କରୋନା ସମୟରେ ମିଳିଲାନି ଛୁଟି, ଥାନାରେ ହେଲା ମହିଳା କନଷ୍ଟେବଳଙ୍କ ହଳଦୀ ସେରିମନି

ଜୟପୁର,୨୫।୪: ପୋଲିସ ଯେତେ ସମସ୍ୟାରେ ଥିଲେ ବି ନିଜର ଡ୍ୟୁଟି ପାଳନ କରିବାକୁ ବାଧ୍ୟ ହୋଇଥାଏ। କର୍ତ୍ତବ୍ୟ ଆଗରେ ସବୁକିଛି ତୁଚ୍ଛ ହୋଇଥାଏ। ସେମିତି ଜଣେ ମହିଳା କନଷ୍ଟେବଳଙ୍କ କ୍ଷେତ୍ରରେ ଘଟିଛି। ୩୦ ଏପ୍ରିଲରେ ଏହି ମହିଳା କନଷ୍ଟେବଳଙ୍କ ବିବାହ ହେବ। କିନ୍ତୁ ବର୍ତ୍ତମାନ କରୋନା ଯୋଗୁ ଥାନାରୁ ତାଙ୍କୁ ଛୁଟି ମିଳିଲା ନାହିଁ। ଫଳରେ ଥାନା ପରିସରରେ ତାଙ୍କର ହଳଦୀ ସେରିମନି କରାଯାଇଛି।

ଏପରି ଦେଖିବାକୁ ମିଳିଛି ରାଜସ୍ଥାନର ଡୁଙ୍ଗପୁର ଥାନାରେ। ଏଠାରେ କାର୍ଯ୍ୟରତ ମହିଳା କନଷ୍ଟେବଳ ଆଶା ରୋତ୍‌ଙ୍କ ଆସନ୍ତା ୩୦ ତାରିଖରେ ବିବାହ ହେବ। କରୋନା ଯୋଗୁ ପୋଲିସଙ୍କର ଛୁଟି ନାହିଁ। ଅନ୍ୟପକ୍ଷରେ ବିବାହ ପୂର୍ବଦିନ ହଳଦୀ ସେରିମନି ହେବା କଥା। ମାତ୍ର ଛୁଟି ନ ମିଳିବାରୁ ଏବେ ଥାନା ପରିସରରେ ହଳଦୀ ସେରିମନି କରାଯାଇଛି। ଥାନାର ସହକର୍ମୀମାନେ ମଙ୍ଗଳ ଗୀତ ଗାଇ ଆଶାଙ୍କର ହଳଦୀ ସେରିମନି କରିଥିଲେ। ଆଶା ଘରଠାରୁ ଦୂରରେ ଥିଲେ ମଧ୍ୟ ସମସ୍ତ ସହକର୍ମୀଙ୍କ ଯୋଗୁ ସବୁକିଛି ଦୁଃଖ ଭୁଲି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୁଲ୍‌କିଟ୍‌: ରମଣ ସିଂ, ସମ୍ବିତ୍‌ ପାତ୍ରଙ୍କ ନଁ।ରେ ଏତଲା

ନୂଆଦିଲ୍ଲୀ, ୨୪।୫: ଏଆଇସିସିର ଗବେଷଣା ବିଭାଗ ଲେଟରହେଡ୍‌କୁ ଜାଲିଆତି କରି ସେଥିରେ ମିଥ୍ୟା ଓ ଜାଲ୍‌ ତଥ୍ୟ ଛାପିବା ଅଭିଯୋଗରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରମଣ...

‘ବାବା କେଦାରନାଥଙ୍କ ଦର୍ଶନ ଅନୁଭୂତି ବର୍ଣ୍ଣନା ପାଇଁ ମୋ ପାଖରେ ଭାଷା ନାହିଁ’

ଡେରାଡୁନ,୫।୧୧: ଦେଶର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ କେଦାରନାଥଙ୍କୁ...

ମିନେରାଲ ବଦଳରେ ଗ୍ରାହକଙ୍କୁ ଏସିଡ୍‌ ଦେଲେ ଦୋକାନୀ

କୁଲଗାମ(କଶ୍ମୀର),୯।୬ : ଦକ୍ଷିଣ କଶ୍ମୀରର କୁଲଗାମ ଜିଲାର ଜଣେ ତହସିଲଦାର ବୁଧବାର ଏକ ଦୋକାନରୁ ମିନେରାଲ ପାଣି ବୋତଲ କିଣିଥିଲେ। କିନ୍ତୁ ପାଣି ବଦଳରେ ଭୁଲ...

‘କିରଣ ବେଦୀଙ୍କୁ ବହିଷ୍କାର କର’

ପୁଡ଼ୁଚେରୀ, ୧୧।୧: ଉପରାଜ୍ୟପାଳ କିରଣ ବେଦୀଙ୍କ ବହିଷ୍କାର ଦାବିରେ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କ ଧାରଣା ରବିବାର ତୃତୀୟ ଦିନରେ ପହଞ୍ଚତ୍ଛି। ସେ ବେଦୀଙ୍କ ସରକାରୀ...

ମିଶନ ଶକ୍ତି: ମହାକାଶରେ ଶତ୍ରୁ ପକ୍ଷ ସାଟେଲାଇଟ୍‌କୁ ଧ୍ୱଂସ କରିବ ଭାରତ

ନୂଆଦିଲ୍ଲୀ,୮।୨: ଭବିଷ୍ୟତରେ ମହାକାଶରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରସ୍ତୁତି ଜାରି ରଖିଛି। ଭାରତୀୟ ରକ୍ଷା ଓ ଅନୁସନ୍ଧାନ ସଂଗଠନ(ଡିଆର୍‌...

ଏହି ଦେଶରେ ବାପା ହେଲେ ପୁରୁଷଙ୍କୁ ମିଳିଥାଏ ସର୍ବାଧିକ ଛୁଟି ସହ ପୂରା ଦରମା

ସାଧାରଣତଃ ପିଲା ଜନ୍ମ ହେଲେ କାର୍ଯ୍ୟସ୍ଥଳରେ ମା’ଙ୍କୁ ଛୁଟି ମିଳିଥାଏ। ମାତ୍ର କେଉଁଠି ବାପାଙ୍କୁ ଛୁଟି ମିଳୁଥିବାର ଶୁଣିଛନ୍ତି। ଆଜ୍ଞା ହଁ, ଏମିତି ଏକ ଦେଶ...

ଓଡ଼ିଶାର କମାଣ୍ଡୋ ଦେବାଶିଷ ସେଠୀ-ସୁଧୀର କୁମାର ଟୁଡୁଙ୍କୁ ଶୌର୍ଯ୍ୟ ଚକ୍ର…

ନୂଆଦିଲ୍ଲୀ, ୩୧।୫ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର କମାଣ୍ଡୋ ଶହୀଦ୍‌ ଦେବାଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁଙ୍କୁ...

କରୋନା ଦେଇଛି ଦୁଃଖ: ପୁଅଙ୍କ ଏହି ଗୋଟିଏ ଭୁଲ ପାଇଁ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ବାପା

ସାରା ବିଶ୍ୱ ଏବେ ମହାମାରୀ କରୋନା ସହ ଲଢ଼ୁଛି। ବିଶେଷଜ୍ଞମାନେ ରୋଗର ଔଷଧ ବାହାର କରିବାକୁ ଦିନ ରାତି ଏକ କରିଦେଇଛନ୍ତି। ହେଲେ ଏଯାଏ ତାହା...

Advertisement
Archives

Model This Week