ସହରରେ ପଶିଲା ହାତୀ

ପୁରୀ ଅଫିସ, ୧୦ା୧: ପୁରୀ ସହରରେ ହାତୀ ଆତଙ୍କ। ସୋମବାର ଭୋର ସମୟରେ ଚନ୍ଦନପୁର ଅଞ୍ଚଳର ପ୍ରତାପ ପୁରୁଷୋତ୍ତମପୁର ଜଙ୍ଗଲ ନିକଟରେ ଏକ ଦନ୍ତାହାତୀ ଦେଖିବାକୁ ମିଳିଥିଲା। ପରେ କୃଷ୍ଣରଞ୍ଜନପୁର ଗାଁକୁ ହତୀଟି ପଶିଆସିଥିଲା। ରାତି ୯ଟାରେ ହାତୀଟି ତଳଜଙ୍ଘ ଅଞ୍ଚଳରେ ଥିବା ବେଳେ ରାତି ପ୍ରାୟ ୧୧ଟା ବେଳକୁ ପୁରୀ ସଦର ଅଞ୍ଚଳ ଅର୍ଥାତ ସହରକୁ ଲାଗିଥିବା ଖଡ଼ିଆବନ୍ଧ ଅଞ୍ଚଳରେ ପଶିଥିବା ସୂଚନା ମିଳିଛି। ଏହାକୁ କାବୁ କରିବା ପାଇଁ ଡିଏଫ୍‌ଓ ରାମାସ୍ବାମୀଙ୍କ ନେତୃତ୍ୱରେ ରେଞ୍ଜରଙ୍କ ସମେତ ୫୦ରୁ ଅଧିକ ବନ କର୍ମଚାରୀ, ସଦର ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା, କୁମ୍ଭାରପଡ଼ା ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁ ପ୍ରମୁଖ ସେଠାରେ ଉପସ୍ଥିତ ରହିଛନ୍ତି। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀଟିକୁ ବନ ବିଭାଗ କାବୁ କରିବାରେ ବିଫଳ ହୋଇଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ମାର୍କଣ୍ଡେଶ୍ୱର ସାହି ସମେତ ମାଟିତୋଟା ଅଞ୍ଚଳରେ ବିଦ୍ୟୁତ ସରବରାହ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ହାତୀଟି ଖାଦ୍ୟ ଅନ୍ବେଷଣରେ ଚନ୍ଦକା ଜଙ୍ଗଲରୁ ଖୋର୍ଦ୍ଧା ବନଖଣ୍ଡ ଓ ଡେଲାଙ୍ଗ ଦେଇ ଚନ୍ଦନପୁରର କୃଷ୍ଣରଞ୍ଜନପୁରରେ ପହଞ୍ଚତ୍ଥିଲା। ପରେ ରାତିରେ ସହର ଆଡ଼କୁ ଚାଲିଆସିଛି। ହାତୀର ଗତିବିଧି ଉପରେ ନଜର ରଖାଯାଇଛି ବୋଲି ଡିଏଫଓ ରାମସ୍ବାମୀ କହିଛନ୍ତି।
ସୂଚନା ଅନୁଯାୟୀ, ଗତ କିଛିଦିନ ହେଲା ଦନ୍ତାହାତୀଟି ପୁରୀ ଫରେଷ୍ଟ ରେଞ୍ଜ ଭିତରକୁ ଚାଲିଆସିଛି। ରବିବାର ରାତିରେ ଡେଲାଙ୍ଗ ଓ କଣାସ ଅଞ୍ଚଳରେ ହାତୀଟି ଦେଖିବାକୁ ମିଳିଥିଲା। ସୋମବାର ଭୋରୁ ଚନ୍ଦନପୁର, ପ୍ରତାପ ପୁରୁଷୋତ୍ତମପୁର, ପାଙ୍କଳ ଓ କୃଷ୍ଣରଞ୍ଜନପୁର ଅଞ୍ଚଳରେ ବୁଲୁଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହାତୀଟି ରାସ୍ତା ଉପରେ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୁରକ୍ଷିତ ଭାବେ ହାତୀକୁ ଘଉଡ଼ାଇବା ପାଇଁ ସ୍ବତନ୍ତ୍ର ପ୍ଲାନ କରିଛି ବନ ବିଭାଗ। ଅନ୍ୟପଟେ ପୁରୀ ବନଖଣ୍ଡ ଅଧିକାରୀଙ୍କ ସମେତ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଓ ସ୍ଥାନୀୟ ପୋଲିସ ସହାୟତାରେ ହାତୀର ଗତିବିଧି ଉପରେ ନଜର ରଖାଯାଇଛି। ଏପରିକି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସତର୍କ ରହିବା ସହ ଭୟଭୀତ ନ ହେବା ପାଇଁ କୁହାଯାଇଛି। କୃଷ୍ଣରଞ୍ଜନପୁର ଗ୍ରାମବାସୀ ସୁରେଶ ସାହୁ କହିଛନ୍ତି, ସୋମବାର ଭୋର ସମୟରେ କୁକୁର ଭୁକୁଥିଲେ। ତେବେ ଗାଁକୁ ଘୁଷୁରି ପଶିଆସିଥିବା ଆମେ ଭାବିଥିଲୁ। ମାତ୍ର ପରେ ଏକ ଦନ୍ତାହାତୀ ଗାଁ ନିକଟରେ ବୁଲୁଥିବା ଦେଖିବାକୁ ପାଇଥିଲୁ। ପ୍ରଶାସନ ହାତୀକୁ ଶୀଘ୍ର ଘଉଡ଼ାଇବା ପାଇଁ ପଦକ୍ଷେପ ନେବା ଉଚିତ। ସେହିପରି ଡିଏଫ୍‌ଓ ରାମାସ୍ବାମୀ କହିଛନ୍ତି, ଖାଦ୍ୟ ଅନ୍ବେଷଣରେ ହାତୀଟି ଗାଁ ଭିତରକୁ ଚାଲିଆସିଛି। ତାକୁ ପୋଲିସ ଓ ବନ ବିଭାଗ ଜଗି ରହିଛନ୍ତି। ଦିନରେ ହାତୀର ଯାତାୟତ ପ୍ରାୟ କମ୍‌ ରହିଥାଏ। ରାତିରେ ସେ ଯାତାୟତ କରିଥାଏ। ତା’ର ଗତିବିଧି ଉପରେ ନଜର ରଖାଯାଇଛି। ଏ ନେଇ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ଯୋଗାଯୋଗ ରହିଛି। ଯଦି ହାତୀଙ୍କୁ ଜଙ୍ଗଲ ମଧ୍ୟକୁ ଫେରାଇବାରେ ଅସୁବିଧା ହେବ ତେବେ ଟ୍ରାଙ୍କୁଲାଇଜର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ହାତୀର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଛି। ସେହିପରି ଲୋକଙ୍କୁ ହାତୀ ନିକଟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri