କହୁଣି ଦିଶିବ ସୁନ୍ଦର

କହୁଣି ଅଧିକ କଳା ଏବଂ ରୁକ୍ଷ ହେଲେ ହାତର ସୌନ୍ଦର୍ଯ୍ୟ କମି ଯାଇଥାଏ। ତେଣୁ କହୁଣିର କଳାପଣକୁ ଦୂର କରିବା ପାଇଁ ଜାଣିରଖନ୍ତୁ କିଛି ଘରୋଇ ଟିପ୍ସ…

କହୁଣିର କଳାଦାଗ ଦୂର କରିବା ପାଇଁ ଲେମ୍ବୁକୁ ଦୁଇଫାଳ କରି ଉଭୟପଟରେ ଘଷନ୍ତୁ। ଲେମ୍ବୁରୁ ରସ ସରିଯିବା ପରେ ପାଣିରେ ଧୋଇ ଦିଅନ୍ତୁ।
ଚାଉଳଗୁଣ୍ଡ, ଅଟା, ଦହିକୁ ମିଶାଇ ଏକ ସ୍କ୍ରବ୍‌ ତିଆରି କରନ୍ତୁ ଏବଂ କହୁଣିରେ ଘଷନ୍ତୁ। ଏହି ସ୍କ୍ରବ୍‌ କହୁଣିରେ ଥିବା ମୃତ କୋଷକୁ କାଢ଼ି ତ୍ୱଚାର ରଙ୍ଗ ଉଜ୍ଜ୍ୱଳ କରିବ। ସପ୍ତାହକୁ ଅତି କମ୍‌ରେ ଏହି ସ୍କ୍ରବ୍‌ ୨ ଥର ଲଗାନ୍ତୁ।
ହରଡ଼ କିମ୍ବା ମୁଗ ଡାଲିରେ ମଧ୍ୟ ପ୍ୟାକ୍‌ ତିଆରି କରିପାରିବେ। ଏଥିପାଇଁ ଡାଲିକୁ ରାତିରୁ ଭିଜାଇ ଦିଅନ୍ତୁ। ସକାଳୁ ଡାଲିକୁ ଛାଣି କ୍ଷୀର ସହିତ ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହି ପେଷ୍ଟକୁ କହୁଣିରେ ଘଷନ୍ତୁ। କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ।
କହୁଣିରେ ମାଲିସ୍‌ କରିବା ନିମନ୍ତେ ଘରେ ସ୍ବତନ୍ତ୍ର ତେଲ ମଧ୍ୟ ତିଆରି କରିପାରିବେ। ଏଥିପାଇଁ ବାଦାମ ତେଲରେ ସୂର୍ଯ୍ୟମୁଖୀ ତେଲ ମିଶାନ୍ତୁ। ସେଥିରେ କିଛି ଗୋଲାପ କିମ୍ବା ଚନ୍ଦନ ତେଲ ମିଶାନ୍ତୁ। ଏହି ତେଲକୁ କହୁଣି ଉପରେ ଘଷନ୍ତୁ। କିଛି ଦିନ ପରେ ତ୍ୱଚା କୋମଳ ଏବଂ ସୁନ୍ଦର ଦିଶିବ।
ତ୍ୱଚାକୁ ସୁନ୍ଦର ରଖିବା ନିମନ୍ତେ ବଜାରରେ ବିଭିନ୍ନ ପ୍ରକାରର କ୍ରିମ୍‌ ଉପଲବ୍ଧ ହେଉଛି। ତେଣୁ ନିଜ ତ୍ୱଚାର ପ୍ରକାର ଅନୁସାରେ କ୍ରିମ୍‌ ଲଗାନ୍ତୁ।
ସବୁବେଳେ ଗ୍ଲିସେରିନ୍‌ ଥିବା ସାବୁନ୍‌ ବ୍ୟବହାର କରନ୍ତୁ। ଏହା ସହିତ ହଳଦୀ ଗୁଣ୍ଡରେ ଲେମ୍ବୁରସ ମିଶାଇ କହୁଣିରେ ମାଲିସ୍‌ କରନ୍ତୁ। ଧୀରେ ଧୀରେ ତ୍ୱଚା କୋମଳ ହେବା ସହିତ କଳାପଣ ମଧ୍ୟ କମ୍‌ ହୋଇଯିବ।
ସ୍ନାନ ପୂର୍ବରୁ ସବୁବେଳେ ତେଲ ଲଗାଇ ସ୍ନାନ କରନ୍ତୁ। ଏହା ସହିତ ଅଧିକ ଗରମ ଥିବା ପାଣିରେ ସ୍ନାନ କରନ୍ତୁ ନାହିଁ।
ସ୍ନାନ ପରେ ପରେ ତୁରନ୍ତ ବଡି ଲୋଶନ ଲଗାନ୍ତୁ। ଯଦି ତ୍ୱଚା ଅଧିକ ରୁକ୍ଷ ହୋଇଥାଏ, ତେବେ କ୍ରିମ୍‌ ଲଗାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?