୫୫ନଂ.ଏନ୍‌ଏଚ୍‌ ସମ୍ପ୍ରସାରଣ ସରୁନାହିଁ

ଯାଜପୁର ଅଫିସ,୨୨।୯: କଟକ-ଅନୁଗୋଳ ଓ ସମ୍ବଲପୁର-ଅନୁଗୋଳ ସେକ୍ସନ ୫୫ ନଂ. ଜାତୀୟ ରାଜପଥ(ଏନ୍‌ଏଚ୍‌) ୪ ଲେନ୍‌ ସମ୍ପ୍ରସାରଣ କାମର ଅଗ୍ରଗତି ବାଧାପ୍ରାପ୍ତ ହେଉଛି। ଠିକାସଂସ୍ଥା ଗାୟତ୍ରୀର ଦୁର୍ବଳ ଆର୍ଥିକ ପରିଚାଳନା ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏହାବାଦ୍‌ ଜବରଦଖଲ, ଜମି ଅଧିଗ୍ରହଣ, ହାତୀ ଚଲାପଥ, ଓପିଟିସିଏଲ୍‌ ଟାୱାର ସ୍ଥାନାନ୍ତରଣ ଆଦି ପ୍ରତିବନ୍ଧକ ଯୋଗୁ ଏହି ଜାତୀୟ ରାଜପଥ କାମ ସରିବାକୁ ବିଳମ୍ବ ଘଟିଛି । ଓଡ଼ିଶା ନିର୍ମାଣ ବିଭାଗ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏପରି ମତପ୍ରକାଶ ପାଇଛି। ଯାଜପୁର-ଭୁବନେଶ୍ୱର ୧୬ନଂ. ଏନ୍‌ଏଚ୍‌କୁ ସଂଯୋଗ କରୁଥିବା ଏହି ରାଜପଥ ଉପରେ ନିର୍ଭରଶୀଳ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା, କଟକ, ଅନୁଗୋଳ, ସମ୍ବଲପୁର, ଢେଙ୍କାନାଳ ଆଦି ଜିଲାବାସୀ ଏଥିପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜମି ଅଧିଗ୍ରହଣ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ଅନୁଗୋଳ ଓ ସମ୍ବଲପୁର ଜିଲାପାଳଙ୍କୁ ଅତିରିକ୍ତ ମୁଖ୍ୟଶାସନ ସଚିବ ଉକ୍ତ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ନିର୍ମାଣ ବିଭାଗର ଅତିରିକ୍ତ ସଚିବ ହେମନ୍ତ କୁମାର ଦତ୍ତ ୨୦ା୯ା୨୦୨୧ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ପ୍ରିନ୍ସପାଲ ସେକ୍ରେଟାରୀଙ୍କୁ ଦେଇଥିବା ଉକ୍ତ ବୈଠକ ବିବରଣୀରୁ ଉକ୍ତ ସୂଚନା ମିଳିଛି।
ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ସିଜିଏମ୍‌ ଆର୍‌.ପି. ପଣ୍ଡାଙ୍କ ବିବୃତି ଅନୁସାରେ ଅନୁଗୋଳ-ସମ୍ବଲପୁର ଏନ୍‌ଏଚ୍‌-୫୫ର ୧୫୩ କି.ମି. ମଧ୍ୟରୁ ୯୫ କି.ମି. ୪ ଲେନ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହାବାଦ୍‌ ଅନୁଗୋଳ କମ୍ପିଟେଣ୍ଟ ଅଥରିଟି ଅଫ୍‌ ଲ୍ୟାଣ୍ଡ ଆକ୍ୟୁଜିଶନ (ସିଏଏଲ୍‌ଏ) ପାଖରେ ୩୧.୨୭ କୋଟି ଟଙ୍କା ଏବଂ ସମ୍ବଲପୁର ସିଏଏଲ୍‌ଏ ନିକଟରେ ୧୨.୮୨ କୋଟି ଟଙ୍କା ଜମି ଅଧିଗ୍ରହଣ କ୍ଷତିପୂରଣ ବାବଦ ଅର୍ଥ ପଡ଼ିରହିଛି। ଏହାବାଦ୍‌ ଅନୁଗୋଳ ଜିଲାର ଦଖଲ ୧.୫ ଏକର ଜମି ହସ୍ତାନ୍ତର ହୋଇପାରିନାହିଁ। ସମ୍ବଲପୁର ଜିଲା ଜୁଜୁମୁରା ନିକଟରେ ଥିବା ଓପିଟିସିଏଲ୍‌ର ୪୦୦ କେଭି କ୍ଷମତା ବିଶିଷ୍ଟ ୮ଟି ଟାୱାର ସ୍ଥାନାନ୍ତର ହୋଇପାରି ନାହିଁ। ଏଥିପାଇଁ ଓପିଟିସିଏଲ୍‌ ୪.୧୫ କୋଟି ଟଙ୍କା ଦାବି କରିଛି। ତେବେ ଏନ୍‌ଏଚ୍‌ଏଆଇ ଏହାର ପୁନଃ ବିଚାର କରିବାକୁ ଓପିଟିସିଏଲ୍‌କୁ ଅନୁରୋଧ କରିଛି। ଜବରଦଖଲ, କୋଭିଡ୍‌-୧୯ ଓ ଦୁର୍ବଳ ଆର୍ଥତ୍କ କାରବାର ପ୍ରକଳ୍ପର ଅଗ୍ରଗତିରେ ବାଧକ ସାଜିଛି ବୋଲି ପଣ୍ଡା କହିଛନ୍ତି। ଏନ୍‌ଏଚ୍‌-୫୫ କଟକ-ଅନୁଗୋଳ ସେକ୍ସନର ୧୧୨ କି.ମି. ରାସ୍ତା ସମ୍ପ୍ରସାରଣରେ ୭ଟି ଏଲିଫ୍ୟାଣ୍ଟ ଅଣ୍ଡର ପାସ୍‌(ଇୟୁପି) ମଧ୍ୟରୁ ୪ଟି ସ୍ଥାନରେ କାମ ଚାଲିଛି। ତେବେ ଲୋକଙ୍କ ଅସନ୍ତୋଷ କାରଣରୁ ୧୩.୭୯୦ କି.ମି. ଦୂରତାରେ ସ୍ଥାନ ଚିହ୍ନଟର ପୁଣି ଆବଶ୍ୟକତା ରହିଛି, ଯାହାକି ଜଙ୍ଗଲ ବିଭାଗରେ ବିଚାରାଧୀନ ରହିଛି। ଅନ୍ୟତ୍ର ୬୧.୫୭୦ କି.ମି. ସ୍ଥାନରେ ଲୋକଙ୍କ ଆନ୍ଦୋଳନ ଓ ୧୮.୭୮୫ କିମି ସ୍ଥାନରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଯୋଗୁ ଇୟୁପି ପ୍ରକଳ୍ପ ବନ୍ଦ କରିବାର ଜରୁରୀ ହୋଇଛି। ଏହାବାଦ୍‌ ଅନୁଗୋଳ ବାଇପାସ୍‌ ରାସ୍ତାରେ ଭର୍ଟିକଲ କ୍ଲିୟରାନ୍ସ ହୋଇ ପାରି ନ ଥିବା କାରଣରୁ ଏହି ରାସ୍ତା ଶେଷ ହେବାରେ ବାଧକ ସାଜିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେଣୁ ଗାୟତ୍ରୀ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କ ସହ ସ୍ବତନ୍ତ୍ର ବୈଠକ ଓ ଜଙ୍ଗଲ ବିଭାଗ ଦ୍ୱାରା ଇୟୁପି ସମସ୍ୟାର ସମାଧାନ କରିବାକୁ ସଚିବ ଗୁରୁତ୍ୱାରୋପ କରିଥିଲେ।
ସୂଚନାଯୋଗ୍ୟ, ଉପରୋକ୍ତ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ୨୦୧୮ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେତେବେଳେ ୨୦୨୦ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟ ସମ୍ପନ୍ନ କରିବାକୁ ଧାର୍ଯ୍ୟ ହୋଇଥିଲା। ଏହିକ୍ରମରେ ଗାୟତ୍ରୀ ଠିକାସଂସ୍ଥାକୁ କାର୍ଯ୍ୟ ଦାୟିତ୍ୱ ଦିଆଯାଇଥିଲା। ଏହାର ସମୟ ଅବଧି କ୍ରମଶଃ ବୃଦ୍ଧି ପାଇ ୩୦ା୬ା୨୦୨୨ରେ ପହଞ୍ଚତ୍ଛି। ସମ୍ପ୍ରସାରଣ କାମ ପ୍ରାୟ ୪୦% ବାକି ରହିଥିବାରୁ ଉପରୋକ୍ତ ସମୟ ସୀମା ପୂର୍ବରୁ ଶେଷ ହେବା ସମ୍ଭବ ନୁହେଁ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri