ଅସରାଏ ବର୍ଷାରେ କୃଷକ ବଜାରରେ ଆଣ୍ଠୁଏ ପାଣି

ଜଗତ୍‌ସିଂହପୁର, ୧୩ା୫(ପ୍ରମୋଦ କୁମାର ନାୟକ): ସ୍ବାଧୀନତାର ୭୭ ବର୍ଷ ପରେ ବି ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ଡ୍ରେନେଜ୍‌ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ। ଯେଉଁ ସମସ୍ୟା ଥିଲା ତାହା ଦୂରହେବା ତ ଦୂରର କଥା ବରଂ ଦିନକୁ ଦିନ ନୂଆ ନୂଆ ସମସ୍ୟା ସୃଷ୍ଟିକରୁଛି। ବିଭାଗୀୟ ଅପାରଗତା, ଦୂରଦୃଷ୍ଟି ତଥା ଆନ୍ତରିକତାର ଅଭାବ ଯୋଗୁ ଏଭଳି ହେଉଥିବା ଆଲୋଚନା ହେଉଛି। ସ୍ଥାନୀୟ ହାଟବଜାରସ୍ଥିତ ଜଗତ୍‌ସିଂହପୁର-ଆଳିପିଙ୍ଗଳ ମୁଖ୍ୟରାସ୍ତା ପାର୍ଶ୍ୱ କୃଷକ ବଜାରରେ ଏହାର ଉଦାହରଣ ଦେଖିବାକୁ ମିଳିଛି।
ଶନିବାର କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁ କୃଷକ ବଜାର ପରିସରରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଛି। କାରଣ ରାସ୍ତାର ଗୋଟିଏ ପାର୍ଶ୍ୱରେ ଜଗତ୍‌ସିଂହପୁର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସିି) ଦ୍ୱାରା ପରିଚାଳିତ ମାଛ, ମାଂସ ମାର୍କେଟ ଥିବାବେଳେ ଅପରପାର୍ଶ୍ୱରେ କୃଷକ ବଜାର ଅଛି। କିନ୍ତୁ ଉଭୟ ପାର୍ଶ୍ୱରୁ ଜଳ ନିଷ୍କାସନ ପାଇଁ ଜଗତ୍‌ସିଂହପୁର ଆର୍‌ଏମ୍‌ସିି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଆର୍‌ଏମ୍‌ସି କୃଷକ ବଜାରରେ ଥିବା ପକ୍କାଘର ଏବଂ ମାଛ ମାର୍କେଟ ଆଦି ଭଡ଼ା ସୂତ୍ରରେ ଦେଇ ବେଶ୍‌ ଲାଭବାନ୍‌ ହେଉଛି। କିନ୍ତୁ ଜଳ ନିଷ୍କାସନ ପାଇଁ ସୁବିଧା କରୁନାହିଁ। ଯେଉଁ କାରଣରୁ ଅଦିନିଆ ବର୍ଷାରେ ବି ଏଭଳି ପରିବେଶ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଆର୍‌ଏମ୍‌ସି ଘର ତିଆରି ଓ ମରାମତି ଆଦିରେ ବହୁ ଅନୁଦାନ ଖର୍ଚ୍ଚ କରୁଛି। ଏହି କାମ ମଧ୍ୟ ନିମ୍ନମାନର ହେଉଛି। ଠିକାଦାର ଓ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ସଲାସୁତୁରାରେ ଅର୍ଥ ଚଳୁ କରୁଛନ୍ତି। କିନ୍ତୁ ବିଲ୍ଡିଂ କିମ୍ବା ଅନ୍ୟ ଘର ନିର୍ମାଣ ପୂର୍ବରୁ ସୁଚିନ୍ତିତ ଯୋଜନା ହେଉଥିବା ପରିଲକ୍ଷିତ ହେଉନାହିଁ। ତାହା ହୋଇଥିଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟିହୋଇ ନ ଥାନ୍ତା। ମାଛ ଓ ମାଂସ ମାର୍କେଟ ବିଲ୍ଡିଂ ନିର୍ମାଣ ସମୟରେ ଡ୍ରେନେଜ ସୁବିଧା କରାଯାଇ ନ ଥିବାରୁ ଏହି ପରିସର ସବୁଦିନ ଅପରିଷ୍କାର ରହୁଛି। ଫଳରେ କୌଣସି ବ୍ୟକ୍ତି ଏହି ମାର୍କେଟ ଭିତରକୁ ପ୍ରବେଶ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ରକ୍ତ ଓ ମଇଳାପାଣି ଜମି ରହୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏପରି କି ଠାଏ ଠାଏ ମଶା, ମାଛି ଭଣ ଭଣ ହେଉଛନ୍ତି। ତା’ଭିତରେ ଲୋକେ ବାଧ୍ୟହୋଇ ମାଛ, ମାଂସ କିଣିବାକୁ ଯାଉଛନ୍ତି। ଏହି ସମସ୍ୟାର ସମାଧାନ ଏଯାଏ ହୋଇପାରି ନ ଥିବା ବେଳେ କୃଷକ ବଜାରରେ ଡ୍ରେନେଜ୍‌ ସମସ୍ୟା ଲୋକଙ୍କୁ ଅତିଷ୍ଠ କରିଦେଲାଣି। କୃଷକ ବଜାରରେ ଏକାଧିକ ଦୋକାନ ରହିଛି। ତା’ପାର୍ଶ୍ୱରେ ସୋମନାଥ ହାଟ ରହିଛି। ପ୍ରତ୍ୟହ ଏହି ହାଟରେ ଗହଳି ଲାଗିରୁହେ। ନିକଟରେ ମାଛ, ମାଂସ ମାର୍କେଟ ପାର୍ଶ୍ୱରେ ଆର୍‌ଏମ୍‌ସି ବାଲି ପୋତି ନୂଆ ଘର ନିର୍ମାଣ କରୁଛି। କିନ୍ତୁ କାମ ଆରମ୍ଭ ପୂର୍ବରୁ ଡ୍ରେନେଜ୍‌ ବ୍ୟବସ୍ଥା କରି ନ ଥିବାରୁ ଜଳ ନିଷ୍କାସନ ଠପ୍‌ ହୋଇଯାଇଛି। ଏବେ ଜମିରହିଥିବା ପଚାପାଣି ସଂକ୍ରମଣର କାରଣ ହେଲାଣି। ଆଉ ଦିନେ ଦୁଇଦିନ ମଧ୍ୟରେ ପରିସ୍ଥିତି ଅଧିକ ବିଗିଡ଼ିବା ସମ୍ଭାବନା ସୃଷ୍ଟିକରିଛି ବୋଲି ଏହି ବ୍ୟକ୍ତିମାନେ ଅଭିଯୋଗରେ କହିଛନ୍ତି। ଏ ସମ୍ପର୍କରେ ଆର୍‌ଏମ୍‌ସି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସଙ୍କୁ ପଚାରିବାରୁ ଡ୍ରେନେଜ୍‌ କରାଯିବ ବୋଲି ଚିନ୍ତା କରାଯାଇଛି। ମାତ୍ର ଏହା ପୂର୍ବରୁ ବର୍ଷା ହୋଇଯାଇଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟିହୋଇଛି ବୋଲି କହି ନିଜର ଅସହାୟତା ପ୍ରକାଶ କରିଥିଲେ। ଅନୁରୂପ ଭାବେ ଜଗତ୍‌ସିଂହପୁର ସହରର ଏକାଧିକ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ରହିଛି। ଆଗକୁ ବର୍ଷାଦିନ ଆସୁଥିବାରୁ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଯୁକ୍ତି କରାଯାଇଛି। ଜିଲାପାଳ ଏହା ଉପରେ ଦୃଷ୍ଟିଦେଇ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଡ୍ରେନେଜ୍‌ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ଓଡ଼ିଆ-ଅର୍ଥନୀତି ବିଭାଗର ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ଶୃଙ୍ଖଳିତ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ

ଭଞ୍ଜନଗର,୨୩।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଅର୍ଥନୀତି ବିଭାଗ ପକ୍ଷରୁ ଯୁକ୍ତ ୩ ପ୍ରଥମ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?