ସଂଗ୍ରାମୀଙ୍କ ଗାଁ ଅବହେଳିତ

ଖୋର୍ଦ୍ଧା ଅଫିସ,୧୫।୮: ‘ତୁମେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’ ସୁଭାଷ ବୋଷଙ୍କ ଏହି ଡାକରାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଚମ୍ପାଇଲୋ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ସଂଗ୍ରାମୀ ଆଜାଦ୍‌ ହିନ୍ଦ୍‌ ଫୌଜରେ ସାମିଲ ହୋଇଥିଲେ। ସେମାନେ ବ୍ରିଟିଶ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ। ତେଣୁ ସ୍ବାଧୀନତା ସଂଗ୍ରାମୀଙ୍କ ଗ୍ରାମ ଭାବେ ପରିଚୟ ପାଇଛି ଚମ୍ପାଇଲୋ। ସ୍ବାଧୀନତା ସଂଗ୍ରାମର ସ୍ମୃତିକୁ ସାଉଣ୍ଟି ରଖିଥିବା ଏହି ଗାଁ ଏବେ ଅବେହଳିତ ହୋଇପଡ଼ିଛି।
୫୭ ନମ୍ବର ଜାତୀୟ ରାଜପଥର ପିଚୁକୁଳିଠାରୁ ଦେଢ଼ କି.ମି. ଦୂରରେ ଚମ୍ପାଇଲୋ ଗ୍ରାମ ଅବସ୍ଥିତ। ଏହି ଗ୍ରାମର ବିଶ୍ୱନାଥ ସାମନ୍ତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଡାକରାରେ ଲବଣ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ବିଶ୍ୱନାଥ ସେହି ସମୟରେ ଖୋର୍ଦ୍ଧା ସବ୍‌ଡିଭିଜନ୍‌ରେ ପ୍ରଥମ ରାଜବନ୍ଦୀର ମାନ୍ୟତା ପାଇଥିଲେ। ବ୍ରିଟିଶ୍‌ ବିରୋଧରେ ଲଢ଼େଇର ପଦଚିହ୍ନ ସ୍ବରୂପ ସରକାର ତାଙ୍କୁ ମାନପତ୍ର ଦେଇଥିଲେ ବି ସ୍ମୃତିରକ୍ଷା ଲାଗି କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ତାଙ୍କ ଦାୟାଦ ବସନ୍ତ ମଞ୍ଜରୀ ସାମନ୍ତ କହିଛନ୍ତି। ଗ୍ରାମରେ ସଂଗ୍ରାମୀ ଭବନ, ଶହୀଦ ସ୍ମୃତିସ୍ତମ୍ଭ ମଧ୍ୟ ନିର୍ମାଣ କରାଯାଇ ନାହିଁ ବୋଲି ବସନ୍ତ ମଞ୍ଜରୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସ୍ବାଧୀନ ଭାରତରେ ଚମ୍ପାଇଲୋକୁ ଉଚିତ ସମ୍ମାନ ମିଳି ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏବେ ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଦେଶରେ ଉତ୍ସବ ଓ ଉତ୍ସାହର ମାହୋଲ ରହିଛି। ସ୍ବାଧୀନତା ସଂଗ୍ରାମୀଙ୍କୁ ମନେପକାଇ ଆମେ ନିଜକୁ ଗୌରବାନ୍ବିତ ମନେକରୁଥିବା ବେଳେ ଚମ୍ପାଇଲେ ଗ୍ରାମ ସରକାରଙ୍କ ଆଡ଼ ନଜରରେ ରହିଯାଇଛି। ସ୍ବାଧୀନତା ଆନ୍ଦୋଳନ ଲାଗି ଯେଉଁ ମାଟିର ସନ୍ତାନ ବଳିଦାନ ଦେଇଥିଲେ, ଆଜି ସେହି ମାଟିରେ ସଂଗ୍ରାମୀଙ୍କ ସ୍ମୃତିସ୍ତମ୍ଭ ନାହିଁ। ପ୍ରଶାସନର ଆନ୍ତରିକତା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଚମ୍ପାଇଲେର ସ୍ମୃତି ହଜିଯିବାକୁ ବସିଛି। ଖଦି ଆନ୍ଦୋଳନ ସମୟରେ ଏଠାରେ ନିର୍ମାଣ ହୋଇଥିବା ଖଦିକେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ମୁକ୍ତି ସଂଗ୍ରାମ ସମୟରେ ବନ୍ଦେ ମାତରମ୍‌, ଭାରତ ମାତା କୀ ଜୟ ଧ୍ୱନିରେ ପ୍ରକମ୍ପିତ ହୋଇପଡୁଥିବା ଏହି ଗାଁର ଧୂଳିକଣାରେ ସ୍ବାଧୀନତା ସଂଗ୍ରାମୀଙ୍କ ଛିଟା ଆଜି ବି ଉଜ୍ଜୀବିତ ରହିଛି। ଆଜାଦ୍‌ ହିନ୍ଦ ଫୌଜରେ ସାମିଲ ହୋଇଥିବା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସେମାନଙ୍କ ପରିବାରକୁ ତାମ୍ରଫଳକ ଧରାଇ ଦେଇ ଚୁପ୍‌ ବସିଯାଇଛନ୍ତି। ଦେଶ ମାତୃକାର ସ୍ବାଧୀନତା ଲାଗି ୨୦ ଜଣ ସଂଗ୍ରାମୀଙ୍କୁ ଦେଇଥିବା ଚମ୍ପାଇଲେ ମାଟିର ଗୌରବମୟ ଇତିହାସ ବିଲୁପ୍ତ ହେବାକୁ ବସିଛି। ଏନେଇ ବଳିଦାନ ଦେଇଥିବା ଦାୟାଦଙ୍କ ପରିବାର କ୍ଷୋଭ ପ୍ରକାଶ କରିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଉଥିବାବେଳେ ତାଙ୍କ ସହିତ ଲଢ଼ିଥିବା ସଂଗ୍ରାମୀଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଓ ଶହୀଦ ସ୍ତମ୍ଭ ସ୍ଥାପନ ସହ ଚମ୍ପାଇଲୋକୁ ଐତିହ୍ୟ ଗ୍ରାମର ମାନ୍ୟତା ଦେବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?