ମରିବା ପୂର୍ବରୁ ସାନଭାଇକୁ ବଡ଼ ଭାଇର ଶେଷ ପ୍ରଶ୍ନ, ବାବୁରେ ମୋତେ କି ବିଷ ଦେଇଛୁ କହ…

କେନ୍ଦୁଝର,୨୯।୧୦: ବଡ଼ଭାଇକୁ ବିଷ ଦେଇଦେଲା ସାନ ଭାଇ। ହେଲେ ବିଷ ପିଇବା ପରେ ବି ଯନ୍ତ୍ରଣାରେ ଜର୍ଜରିତ ହୋଇ ସାନଭାଇକୁ ଖୋଜୁଥିଲା ବଡ଼ ଭାଇ। ଯେତେବେଳେ ଆଖି ଆଗରେ ସାନ ଭାଇକୁ ପାଇଲେନି ସେତେବେଳ ଫୋନ କରିଥିଲେ। ମରିବା ପୂର୍ବରୁ ଥର ଥର କଣ୍ଠରେ ସାନ ଭାଇକୁ ପଚାରିଲେ, ବାବୁରେ ମୋତେ କି ବିଷ ଦେଇଛୁ କହ? ଏପରି ଛାତିଥର ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ଶାଳପଡା ଗୁଣ୍ଡିଚା କଲୋନୀରେ। ଯାହାକୁ ଶୁଣି ସମସ୍ତେ ତାଜୁବ ହୋଇଯାଇଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଶୁଣି ଲୋକେ କୋହ ସମ୍ଭାଳି ପାରୁ ନାହାନ୍ତି।

ଭାଇରାଲ ଭିଡିଓରେ ବଡ଼ଭାଇ ପଚାରୁଛନ୍ତି, ଭାଇରେ! କାହିଁକି ଏମିତି ମୋ ସାଙ୍ଗରେ କଲୁ? କ’ଣ କ୍ଷତି କରିଥିଲି ତୋର? ବେଳେବେଳେ ଟିକିଏ ତାଗିଦ କରିଦିଏ। ବଡ଼ ଭାଇଟା ସେତିକି କରନ୍ତାନି କି ? ତା’ ବୋଲି ମୋତେ ବିଷ ଦେଇଦେଲୁ। ମୋ’ ଛାତି, ପେଟରେ ଭାରି କଷ୍ଟ ହେଉଛି। ତୁ କେମିତି ବିଷ ଦେଲୁ, ମୁଁ ଭାବି ପାରନି। ଅନ୍ୟ କିଏ ଦେଇଥିଲେ ଏତେ କଷ୍ଟ ହୁଅନ୍ତାନି। ହେଲେ ଯୋଉ ଭାଇକୁ ମୁଁ ଏତେ ଭଲ ପାଉଛି, ସିଏ ମତେ ବିଷଦେଲା ବୋଲି ମୋର ବିଶ୍ୱାସ ହେଉନି। ତୋ’ ହାତ ଗୋଡ଼ ଧରୁଛି। କୋଉ ବିଷ ଦେଇଛୁ ଟିକେ କହରେ। ଡାକ୍ତରଙ୍କୁ ଟିକେ କହିବି, ମୋତେ ଟ୍ରିଟମେଣ୍ଟ କରିବେ। ଭାରି କଷ୍ଟ ହେଉଛିରେ… ସାନଭାଇର ଏପରି କାମ ଜାଣିବା ପରେବି ବଡ଼ଭାଇ ତାଙ୍କ ବିରୋଧରେ ପୋଲିସରେ ଏତଲା ଦେବ ନାହିଁ ବୋଲି କହୁଛନ୍ତି। ବାରମ୍ବାର କେଉଁ ବିଷ କେଉଁ ଖାଦ୍ୟରେ କେତେଥର ମିଶେଇଛି ବୋଲି ସେ ପ୍ରଶ୍ନ କରୁଛନ୍ତିି।

କହିରଖୁଛୁ କି, ଏହା କେଉଁ ସିନେମା କିମ୍ବା ଧାରାବାହିକର ସଂଳାପ ନୁହେଁ। ମରିବା ପୂର୍ବରୁ ଜଣେ ବଡ଼ ଭାଇ ନିଜ ସାନ ଭାଇକୁ କରିଥିବା ଶେଷ ଫୋନ କଲ୍‌ର କିଛି ଅଂଶ। ୧୦ ମିନିଟ ୧୩ ସେକେଣ୍ଡର ଏହି ଅଡିଓ କଲ ଶୁଣିଲେ ଛାତି ଥରି ଉଠିବ। ଆପଣ କୋହ ସମ୍ଭାଳି ପାରିବେନି। ଅନ୍ୟପକ୍ଷରେ ଜୀବନ ବଞ୍ଚାଇବା ପାଇଁ ସାନ ଭାଇକୁ ଫୋନ କରି ବଡ଼ ଭାଇର ନେହୁରା ଯେକୌଣସି ଲୋକକୁ କିଛି କ୍ଷଣ ପାଇଁ ସ୍ତବ୍ଧ କିମ୍ବା ବିଚଳିତ କରି ଦେବ। ତେବେ ଏହି ଅଡିଓ ଭାଇରାଲ ପରେ ଶୁଣିବା ଲୋକ ବି କୋହ ସମ୍ଭାଳି ପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଅଗ୍ନିଶମ ଆଧୁନିକୀକରଣ ପାଇଁ ୨୦୧ କୋଟି ଟଙ୍କା ମଞ୍ଜୁର କଲେ ସରକାର

ଭୁବନେଶ୍ୱର,୧୧।୧୧: ରାଜ୍ୟରେ ଅଗ୍ନିଶମ ବାହିନୀକୁ ଆହୁରି ସଶକ୍ତ କରିବାକୁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ...

କେନ୍ଦୁଝର ସଦର ବ୍ଲକର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

କେନ୍ଦୁଝର,୧୧।୧୧(ନରେଶ ପଟ୍ଟନାୟକ): ସୋମବାର ସ୍ଥାନୀୟ ସଦର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ୧୬ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୧୧ ଜଣ ସରପଞ୍ଚ ଲିଖିତ ଭାବେ...

ଏବେ ବି ବଜାୟ ରହିଛି ପରମ୍ପରା: କାର୍ତ୍ତିକରେ ରାମ ନାମ ଜପରେ ଫାଟପଡ଼ୁଛି ଗାଁ ଦାଣ୍ଡ 

ଦାରିଙ୍ଗବାଡି,୧୧।୧୧(ଅରୁଣସାହୁ): ହାତରେ ସ୍ମାର୍ଟ ଫୋନ୍‌, ଆଉ ସାମାଜିକ ଗଣମାଧ୍ୟମରେ ଭିନ୍ନଭିନ୍ନ ଭିଡିଓ। କିଏ କାର୍ଟୁନ ତ କିଏ ଗେମ୍‌ ଆଉ କିଏ ଫିଲ୍ମ ତ କିଏ...

ବୋମାମାଡ଼ ପରେ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ କାର: ଧରାପଡ଼ିଲେ ୪ କୁଖ୍ୟାତ ଅପରାଧୀ

ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଏବଂ ଦିଗପହଣ୍ଡି ଅଞ୍ଚଳରେ ଗତ କିଛିଦିନ ହେଲା ଆତଙ୍କ ଚଳାଇଥିବା ଅପରାଧି ଗ୍ୟାଙ୍ଗର ୪ ଯୁବକଙ୍କୁ ପୋଲିସ...

ମୟୁରଭଞ୍ଜରୁ ଚମ୍ପୁଆ ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ: ଲୋକେ ଆତଙ୍କିତ

କେନ୍ଦୁଝର,୧୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୁରଭଞ୍ଜ ଜିଲାରୁ ଏକ ୨୮ ଟିକିଆ ହାତୀପଲ ଆସି କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ପଶିଛନ୍ତି। ହାତୀପଲ ପଦ୍ମପୁର ନିକଟରେ ବୈତରଣୀ...

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଅପରାଧୀ ହେବେ ସାବାଡ଼: ବୁଲିବ ବାଇକ୍‌ ପିସିଆର୍‌

କେନ୍ଦୁଝର,୧୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିନକୁ ଦିନ କେନ୍ଦୁଝରରେ ବଢୁଛି ଅପରାଧ। ଯେଉଁ ଜାଗାକୁ ପିସିଆର୍‌ ଭ୍ୟାନ୍‌ ଯାଇପାରିବ ନାହିଁ ସେଇଭଳି ଜାଗାରେ ଅପରାଧ ଭିଆଉଛନ୍ତି ଅପରାଧୀ।...

ଆଗକୁ ବଢ଼ିବ ଶୀତ, ଖୋଜାହେବ କମ୍ବଳ,କନ୍ଥା

ଭୁବନେଶ୍ୱର,୧୧।୧୧: ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା ପାଣିପାଗ ବିଭାଗ...

ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୧।୧୧: ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri