ଶୁଭିବନି ଖଣ୍ଡଗିରି କୁମ୍ଭମେଳାର କୋଳାହଳ

ଭୁବନେଶ୍ୱର, ୬।୨ (ବ୍ୟୁରୋ): ସୋମବାର ମାଘ ସପ୍ତମୀଠାରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା ଆରମ୍ଭ ହେବ। ହେଲେ କରୋନା କଟକଣା ପାଇଁ ଗତବର୍ଷ ଭଳି ଏଥର ମଧ୍ୟ ମେଳାର କୋଳାହଳ ଶୁଭିବ ନାହିଁ। ଯାତ୍ରା ପଡ଼ିଆ ଫାଙ୍କା ପଡ଼ିଥିବାବେଳେ ଖଣ୍ଡଗିରି-ଉଦୟଗିରି ରାସ୍ତା ପାର୍ଶ୍ୱରେ ମିନାବଜାର ଦେଖିବାକୁ ମିଳିବ ନାହିଁ। ବାରଭୁଜା ମ୍ୟାନେଜିଂ ଟ୍ରଷ୍ଟ ପକ୍ଷରୁ କେବଳ ବିଧି ରକ୍ଷା ପୂର୍ବକ ଯଜ୍ଞାଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୭ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ‘ନବରାତ୍ର କୁମ୍ଭମେଳା’ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ମାଘ ସପ୍ତମୀ ଅବସରରେ ଅନନ୍ତକେଶରୀ ଦେବ ଜାଗମରାରୁ ବାହାରି ରାଣୀ ହଂସପୁର ଯାତ୍ରା କରିବେ। ଠାକୁରଙ୍କ ଶୋଭାଯାତ୍ରାକୁ ଜାକଜମକରେ ନିଆଯିବ ନାହିଁ। ପରମ୍ପରା ଅନୁସାରେ କେବଳ ଶଙ୍ଖ ଓ ଘଣ୍ଟଘଣ୍ଟାରେ ଶୋଭାଯାତ୍ରା ବାହାରିବ ବୋଲି ଟ୍ରଷ୍ଟ କୋଷାଧ୍ୟକ୍ଷ ଦୀନବନ୍ଧୁ ଜେନା କହିଛନ୍ତି। ଏହି ଅବସରରେ ଗୁପ୍ତଗଙ୍ଗା ଓ ଆକାଶ ଗଙ୍ଗା ପବିତ୍ର ଜଳରେ ଅବଗାହନ କରି ଧ୍ୟାନ କରିବା ପୂର୍ବକ ଏକତ୍ରିତ ହେବେ। ଚଳିତ ବର୍ଷ ୪୦ତମ ଶ୍ରୀ ରାମଚରିତମାନସ ପାରାୟଣ ଅନୁଷ୍ଠିତ ହେବାକୁ ଯାଉଛି। ଏହି ୯ ଦିନ ଧରି ପ୍ରତ୍ୟେକ ସକାଳ ୮ଟା ୩୦ରୁ ରାମାୟଣୀ ସନ୍ଥଙ୍କ ଦ୍ୱାରା ଶ୍ରୀ ରାମଚରିତମାସ ପାରାୟଣ ଅନୁଷ୍ଠିତ ହେବ। ଏହା ସହ କରୋନା କଟକଣା ମଧ୍ୟରେ ପ୍ରତିଦିନ ସନ୍ଧ୍ୟାରେ ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ କରାଯିବ। ସେହିପରି ଟ୍ରଷ୍ଟ ପକ୍ଷରୁ ନାରାୟଣ ସେବା, ସାଧୁସେବା, ପଂକ୍ତି ଭୋଜନ, ବସ୍ତ୍ରଦାନ ଆଦିର ଯୋଜନା ରହିଛି। ସେହିପରି ୧୫ ତାରିଖ ଅପରାହ୍ନରେ ସାଧୁ ସମ୍ମିଳନୀ ଓ ଧର୍ମସଭାର ଆୟୋଜନ କରାଯିବ। କୁମ୍ଭମେଳାର ଶେଷଦିନ ଅର୍ଥାତ୍‌ ୧୬ ତାରିଖରେ ପାରାୟଣ ପୂର୍ଣ୍ଣାହୂତି ସହ ସନ୍ଧ୍ୟାରେ ଅନନ୍ତ ଗୁମ୍ଫା ସମ୍ମୁଖରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଅନୁଷ୍ଠିତ ହେବ।

ଆସିଲେଣି ସାଧୁସନ୍ଥ, ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ
ଖଣ୍ଡଗିରି କୁମ୍ଭମେଳାରେ ଅଧିକ ସମାଗମକୁ ବାରଣ କରାଯାଇଛି। ତେବେ ଅଳ୍ପ ସଂଖ୍ୟକ ସାଧୁସନ୍ଥଙ୍କୁ ନେଇ ପୂଜା ଓ ଯଜ୍ଞ କରିବାକୁ କୁହାଯାଇଥିବାବେଳେ ଏଠାକୁ ସାଧୁସନ୍ଥଙ୍କ ଆଗମନ ଆରମ୍ଭ ହୋଇଛି। ଶନିବାର ୮ରୁ ୧୦ଜଣ ସାଧୁ ଖଣ୍ଡଗିରିରେ ପହଞ୍ଚତ୍ଥିବାବେଳେ ଅନ୍ୟମାନେ ରବିବାର ଆସିବେ ବୋଲି ସୂଚନା ଦିଆଯାଇଛି। ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ କୌଣସି ଆନୁଷଙ୍ଗିକ ବନ୍ଦୋବସ୍ତ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସେଠାରେ ସଫେଇ କାର୍ଯ୍ୟ ମଧ୍ୟ ହୋଇନାହିଁ। ସେହିପରି ଅନନ୍ତକେଶରୀ ଦେବ ୯ଦିନ ଧରି ଅବସ୍ଥାନ କରୁଥିବା ରାଣୀହଂସପୁରରେ ଏପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା କରାଯାଇ ନ ଥିବାରୁ ସ୍ଥାନୀୟ ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି। ବର୍ଷକୁ ଥରେ ସାଧୁସନ୍ଥଙ୍କ ସମାଗମକୁ ସ୍ଥାନୀୟ ବାସିନ୍ଦା ଅପେକ୍ଷା କରି ରହୁଥିବାବେଳେ ପ୍ରଶାସନ ଏଥିପ୍ରତି କୌଣସି ଗୁରୁତ୍ୱ ନ ଦେବା ଦୁଃଖର ବିଷୟ ବୋଲି ସ କହିଛନ୍ତି। ବିଏମ୍‌ସି ପକ୍ଷରୁ କୌଣସି ସଫେଇ କାର୍ଯ୍ୟ କରା ନ ଯିବା ଫଳରେ ସନ୍ନ୍ୟାସୀ ନିଜେ ନିଜେ ସଫେଇ କରୁଛନ୍ତି। ସେହିପରି ଖଣ୍ଡଗିରିରେ ଥିବା ଆକାଶ ଗଙ୍ଗା, ଗୁପ୍ତ ଗଙ୍ଗା, ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଆଦି ପବିତ୍ର ଜଳାଶୟର ସୁରକ୍ଷା ମଧ୍ୟ କରାଯାଉନାହିଁ। ତେଣୁ ସନ୍ନ୍ୟାସୀମାନଙ୍କ ସଂଖ୍ୟା ପ୍ରତିବର୍ଷ କମ୍‌ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଇଞ୍ଜିନରୁ ଖସିଲା ବଗି, ଦୁଇ ଭାଗ ହେଲା ବିଶାଖା ଏକ୍ସପ୍ରେସ୍‌

ଖୋର୍ଦ୍ଧା ଅଫିସ,୨।୧୧: ଖାର୍ଦ୍ଧା ଜିଲା ବାଲୁଗାଁ ବଡ଼କୂଳ ରେଳକ୍ରସିଙ୍ଗ ପୂର୍ବରୁ ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ୍‌ ଶନିବାର ଦୁଇ ଭାଗ ହୋଇଯାଇଥିଲା। ଏହା ପୂର୍ବତନ...

ବରିଷ୍ଠ ସାମ୍ବାଦିକ ତଥା ପ୍ରଯୋଜକ ଆଳୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର, ୩।୧ (ବ୍ୟୁରୋ): ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଛି। ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ହେତୁ...

ଲୁଟିନେଲେ ୨୯ ଟନ୍‌ ଲୁହାଛଡ଼

ପରଜଙ୍ଗ, ୨୪।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୧୪୯ନଂ. ଜାତୀୟ ରାଜପଥର ପରମହଂସପୁର ଛକ ନିକଟରୁ ଗୁରୁବାର ଅପରାହ୍ନରେ ବଡ଼ଧରଣର ଲୁଟ୍‌ ହୋଇଛି। ବୋଲେରୋରେ ଆସିଥିବା...

ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ବିରୋଧ: ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ରିଆମାଳ,୪।୧୨(ଡି.ଏନ୍‌.ଏ.)-ଦେବଗଡ଼ ଜିଲା ରିଆମାଳ ବ୍ଲକ ସଦର ମହକୁମା ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହତାରେ ଥିବା ପୁରୁଣା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ନୂତନ ଭାବେ...

ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ପାଇବେ ଗାନ୍ଧୀ ସେବା ସମ୍ମାନ

କଟକ ଅଫିସ, ୨୦ା୭: ସ୍ବାଧୀନତା ସଂଗ୍ରାମୀ ଓ ପ୍ରାକ୍ତନ ଏମ୍‌ପି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ମର୍ଯ୍ୟାଦାଜନକ ଗାନ୍ଧୀ ସେବା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ...

ଡିଗ୍ରୀ ପାଠ୍ୟକ୍ରମ ପାଇଁ ଏସ୍‌ସି/ଏସ୍‌ଟି ଛାତ୍ରଙ୍କୁ ମିଳିବ ୫୦ ହଜାର

ଭୁବନେଶ୍ୱର,୧୨ା୭(ଅନିଲ ଦାସ): ଚଳିତ ବର୍ଷରୁ କୌଣସି ସରକାରୀ କଲେଜରେ ଡିଗ୍ରୀ ପାଠ୍ୟକ୍ରମ ପାଇଁ ଅସହାୟ ତଥା ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଅନୁସୂଚିତ ଜାତି ଓ...

ଉମରକୋଟ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ନବରଙ୍ଗପୁର/ଉମରକୋଟ,୨୩।୧(ବି.ପ୍ର./ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକେଟ ବ୍ଲକ ତାଲାପଦର ନାଗୀନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ (ବିଭାଜନ୨)ର ନିର୍ବାହୀ...

ବନ୍ଧା ହେଲେ ନକଲି ବିଏମ୍‌ସି ଅଧିକାରିଣୀ

ଭୁବନେଶ୍ୱର,୧୧।୬: (ବ୍ୟୁରୋ) ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୋକଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରି ଆତଙ୍କ ସୃଷ୍ଟି କରୁଥିବା ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କୁ ସ୍ଥାନୀୟ...

Advertisement
Archives

Model This Week