ହାତୀଙ୍କ ଚରାଭୂଇଁ ହଳଦିଆବାହାଳ

ଢେଙ୍କାନାଳ ଅଫିସ, ୩୦।୯:  ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ଓଡ଼ାପଡ଼ା ବ୍ଲକର ହଳଦିଆବାହାଳ ପାଲଟିଛି ହାତୀଙ୍କ ଚରାଭୂଇଁ। ଅଞ୍ଚଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥକୁ ଦୈନିକ ଦୁଇଥର ହାତୀ ପାର୍‌ ହେଉଛନ୍ତି। ହାତୀଙ୍କ ସମାଗମ ଦେଖିବାକୁ ପଥଚାରୀ ଭିଡ଼ ଲଗାଉଥିବାବେଳେ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ନୟାନ୍ତ ହେଉଛନ୍ତି ବନ କର୍ମଚାରୀ। ଅନ୍ୟପଟେ ପାଖାପାଖି ୩୦ ହାତୀ ବର୍ଷତମାମ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର କରାଯାଉ ନ ଥିବାରୁ ଧନଜୀବନ ହାନି ହେଉଥିବା ବେଳେ ଅଞ୍ଚଳବାସୀ ଭୟ ଆତଙ୍କରେ ଦିନ କାଟୁଛନ୍ତି।
ହଳଦିଆବାହାଳ ନିକଟ ଜଙ୍ଗଲରେ ଦୀର୍ଘଦିନ ହେଲା ଡେରା ପକାଇଛନ୍ତି ୨୯ ହାତୀ। ଏହି ହାତୀପଲ ସକାଳେ ଏବଂ ସନ୍ଧ୍ୟାରେ ନିୟମିତ ୫୫ନଂ. ଜାତୀୟ ରାଜପଥ ପାର ହେଉଛନ୍ତି। ଜଙ୍ଗଲରୁ ହାତୀମାନେ ଧାଡ଼ିବାନ୍ଧି ରାସ୍ତା ପାର ହୋଇ ଖାଦ୍ୟ ଅନ୍ବେଷଣରେ ବ୍ରାହ୍ମଣୀ ନଦୀ କୂଳରେ ଘୂରି ବୁଲୁଛନ୍ତି। ଅନେକ ସମୟରେ ନଦୀ ପାର୍‌ ହୋଇ ପରଜଙ୍ଗ ବ୍ଲକ ମହାବିରୋଡ ରେଞ୍ଜ୍‌କୁ ଯାଇ ପୁଣି ଅପରାହ୍ନରେ ପ୍ରାକୃତିକ ଆବାସସ୍ଥଳୀକୁ ଫେରି ଆସୁଛନ୍ତି। ଜାତୀୟ ରାଜପଥରେ ଅଣ୍ଡରପାସ୍‌ ନ ଥିବାରୁ ହାତୀମାନେ ରାସ୍ତାକୁ ଚଲାପଥ ଭାବେ ବ୍ୟବହାର କରୁଥିବା ପରିବେଶବିତ୍‌ମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ହାତୀଙ୍କ କୌତୁକିଆ ଗତିବିଧି ଦେଖିବାକୁ ପଥଚାରୀ, ଗାଡ଼ିଚାଳକ ଭିଡ଼ ଜମାଉଛନ୍ତି। କୌଣସି ସମୟରେ ଅଘଟଣ ଘଟିବା ଆଶଙ୍କା ଥିବାରୁ ବନ କର୍ମଚାରୀ ହାତୀ ଗତିବିଧି କରୁଥିବା ଅଞ୍ଚଳରେ ଜଗି ରହୁଛନ୍ତି।
ହଳଦିଆବାହାଳ ନିକଟସ୍ଥ ନିମିଧା ସମେତ ନିକଟବର୍ତ୍ତୀ ଜଙ୍ଗଲ ହାତୀପଲ ପାଇଁ ସୁରକ୍ଷିତ ଆବାସସ୍ଥଳୀ ପାଲଟିଛି। ସେଠାରୁ ହାତୀପଲ ବିଭିନ୍ନ ଭାଗରେ ବିଭକ୍ତ ହୋଇ ପରଜଙ୍ଗ, ହିନ୍ଦୋଳ ରେଞ୍ଜକୁ ଯାଉଛନ୍ତି। ହାତୀ ମୁହଁରୁ ଫସଲ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଫଳରେ ହାତୀ ଉପଦ୍ରବରେ ବ୍ୟାପକ ଫସଲ ହାନି ହେଉଛି। ସନ୍ଧ୍ୟାହେଲେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଉଛି। ହାତୀ-ମଣିଷ ସଂଘର୍ଷ ବଢୁଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି।

ଘଞ୍ଚ ଜଙ୍ଗଲକୁ ସୁରକ୍ଷିତ ମଣୁଛନ୍ତି
ରୁଙ୍ଗ୍‌ଟା କମ୍ପାନୀ ନିକଟରେ ଥିବା ଘଞ୍ଚ ଜଙ୍ଗଲକୁ ହାତୀପଲ ସୁରକ୍ଷିତ ମଣୁଛନ୍ତି। ତେଣୁ ସେଠାରେ ବର୍ଷତମାମ ରହୁଛନ୍ତି। ବ୍ରାହ୍ମଣୀ ନଦୀ ପଠା ଏବଂ ମହାବିରୋଡ ରେଞ୍ଜ୍‌ରେ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ଥିବାରୁ ସେମାନେ ନିୟମିତ ଉକ୍ତ ଅଞ୍ଚଳକୁ ଯାଉଛନ୍ତି। ଖାଦ୍ୟ ଖାଇ ସାରିବା ପରେ ନଦୀରୁ ପାଣିପିଇ ରାଜପଥ ପାରହୋଇ ଜଙ୍ଗଲକୁ ଫେରୁଛନ୍ତି ା
-ଅରବିନ୍ଦ ମାଝି, ବନ୍ୟପ୍ରାଣୀ ସଙ୍ଗଠନ କର୍ମକର୍ତ୍ତା
ଅଣ୍ଡରପାସ୍‌ ନିର୍ମାଣ ଜରୁରୀ
୫୫ନଂ. ଜାତୀୟ ରାଜପଥରେ ଦୈନିକ ହାତୀପଲ ପାର ହେଉଛନ୍ତି। ଏହାଦ୍ୱାରା ଉଭୟ ହାତୀ ଏବଂ ମଣିଷ ଜୀବନକୁ ଭୟ ରହିଛି। ହାତୀ ଚଲାପଥ ଭାବେ ଚିହ୍ନଟ ହୋଇଥିବା ଉକ୍ତ ସ୍ଥାନରେ ଏକ ଅଣ୍ଡରପାସ୍‌ ନିର୍ମାଣ ଜରୁରୀ ହୋଇପଡ଼ିଛି। ଏ ଦିଗରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବା ଉଚିତ।
-ପ୍ରଦ୍ୟୁମ୍ନ ରଥ, ପରିବେଶବିତ୍‌
ନଦୀକୂଳିଆ ଘାସ ହାତୀଙ୍କ ପସନ୍ଦ
ହାତୀପଲ ଗୋଟିଏ ସ୍ଥାନରେ ଅଧିକ ସମୟ ରୁହନ୍ତି ନାହିଁ। ହଳଦିଆବାହାଳ ଜଙ୍ଗଲରେ ରହୁଥିବା ହାତୀମାନେ ମଠରଗଡ଼ି, ନିମିଧା ଜଙ୍ଗଲକୁ ଆସୁଛନ୍ତି। ବ୍ରାହ୍ମଣୀ ନଦୀ ପଠାରେ ହୋଇଥିବା ମନପସନ୍ଦର ଘାସକୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି। ବନ କର୍ମଚାରୀ, ହାତୀ ସ୍କ୍ବାଡ୍‌ କର୍ମଚାରୀ ହାତୀଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି।

-ଡ. ପ୍ରକାଶଚାନ୍ଦ ଗୋଗିନେନି, ଡିଏଫ୍‌ଓ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri