୫୫ନଂ.ଏନ୍‌ଏଚ୍‌ ସମ୍ପ୍ରସାରଣ ସରୁନାହିଁ

ଯାଜପୁର ଅଫିସ,୨୨।୯: କଟକ-ଅନୁଗୋଳ ଓ ସମ୍ବଲପୁର-ଅନୁଗୋଳ ସେକ୍ସନ ୫୫ ନଂ. ଜାତୀୟ ରାଜପଥ(ଏନ୍‌ଏଚ୍‌) ୪ ଲେନ୍‌ ସମ୍ପ୍ରସାରଣ କାମର ଅଗ୍ରଗତି ବାଧାପ୍ରାପ୍ତ ହେଉଛି। ଠିକାସଂସ୍ଥା ଗାୟତ୍ରୀର ଦୁର୍ବଳ ଆର୍ଥିକ ପରିଚାଳନା ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏହାବାଦ୍‌ ଜବରଦଖଲ, ଜମି ଅଧିଗ୍ରହଣ, ହାତୀ ଚଲାପଥ, ଓପିଟିସିଏଲ୍‌ ଟାୱାର ସ୍ଥାନାନ୍ତରଣ ଆଦି ପ୍ରତିବନ୍ଧକ ଯୋଗୁ ଏହି ଜାତୀୟ ରାଜପଥ କାମ ସରିବାକୁ ବିଳମ୍ବ ଘଟିଛି । ଓଡ଼ିଶା ନିର୍ମାଣ ବିଭାଗ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏପରି ମତପ୍ରକାଶ ପାଇଛି। ଯାଜପୁର-ଭୁବନେଶ୍ୱର ୧୬ନଂ. ଏନ୍‌ଏଚ୍‌କୁ ସଂଯୋଗ କରୁଥିବା ଏହି ରାଜପଥ ଉପରେ ନିର୍ଭରଶୀଳ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା, କଟକ, ଅନୁଗୋଳ, ସମ୍ବଲପୁର, ଢେଙ୍କାନାଳ ଆଦି ଜିଲାବାସୀ ଏଥିପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜମି ଅଧିଗ୍ରହଣ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ଅନୁଗୋଳ ଓ ସମ୍ବଲପୁର ଜିଲାପାଳଙ୍କୁ ଅତିରିକ୍ତ ମୁଖ୍ୟଶାସନ ସଚିବ ଉକ୍ତ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ନିର୍ମାଣ ବିଭାଗର ଅତିରିକ୍ତ ସଚିବ ହେମନ୍ତ କୁମାର ଦତ୍ତ ୨୦ା୯ା୨୦୨୧ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ପ୍ରିନ୍ସପାଲ ସେକ୍ରେଟାରୀଙ୍କୁ ଦେଇଥିବା ଉକ୍ତ ବୈଠକ ବିବରଣୀରୁ ଉକ୍ତ ସୂଚନା ମିଳିଛି।
ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ସିଜିଏମ୍‌ ଆର୍‌.ପି. ପଣ୍ଡାଙ୍କ ବିବୃତି ଅନୁସାରେ ଅନୁଗୋଳ-ସମ୍ବଲପୁର ଏନ୍‌ଏଚ୍‌-୫୫ର ୧୫୩ କି.ମି. ମଧ୍ୟରୁ ୯୫ କି.ମି. ୪ ଲେନ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହାବାଦ୍‌ ଅନୁଗୋଳ କମ୍ପିଟେଣ୍ଟ ଅଥରିଟି ଅଫ୍‌ ଲ୍ୟାଣ୍ଡ ଆକ୍ୟୁଜିଶନ (ସିଏଏଲ୍‌ଏ) ପାଖରେ ୩୧.୨୭ କୋଟି ଟଙ୍କା ଏବଂ ସମ୍ବଲପୁର ସିଏଏଲ୍‌ଏ ନିକଟରେ ୧୨.୮୨ କୋଟି ଟଙ୍କା ଜମି ଅଧିଗ୍ରହଣ କ୍ଷତିପୂରଣ ବାବଦ ଅର୍ଥ ପଡ଼ିରହିଛି। ଏହାବାଦ୍‌ ଅନୁଗୋଳ ଜିଲାର ଦଖଲ ୧.୫ ଏକର ଜମି ହସ୍ତାନ୍ତର ହୋଇପାରିନାହିଁ। ସମ୍ବଲପୁର ଜିଲା ଜୁଜୁମୁରା ନିକଟରେ ଥିବା ଓପିଟିସିଏଲ୍‌ର ୪୦୦ କେଭି କ୍ଷମତା ବିଶିଷ୍ଟ ୮ଟି ଟାୱାର ସ୍ଥାନାନ୍ତର ହୋଇପାରି ନାହିଁ। ଏଥିପାଇଁ ଓପିଟିସିଏଲ୍‌ ୪.୧୫ କୋଟି ଟଙ୍କା ଦାବି କରିଛି। ତେବେ ଏନ୍‌ଏଚ୍‌ଏଆଇ ଏହାର ପୁନଃ ବିଚାର କରିବାକୁ ଓପିଟିସିଏଲ୍‌କୁ ଅନୁରୋଧ କରିଛି। ଜବରଦଖଲ, କୋଭିଡ୍‌-୧୯ ଓ ଦୁର୍ବଳ ଆର୍ଥତ୍କ କାରବାର ପ୍ରକଳ୍ପର ଅଗ୍ରଗତିରେ ବାଧକ ସାଜିଛି ବୋଲି ପଣ୍ଡା କହିଛନ୍ତି। ଏନ୍‌ଏଚ୍‌-୫୫ କଟକ-ଅନୁଗୋଳ ସେକ୍ସନର ୧୧୨ କି.ମି. ରାସ୍ତା ସମ୍ପ୍ରସାରଣରେ ୭ଟି ଏଲିଫ୍ୟାଣ୍ଟ ଅଣ୍ଡର ପାସ୍‌(ଇୟୁପି) ମଧ୍ୟରୁ ୪ଟି ସ୍ଥାନରେ କାମ ଚାଲିଛି। ତେବେ ଲୋକଙ୍କ ଅସନ୍ତୋଷ କାରଣରୁ ୧୩.୭୯୦ କି.ମି. ଦୂରତାରେ ସ୍ଥାନ ଚିହ୍ନଟର ପୁଣି ଆବଶ୍ୟକତା ରହିଛି, ଯାହାକି ଜଙ୍ଗଲ ବିଭାଗରେ ବିଚାରାଧୀନ ରହିଛି। ଅନ୍ୟତ୍ର ୬୧.୫୭୦ କି.ମି. ସ୍ଥାନରେ ଲୋକଙ୍କ ଆନ୍ଦୋଳନ ଓ ୧୮.୭୮୫ କିମି ସ୍ଥାନରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଯୋଗୁ ଇୟୁପି ପ୍ରକଳ୍ପ ବନ୍ଦ କରିବାର ଜରୁରୀ ହୋଇଛି। ଏହାବାଦ୍‌ ଅନୁଗୋଳ ବାଇପାସ୍‌ ରାସ୍ତାରେ ଭର୍ଟିକଲ କ୍ଲିୟରାନ୍ସ ହୋଇ ପାରି ନ ଥିବା କାରଣରୁ ଏହି ରାସ୍ତା ଶେଷ ହେବାରେ ବାଧକ ସାଜିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେଣୁ ଗାୟତ୍ରୀ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କ ସହ ସ୍ବତନ୍ତ୍ର ବୈଠକ ଓ ଜଙ୍ଗଲ ବିଭାଗ ଦ୍ୱାରା ଇୟୁପି ସମସ୍ୟାର ସମାଧାନ କରିବାକୁ ସଚିବ ଗୁରୁତ୍ୱାରୋପ କରିଥିଲେ।
ସୂଚନାଯୋଗ୍ୟ, ଉପରୋକ୍ତ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ୨୦୧୮ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେତେବେଳେ ୨୦୨୦ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟ ସମ୍ପନ୍ନ କରିବାକୁ ଧାର୍ଯ୍ୟ ହୋଇଥିଲା। ଏହିକ୍ରମରେ ଗାୟତ୍ରୀ ଠିକାସଂସ୍ଥାକୁ କାର୍ଯ୍ୟ ଦାୟିତ୍ୱ ଦିଆଯାଇଥିଲା। ଏହାର ସମୟ ଅବଧି କ୍ରମଶଃ ବୃଦ୍ଧି ପାଇ ୩୦ା୬ା୨୦୨୨ରେ ପହଞ୍ଚତ୍ଛି। ସମ୍ପ୍ରସାରଣ କାମ ପ୍ରାୟ ୪୦% ବାକି ରହିଥିବାରୁ ଉପରୋକ୍ତ ସମୟ ସୀମା ପୂର୍ବରୁ ଶେଷ ହେବା ସମ୍ଭବ ନୁହେଁ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?