାର ସ୍ବାଧୀନତା ଲାଗି ୨୦ ଜଣ ସଂଗ୍ରାମୀଙ୍କୁ ଦେଇଥିବା ଚମ୍ପାଇଲେ ମାଟିର ଗୌରବମୟ ଇତିହାସ ବିଲୁପ୍ତ ହେବାକୁ ବସିଛି। ଏନେଇ ବଳିଦାନ ଦେଇଥିବା ଦାୟାଦଙ୍କ ପରିବାର କ୍ଷୋଭ ପ୍ରକାଶ କରିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଉଥିବାବେଳେ ତାଙ୍କ ସହିତ ଲଢ଼ିଥିବା ସଂଗ୍ରାମୀଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଓ ଶହୀଦ ସ୍ତମ୍ଭ ସ୍ଥାପନ ସହ ଚମ୍ପାଇଲୋକୁ ଐତିହ୍ୟ ଗ୍ରାମର ମାନ୍ୟତା ଦେବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri