ଆନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗକୁ ଖୋଜୁଛି ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ):ସାଧାରଣ ଲୋକଙ୍କୁ ଫସାଇ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କରେ ବହୁ ଆକାଉଣ୍ଟ ଖୋଲିଛି ଆନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗ। ଓଡ଼ିଶା ସମେତ ସାରା ଦେଶରେ ଏହାର ର଼୍ୟାକେଟ କାର୍ଯ୍ୟ କରୁଛି। ଉକ୍ତ ଆକାଉଣ୍ଟ ମାଧ୍ୟମରେ ବେଆଇନ ଅର୍ଥ କାରବାର ହେଉଥିବା ସୂଚନା ମିଳିବା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଓଡ଼ିଶାରେ ଆକାଉଣ୍ଟ ଖୋଲାଇବାରେ ସହଯୋଗ କରିଥିବା ଏଜେଣ୍ଟଙ୍କୁ ପଚରାଉଚରା କରିବା ସହ ଏହି ବେଆଇନ ଅର୍ଥ କାରବାର ପଛରେ ସମ୍ପୃକ୍ତ ଅପରାଧୀ ଗ୍ୟାଙ୍ଗକୁ ଧରିବାକୁ ଇଓଡବ୍ଲ୍ୟୁ ଉଦ୍ୟମ ଚଳାଇଛି।
ଇଓଡବ୍ଲ୍ୟୁ ତଦନ୍ତବେଳେ ଜାଣିବାକୁ ପାଇଛି ଯେ, ରାଜସ୍ଥାନର ଯଶପାଲ ସିଂ ଏବଂ ତାଙ୍କର ୨ ଜଣ ସହଯୋଗୀ ଗତ ମାର୍ଚ୍ଚରେ ଭୁବନେଶ୍ୱର କଳ୍ପନା ଛକଠାରେ ସୁବିର ବେନିୟାଙ୍କ ସମେତ ତାଙ୍କ ବନ୍ଧୁ ରାଜେନ୍ଦ୍ର ହରିଜନ, ଉପେନ୍ଦ୍ର ସମର୍ଥ ଓ ଧନସିଂ ହରିଜନଙ୍କ ସହ ଭେଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ଆପରାଧିକ ଯୋଜନା ପାଇଁ ଡିଲ୍‌ ହୋଇଥିଲା। ସେହି ଅନୁସାରେ, ସୁବିର ବେନିୟା ଏବଂ ତାଙ୍କ ସାଙ୍ଗମାନେ ଉକ୍ତ ଅପରାଧୀ ଗ୍ୟାଙ୍ଗକୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କରେ ବହୁ ଆକାଉଣ୍ଟ ଖୋଲି ଉକ୍ତ ନମ୍ବର ପଠାଇବେ ବୋଲି କହିଥିଲେ। ଏଥିସହ ଗ୍ୟାଙ୍ଗ ଦେଇଥିବା ନମ୍ବରକୁ ସେମାନେ ଉକ୍ତ ବ୍ୟାଙ୍କରେ ଯୋଡ଼ିବାକୁ କଥା ହୋଇଥିଲେ। ଏହାପରେ ସୁବିର ବେନିୟା ଏବଂ ତାଙ୍କ ସାଙ୍ଗମାନେ ନବରଙ୍ଗପୁରର ସାଧାରଣ ଲୋକଙ୍କୁ ଫସାଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଭଳି ସରକାରୀ ଯୋଜନାରେ ଟଙ୍କା ଆସିବାର ପ୍ରତିଶ୍ରୁତି ଦେଇ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କରେ ଏକାଧିକ ଆକାଉଣ୍ଟ ଖୋଲିଥିଲେ। ଏଥିରେ ଗ୍ରାମ ଡାକ ସେବକ ଏବଂ ବ୍ରାଞ୍ଚ୍‌ ଆସିଷ୍ଟାଣ୍ଟ୍‌ ପୋଷ୍ଟମାଷ୍ଟର ମଧ୍ୟ ସହଯୋଗ କରିଥିଲେ। ତେବେ ତଦନ୍ତ ସମୟରେ ନବରଙ୍ଗପୁର ଜିଲାର ଧାନସୁଳି, ଭୁଜିଆଗଡୁ ଏବଂ ମୁଷାପାଳ ଅଞ୍ଚଳରେ ଥିବା ବ୍ରାଞ୍ଚ୍‌ରେ ପ୍ରାୟ ୨୫୦ଟି ଆକାଉଣ୍ଟ ଖୋଲାଯାଇଥିଲା। ତେବେ କେତେକ ଆକାଉଣ୍ଟରେ ବେଆଇନ ଅର୍ଥ କାରବାର ହୋଇଥିବା ଇଓଡବ୍ଲ୍ୟୁ ତଦନ୍ତବେଳେ ଜାଣିବାକୁ ପାଇଛି। ସେପ୍ଟେମ୍ବର ୨୩ରେ ତାମିଲନାଡ଼ୁର ଜଣେ ବାସିନ୍ଦାଙ୍କ ଅଭିଯୋଗ ଆଧାରରେ ଏକ ଅପହରଣ ମାମଲା ରୁଜୁ ହୋଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପଚରାଉଚରାବେଳେ ସେ ବେଆଇନ ଭାବେ ନେଇଥିବା ଅର୍ଥକୁ ଉମରକୋଟ ଅଞ୍ଚଳର ୪ ଜଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ପଠାଇଥିବା କହିଥିଲେ। ତେଣୁ ଏହି ଗ୍ୟାଙ୍ଗ ବେଆଇନ୍‌ ଅର୍ଥ କାରବାର ପାଇଁ ଏଭଳି ଆକାଉଣ୍ଟ ଖୋଲୁଥିବା ସ୍ପଷ୍ଟ ହୋଇଛି। ରାଜ୍ୟର ଅନ୍ୟ ଜିଲାରେ ମଧ୍ୟ ଆକାଉଣ୍ଟ ଖୋଲାଯାଇଥିବା ବେଳେ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ମୁମ୍ବାଇ ଓ ଜମ୍ମୁ-କଶ୍ମୀର ଆଦି ସ୍ଥାନରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କରେ ଏଭଳି ବହୁ ଆକାଉଣ୍ଟ ଖୋଲି ଅପରାଧୀ ଗ୍ୟାଙ୍ଗ ବେଆଇନ ଅର୍ଥ କାରବାର କରୁଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି। ତେବେ କିଛିଦିନ ମଧ୍ୟରେ ଇଓଡବ୍ଲ୍ୟୁ ଏହି ଗ୍ୟାଙ୍ଗର ଏଜେଣ୍ଟମାନଙ୍କୁ ଗିରଫ କରିପାରେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri