ଆରମ୍ଭ ହେଲା ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳ: ଭକ୍ତିମୟ କଲା ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ତପୋଭୂମି ଖଣ୍ଡଗିରି ପାହାଡ଼ରେ ଆରମ୍ଭ ହୋଇଛି ନବଦିନାତ୍ମକ ପବିତ୍ର କୁମ୍ଭମେଳା। ରାଜ୍ୟ ତଥା ବାହାରୁ ଯୋଗ ଦେଇଥିବା ସାଧୁ ସନ୍ନ୍ୟାସୀଙ୍କ ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଛି ସାରା ଅଞ୍ଚଳ। ଏଥିସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତିମୟ ହୋଇପଡିଛି ଏହି ଐତିହ୍ୟ ସ୍ଥଳ।
ସାଧୁସନ୍ନ୍ୟାସୀମାନେ ଶନିବାର ସକାଳୁ ଖଣ୍ଡଗିରିର ପବିତ୍ର ଜଳାଶୟରେ ଅବହଗାନ କରି ସୂର୍ଯ୍ୟ ପୂଜା ସହ ଯଜ୍ଞକୁଣ୍ଡରେ ଧୁନି ସ୍ଥାପନ କରିଥିଲେ। ଏଥିସହ କିଏ ଗୋଟିଏ ଗୋଡରେ ଠିଆ ହୋଇ ତପସ୍ୟା କରୁଥିଲେ ତ ଆଉ କିଏ ସାରା ଶରୀରରେ ରୁଦ୍ରାକ୍ଷ ପରିଧାନ କରିଳ, ଭସ୍ମ ଲେପନ ଓ ମନ୍ତ୍ର ଉଚ୍ଚାରଣ କରି ସାଧନା ଜାରି ରଖିଥିଲେ। ଏପରି ଏକ ଆଧ୍ୟାମତ୍ିକ ପରିବେଶ ମଧ୍ୟରେ ଚଳିତବର୍ଷ ଏକାଧିକ ଜଟାଧାରୀ ମାତାଙ୍କୁ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ସାଧୁସନ୍ନ୍ୟାସୀଙ୍କ ଆଶୀର୍ବାଦ ନେବାସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପରାମର୍ଶ ନେଉଛନ୍ତି। ଏପଟେ ମେଳା ପାଇଁ ବ୍ୟବସାୟୀମାନେ ନିଜ ପସରା ମେଲି ବସିଥିବାବେଳେ ମେଳାର ଅନ୍ୟତମ ଆକର୍ଷଣ ମୀନାବଜାର ଓ ବିଭିନ୍ନ ଦୋଳି ପ୍ରସ୍ତୁତି ଚାଲିଛି। ଅନ୍ୟପକ୍ଷରେ ୩୦ ତାରିଖରୁ ଏଠାରେ ଯାତ୍ରା ମହାସମର ଆରମ୍ଭ ହେବ। ଏହାକୁ ଯାତ୍ରାପ୍ରେମୀ ଅପେକ୍ଷା କରି ରହିଥିବାବେଳେ ଏସବୁ ଭିତରେ ଉତ୍ସବମୁଖରିତ ହୋଇପଡିଛି ଖଣ୍ଡଗିରି-ଉଦୟଗିରି ପାହାଡ଼ ଓ ଆଖପାଖ ଅଞ୍ଚଳ।

ସନାତନ ଧର୍ମର ଶିକ୍ଷା ନେଉଛନ୍ତି ବିଦେଶୀ

ଖଣ୍ଡଗିରି ମେଳାରେ କେବଳ ରାଜଧାନୀ କିମ୍ବା ଆଖପାଖର ଶ୍ରଦ୍ଧାଳୁଙ୍କ ସମାଗମ ହୋଇନାହିଁ, ବହୁ ବିଦେଶୀ ମଧ୍ୟ ମେଳା ବୁଲୁଥିବା ଦେଖିବାକୁ ମିଳିଛି। ଏପରିକି ସେମାନେ ସାଧୁସନ୍ନ୍ୟାସୀଙ୍କ ସହ କଥା ହେଉଛନ୍ତି। ଖ୍ରୀଷ୍ଟ ଧର୍ମର ହୋଇ ମଧ୍ୟ ସନାତନ ଧର୍ମ ବିଷୟରେ ଶିକ୍ଷା ନେଉଛନ୍ତି ବିଦେଶୀ। ଆଶୀର୍ବାଦ ନେବା ସହ ବିଭୂତି ମଧ୍ୟ ଲଗାଉଛନ୍ତି। ସମସ୍ତେ ଏହି ପବିତ୍ର କୁମ୍ଭମେଳା ବୁଲିବା ଆବଶ୍ୟକ ବୋଲି ଜଣେ ବିଦେଶୀ ପର୍ଯ୍ୟଟକ କହିଛନ୍ତି। ସେ କହିଛନ୍ତି, ଏଠାକୁ ଆସି ବହୁତ ଖୁସି ଲାଗୁଛି। ଆମ ଧର୍ମ ଛଡ଼ା ଅନ୍ୟାନ୍ୟ ଧର୍ମ ବିଷୟରେ ଜାଣିବାକୁ ମିଳିଲା। ଏଠାକାର ପରିବେଶ ବହୁତ ଭଲ।

 

ମାଘସ୍ନାନ କଲେ ଅନନ୍ତ କେଶରୀ

ଚଳିତବର୍ଷ ସପ୍ତମୀ ଓ ଅଷ୍ଟମୀ ତିଥି ଗୋଟିଏ ଦିନରେ ପଡ଼ୁଥିବାରୁ ବାରଭୁଜା ମ୍ୟାନେଜିଂ ଟ୍ରଷ୍ଟ ପକ୍ଷରୁ ବାରଭୁଜା ପୀଠ ଓ ଅନନ୍ତ ଗୁମ୍ଫା ସମ୍ମୁଖରେ ଯଜ୍ଞବିଧି ଆରମ୍ଭ ହୋଇଛି।
ପୀଠରେ ୪୧ତମ ‘ନବରାତ୍ର କୁମ୍ଭମେଳା’ ପାଇଁ ପାରାୟଣ ପୂଜା ସହ ପରମ୍ପରା ମୁତାବକ ହୋମ ଯଜ୍ଞ ଚାଲିଥିବାବେଳେ ଅନନ୍ତ ଗୁମ୍ଫା ନିକଟ ହୋମ ଯଜ୍ଞ ପାଇଁ ଜାଗମରା ବଡ଼ ପୋଖରୀକୁ କଳସଯାତ୍ରା ପରେ ଧୁନି ସ୍ଥାପନ କରାଯାଇଥିଲା। ଅନ୍ୟପଟେ ଜାଗମରା ଗ୍ରାମବାସୀଙ୍କ ଆରାଧ୍ୟ ଦେବତା ଅନନ୍ତକେଶରୀ ଦେବଙ୍କ ଯାତ୍ରା ମଧ୍ୟ ଜାକଜମକରେ ଅନୁଷ୍ଠିତ ହୋଇଥିଲା। ଘଣ୍ଟଘଣ୍ଟା ଧ୍ୱନି, ବୁଢ଼ାବୁଢ଼ୀ ନାଚ, ଘୋଡ଼ାନାଚ ସହ ଶୋଭାଯାତ୍ରାରେ ଅନନ୍ତକେଶରୀ ଦେବ ଉଦୟଗିରିସ୍ଥିତ ରାଣୀ ହଂସପୁରରେ ପହଞ୍ଚତ୍ଥିଲେ। ବିଳମ୍ବିତ ରାତ୍ରିରେ ଦେବସଭାରେ ପ୍ରଭୁଙ୍କ ମାଘସ୍ନାନ ଅନୁଷ୍ଠିତ ହୋଇଥିଲା। ତେବେ ପୀଠରୁ ପ୍ରଭୁଙ୍କ ସୁସଜ୍ଜିତ ବିମାନ ବାହାରି ଗ୍ରାମ ପରିକ୍ରମା କରିବା ପରେ କ୍ରିକ୍ରେଟ୍‌ ପଡ଼ିଆରେ ଆତସବାଜି କରାଯାଇଥିଲା। କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁମାନେ ବେଶ୍‌ ଉପଭୋଗ କରିଥିଲେ।

 

ବାବାଙ୍କ ମେଳରେ ଏଥର ଜଣେ ଜଟାଧାରୀ ମାତାଙ୍କୁ ଦେଖିବାକୁ ମିଳିଛି। ସେ ହେଲେ ପଶ୍ଟିମବଙ୍ଗ ହୁଗୁଳିରୁ ଆସିଥିବା ବଙ୍ଗାଳୀ ମାତା ସୁନନ୍ଦା ଦେବୀ। ମୁଣ୍ଡରେ ସିନ୍ଦୂର ଟୋପା ପିନ୍ଧିବା ସହ ନାଲି ଶାଢ଼ି ଓ ବେକରେ ରୁଦ୍ରାକ୍ଷ ପକାଇ ବସି ରହିଛନ୍ତି। ସେ ଅଧିକାଂଶ ସମୟ ଜିଭ କାଢ଼ି ମା’ କାଳୀଙ୍କ ବେଶରେ ରହୁଥିଲେ। ୩୦ବର୍ଷ ଧରି ସେ ନିଜ ମୁଣ୍ଡ କୁଣ୍ଡାଇ ନାହାନ୍ତି। ସେ କହିଛନ୍ତି, ପୂର୍ବରୁ ପ୍ରଥମେ ମୋ ସ୍ବାମୀ ବାସୁଦେବ ଘୋଷ ଏଠାକୁ ଆସି ସାଧନା କରୁଥିଲେ। ଏବେ ମୁଁ ପାଖାପାଖି ୩୦ବର୍ଷ ହେବ ଖଣ୍ଡଗିରି ଆସି ସାଧନା କରୁଛି। ଆସୁଥିବା ଲୋକଙ୍କୁ ଆଶୀର୍ବାଦ ଦେଉଛି। ସମସ୍ତେ ଭଲରେ ରୁହନ୍ତୁ।

 

ଖଣ୍ଡଗିରି ମେଳାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଏଥିମଧ୍ୟରୁ ୨ ପ୍ଲାଟୁନ କେବଳ ଟ୍ରାଫିକ ବ୍ୟବସ୍ଥାରେ ନିୟୋଜିତ ହେବେ। ସେମାନଙ୍କୁ ପରିଚାଳନା ପାଇଁ ୧୭ ଅଫିସର କାର୍ଯ୍ୟ କରିବେ। ଲୁଟ ଓ ଛିନତାଇ ଏଡାଇବା ଲାଗି ସାଦା ପୋଷାକଧାରୀ ପୋଲିସ୍‌ ନିୟୋଜିତ ରହିବେ। କୌଣସି ଦୁର୍ଘଟଣାଜନିତ ସ୍ଥିତିର ମୁକାବିଲା ପାଇଁ ଜଣେ ଅଗ୍ନିଶମ ଅଧିକାରୀ ଓ ଜଣେ ଡାକ୍ତର ନିୟୋଜିତ ରହିବେ। ଖଣ୍ଡଗିରି ଏବଂ ଉଦୟଗିରି ମଧ୍ୟରେ ୨ ଓ ୪ ଚକିଆ ଗାଡ଼ି ଯିବା ଆସିବା କରିବ ନାହିଁ। କେବଳ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଗାଡି ଚଳାଚଳ ପାଇଁ ପାସ୍‌ ଦିଆଯିବ। ଏହାସହ ୫ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ମହିମା ଆଶ୍ରମ ପଡିଆ, ବିଏମ୍‌ସି ଜୋନ ଅଫିସ ପଡିଆ, ନ୍ୟୁଜ୍‌-୭ ପଡିଆ ନିକଟ ମେଳଣ ପଡିଆ, ବିଡିଏ ପାର୍କ ଓ ଏଏସ୍‌ଆଇ କାର୍ଯ୍ୟାଳୟ ପରିସରରେ ଗାଡି ରଖି ପାରିବେ। ତେବେ ଏଏସ୍‌ଆଇ କାର୍ଯ୍ୟାଳୟ ପରିସର ପାର୍କିଂ ସ୍ଥଳକୁ ଛାଡି ଅନ୍ୟସବୁ ପାର୍କିଂ ସ୍ଥାନ ଦେୟଯୁକ୍ତ ରହିବ। ଖଣ୍ଡଗିରି ଥାନା ପାଖ ଓ ବିଏମ୍‌ସି ଜୋନ ଅଫିସ ପାର୍କିଂରେ ୨ ଚକିଆ ଯାନ ରଖିବାକୁ ବ୍ୟବସ୍ଥା କରିଯାଇଥିବା ବେଳେ ଅନ୍ୟ ପାର୍କିଂ ସ୍ଥାନରେ ଚାରି ଚକିଆ ଯାନ ରହିବ। ଏହାଛଡା ଚାରିଆଡେ ସିସିଟିଭି କ୍ୟାମେରା ଲଗାଯାଇଥିବାବେଳେ ରାତି ସମୟରେ ପେଟ୍ରୋଲିଂ ହେବ। ବିଏମ୍‌ସି ଗାଇଡ୍‌ଲାଇନ ଅନୁସାରେ ଯାତ୍ରା ଚାଲିବ। ରାତି ୧୦ରୁ ସକାଳ ୪ଟା ପର୍ଯ୍ୟନ୍ତ ଅପେରା ପରିବେଷଣ ହେବ। ଏନେଇ କମିଶନରେଟ ପୋଲିସର ଜୋନ୍‌ ୩ ଏସିପି ରଜତ ରାୟ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri