ୟୁକ୍ରେନର ଅଞ୍ଚଳ ରୁଷିଆରେ ମିଶିବା ନେଇ ଆଇନଗତ ପଦକ୍ଷେପ, ଉଚ୍ଚ ସଦନରେ ମାନ୍ୟତା…

ମସ୍କୋ/କ୍ୱିଭ,୪।୧୦ : ଜନମତ ସଂଗ୍ରହ ମାଧ୍ୟମରେ ୟୁକ୍ରେନର ଚାରୋଟି ଅଞ୍ଚଳର ରୁଷିଆରେ ମିଶ୍ରଣ ପରେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଏହାକୁ ଆଇନଗତ ମାନ୍ୟତା ଦେବା ଆରମ୍ଭ କରିଛନ୍ତି। ସୋମବାର ରୁଷିଆ ସଂସଦର ନିମ୍ନ ଗୃହରେ ମିଶ୍ରଣ ସହ ଜଡିତ ଚୁକ୍ତିନାମାକୁ ଅନୁମୋଦନ କରିବା ପରେ ଉଚ୍ଚ ସଦନ ମଧ୍ୟ ଏହି ଚୁକ୍ତିନାମାକୁ ଅନୁମୋଦନ କରିଛି।

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଗତ ମାସରେ ୟୁକ୍ରେନର ଡୋନେଟସ୍କ, ଲୁହାନସ୍କ, ଜାପୋରିଜିଆ ଏବଂ ଖେରସନରେ ଜନମତ ସଂଗ୍ରହ କରିଥିଲା। ଜନମତ ସଂଗ୍ରହ ପରେ ରୁଷିଆର ରାଷ୍ଟ୍ରପତି ପୁଟିନ ନିଜେ ରୁଷିଆ ସହିତ ଏହି ଚାରିଟି ଅଞ୍ଚଳର ମିଶ୍ରଣ ଘୋଷଣା କରିଛନ୍ତି।

ବିଲିୟନେୟାର ଆମେରିକୀୟ ବ୍ୟବସାୟୀ ତଥା ବିଶ୍ୱର ସବୁଠାରୁ ଧନୀ ଏଲୋନ ମସ୍କ ୟୁକ୍ରେନ ପାଇଁ ଏକ ଶାନ୍ତି ଯୋଜନା ଉପସ୍ଥାପନ କରିଛନ୍ତି। ଏହି ଯୋଜନାରେ ସେ ଟୁଇଟର ବ୍ୟବହାରକାରୀଙ୍କ ଠାରୁ ମତାମତ ଲୋଡିଛନ୍ତି। ୨୦୧୪ରେ ରୁଷିଆ ଦ୍ୱାରା କ୍ରିମିୟାକୁ ସ୍ବୀକୃତି ଦେବା ଏବଂ ୟୁକ୍ରେନ୍ର ଚାରିଟି ଅଞ୍ଚଳରେ ଜାତିସଂଘର ତତ୍ତ୍ୱାବଧାନରେ ଜନମତ ସଂଗ୍ରହ କରିବାକୁ ମସ୍କ ପରାମର୍ଶ ଦେଇଥିଲେ। ତେବେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଏହାକୁ ପ୍ରତ୍ୟାଖ୍ୟାନ କରି ମସ୍କଙ୍କୁ ନିନ୍ଦା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଟନ୍‌ ବିପଜ୍ଜନକ ରାସାୟନିକ ନେଇ ଯାଉଥିବା ୟୁକ୍ରେନ୍‌ ବିମାନ ଦୁର୍ଘଟଣାଗ୍ରସ୍ତ…

ପଲେଖୋରି,୧୭।୭ : ଉତ୍ତର ଗ୍ରୀସର କାଭାଲା ସହର ନିକଟରେ ଏକ ୟୁକ୍ରେନ ଏୟାରଲାଇନ୍ସର କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଶନିବାର...

ବେଲାରୁଷର ମାନବାଧିକାର କର୍ମୀଙ୍କୁ ଶାନ୍ତି ନୋବେଲ ପୁରସ୍କାର, ରୁଷିଆ-ୟୁକ୍ରେନର ଦୁଇଟି ସଂସ୍ଥା ବି ମନୋନୀତ

ଷ୍ଟକହୋମ,୭ ।୧୦: ନୋବେଲ ଶାନ୍ତି ପୁରସ୍କାର ୨୦୨୨ ଘୋଷଣା ହୋଇ ସାରିଛି । ଏଥର ଜଣେ ବ୍ୟକ୍ତି ଓ ଦୁଇଟି ସଂସ୍ଥାକୁ ନୋବେଲ ଶାନ୍ତି ପୁରସ୍କାର...

ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନକୁ ମୂଳୋତ୍ପାଟନ କରିବାକୁ ସଂକଳ୍ବ ନେଲେ ଘାନି

କାବୁଲ,୧୯।୮: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ରାଷ୍ଟ୍ରପତି ଅଶରଫ ଘାନି ଆଇଏସ୍‌ ଆତଙ୍କବାଦୀଙ୍କ ସମସ୍ତ ସୁରକ୍ଷିତ ଶିବିରକୁ ଧ୍ୱଂସ କରିବାକୁ...

ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ

କଲମ୍ବୋ,୧୭।୫: ଶ୍ରୀଲଙ୍କାରେ ପେଟ୍ରୋଲ ଷ୍ଟକ୍‌ ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି। ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ...

ଇଫତାର ପାର୍ଟିରେ ହିନ୍ଦୁଙ୍କୁ ପରସା ଗଲା ଗୋମାଂସ…

ଢାକା, ୧।୫ : ବାଂଲାଦେଶର ସିଲହଟ୍‌ରେ ଆୟୋଜିତ ହୋଇଥିବା ଏକ ଇଫତାର ପାର୍ଟିରେ ଯୋଗ ଦେଇଥିବା ହିନ୍ଦୁଙ୍କୁ ଗୋମାଂସ ପରସା ଯାଇଛି। ଏନେଇ ଲୋକଙ୍କ ମଧ୍ୟରେ...

ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହୋଇଛି ୩୭୫ ସଂକ୍ରାମକ ରୋଗ, ୨୧୮ ରୋଗ ବିପଜ୍ଜନକ…

ଲଣ୍ଡନ, ୯।୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀରେ ୩୭୫ ପ୍ରକାର ସଂକ୍ରାମକ ରୋଗ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୨୧୮ଟି ରୋଗ ବିପଜ୍ଜନକ ବୋଲି ପ୍ରକାଶିତ...

ଚାଇନାକୁ ଫେରିଲା ଲକ୍‌ଡାଉନ

ବେଜିଂ,୧୩।୩: ଚାଇନାର ଅନ୍ୟତମ ସର୍ବବୃହତ ସହର ଶେନ୍‌ଝେନ୍‌ରେ ରବିବାର ୬୬ କୋଭିଡ୍‌ ମାମଲା ଚିହ୍ନଟ ହେବା ସହ ଦେଶରେ ମାମଲା ସଂଖ୍ୟା ୩,୪୦୦କୁ ବୃଦ୍ଧି ପାଇଛି।...

ପୁଟିନ ଅସୁସ୍ଥ!

ମସ୍କୋ,୨୫ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ମିଡିଆ ରିପୋର୍ଟରେ ପୁଣି ଏକ ଦାବି କରାଯାଇଛି । କୁହାଯାଇଛି କି ପୁଟିନ ଏବେ...

Advertisement
Archives

Model This Week