କହୁଣି ଦିଶିବ ସୁନ୍ଦର

କହୁଣି ଅଧିକ କଳା ଏବଂ ରୁକ୍ଷ ହେଲେ ହାତର ସୌନ୍ଦର୍ଯ୍ୟ କମି ଯାଇଥାଏ। ତେଣୁ କହୁଣିର କଳାପଣକୁ ଦୂର କରିବା ପାଇଁ ଜାଣିରଖନ୍ତୁ କିଛି ଘରୋଇ ଟିପ୍ସ…

କହୁଣିର କଳାଦାଗ ଦୂର କରିବା ପାଇଁ ଲେମ୍ବୁକୁ ଦୁଇଫାଳ କରି ଉଭୟପଟରେ ଘଷନ୍ତୁ। ଲେମ୍ବୁରୁ ରସ ସରିଯିବା ପରେ ପାଣିରେ ଧୋଇ ଦିଅନ୍ତୁ।
ଚାଉଳଗୁଣ୍ଡ, ଅଟା, ଦହିକୁ ମିଶାଇ ଏକ ସ୍କ୍ରବ୍‌ ତିଆରି କରନ୍ତୁ ଏବଂ କହୁଣିରେ ଘଷନ୍ତୁ। ଏହି ସ୍କ୍ରବ୍‌ କହୁଣିରେ ଥିବା ମୃତ କୋଷକୁ କାଢ଼ି ତ୍ୱଚାର ରଙ୍ଗ ଉଜ୍ଜ୍ୱଳ କରିବ। ସପ୍ତାହକୁ ଅତି କମ୍‌ରେ ଏହି ସ୍କ୍ରବ୍‌ ୨ ଥର ଲଗାନ୍ତୁ।
ହରଡ଼ କିମ୍ବା ମୁଗ ଡାଲିରେ ମଧ୍ୟ ପ୍ୟାକ୍‌ ତିଆରି କରିପାରିବେ। ଏଥିପାଇଁ ଡାଲିକୁ ରାତିରୁ ଭିଜାଇ ଦିଅନ୍ତୁ। ସକାଳୁ ଡାଲିକୁ ଛାଣି କ୍ଷୀର ସହିତ ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହି ପେଷ୍ଟକୁ କହୁଣିରେ ଘଷନ୍ତୁ। କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ।
କହୁଣିରେ ମାଲିସ୍‌ କରିବା ନିମନ୍ତେ ଘରେ ସ୍ବତନ୍ତ୍ର ତେଲ ମଧ୍ୟ ତିଆରି କରିପାରିବେ। ଏଥିପାଇଁ ବାଦାମ ତେଲରେ ସୂର୍ଯ୍ୟମୁଖୀ ତେଲ ମିଶାନ୍ତୁ। ସେଥିରେ କିଛି ଗୋଲାପ କିମ୍ବା ଚନ୍ଦନ ତେଲ ମିଶାନ୍ତୁ। ଏହି ତେଲକୁ କହୁଣି ଉପରେ ଘଷନ୍ତୁ। କିଛି ଦିନ ପରେ ତ୍ୱଚା କୋମଳ ଏବଂ ସୁନ୍ଦର ଦିଶିବ।
ତ୍ୱଚାକୁ ସୁନ୍ଦର ରଖିବା ନିମନ୍ତେ ବଜାରରେ ବିଭିନ୍ନ ପ୍ରକାରର କ୍ରିମ୍‌ ଉପଲବ୍ଧ ହେଉଛି। ତେଣୁ ନିଜ ତ୍ୱଚାର ପ୍ରକାର ଅନୁସାରେ କ୍ରିମ୍‌ ଲଗାନ୍ତୁ।
ସବୁବେଳେ ଗ୍ଲିସେରିନ୍‌ ଥିବା ସାବୁନ୍‌ ବ୍ୟବହାର କରନ୍ତୁ। ଏହା ସହିତ ହଳଦୀ ଗୁଣ୍ଡରେ ଲେମ୍ବୁରସ ମିଶାଇ କହୁଣିରେ ମାଲିସ୍‌ କରନ୍ତୁ। ଧୀରେ ଧୀରେ ତ୍ୱଚା କୋମଳ ହେବା ସହିତ କଳାପଣ ମଧ୍ୟ କମ୍‌ ହୋଇଯିବ।
ସ୍ନାନ ପୂର୍ବରୁ ସବୁବେଳେ ତେଲ ଲଗାଇ ସ୍ନାନ କରନ୍ତୁ। ଏହା ସହିତ ଅଧିକ ଗରମ ଥିବା ପାଣିରେ ସ୍ନାନ କରନ୍ତୁ ନାହିଁ।
ସ୍ନାନ ପରେ ପରେ ତୁରନ୍ତ ବଡି ଲୋଶନ ଲଗାନ୍ତୁ। ଯଦି ତ୍ୱଚା ଅଧିକ ରୁକ୍ଷ ହୋଇଥାଏ, ତେବେ କ୍ରିମ୍‌ ଲଗାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri