ମା’ଙ୍କୁ ମେଲାଣି…

ଢେଙ୍କାନାଳ ଅଫିସ୍‌, ୨୦।୧୦: ଯେମିତି ଆଡ଼ମ୍ବର ସହକାରେ ହୋଇଥିଲା ଆବାହନ, ଠିକ୍‌ ସେମିତି ଭାବୋଦ୍ଦୀପକ ଢଙ୍ଗରେ ମେଲାଣି ନେଇଛନ୍ତି ଧନଦାତ୍ରୀ। ଅଶ୍ରୁସଜ୍ଜଳ ଆଖିରେ ମା’ଙ୍କୁ ବିଦାୟ ଦେଇଛନ୍ତି ଢେଙ୍କାନାଳବାସୀ। ପାରମ୍ପରିକ ଲୋକବାଦ୍ୟ, ଲୋକନୃତ୍ୟ, ଲୋକସଙ୍ଗୀତ, ସଂକୀର୍ତ୍ତନର ତାଳେତାଳେ ମହାଲକ୍ଷ୍ମୀ ବାହୁଡ଼ିଥିବାବେଳେ ବିଦାୟ ବେଳା ସୃଷ୍ଟି କରିଥିଲା ଭାବବିହ୍ବଳ ପରିବେଶ।

ଶେଷ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଗଣପର୍ବ ଲକ୍ଷ୍ମୀପୂଜା। ସରିଛି ସିନ୍ଧୁସୁତାଙ୍କ ୧୧ ଦିନାତ୍ମକ ମହୋତ୍ସବ। ମଣ୍ଡପରେ ୧୦ଦିନର ପୂଜା ପରେ ବୁଧବାର ବିଦାୟ ନେଇଛନ୍ତି ପଦ୍ମାଳୟା। ମୋଟ ୩୮ ପୂଜା ପ୍ରତିଷ୍ଠାନ ମଧ୍ୟରୁ ମିଳିତ ଭସାଣି ଶୋଭାଯାତ୍ରାରେ ୨୫ ମେଢ଼ ସାମିଲ ହୋଇଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପୂର୍ବାହ୍ନ ୯ଟାରେ ସମସ୍ତ ମେଢ଼ ଆସ୍ଥାନ ଛାଡ଼ିଥିଲେ। ମିନାବଜାରର ଶ୍ରୀଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ନିକଟରେ ଜିଲାପାଳ ସରୋଜ କୁମାର ସେଠୀ ନଡ଼ିଆ ଭାଙ୍ଗି ମିଳିତ ଭସାଣି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏସପି ଲୋଗାନୟାଗୀ ଦିବ୍ୟା ଭି., ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ମିଳିତ ବଜାର ପୂଜା କମିଟି ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଶାନ୍ତି କମିଟି ସଭାପତି ସୁଧାଂଶୁ କୁମାର ଦଳେଇ, ମିନାବଜାର ପୂଜା କମିଟି ସଭାପତି ରବିନାରାୟଣ ମହାନ୍ତି, କାର୍ଯ୍ୟକାରୀ ସଭାପତି ନିରୋଦ କୁମାର ସାହୁ, ସମ୍ପାଦକ ପୀତବାସ ସାହୁ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପ୍ରଥମେ ୧ନଂ. ପୂଜା ପ୍ରତିଷ୍ଠାନ ମିନାବଜାର ଏହାପରେ କ୍ରମାନ୍ବୟରେ ଜବାହରଚୌକ, ଲକ୍ଷ୍ମୀ ବଜାର, ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର ଏବଂ ଅନ୍ୟ ସମସ୍ତ ମେଢ଼ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ୬ଟି ମେଢ଼ ବାଜିଚୌକ ଯାଏ ନଗର ପରିକ୍ରମା କରିବା ପରେ ନିଜ ଅଞ୍ଚଳ ଦେଇ ବିସର୍ଜନ ପାଇଁ କାଠଶଙ୍ଖ ଅଭିମୁଖେ ଯାଇଥିଲେ। ସେହିପରି ଆଉ ୪ ମେଢ଼ ମିଳିତ ଭସାଣି ଶୋଭାଯାତ୍ରାରେ ବସ୍‌ଷ୍ଟାଣ୍ଡ ଟ୍ରାଫିକ୍‌ ଛକ-ବସ୍‌ଷ୍ଟାଣ୍ଡ-ଗୁଡ଼ିଆନାଳୀ ଦେଇ କୁଞ୍ଜକାନ୍ତ ପୋଖରୀକୁ ଯାଇଥିଲେ। ବିବାଦ କାରଣରୁ ସକାଳେ କୈବଲ୍ୟ ବଜାର ଏବଂ ଜୁବିଲିଟାଉନ-୨ ପ୍ରତିଷ୍ଠାନ ମୂର୍ତ୍ତି ବିସର୍ଜନ କରିଦେଇଥିଲେ।

ଭବ୍ୟ ଭସାଣି ଶୋଭାଯାତ୍ରା ଏବଂ ଚିତ୍ତାକର୍ଷକ ଲୋକନୃତ୍ୟ ଦେଖିବା ପାଇଁ ସହର ଜନସମୁଦ୍ରରେ ପରିଣତ ହୋଇଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଜିଲାପାଳ, ଏସ୍‌ପି, ଉପଜିଲାପାଳ, ନିର୍ବାହୀ ମାଜିଷ୍ଟ୍ରେଟ୍‌, ପୋଲିସ ଅଧିକାରୀଙ୍କ ସମେତ ପ୍ରତି ମେଢ଼ର କର୍ମକର୍ତ୍ତାମାନେ ଶାନ୍ତିଶୃଙ୍ଖଳା ଦାୟିତ୍ୱ ତୁଲାଇଥିଲେ। ରାତି ୧୧ଟା ୫୦ ସୁଦ୍ଧା ମୀନାବଜାର ଏବଂ ଜବାହରଚୌକ୍‌ କାଠଶଙ୍ଖରେ ମୂର୍ତ୍ତି ବିସର୍ଜନ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri