ଅନ୍‌ଲାଇନ୍‌ ଠକେଇର ଶିକାର ହେଲେ ଯନ୍ତ୍ରୀ

ଉମରକୋଟ,୯।୫(ସ୍ବ.ପ୍ର.): ଅନଲାଇନ୍‌ ଠକେଇର ଶିକାର ହୋଇଛନ୍ତି ଜଣେ ଯନ୍ତ୍ରୀ। ସେ ହେଲେ ଛତିଶଗଡ଼ ଦୁର୍ଗ୍‌ ଜିଲା ଅମ୍ଲେଶର ଏକେଏସ୍‌ ସ୍କାର୍ଟ ସିଟିର ଆଦିତ୍ୟ ମୋହନ ସିଂ। ଆଦିତ୍ୟ କିଛି ଦିନ ହେଲା ଉମରକୋଟ ନୂଆ ବସଷ୍ଟାଣ୍ଡ ନିକଟରେ ରହୁଛନ୍ତି। ସେ ଭାରତମାଳା ପ୍ରକଳ୍ପରେ ଚାଲିଥିବା ରାସ୍ତାକାମରେ ନିୟୋଜିତ ଅଛନ୍ତି।
ସୂଚନା ଅନୁଯାୟୀ, ମେ ୫ ତାରିଖରେ ଆଦିତ୍ୟଙ୍କ ମୋବାଇଲ ନଂ ୮୦୫୫୬୦୫୪୩୦ କୁ ନୌକ୍‌ରି ଡଟ୍‌ କମ୍‌ ନାମରେ ଏକ ଲିଙ୍କ୍‌ ଆସିଥିଲା। ସେ ଲିଙ୍କକୁ କ୍ଲିକ୍‌ କରିବା ପରେ ଏକ ଫର୍ମ ଆସିଥିଲା। ତାହାକୁ ପୂରଣ କରିବାକୁ କୁହାଯାଇଥିଲା। ଫର୍ମ ପୂରଣ ପରେ ୧୦ ଟଙ୍କା ପୈଠ କରିବାକୁ କୁହାଯାଇଥିଲା। ୧୦ ଟଙ୍କା ପୈଠ କରିବର କିଛି ସମୟ ମଧ୍ୟରେ ଆଦିତ୍ୟଙ୍କ କ୍ରେଡିଟ୍‌ କାର୍ଡରୁ ୨୦,୯୦୭ ଟଙ୍କା କଟି ଯାଇଥିଲା। ଏ ନେଇ ଆଦିତ୍ୟ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?