Posted inଫୁରସତ

୩୯ ଦିନ ଶିଶୁର ୭୧ ଖଣ୍ଡ ହାଡ଼ ଭାଙ୍ଗିଦେଲେ ପିତା, ଆଉ ତା’ ପରେ…

ଜଣେ ପିତା ତାଙ୍କ ୩୯ ଦିନର ଶିଶୁପୁତ୍ରଙ୍କୁ ମାରି ୭୧ ଖଣ୍ଡ ହାଡ଼ ଭାଙ୍ଗି ଦେଇଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଛି। ଏବେ ଅଭିଯୁକ୍ତ ପିତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି।

ଏହି ଘଟଣାଟି ଓ୍ବାର୍ମଲିର ଦକ୍ଷିଣ ଗ୍ଲଷ୍ଟରଶେୟାରରେ ଘଟିଛି। ଏଠାକାର ୩୧ ବର୍ଷୀୟ ଜେମ୍ସ କ୍ଲାର୍କ ନିଜର ନବଜାତ ଶିଶୁପୁତ୍ରକୁ ହତ୍ୟା କରିବା ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି। ଜେମ୍ସ ତାଙ୍କ ୩୯ ଦିନ ଶିଶୁପୁତ୍ରକୁ ମାରିବା ସହ ତାର ୭୧ ଖଣ୍ଡ ହାଡ଼ ଭାଙ୍ଗି ଚୂନା କରିଦେଇଥିଲେ। ଏଥିରେ ଶିଶୁଟିର ମୁଣ୍ଡରୁ ରକ୍ତ ବାହାରିଥିଲା। ସକାଳୁ ମା’ ହେଲେନ ଜେରେମି ଶିଶୁକୁ ମୃତ ଅବସ୍ଥାରେ ଦେଖିଥିଲେ। ଏହି ଘଟଣା ୨୦୧୮ର। ଯାହାର ଦଣ୍ଡ ଏବେ ମିଳିଛି ଜେମ୍ସଙ୍କୁ। ଶିଶୁହତ୍ୟା ମାମଲାରେ ଜେମ୍ସଙ୍କୁ ୧୫ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି କୋର୍ଟ।

ମୃତ୍ୟୁ ପରେ ବ୍ୟବଚ୍ଛେଦରୁ ଜଣାପଡ଼ିଥିଲା କି ଶିଶୁର ଶରୀରରେ ହାଡ଼ ଭାଙ୍ଗିଥିଲା। ମୁଣ୍ଡରେ ଆଘାତ ଲାଗିଥିବାରୁ ରକ୍ତସ୍ରାବ ହୋଇଥିଲା। ଫଳରେ ଶିଶୁଟିର ମୃତ୍ୟୁ ଘଟିଥିଲା।

କୋର୍ଟ କହିଛନ୍ତି, ଜେମ୍ସ ତାଙ୍କ ଶିଶୁଙ୍କୁ ଖୁବ୍‌ ଜୋରରେ ଛାତିରେ ଜାବୁଡ଼ି ଧରିବା ସହ ଜୋର୍‌ରେ ହଲାଇଥିଲେ। ଯେଉଁଥିପାଇଁ ଶିଶୁଟିର ଏପରି ଅବସ୍ଥା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଇଳା ମୋଜା ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଏହି ଯୁବକ

ସାଧାରଣତଃ ଲୋକେ ନୂଆ ଜିନିଷ ବିକୁଥିବା ବା କିଣୁଥିବା ଦେଖିଥିବେ। ମାତ୍ର ଜଣେ ବ୍ୟକ୍ତି ପୁରୁଣା ଏବଂ ମଇଳା ମୋଜା ବିକି ଲକ୍ଷାଧିକ ଟଙ୍କା ରୋଜଗାର...

ଫିଲ୍ମ ଉରିର ‘ଗରୁଡ’ ଭଳି ଦେଖାଯାଉଥିବା ଡ୍ରୋନ୍ ତିଆରି କଲା ଚାଇନା !

ବେଜିଂ,୪ ।୩: ବଲିଉଡ୍ ଫିଲ୍ମ ‘ଉରି’ରେ ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖିବାକୁ ଯେଉଁଭଳି ଏକ ଡ୍ରୋନ୍ ତିଆରି କରାଯାଇଥିଲା ଠିକ୍ ସେହିଭଳି...

ପ୍ରଥମ ଦରମା ଟଙ୍କା ବାପାଙ୍କୁ ଦେଇଥିଲି: ମାନସ ରଞ୍ଜନ ପଟ୍ଟନାୟକ

ଖୋର୍ଦ୍ଧା ଜିଲା ସଦର ବ୍ଲକ ଅନ୍ତର୍ଗତ ବାଜପୁର ଗାଁରେ ମୋ ଜନ୍ମ। ଭୁବନେଶ୍ୱର ୮ନଂ ହାଇସ୍କୁଲ୍‌ରୁ ଏକାଦଶ ପାସ୍‌ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇ.ଏସ୍‌ସି ପଢିଥିଲି।...

ସିଗାରେଟ୍‌ ଟାଣୁ ଟାଣୁ ଲଗାଇଲେ ରକେଟକ୍‌ ବାଣ

ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ବୁଲି ଯାଆନ୍ତୁ ମାଜୁଲି

ବ୍ରହ୍ମପୁତ୍ର ନଦୀ ଦ୍ୱାରା ସୃଷ୍ଟି ହୋଇଥିବା ଏକ ଦ୍ୱୀପର ନାଁ ମାଜୁଲି। ଏହା ଆସାମରେ ଅବସ୍ଥିତ। ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏଠାକାର ସଂସ୍କୃତି ଓ...

ବଧିରଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ‘ସାଇଲେଣ୍ଟ କାଫେ’

ବଧିର ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ଦେବା ପାଇଁ ଷ୍ଟାରବକ୍ସ ନାମକ ଏକ କମ୍ପାନୀ ଏଇ କିଛିଦିନ ତଳେ ଚାଇନାର ଗୁଆଙ୍ଗଝୁଠାରେ ସାଇଲେଣ୍ଟ କାଫେର ଶୁଭାରମ୍ଭ କରିଛି। ଏହି...

ଅବିବାହିତଙ୍କ ସଂଖ୍ୟା ବୃଦ୍ଧି : ବିବାହ ଓ୍ବେବସାଇଟ୍‌ ଆରମ୍ଭ କରିବ ପଞ୍ଚାୟତ…

କନ୍ନୁର, ୧୬।୮ : କେରଳର କନ୍ନୁର ଜିଲାର ପିନାରାଇ ଗ୍ରାମ ପଞ୍ଚାୟତରେ ଅବିବାହିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପଞ୍ଚାୟତ ଏହା ଉପରେ ଉଦବେଗ ପ୍ରକାଶ...

ବ୍ରିଗେଡିୟର୍‌ ପେଙ୍ଗୁଇନ୍‌

ସେନାରେ କେବଳ ମଣିଷ ନୁହନ୍ତି ପ୍ରାଣୀମାନେ ବି ସାମିଲ ହୋଇପାରିବେ। ଏକଥାକୁ ଅନେକେ ବିଶ୍ୱାସ କରିପାରୁ ନ ଥିବେ। କିନ୍ତୁ କିଛି ବର୍ଷ ତଳେ ୨୦୧୬ରେ...

Advertisement
Archives

Model This Week