ଫାର୍ମହାଉସରେ ପଶି କଦଳୀଗଛ ଭାଙ୍ଗିଲେ ହାତୀପଲ

ଚିତ୍ରଡ଼ା,୨୭।୧୨ (ଡି.ଏନ.ଏ)-ହାତୀ ଉପଦ୍ରବ ଥମିବାର ନଁା ଧରୁନି। ଗୋଟେ ହାତୀପଲ ଗଲା ବେଳକୁ ଆଉ ଗୋଟେ ହାତୀପଲ ପ୍ରବେଶ କରି ଚାଷୀମାନଙ୍କୁ ବାରମ୍ବାର ହଇରାଣ କରୁଛନ୍ତି। ହାତୀପଲଙ୍କ ଯୋଗୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ବେତନଟୀ ରେଞ୍ଜ ଅଧୀନ ଦୁର୍ଗାପୁର ପଞ୍ଚାୟତ ଦୁର୍ଗାପୁର ଗ୍ରାମର ଅବସରପ୍ରାପ୍ତ ସବ୍‌ଇନ୍ସପେକ୍ଟର ଭଗବାନ ଜେନାଙ୍କ ଫାର୍ମ ହାଉସରେ ୮ ହାତୀ ପଶି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରିଥିବା ଦେଖିବାକୁ ମିଳିଛି। ତାଙ୍କ ଘର ପଛ ବାଡ଼ି ପ୍ରାୟ ୭ ଏକର ଜମିରେ ଫାର୍ମ ହାଉସ ପରିସରରେ ଥିବା କଦଳୀ, ସପୁରି ଓ ଖମ୍ବା ଆଳୁ ଆଦି ଗଛ ନଷ୍ଟ କରି ଦେଇଛନ୍ତି। ଏହାଛଡ଼ା ଫାର୍ମହାଉସର ଚତୁଃପାର୍ଶ୍ୱରେ ଥିବା ତାରବାଡ଼ ଓ ୬୫ଟି ସିମେଣ୍ଟ ଖୁଣ୍ଟ ନଷ୍ଟ କରିଛନ୍ତି। ଅବସରପ୍ରାପ୍ତ ସବ୍‌ଇନ୍ସପେକ୍ଟର ଜେନା ଏ ସମ୍ପର୍କରେ ଫରେଷ୍ଟ ଅଧିକାରୀଙ୍କୁ ଜଣାଇବା ପରେ ହାତୀମାନଙ୍କୁ ଘଉଡ଼ାଇଥିଲେ ମଧ୍ୟ ପୁଣି ୨ ହାତୀ ଆସି ଫାର୍ମହାଉସ ନଷ୍ଟ କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri