ପୁଣି ରାସ୍ତାକୁ ଓହ୍ଲାଇଲେ ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର, ୧୯।୯ (ବ୍ୟୁରୋ):ପୁଣି ରାସ୍ତାକୁ ଓହ୍ଲାଇଛି ନିଖିଳ ଓଡ଼ିଶା ୬୬୨ (+୨ ଓ +୩) ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ। ପ୍ରସ୍ତାବିତ ତ୍ରୁଟିପୂର୍ଣ୍ଣ ଗ୍ରେଡ୍‌ ପେ’ ସଂଶୋଧନ ଓ ସମାନ କାମକୁ ସମାନ ଦରମା ବ୍ୟବସ୍ଥା ଦାବି କରି ରବିବାର ଲୋୟର ପିଏମ୍‌ଜିରେ ବିକ୍ଷୋଭ କରାଯାଇଥିଲା। ଏଥିରେ ୩୦ ଜିଲାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସାମିଲ ହୋଇଥିଲେ। ସଂଘ ସଭାପତି ଗୋଲକ ନାୟକଙ୍କ ଅଭିଯୋଗ ଅନୁଯାୟୀ, ଅନୁମତି, ସ୍ବୀକୃତି ଓ ସହବନ୍ଧନ ଥିବା ୬୬୨ ବର୍ଗ କଲେଜଗୁଡିକରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ଉଚ୍ଚଶିକ୍ଷା ବିଭାଗର ନୀତିନିୟମ ଆଧାରରେ ୧୯୯୨ ପୂର୍ବରୁ ନିଯୁକ୍ତି ପାଇଥିଲେ। ଅପରପକ୍ଷେ ୪୮୮ ବର୍ଗର କଲେଜରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନେ ୧୯୯୨ ପରେ ସର୍ତ୍ତଭିତ୍ତିକ ନିଯୁକ୍ତି ପାଇଥିଲେ। ୪୮୮ ବର୍ଗ ନିଯୁକ୍ତିକୁ ସରକାର ନିଷିଦ୍ଧ ଘୋଷଣା କରିଥିଲେ ହେଁ ୨୦୦୯ ଅନୁଦାନ ନୀତି ବଳରେ ସେମାନଙ୍କୁ ଅନୁଦାନ ପରିସରଭୁକ୍ତ କରାଯାଇଛି। ୨୦୧୪ ଓ ୨୦୧୮ ଅନୁଦାନ ଆଇନରେ ଉଭୟ ୬୬୨ ଓ ୪୮୮ ବର୍ଗ କଲେଜଗୁଡିକୁ ସମାନ ଦରମା ପ୍ରଦାନ କରି ସରକାର ତାରତମ୍ୟ ଦୂର କରିଥିବାବେଳେ ୨୦୦୮ ଜି.ଓ ଏବଂ ୨୦୦୯ ଜି.ଓ ନିମନ୍ତେ ତାରତମ୍ୟ ପ୍ରଦର୍ଶନ କରାଯାଉଥିଲା। ଏହି ଅସଙ୍ଗତି ଦୂର କରିବା ପାଇଁ ବାରମ୍ବାର ଦାବି ପରେ ୭ମ ବେତନ କମିଶନ ବିଜ୍ଞପ୍ତି ଅନୁଯାୟୀ ଉଭୟଙ୍କ ଦରମା ସମାନ କରାଯାଇଥିଲା। ୨୦୨୨ ଜାନୁୟାରୀ ୧ରୁ ୮ ମାସ ଧରି ଉଭୟ ବର୍ଗର ଅଧ୍ୟାପକମାନେ ସମାନ ଦରମା ପାଇଆସୁଛନ୍ତି। ମାତ୍ର ଉକ୍ତ ନିୟମକୁ ସଂଶୋଧନ କରିବା ପାଇଁ ଗତ ସେପ୍ଟେମ୍ବର ୮ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ବୈଠକ କରି ଏହି ନୂଆ ନିୟମକୁ ବଦଳାଇ ପୁଣି ଅସଙ୍ଗତି ସୃଷ୍ଟି କରିବା ପାଇଁ ମସୁଧା କରିଛନ୍ତି। ଏହି ନୂତନ ନିୟମ କାର୍ଯ୍ୟକାରୀ ହେଲେ ୬୬୨ ବର୍ଗ ଅଧ୍ୟାପକମାନେ ୪୮୮ ବର୍ଗର ଡେମୋନଷ୍ଟ୍ରେଟର, ଲାଇବ୍ରେରିଆନ୍‌, ପିଇଟିଙ୍କଠାରୁ ମଧ୍ୟ କମ୍‌ ଦରମା ପାଇବେ। ଏପରି କି ଏହି ବର୍ଗର ଅଣଶିକ୍ଷା କର୍ମଚାରୀମାନେ ମଧ୍ୟ ୪୮୮ ବର୍ଗ ଅଣଶିକ୍ଷା କର୍ମଚାରୀଙ୍କଠାରୁ କମ୍‌ ଦରମା ପାଇବେ। ଯଦି ସରକାର ଏହି ନିୟମରେ ସଂଶୋଧନ ଆଣନ୍ତି ତେବେ ପରିସ୍ଥିତି ଗମ୍ଭୀର ହୋଇପଡିବ। ଗ୍ରେଡ୍‌-ପେ ଆଧାରରେ ସମସ୍ତଙ୍କୁ ସମାନ ଦରମା ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?