ସଂଘବଦ୍ଧ ଆକ୍ରମଣରେ ବାପାଙ୍କୁ ମାରିଥିଲେ, ଏବେ ଟାର୍ଗେଟ୍‌ରେ ପୁଅ

ଜୟପୁର,୪।୧୦(ନି.ପ୍ର.) : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ କଳସହାଣ୍ଡି ଗାଁରେ। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଶକ୍ତିରଞ୍ଜନ ପୂଜାରୀ। ଶକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ତାଙ୍କ ମା’ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି। ଏପରିକି ଶକ୍ତିଙ୍କ ମା’ଙ୍କ ଅଭିଯୋଗ ଅନୁସାରେ ତଦନ୍ତକରି ତିନି ଜଣଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛ। ଏହି ଆକ୍ରମଣରେ ଜୟପୁର ବ୍ଲକ ଅନ୍ତା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ରାଜା ମଣ୍ଡଳ, ତାଙ୍କ ବଡଭାଇ ସୁକାନ୍ତ ମଣ୍ଡଳ ଓ କଳସାହାଣ୍ଡି ଗାଁର ମନୋ ହରିଜନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିଛି। ଏପରିକି ୨୦୧୫ ମସିହାରେ ଶକ୍ତିଙ୍କ ବାପାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଣି ପୁଅକୁ ଟାର୍ଗେଟ କରିଥିବା ନେଇ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜୟପୁର ସଦର ଥାନା ଅଧିକାରୀ ଈଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଖଣିଜ ସମ୍ପଦ ଲୁଟ୍‌ ନେଇ ଜିଲାପାଳଙ୍କୁ ଭେଟିଲା ଭାଜପା

ବାରିପଦା ଅଫିସ, ୧୦ା୬- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଲଘୁ ଖଣିଜ ସମ୍ପଦ ଭରପୁର ଥିବା ବେଳେ ଏହାର ଠିକ୍‌ ଭାବରେ ଉପଯୋଗ କରା ନ...

ମହୁପଦରରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

ମାଲକାନଗିରି,୨୦।୧ (ଡି.ଏନ.ଏ.)  ମାଲକାନଗିରି ଜିଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତ କେରିମିଟି ଗ୍ରାମର ନିରୀହ ଆଦିବାସୀ ଯୁବକ ଆନନ୍ଦ ସାହୁଙ୍କୁ ପୋଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ହତ୍ୟା...

ଆନ୍ଧ୍ର ନିର୍ବାଚନରେ ଓଡ଼ିଶା ପ୍ରାର୍ଥୀ, ଭୋଟର

ପାରଳାଖେମୁଣ୍ଡି,୭ା୨(ଡି.ଏନ୍‌.ଏ.): କୋଟିଆ ପରେ ବର୍ତ୍ତମାନ ଗଜପତି ଜିଲା ଗଙ୍ଗାବାଡର କେତେକ ଗ୍ରାମ ଉପରେ ଆନ୍ଧ୍ର ପକାଇଛି ଲୋଲୁପ ଦୃଷ୍ଟି। ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରିବା...

ବଜ୍ରପାତରେ ମହିଳା ମୃତ

ଆନନ୍ଦପୁର,୩। ୬(ସ୍ବ.ପ୍ର.)- ଘସିପୁରା ଥାନା ଧକୋଠା ନାହାଗୁଣା ଗ୍ରାମରେ ବଜ୍ରପାତ ଘଟି ସରସ୍ବତୀ ପାତ୍ର ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣଙ୍କ ନିଜ...

ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ରାୟଗଡ଼ା ଅଫିସ,୯।୭: ରାୟଗଡ଼ା ବାରିଝୋଲାସ୍ଥିତ ଜନ ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଓ କାଗଜପତ୍ର...

ପ୍ରଥମ କାମାକ୍ଷାନଗର ମହୋତ୍ସବ ଆରମ୍ଭ

କାମାକ୍ଷାନଗର, ୯।୨(ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ରହୁଥିବା ଲୋକେ ମନୋରଞ୍ଜନ ପାଇଁ ସୁଯୋଗ ଖୋଜୁଥାଆନ୍ତି। ପ୍ରଥମଥର ଆୟୋଜିତ କାମାକ୍ଷାନଗର ମହୋତ୍ସବ ଉପଖଣ୍ଡ ଅଞ୍ଚଳବାସୀଙ୍କ ଏହି ଆଶା ପୂରଣ କରିବ...

୨୫ରୁ ଜିଲାରେ ଧାନ ସଂଗ୍ରହ ଆରମ୍ଭ

ସମ୍ବଲପୁର,୩ା୧୧(ବ୍ୟୁରୋ): ସମ୍ବଲପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାସ୍ତରୀୟ ରବି ଧାନ ସଂଗ୍ରହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅନନ୍ୟା ଦାସ ଏଥିରେ ଅଧ୍ୟକ୍ଷତା...

ଛୁଆ ହାତୀର ମୃତ ଦେହ ଉଦ୍ଧାର, ହାତୀ ପଲଙ୍କ ଆକ୍ରମଣରେ ମୃତ୍ୟୁ ସନ୍ଦେହ

ପରଜଙ୍ଗ,୨୪।୧୦(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଡମୋଳ ଗାଁ ନିକଟ ଧାନ ବିଲରୁ ଗୁରୁବାର ଏକ ଛୁଆ ହାତୀର ମୃତଦେହକୁ...

Advertisement
Archives

Model This Week