ପ୍ରଭାବିତ ହୋଇଛି ଅର୍ଥନୀତି

ଭୁବନେଶ୍ୱର,୧୦ା୯(ବ୍ୟୁରୋ):କୋଭିଡ୍‌-୧୯ ମହାମାରୀ ଯୋଗୁ ରାଜ୍ୟର ଅର୍ଥନୀତି ପ୍ରଭାବିତ ହୋଇଛି। ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସ୍‌ଡିପି), ରାଜସ୍ବ ବଳକା ହ୍ରାସ ପାଇବା ସହିତ ଋଣ ଭାର ଓ ରାଜସ୍ବ ନିଅଣ୍ଟ ବୃଦ୍ଧି ପାଇଛି। ଶିକ୍ଷା ଓ ସ୍ବାସ୍ଥ୍ୟସେବା ବ୍ୟୟ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ରହିଛି। ୨୦୧୯-୨୦ ଆର୍ଥିକବର୍ଷରେ ପୁଞ୍ଜିଗତ ବ୍ୟୟ ପୂର୍ବବର୍ଷ ଗୁଡ଼ିକଠାରୁ କମ୍‌ ରହିଛି। ଗୁରୁବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।
ରିପୋର୍ଟରେ କୁହାଯାଇଛି, ୨୦୧୮-୧୯ରେ ରାଜସ୍ବ ବଳକା ୧୪,୧୯୦ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ରେ ଏହା ୨୪୩୦ କୋଟି ଟଙ୍କାକୁ ଖସି ଆସିଛି। ଅର୍ଥାତ୍‌ ରାଜସ୍ବ ବଳକା ପୂର୍ବବର୍ଷ ତୁଳନାରେ ୮୩ ପ୍ରତିଶତ କମ୍‌ ରହିଛି। ୨୦୧୯-୨୦ରେ ରାଜସ୍ବ ନିଅଣ୍ଟ ମଧ୍ୟ ବୃଦ୍ଧି ପାଇଛି। ୨୦୧୮-୧୯ରେ ରାଜସ୍ବ ନିଅଣ୍ଟ ୧୦,୧୫୭ କୋଟି ଟଙ୍କା ଥିବା ବେଳେ ୨୦୧୯-୨୦ରେ ଏହା ୧୮, ୮୧୯ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ପୂର୍ବବର୍ଷ ତୁଳନାରେ ନିଅଣ୍ଟ ୮୫ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତେବେ ପୂର୍ବବର୍ଷ ତୁଳନାରେ ରାଜସ୍ବ ବୃଦ୍ଧି ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୮-୧୯ରେ ରାଜସ୍ବ ୯୯,୫୪୬ କୋଟି ଥିବାବେଳେ ୨୦୧୯-୨୦ରେ ୧,୦୧,୫୬୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରାଜସ୍ବ ପ୍ରାପ୍ତି ମୋଟ ବଜେଟ ଆକଳନଠାରୁ ୧୩,୬୯୮ କୋଟି ଟଙ୍କା ଥିଲା। ସେହିପରି ନିଜସ୍ବ ଟିକସ ପୂର୍ବବର୍ଷ ତୁଳନାରେ ୬.୫୯% ବୃଦ୍ଧି ପାଇଥିବାବେଳେ ଅଣଟିକସ ୨.୫୯% ବୃଦ୍ଧି ପାଇଛି। ରାଜସ୍ବ ବ୍ୟୟ ୨୦୧୮-୧୯ ତୁଳନାରେ ୧୬.୧୪% ବୃଦ୍ଧି ପାଇଛି। ଅନ୍ୟ ରାଜ୍ୟ ତୁଳନାରେ ସାମାଜିକ ସେବା ଏବଂ ଅର୍ଥନୈତିକ ପୁଞ୍ଜିଗତ ବ୍ୟୟ କ୍ଷେତ୍ରରେ ଓଡ଼ିଶା ଆଗୁଆ ରହିଛି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭାଗଗୁଡ଼ିକ ୨୦୧୯-୨୦ ଆର୍ଥିକ ବର୍ଷରେ ୧୬,୩୦୧.୬୮ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରିନାହାନ୍ତି। ରାଜ୍ୟ ସରକାର ବିଭାଗଗୁଡ଼ିକୁ ୨୮,୪୬୫.୪୬ କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ। ସେଥିମଧ୍ୟରୁ ୧୬,୦୩୧.୬୮ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ବିଭାଗଗୁଡ଼ିକ ଦାଖଲ କରି ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଛେଦ ଆଶଙ୍କାରେ ଥରହର ଏକାମ୍ର:ଉଠାଦୋକାନୀଙ୍କ ମନ୍ଦିର ସମ୍ମୁଖରେ ପ୍ରତିବାଦ

ପୁରୁଣା ଭୁବନେଶ୍ୱର,୮ା୧୨ (ଡି.ଏନ.ଏ.)ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ଏକାମ୍ର କ୍ଷେତ୍ରର ବିଭିନ୍ନ ଜବରଦଖଲ ଉଚ୍ଛେଦ ଜାରି ରହିଛି। ଉଠାଦୋକାନୀଗୁଡିକୁ ହଟାଯାଇ ଶ୍ରୀଲିଙ୍ଗରାଜ ମନ୍ଦିର କ୍ଷେତ୍ରକୁ ବିଶ୍ୱ...

ଦିନକରେ ବିଏମ୍‌ସିର ୨୨ କର୍ମଚାରୀ ପଜିଟିଭ୍‌ ଚିହ୍ନଟ, ଲାଗିଲା କଟକଣା

ଭୁବନେଶ୍ୱର,୧୩।୧(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଫିସରେ ପଶିଛି କରୋନା। ଗୋଟିଏ ଦିନରେ ବିଏମ୍‌ସିର ୨୨ କର୍ମଚାରୀ କରୋନା ପଜିଟିଭ୍‌...

ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଫାଟ

ପୁରୀ ଅଫିସ,୨୯।୧୦: ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ସୃଷ୍ଟି ହୋଇଛି ଫାଟ। ଏଠାରେ ଥିବା ୪ଟିରୁ ୩ଟି କଲମରେ ଫାଟ ଥିବା ନେଇ ଶ୍ରୀମନ୍ଦିର ବୈଶୟିକ କୋର...

ଭୋଟ ଦେଲେ ସୁଲୋଚନା-ସୁନୀତି

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଗୁରୁବାର ମତଦାନ ପ୍ରକ୍ରିୟା ଜାରି ରହିଛି। ଏଥିରେ ବିଏମ୍‌ସି ମେୟର ପଦ ଲାଗି ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ଭାଜପା...

ଚଳିତ ବର୍ଷ ହେବ ନାହିଁ ‘ଆଟ ହୋମ’ ସେଲିବ୍ରେସନ

ଭୁବନେଶ୍ୱର,୨୪।୭(ବ୍ୟୁରୋ)-ମହାମାରୀ କରୋନା ପାଇଁ ଚଳିତବର୍ଷ ରାଜଭବନରେ ହେବ ନାହିଁ ଆଟ୍‌ହୋମ ପାର୍ଟି। କରୋନା ପାଇଁ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ରାଜ୍ୟର ଏଭଳି...

ବଟି ମାଗି ଧରାପଡ଼ିଲେ ୩ ନକଲି ଖବରଦାତା

ବରଗଡ଼ ଅଫିସ୍‌/ଅମ୍ବାଭୋନା,୨୭।୫: ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତକୁ ଯାଇ ସ୍ଥାନୀୟ ଯୋଗାଣ ସହାୟକଙ୍କୁ ଧମକ ଦେଇ ବଟି ମାଗୁଥିବା ୩ ଜଣ...

କଟକରେ ହେବ ଆଣ୍ଟିଜେନ୍‌ ଟେଷ୍ଟ

କଟକ ଅଫିସ,୫।୭-କଟକ ସହରର ହସ୍ପିଟାଲଗୁଡ଼ିକରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶେଷ କରି ଏସ୍‌ସିବି ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ...

ସ୍ବପ୍ନ ଭାଙ୍ଗିଦେବ ଫଟା ଡଷ୍ଟ୍‌ବିନ୍‌

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଚଳିତ ବର୍ଷ ସ୍ବଚ୍ଛ ସର୍ବେକ୍ଷଣରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି। ନଂ.୧ ସ୍ମାର୍ଟସିଟି ଭଳି ସ୍ବଚ୍ଛ ସର୍ବେକ୍ଷଣକୁ...

Advertisement
Archives

Model This Week