ରାଷ୍ଟ୍ରୀୟ ଦଳିତ ପଛୁଆବର୍ଗ ମହାସଂଘର ପୁଣି ଧାରଣା

ବାରଙ୍ଗ, ୨।୧୦(ଡି.ଏନ୍‌.ଏ.): ଜମି ଜାଲିଆତି ନେଇ ନ୍ୟାଯ୍ୟ ଦାବି ନ ମିଳିବା ଓ ପ୍ରଶାସନ ପ୍ରତିଶ୍ରୁତି ଦେଇ ପୂରଣ କରୁ ନ ଥିବା ପ୍ରତିବାଦରେ ରାଷ୍ଟ୍ରୀୟ ଦଳିତ ପଛୁଆ ବର୍ଗ ମହାସଂଘ ପକ୍ଷରୁ ବାରଙ୍ଗ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଶୁକ୍ରବାର ପୁଣି ଧାରଣା ଦିଆଯାଇଥିଲା। ସାରେ ତହସିଲଦାର ସଂକଳ୍ପ ସ୍ବାସ୍ଥିକ ସାହୁ ଆସି ଆନ୍ଦୋଳନକାରୀଙ୍କ ଆଲୋଚନା କରିବା ସହ ୫ ତାରିଖରେ ଏହାର ସ୍ଥାୟୀ ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ବାରଙ୍ଗ ତହସିଲ ଅଧୀନ ବିଦ୍ୟାଧରପୁର ମୌଜାର ସିଡିଏ ସେକ୍ଟର-୧୩ରେ ସରକାର ପଛୁଆବର୍ଗ ଓ ଦଳିତମାନଙ୍କୁ ଦେଇଥିବା ଜମିକୁ ଜାଲିଆତି କରି ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଯୋଜନା କରାଯାଉଛି। ଦଳିତ ପରିବାରକୁ ଜମି ପଟ୍ଟା ମିଳିଥିବାରୁ ସେମାନେ ପାଉତି ମଧ୍ୟ କାଟୁଛନ୍ତି। କିନ୍ତୁ ଜମିର ବିବରଣୀରେ ଜମିହୀନ ଥିବା ପଟ୍ଟାରେ ଉଲ୍ଲେଖ ରହିଛି। ଏହାକୁ ବିରୋଧ କରି ଦଳିତମାନେ ପ୍ରଶାସନକୁ ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା। ଫଳରେ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କର ନିର୍ଦ୍ଦେଶ ଉପରେ କଟକ ଜିଲା ଓ ବାରଙ୍ଗ ତହସିଲ ପ୍ରଶାସନ କୌଣସି ପଦକ୍ଷେପ ନେଲେ ନାହିଁ। ନ୍ୟାୟ ପାଇଁ ଗତ ମାସ ୧ ତାରିଖରେ ତହସିଲ କାର୍ଯ୍ୟାଳୟ ସାମ୍ନାରେ ମହାସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା। ତହସିଲ ପକ୍ଷରୁ ପ୍ରତିଶ୍ରୁତି ପରେ ମଧ୍ୟ ସମସ୍ୟା ସମାଧାନ ପାଇଁ କିଛି କରାଗଲା ନାହିଁ। ଶେଷରେ ଶୁକ୍ରବାର ଅପରାହ୍ନରେ ପୁଣିଥରେ ସଙ୍ଗଠନର ସଞ୍ଜିତ ସାମଲ, ଭାସ୍କର ସାହୁଙ୍କ ନେତୃତ୍ୱରେ ଶତାଧିକ ଦଳିତ ପରିବାର ପାଇଁ ଧାରଣାରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନୀତିନ ନବୀନ: ଏବେଠୁ ରଣନୀତି ପ୍ରସ୍ତୁତ, ଆଗକୁ…

ଜଟଣୀ,୧୮।୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ…

ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ଗୁପ୍ତାଙ୍ଗରେ ବ୍ଲେଡ୍‌ ପୂରାଇଦେଲେ ସ୍ବାମୀ, ପୋଲିସ ଆଗରେ ୪ ବର୍ଷର ଝିଅ ଖୋଲିଲା ରହସ୍ୟ

ରାୟପୁର,୧୮।୫: ଛତିଶଗଡ଼ର ସୁରଗୁଜା ଜିଲାରୁ ଏକ ଅତ୍ୟନ୍ତ ଅମାନୁଷିକ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟା ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ବାମୀ ଅତି…

ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତିନ ନବୀନ

ପୁରୀ,୧୮।୫(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରକୁ ପହଞ୍ଚି ସିଂହଦ୍ୱାର ଦ୍ୱାରରେ…

୧୪ ବର୍ଷ ଝିଅର କଥା ଶୁଣି ଚୁପ୍‌ଚାପ୍‌ ଏମିତି କାମ କରିଦେଲେ ମୁଖ୍ୟମନ୍ତ୍ରୀ ବିଜୟ: ଚାରିଆଡ଼େ ଚର୍ଚ୍ଚା

ଚେନ୍ନାଇ,୧୮।୫: ଅଭିନେତାରୁ ରାଜନେତା ହୋଇଥିବା ଥଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରଠାରୁ ଚର୍ଚ୍ଚାରେ ଅଛନ୍ତି। ସେ ପୁଣି ଥରେ ଏପରି ଏକ ପଦକ୍ଷେପ…

ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ୪୫ ଜଣ ସରପଞ୍ଚ, ସମିତିସଭ୍ୟ ଉପଜିଲାପାଳଙ୍କୁ ଭେଟି…

ନୟାଗଡ,୧୮।୫( ଲୋକନାଥ ମିଶ୍ର): ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତାବ। ଗତ ୧୧ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ…

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ଶିଶୁ ନିର୍ଯାତନା ନେଇ ସଚେତନ କାର୍ଯ୍ୟକ୍ରମ, ସୁରକ୍ଷିତ ଶୈଶବ….

ପୁରୁଷୋତ୍ତମପୁର,୧୮।୫( ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସୋମବାର ହିନ୍ଦି ପ୍ରଚାସଭା ପରିଷରରେ ସୁରକ୍ଷିତ ଶୈଶବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri