Posted inଜାତୀୟ

୨୫ କୋଟି ଲଟେରି ଜିତିଲେ ଅଟୋଚାଳକ

ଥିରୁଭାନନ୍ତପୁରମ୍‌,୧୯।୯: କେରଳର ଜଣେ ଅଟୋ ଚାଳକ ୨୫ କୋଟି ଟଙ୍କାର ଲଟେରି ଜିତିଛନ୍ତି। ଅଟୋରୁ ରୋଜଗାର ଭଲ ହେଉ ନ ଥିବାରୁ କେରଳର ଶ୍ରୀବରହାମରେ ରହୁଥିବା ଅନୂପ ମାଲେସିଆରେ ରୋଷେୟା ଚାକିରି କରିବାକୁ ମନସ୍ଥିର କରିଥିଲେ। ଏଥିଲାଗି ବ୍ୟାଙ୍କରେ ୩ ଲକ୍ଷ ଟଙ୍କାର ଋଣ ମଞ୍ଜୁର ହୋଇଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ରବିବାର ଅନୂପ ଓମାନ ବମ୍ପର ଲଟେରି ଜିତିଯାଇଛନ୍ତି ।

ଶନିବାର ଟିଜେ ୭୫୦୬୦୫ ନମ୍ବର ଥିବା ଲଟେରିକୁ ସେ କିଣିଥିଲେ। ଅନୂପ ଦୀର୍ଘ ୨୨ ବର୍ଷ ଧରି ଲଟିରି କିଣି ଆସୁଛନ୍ତି। ଏବେ ଜିତିଥିବା ଟଙ୍କାରେ ପରିବାର ପାଇଁ ଗୋଟିଏ ଭଲ ଘର କରିବା ସହ ସେ କରିଥିବା ସମସ୍ତ କରଜ ଶୁଝିବେ ବୋଲି କହିଛନ୍ତି। ଟ୍ୟାକ୍ସ ବାବଦକୁ ୧୦ କୋଟି ଟଙ୍କା କଟିଯିବା ପରେ ତାଙ୍କୁ ପ୍ରାୟ ୧୫ କୋଟି ଟଙ୍କା ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଲଢ଼େଇରେ ବିଜୟୀ ହେଉଛନ୍ତି ଯୋଦ୍ଧା: ଯବାନଙ୍କ ସୁସ୍ଥ ହାର ୭୦ ପ୍ରତିଶତରୁ ଅଧିକ

ନୂଆଦିଲ୍ଲୀ, ୯।୬: କରୋନା ମହାମାରୀ ଯୋଗୁ ଭାରତୀୟ ସେନାରେ ମଧ୍ୟ ସଙ୍କଟ ଦେଖାଦେଇଛି। ତେବେ କରୋନା ଲଢ଼େଇରେ ଯବାନମାନେ ବିଜୟୀ ହେବାରେ ଲାଗିଛନ୍ତି। ଆକ୍ରାନ୍ତ ଯବାନଙ୍କ...

କଂଗ୍ରେସ ଛାଡ଼ିବେନି ସିଦ୍ଧୁ

ଅମୃତସର୍‌,୨୫ା୭(ପି.ଟି.): ପଞ୍ଜାବ ମନ୍ତ୍ରିମଣ୍ଡଳ ଅଦଳବଦଳରେ ଅସନ୍ତୁଷ୍ଟ ହୋଇ ମନ୍ତ୍ରୀପଦ ଛାଡ଼ିଥିବା ସିଦ୍ଧୁ କିଛିଦିନର ନୀରବତା ପରେ ବୁଧବାର ସମର୍ଥକଙ୍କୁ ଭେଟିଛନ୍ତି। ଅମୃତସର୍‌ସ୍ଥିତ ନିଜ ବାସଭବନରେ ସେ...

ଶଶିକଳାଙ୍କ ସହ କଥାବାର୍ତ୍ତା କରିବା ପଡିଲା ମହଙ୍ଗା: ୧୬ ନେତା ଦଳରୁ ବହିଷ୍କୃତ

ଚେନ୍ନାଇ,୧୪।୬: ଏଆଇଡିଏମ୍‌କେ ସୋମବାର ଦଳର ୧୬ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ନେତାମାନେ ଦଳର ପୂର୍ବତନ ନେତା ଭି.କେ ଶଶିକଳାଙ୍କ ସହ କଥାବାର୍ତ୍ତା...

ଏହି ସର୍ତ୍ତରେ ଭାଜପାକୁ ସମର୍ଥନ କରିବେ ମାୟାବତୀ

ଲକ୍ଷ୍ନୌ,୬।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିବା ବେଳେ ବହୁଜନ ସମାଜ...

ସୁପ୍ରିମ କୋର୍ଟଙ୍କ ବଡ଼ ନିଷ୍ପତ୍ତି: ସିବିଆଇ କରିବ ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ

ନୂଆଦିଲ୍ଲୀ, ୧୯।୮: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେବ। ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି...

ଅମରିନ୍ଦର କଲେ ଘୋଷଣା: ଗଢିବେ ନୂଆ ଦଳ

ଚଣ୍ଡିଗଡ,୨୦।୧୦: ଶେଷରେ ପଞ୍ଜାବରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବେ ପାଇଁ କ୍ୟାପଟେନ ଅମରିନ୍ଦର ସିଂ। ଏନେଇ ସେ ବୁଧବାର ଘୋଷଣା କରିଛନ୍ତି। ଏହି...

‘ବୟଫ୍ରେଣ୍ଡ୍‌ ସହ ପୀଡ଼ିତାଙ୍କୁ ଜଙ୍ଗଲ ଯିବାର ନ ଥିଲା’

ନୂଆଦିଲ୍ଲୀ,୨୬।୮: କର୍ନାଟକର ମାହୀଶୂରରେ ମଙ୍ଗଳବାର ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କ ବୟଫ୍ରେଣ୍ଡ୍‌ଙ୍କୁ ଆକ୍ରମଣ କରାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ଏକ...

ସୌଦି ଆରବରେ ଭାରତୀୟ ହିନ୍ଦୁଙ୍କ ମୃତଦେହକୁ ପୋତା ଯାଇଥିବା ଅଭିଯୋଗ

ନୂଆଦିଲ୍ଲୀ,୧୬।୩ : ଦିଲ୍ଲୀ ହାଇକୋର୍ଟଙ୍କ ସାମ୍ନାକୁ ଆସିଛି ଏକ ବିଚିତ୍ର ମାମଲା। ସୌଦି ଆରବରେ ଜଣେ ଭାରତୀୟ ହିନ୍ଦୁଙ୍କୁ ଭୁଲ ବଶତଃ ମୁସଲିମ ପରମ୍ପରା ରୀତିନୀତିରେ...

Advertisement
Archives

Model This Week