ଚିରସ୍ରୋତା ଗୋବରୀ ନଦୀ ଏବେ ବିଷମୟ

ମହାକାଳପଡ଼ା, ୬ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା-ଯାଜପୁର ଲଳିତଗିରି ଓଳାଶୁଣୀ ପାହାଡ଼ ପାଦଦେଶରୁ ପ୍ରବାହିତ ଚିରସ୍ରୋତା ଗୋବରୀ ନଦୀ କେନ୍ଦ୍ରାପଡ଼ା ମଧ୍ୟ ଦେଇ ଜମ୍ବୁ ସଂଲଗ୍ନ ବଙ୍ଗୋପସାଗର ଚଟକା ହ୍ରଦରେ ମିଶିଛି। ଏବେ ଏହା ଅବହେଳିତ ହୋଇ ବିଷାକ୍ତ ହେବାରେ ଲାଗିଛି। ପ୍ରାଚୀନ ଓଳାଶୁଣୀ ଗୁମ୍ଫା ପାହାଡ଼ରୁ ପ୍ରବାହିତ ଗୋବରୀ ସମୟ କ୍ରମେ ପଠା ସୃଷ୍ଟି ହୋଇ ପୋତି ହୋଇଯାଇଥିବା ଦେଖିବାକୁ ମିଳୁଛି। ଗୋବରୀ ନଦୀ ପଥରେ ସମୁଦ୍ରରୁ ବ୍ରିଟିଶ ଶାସକମାନେ ଷ୍ଟିମର ଯୋଗେ ବାଣିଜ୍ୟ ବ୍ୟବସାୟ କରୁଥିଲେ। ଓଡ଼ିଶାର ପ୍ରମୁଖ ହଜାର ବର୍ଷର ପ୍ରାଚୀନ ନୌବାଣିଜ୍ୟ କେନ୍ଦ୍ର କଟକ ଜୋବ୍ରାକୁ ଜଳପଥରେ ପରିବହନ କରାଯାଉଥିଲା। ପୂର୍ବପରି ଚିରସ୍ରୋତା ଗୋବରୀ ନଦୀ ମଝିରେ ବାଲି, ମାଟି, ପଙ୍କ, ଛୋଟ ଛୋଟ ଗଛଲତା, କଲିକତି ଦଳରେ ପରିପୂର୍ଣ୍ଣ ହୋଇଛି। ଦିନ ଥିଲା ଏହି ଗୋବରୀ ନଦୀରେ ଇଲିଶି, ଭେକ୍ଟା, ଖଙ୍ଗା, ବଡ଼ ଚିଙ୍ଗୁଡ଼ି, ଶାଆଳ, ଚିତଳ ସମେତ ବହୁ ପ୍ରଜାତିର ମାଛ ଧରି ସ୍ଥାନୀୟ ଧୀବର ଗୁଜୁରାଣ ମେଣ୍ଟାଉଥିଲେ। ପୂର୍ବପରି ମାଛ ମିଳୁନାହିଁ। କାରଣ ମାଛବଂଶ ଧୀରେ ଧୀରେ ଲୋପପାଇବାକୁ ବସିଲାଣି। ପୂର୍ବରୁ ନଦୀରେ ଧୀବରମାନେ ମାଛ ଧରି ପରିବାର ପ୍ରତିପୋଷଣ କରୁଥଲେ। ମାତ୍ର ସେଥିରୁ ଏବେ ଦିନକୁ ୨ କିଲୋ ମାଛ ଧରିବା କଷ୍ଟସାଧ୍ୟ ହେଉଥିବା ଓରତ, ଅଳାଇଲୋ ଅଞ୍ଚଳର କେତେଜଣ ପାରମ୍ପରିକ ମତ୍ସ୍ୟଜୀବୀ କହିଛନ୍ତି। ସେହିପରି ପ୍ରାଚୀନ ଓରତ ଘାଟଠାରେ ଏକ ସେତୁ ନିର୍ମାଣ ପରେ ଉଭୟ ପାର୍ଶ୍ୱରେ ବୃହତ୍‌ ପଠା ସୃଷ୍ଟି ହୋଇଛି। ଏହି ପଠାରେ ବର୍ଷ ସାରା ଦେଶୀ ବିଦେଶୀ ପକ୍ଷୀଙ୍କ ଆଡ୍ଡା ଜମାଇବା ଦେଖିବାକୁ ମିଳେ। ଅପରପକ୍ଷରେ ଗୋବରୀ ନଦୀର ରଡ଼ିଆ, କାଉସପାଳ, ଭାଟେଣି ଆଦି ଅଞ୍ଚଳଗୁଡ଼ିକରେ ପଠା ଦେଖିବାକୁ ମିଳୁଛି। ନଦୀରେ ବହୁ ସଂଖ୍ୟାରେ ବଉଳା କୁମ୍ଭୀରଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ , ଲକ୍ଷ୍ମୀକାନ୍ତ ସ୍ବାଇଁ ପ୍ରମୁଖ କହିଛନ୍ତି।
ଏହି ଗୋବରୀ ନଦୀରେ କେତେଜଣ ଦୁର୍ବୃତ୍ତ ବିଳମ୍ବିତ ରାତିରେ ସାମୁଦ୍ରିକ ଜୁଆର ସମୟରେ ବିଷ ପକାଇ ମୂଲ୍ୟବାନ ମାଛ ମାରୁଛନ୍ତି। ବିଶେଷକରି ବଡ଼ ବଡ଼ ଚିଙ୍ଗୁଡ଼ି ବିଷ ନିଶାରେ କୂଳରେ ଲାଗିଥାନ୍ତି। ପରେ ସକାଳୁ ସକାଳୁ ନଦୀ କୂଳରୁ ଚିଙ୍ଗୁଡ଼ି ଧରି କିଲୋ ପ୍ରତି ୫ ଶହରୁ ହଜାର ଟଙ୍କା ପର୍ଯ୍ୟନ୍ତ ସ୍ଥାନୀୟ ମାଛ ଗଦିରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଫଳରେ ନଦୀପାଣି ବିଷାକ୍ତ ହେଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ସାଧାରଣତଃ ନଦୀ କୂଳିଆ ଗଁାର ଲୋକ ଏହି ନଦୀ ଜଳକୁ ନିତ୍ୟ ବ୍ୟବହୃତ କରିଥାନ୍ତି। ସେହିପରି ନଦୀରେ ଗାଧୋଇବାଠାରୁ ଆରମ୍ଭକରି ଗୃହପାଳିତ ପ୍ରାଣୀମାନଙ୍କୁ ନଦୀର ଜଳକୁ ବ୍ୟବାହର କରାଯାଇଥାଏ। ଦୁର୍ବୃତ୍ତମାନେ ନଦୀରେ ବିଷ ପକାଇବା ଦ୍ୱାରା ଏହାର ପ୍ରଭାବରେ ଶରୀରରେ ବିଭିନ୍ନ ଚର୍ମରୋଗ ଓ ଅନ୍ୟ ମାରାତ୍ମକ ରୋଗର ଶିକାର ପ୍ରାଣୀମାନେ ହେଉଛନ୍ତି। ସ୍ଥାନୀୟ ଲୋକ ନଦୀକୁ ଶୌଚହେବାକୁ ଯାଇ କୁମ୍ଭୀର ଆକ୍ରମଣରେ ଶିକାର ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ନଦୀ କେନ୍ଦ୍ରାପଡ଼ାଠାରୁ ଜମ୍ବୁ ପର୍ଯ୍ୟନ୍ତ ଖନନ ପାଇଁ ଜଳସେଚନ ବିଭାଗ (ଜଳନିକାଶ ବିଭାଗ) ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ ହେଉଥିବା ପ୍ରାରମ୍ଭିକ ସୂଚନା ମିଳିଛି। ଏଥିପାଇଁ ୮ ଶହ କୋଟି ଟଙ୍କାର ଏକ ପ୍ରସ୍ତାବିତ ମେଗା ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ନଦୀ କୂଳିଆ ଚାଷ ଜମିଗୁଡ଼ିକରେ ବିଭିନ୍ନ ପ୍ରକାର ପନିପରିବା ଫସଲ, ଧାନ, ମୁଗ, ବିରି, ଆଳୁ, ଲଙ୍କା ଆଦି ଚାଷ କରାଯାଉଥିବା ଦେଖିବାକୁ ମିଳେ। ପ୍ରାଚୀନ ଚିରସ୍ରୋତା ଗୋବରୀ ନଦୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?