Posted inଖେଳ

କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଅକଲାଣ୍ଡ,୧୨।୫: ନ୍ୟୁଜିଲାଣ୍ଡର ଉଇକେଟ କିପର ବିଜେ ୱାଟଲିଂ କ୍ରିକେଟର୍‌ରୁ ଅବସର ଘୋଷଣା କରିଛନ୍ତି। ଭାରତ ବିପକ୍ଷରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅନ୍ତିମ ମ୍ୟାଚ ପରେ ୱାଟଲିଂ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ। ୱାଟଲିଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ନ୍ୟୁଜିଲାଣ୍ଡ କ୍ରିକେଟର ସଫଳତା ପାଇଁ ୱାଟଲିଂ ପ୍ରମୁଖ ଯୋଗଦାନ ଦେଇଛନ୍ତି। ବ୍ରେଣ୍ଡନ ମ୍ୟାକକାଲମଙ୍କ ଅବସର ପରେ ୱାଟଲିଂ ନ୍ୟୁଜିଲାଣ୍ଡ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବରେ ଉଭା ହୋଇଥିଲେ। ୨୦୦୯ରେ ଟେଷ୍ଟ ଡେବ୍ୟୁ କରିଥିବା ୱାଟଲିଂ ଟେଷ୍ଟ କ୍ରିକେଟ ରେ ହାରାହାରି ୩୮.୧୧ ରନ ସଂଗ୍ରହ କରି ୮ ଶତକ ଏବଂ ୧୯ ଅର୍ଦ୍ଧଶତକ ହାସଲ କରିଛନ୍ତି। ୱାଟଲିଙ୍ଗ ନ୍ୟୁଜିଲାଣ୍ଡ ପାଇଁ ୫ଟି -୨୦ ଏବଂ ୨୮ଟି ଏକଦିବସୀୟ ଖେଳିଛନ୍ତି। ୱାଟଲିଂ ନ୍ୟୁଜିଲାଣ୍ଡର ସଙ୍କଟମୋଚକ ଭାବରେ ଜଣାଶୁଣା। ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ମଧ୍ୟ ତାଙ୍କୁ ଜଣେ ବଡ ବ୍ୟାଟ୍ସମ୍ୟାନ ଭାବରେ ବିବେଚନା କରନ୍ତି। ଥରେ ୱିଲିୟମସନଙ୍କୁ ପଚରାଗଲା, ଯଦି ତାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ଜଣେ ବ୍ୟାଟ୍ସମ୍ୟାନ ବାଛିବାକୁ ପଡିବ, ତେବେ ସେ କିଏ ହେବେ? ୱିଲିୟମ୍ସନ ୱାଟଲିଂଙ୍କ ନାମ ନେଇଥିଲେ।
ସୂଚନାଯୋଗ୍ୟ, ବିଜୁ ୱାଟଲିଙ୍ଗ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ତାଙ୍କୁ ୧୦ ବର୍ଷ ହୋଇଥିଲାବେଳେ ତାଙ୍କ ପରିବାର ନ୍ୟୁଜିଲାଣ୍ଡକୁ ପଳାଇ ଆସିଥିଲେ। ୱାଟଲିଂ ନ୍ୟୁଜିଲାଣ୍ଡରେ କ୍ରିକେଟ ଶିଖିଥିଲେ। ୨୦୦୮ ରେ, ସେ ହାମିଲଟନ ସିନିୟର କ୍ଲବ ପାଇଁ ଖେଳିବାବେଳେ ୩୭୮ ରନର ଏକ ବିରାଟ ଇନିଂସ ଖେଳିଥିଲେ। ୨୦୦୪ ମସିହାରେ ୱାଟଲିଂ ନ୍ୟୁଜିଲାଣ୍ଡ ପାଇଁ ଟି -୨୦ ବିଶ୍ୱକପ ମଧ୍ୟ ଖେଳିଥିଲେ। ୱାଟଲିଂ ହାରାହାରି ୪୪.୬୬ ରେ ୨୬୮ ରନ ସ୍କୋର କରିଥିଲେ। ୱାଟଲିଂ ଏହି ବିଶ୍ୱକପ୍‌ରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ୧୫୪ ରନ୍‌ର ଏକ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri