ମିଛ ଅଭିଯୋଗ କରିଥିଲେ ପରିବାର ଲୋକ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳର ଏକ ଘରୋଇ କଲେଜରୁ ଯୁକ୍ତ୨ ଛାତ୍ର ବାଲେଶ୍ୱରର ହୃଦୟେଶ ପଣ୍ଡା ନିଖୋଜ ହେବା ଘଟଣା ରବିବାର ନୂଆ ମୋଡ଼ ନେଇଛି। ପରିବାର ପକ୍ଷରୁ ମିଛ ଅଭିଯୋଗ କରାଯାଇଥିବା ପୋଲିସ କହିଛି। ହୃଦୟେଶ ନିଖୋଜ ହୋଇ ନ ଥିଲେ, ବରଂ କଲେଜ ପକ୍ଷରୁ ବକେୟା ଫି’ ମଗାଯିବାରୁ ସେ ହଷ୍ଟେଲରୁ ପଳାଇ ଆସି ନିକଟସ୍ଥ ହୋଟେଲ ସୁରଜ ପ୍ୟାଲେସ୍‌ରେ ରହିଥିଲେ। ପରେ ସେ ଘରକୁ ଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ରବିବାର ସୂଚନା ଦିଆଯାଇଛି।
ପୋଲିସ କହିବା ଅନୁଯାୟୀ, ହଷ୍ଟେଲର ୯୫ ହଜାର ବକେୟା ଫି’ ମଗାଯିବାରୁ ହୃଦୟେଶ କଲେଜ କର୍ତ୍ତୃପକ୍ଷଙ୍କୁ କହି ଶୁକ୍ରବାର ସାରେ ତାଙ୍କ ଆସବାବପତ୍ର ଧରି ହଷ୍ଟେଲ ଛାଡ଼ିଥିଲେ। ନିକଟରେ ଥିବା ସୁରଜ ପ୍ୟାଲେସକୁ ଆସି ରୁମ ନଂ.୧ରେ ରହିଥିଲେ। ହୋଟେଲ ରିସିପ୍‌ଶନ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ମୋବାଇଲରୁ ତାଙ୍କ ବାପାଙ୍କୁ ଫୋନ କରି ଜଣାଇଥିଲେ। ଶନିବାର ସକାଳେ ହୋଟେଲକୁ ଆସି ତାଙ୍କ ମା’ ଓ ସମ୍ପର୍କୀୟମାନେ ହୃଦୟେଶଙ୍କୁ ଦେଖାକରି ହଷ୍ଚେଲ ଯାଇଥିଲେ। ଏହାପରେ ସେମାନେ କଲେଜ ଯାଇ ହଷ୍ଟେଲ ମ୍ୟାନେଜରଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ବାପା ରାମକୃଷ୍ଣ, ମା’ ରାତିରେ ଥାନାକୁ ଆସି ହୃଦୟେଶ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ତଦନ୍ତବେଳେ ହୋଟେଲ ସିସିଟିଭିରୁ ପୋଲିସ ହୃଦୟେଶଙ୍କ ରହଣି, ମା’ ଓ ସମ୍ପର୍କୀୟଙ୍କ ଉପସ୍ଥିତି ଜାଣିବାକୁ ପାଇଥିଲା। ତେବେ ବାପା-ମା’ଙ୍କ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କ ନାଁରେ ମିଛ ଅଭିଯୋଗ ହୋଇଥିବା ସ୍ପଷ୍ଟ ହେବା ପରେ ପଚରାଉଚରା ପାଇଁ ପୋଲିସ ସେମାନଙ୍କୁ ଥାନାକୁ ଡକାଇଛି। ଡିସିପି ପ୍ରତୀକ ସିଂ କହିଛନ୍ତି, ତଦନ୍ତକୁ ତ୍ୱରାନ୍ବିତ କରାଯାଉଛି। ଉଦ୍ଦେଶ୍ୟ ଜଣାପଡ଼ିଲା ପରେ ଛାତ୍ରଙ୍କ ମା’ବାପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରାମକୃଷ୍ଣଙ୍କ ପୁଅ ହୃଦୟେଶ ଉକ୍ତ ଘରୋଇ କଲେଜ ହଷ୍ଟେଲରେ ରହି ଯୁକ୍ତ ୨ ବିଜ୍ଞାନରେ ପାଠ ପଢ଼ନ୍ତି। ତାଙ୍କର ଏହା ଦ୍ୱିତୀୟ ବର୍ଷ ଥିଲା। ଶନିବାର ହୃଦୟେଶ ହଷ୍ଟେଲରୁ ନିଖୋଜ ହୋଇଯାଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri