ମୃତ ଶିଶୁକୁ ବ୍ୟାଗରେ ନେଉଥିଲେ ବାପା

ଭୁବନେଶ୍ୱର,୩୦ା୮(ବ୍ୟୁରୋ):ଶେଷକୃତ୍ୟ ପାଇଁ ଶିଶୁକନ୍ୟାର ମୃତଦେହକୁ ବ୍ୟାଗରେ ନେଉଥିଲେ ବାପା। ହେଲେ ଅଧାବାଟରେ ଛିଣ୍ଡିଗଲା ବ୍ୟାଗ। ମୃତଦେହଟି ତଳକୁ ଖସି ପଡିବା ଦେଖି ଲୋକଙ୍କ ସନ୍ଦେହ ହେଲା। ତାଙ୍କୁ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ। ମୃତ ଝିଅକୁ ସଂସ୍କାର ପାଇଁ ନେଉଥିବା କହିଥିଲେ ମଧ୍ୟ ଲୋକେ କିଛି ଶୁଣି ନ ଥିଲେ। ସୋମବାର ଖଣ୍ଡଗିରି ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚତ୍ ଲୋକଙ୍କ କବଳରୁ ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଉଭୟଙ୍କୁ ପଚରାଉଚରା ପରେ ପ୍ରକୃତ ଘଟଣା ଜଣାପଡିଥିଲା। ସେମାନେ ମୃତ ଶିଶୁକନ୍ୟାର ମେଡିକାଲ ରିପୋର୍ଟ ଦେଖାଇବା ପରେ ପୋଲିସ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ପାଇଁ ବ୍ୟବସ୍ଥା କରିଥିଲା। ଆକ୍ରମଣର ଶିକାର ବ୍ୟକ୍ତି ଜଣକ ହେଲେ ଆଇଗିଣିଆ ସୁବାସନଗର ବସ୍ତିରେ ରହୁଥିବା ଗଞ୍ଜାମର ସନ୍ତୋଷ ସାହୁ। ସେମାନେ ଆଇଗିଣିଆ ଅଞ୍ଚଳରେ ରହି ଦିନମଜୁରିଆ କାମ କରି ପରିବାର ଚଳାନ୍ତି। ୨ ଝିଅଙ୍କ ମଧ୍ୟରୁ ୮ ମାସର ଶିଶୁକନ୍ୟାର ଦେହ ଅସୁସ୍ଥ ଥିଲା। ଗୁରୁତର ହେବାରୁ ସୋମବାର ତାଙ୍କୁ ବାପା ଓ ମା ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେଣୁ ଅନ୍ତିମ ସଂସ୍କାର କେଉଁଠି କରିବେ ତାହାକୁ ନେଇ ଚିନ୍ତିତ ଥିଲେ। ଅଳ୍ପଦିନ ହେବ ଗାଁରୁ ଆସିଥିବାରୁ ଭୁବନେଶ୍ୱର ବିଷୟରେ ବେଶି କିଛି ଜାଣି ନ ଥିଲେ। ତେଣୁ ଅନ୍ତିମ ସଂସ୍କାର ଲାଗି ହସ୍ପିଟାଲରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ମୃତ ଶିଶୁକନ୍ୟାକୁ ଧରି ରହୁଥିବା ଘରକୁ ନେଉଥିଲେ। ପରେ ମୃତଦେହକୁ ବ୍ୟାଗ୍‌ରେ ରଖି ନଦୀପଠାରେ ପୋତିବାକୁ ଯାଉଥିବାବେଳେ ଖଣ୍ଡଗିରି ମଦ ଦୋକାନ ନିକଟରେ ଏହି ଘଟଣା ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନ ଦିଗହରା: ଭାତ ବଦଳରେ ମିଳିଲା ବିସ୍କୁଟ

ସଜନାଗଡ଼, ୪।୧୨(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟର ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା...

୬ରୁ ଖୋଲିବ ହଷ୍ଟେଲ୍‌, ୭ରୁ ସ୍କୁଲ

ଭୁବନେଶ୍ବର,୪।୨(ବ୍ୟୁରୋ): କରୋନା ଲାଗି ପିଲାଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ବନ୍ଦ ରହିଥିଲା। ହେଲେ ଆସନ୍ତା ୭ ତାରିଖରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହେବ।...

ଏନ୍‌ଡିଏରେ ନବୀନ ଯୋଗଦେଲେ ଅଧିକ ଲାଭ ପାଇବେ: ଅଠଓ୍ବାଲା

ଭୁବନେଶ୍ବର, ୨୩ା୮(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନ୍‌ଡିଏରେ ସାମିଲ ହେବା ଲାଗି ସିଧାସଳଖ ପ୍ରସ୍ତାବ ମିଳିିଛି। ଦୀର୍ଘଦିନ ହେବ ବିଭିନ୍ନ ପ୍ରସଙ୍ଗରେ ଏନ୍‌ଡିଏକୁ ବିଜେଡି ସମର୍ଥନ କରିଆସୁଛି।...

୧୭ ସ୍ଥାନରେ ଚଢ଼ାଉ, ୬୨ କେଜି ବିସ୍ଫୋରକ ଜବତ

ଖୋର୍ଦ୍ଧା ଅଫିସ, ୭।୩ : ସୋମବାର ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଜିଲା ଜିଲାପାଳଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖୋର୍ଦ୍ଧା ପୋଲିସ ପକ୍ଷରୁ...

ଆଜିଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର,୧୫ା୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ...

ଚାଷୀଙ୍କୁ ଦିଆଯିବ ୬୫୦୦ କୋଟି ଟଙ୍କାର ଫସଲ ଋଣ

ଭୁବନେଶ୍ୱର,୩।୧୨: (ବ୍ୟୁରୋ): ଚଳିତ ରବିଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬୫୦୦ କୋଟି ଟଙ୍କାର ଫସଲ ଋଣ ଦେବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ରବିଋତୁରେ ଚାଷୀମାନଙ୍କୁ ସ୍ବଳ୍ପମିଆଦୀ...

ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ହେବ ହକି ବିଶ୍ୱକପ୍‌

ଭୁବନେଶ୍ବର,୨ା୧(ବ୍ୟୁରୋ):ଓଡ଼ିଶାରେ ହକି ବିଶ୍ୱକପ୍‌ ଆୟୋଜନରେ ଯେପରି ଟିକେ ବି ଭୁଲ୍‌ ନ ହୁଏ, ସେନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛନ୍ତି।...

୫ ନୂଆ ପ୍ରଜାତିର ସାପ ଆବିଷ୍କାର କଲେ ଓଡ଼ିଆ ବୈଜ୍ଞାନିକ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ସାପ ଗବେଷଣା କ୍ଷେତ୍ରରେ ଓଡ଼ିଆ ବୈଜ୍ଞାନିକ ଡ. ଅଶୋକ କୁମାର ମଲ୍ଲିକ ଏକ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ବୈଜ୍ଞାନିକ...

Advertisement
Archives

Model This Week