ନକଲି ଡାକ୍ତରଙ୍କ ଭଉଣୀ ଅଟକ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ବିଷୟରେ ଦିନକୁ ଦିନ ନୂଆ ତଥ୍ୟ ଆସିବାରେ ଲାଗିଛି। କେବଳ ରମେଶ ନୁହନ୍ତି, ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଏହି କଳାକାରନାମାରେ ସମ୍ପୃକ୍ତ ଅଛନ୍ତି। ବିଶେଷକରି ରମେଶଙ୍କ ଠକେଇ କାରନାମାରେ ଭଉଣୀ ରଶ୍ମିତା ବେହୁରା ସହଯୋଗ କରୁଥିବା ତଦନ୍ତରୁ ଜଣାପଡ଼ିଛି। ତେଣୁ କମିଶନରେଟ ପୋଲିସର ଏକ ଟିମ୍‌ ମଙ୍ଗଳବାର ଭୋର ସମୟରେ କେନ୍ଦ୍ରାପଡ଼ା ଜିଲା ଈଶ୍ୱରପୁରରେ ରଶ୍ମିତାଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ରଶ୍ମିତାଙ୍କୁ ଭୁବନେଶ୍ୱର ଆଣି ଏକ ଅଜ୍ଞାତ ସ୍ଥାନରେ ଅଟକ ରଖି ଜେରା କରୁଥିବା ଜଣାପଡ଼ିଛି। ତେବେ ପୋଲିସର ଚଢ଼ାଉ ସମ୍ପର୍କରେ ଜାଣିପାରି ରମେଶଙ୍କ ଭିଣୋଇ ଗଣେଶ୍ୱର ବେହୁରା ଖସି ପଳାଇଛନ୍ତି। ସେହିପରି କମିଶନରେଟ୍‌ ପୋଲିସର ଦୁଇଜଣିଆ ଟିମ୍‌ ମଙ୍ଗଳବାର ରମେଶଙ୍କ ପାଟପୁରା ଥାନା ଭଗବାନପୁରସ୍ଥିତ ସିଂହଳ ଗ୍ରାମରେ ଥିବା ପୈତୃକ ଘର ଉପରେ ଚଢ଼ାଉ କରି ବ୍ୟାଙ୍କ ସମ୍ବନ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।
ଗୃହ ପ୍ରବେଶ କରାଉଥିଲେ ଭଉଣୀ, ଭିଣୋଇ
ପୋଲିସ ସୂଚନା ଅନୁଯାୟୀ, ଭଉଣୀ ରଶ୍ମିତା ଏବଂ ଭିଣୋଇ ଗଣେଶ୍ୱର ଅଭିଯୁକ୍ତ ରମେଶଙ୍କ ସହ ସମସ୍ତ ଘଟଣାରେ ସମ୍ପୃକ୍ତ ଥିଲେ। ରମେଶ ଏକାଧିକ ବିବାହ କରୁଥିବାବେଳେ ଭଉଣୀ ଓ ଭିଣୋଇ ବରଯାତ୍ରୀରେ ଯାଉଥିଲେ। ନୂଆ ବୋହୂ ଘରକୁ ଆସିଲେ ଭଉଣୀ ଗୃହ ପ୍ରବେଶ ମଧ୍ୟ କରାଉଥିଲେ। ରମେଶ ଯାହା ଟଙ୍କା ଓ ଅଳଙ୍କାର ମହିଳାଙ୍କଠୁ ଠକି ଆଣୁଥିଲେ ଭଉଣୀ ଓ ଭିଣୋଇ ସେସବୁରୁ ଭାଗ ନେଉଥିଲେ। ଏହି କାରନାମାରେ ରମେଶଙ୍କ ପପୁ ନାମକ ଜଣେ ଡ୍ରାଇଭର ମଧ୍ୟ ସାମିଲ ଥିଲେ। ତାଙ୍କୁ ଧରିବାକୁ ପୋଲିସ ଖୋଳତାଡ଼ କରୁଛି। ତାଙ୍କର ଦ୍ୱିତୀୟ ସ୍ତ୍ରୀ ଠକେଇରେ ସାମିଲ ଥିବା ଅଭିଯୋଗ ହେବାପରେ ପୋଲିସ ତାଙ୍କୁ ଖୋଜିବାରେ ଲାଗିଛି। ଡ୍ରାଇଭର, ଭିଣୋଇ ଧରାପଡ଼ିଲେ ଲୁଚି ରହିଥିବା ଅନେକ ଗୋପନ ତଥ୍ୟ ପଦାକୁ ଆସିବ। ବୁଧବାର ରିମାଣ୍ଡର ୫ମ ତଥା ଶେଷ ଦିନ ହୋଇଥିବାବେଳେ ଭଉଣୀ ଓ ରମେଶଙ୍କୁ ସାମ୍ନାସାମ୍ନି ଜେରା କରିବାକୁ ପୋଲିସ ଚେଷ୍ଟା କରିବ ବୋଲି ଜଣାପଡ଼ିଛି।
ଚାରା ଆଣି ବ୍ୟବସାୟୀଙ୍କୁ ୪ ଲକ୍ଷ ଠକିଥିବା ଅଭିଯୋଗ
ରମେଶଙ୍କ ନାଁରେ ଠକେଇର ତାଲିକା ବଢ଼ିବାରେ ଲାଗିଛି। ଆନ୍ଧ୍ରପ୍ରଦେଶର ଭେଙ୍କଟ ରମଣ ନାମକ ଜଣେ ବ୍ୟବସାୟୀଙ୍କଠୁ ରମେଶ ୪ ଲକ୍ଷ ଟଙ୍କାର ଚାରା ଆଣି ଟଙ୍କା ଦେଇ ନ ଥିଲେ। ଏହାପରେ ଜାଲ୍‌ ଚେକ୍‌ ଦେଇ ତାଙ୍କୁ ଠକିଥିଲେ। ଏନେଇ ମଙ୍ଗଳବାର ବ୍ୟବସାୟୀଙ୍କ ପକ୍ଷରୁ ମହିଳା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଆଉ ଜଣେ ଡାକ୍ତର ରମେଶଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ଲାଇଫ୍‌ ସ୍ପାମ୍‌ କ୍ଲିନିକରେ ନନ୍‌-ବ୍ରାଣ୍ଡେଡ୍‌ ଔଷଧ ବିକ୍ରି କରିବାକୁ ବାଧ୍ୟ କରିବା ସହ ଦରମା ଦେଇ ନ ଥିବା ସେ ପୋଲିସକୁ କହିଛନ୍ତି। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଅଭିଯୁକ୍ତ ରମେଶ ନିଜକୁ ଡାକ୍ତର ପରିଚୟ ଦେଇ ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରୁଥିଲେ। ପରବର୍ତ୍ତୀ ସମୟରେ ଟଙ୍କା, ସୁନା ଓ ସମ୍ପତ୍ତି ଲୁଟୁଥିଲେ। ତାଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ଏବେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି।
୨୦୧୫ରେ ଡାଇବେଟିସ୍‌ କ୍ଲିନିକ ସିଲ୍‌ କରିଥିଲା ଡିଏମ୍‌ଇଟି
ଭୁବନେଶ୍ୱର ନୟାପଲ୍ଲୀ ଥାନା ଜୟଦେବ ବିହାର ଅଞ୍ଚଳରେ ରମେଶ ବେଆଇନ୍‌ ଭାବେ ଏକ ଡାଇବେଟିସ୍‌ କ୍ଲିନିକ୍‌ ଖୋଲିଥିଲେ। ସେ ଡାକ୍ତର ନ ହୋଇ ମଧ୍ୟ ରୋଗୀଙ୍କ ଚିକିତ୍ସା କରୁଥିଲେ। ସେଠାରେ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନ ଥିଲା। ଏପିରିକି କ୍ଲିନିକାଲ୍‌ ଆକ୍ରିଡେଶନ ଆକ୍ଟ ଅନୁଯାୟୀ ମଧ୍ୟ ରେଜିଷ୍ଟ୍ରେଶନ ହୋଇ ନ ଥିଲା। ରମେଶ ଉକ୍ତ କ୍ଲିନିକର ଡିଜିଟାଲ ମାଧ୍ୟମରେ ପ୍ରଚାର ପ୍ରସାର କରୁଥିଲେ। ରୋଗୀ ଫୋନ୍‌ କରିବା ପରେ ସେମାନଙ୍କ ଘରକୁ ଯାଇ ରମେଶ ଚିକିତ୍ସା କରୁଥିଲେ। ଅଭିଯୋଗ ହେବା ପରେ ୨୦୧୫ ନଭେମ୍ବର ୪ରେ ଡିଏମ୍‌ଇଟି ଓ ପୋଲିସ ମିଳିତ ଭାବେ ଚଢ଼ଉ କରି କ୍ଲିନିକ୍‌କୁ ସିଲ୍‌ କରିଥିଲେ। ସେତେବେଳେ ରମେଶ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri