ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଜଳାଶୟରେ ବାଘକୁ ଦେଖିବାକୁ ମିଳୁଛି। ବାଘଟି ସେଠାରେ ବତକକୁ ଦେଖି ଖାଇବାକୁ ଚେଷ୍ଟା କରୁଥିବା ବେଳେ ବତକ ତା ଆଖି ସାମ୍ନାରେ ପାଣିରେ ବୁଡି ତା ପଛରେ ବାହାରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Ducking duck pic.twitter.com/aIBwxSeCTh
— Susanta Nanda IFS (@susantananda3) September 27, 2021