ଡିଟିପିରେ ମିଳୁଛି କୁଜଙ୍ଗ ରାଜାଙ୍କ ହାତପଟ୍ଟା

କେନ୍ଦ୍ରାପଡା ଅଫିସ, ୨୪।୧୧: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ ଅଞ୍ଚଳର ଜମି ଜାଲିଆତି ଘଟଣା ବାହାରକୁ ଆସିଛି। ଗୋଟିଏ ପରିବାରର ୪ଟି ଜାତି ମାମଲାର ତଦନ୍ତ ସମୟରେ ଏହି ତଥ୍ୟ ଜଣାପଡ଼ିଛି। କୁଜଙ୍ଗ ରାଜାଙ୍କ ହାତପଟ୍ଟା ବଳରେ ମହାକାଳପଡା ଅଞ୍ଚଳର କେତେକ ସମ୍ପତ୍ତି ହଡ଼ପ ପଛରେ କେବଳ ସରକାରୀ କର୍ମଚାରୀ ନୁହନ୍ତି, ଏହା ପଛରେ ଏକ ର଼୍ୟାକେଟ କାମ କରୁଛି। ଏହି ର଼୍ୟାକେଟର ସଦସ୍ୟମାନେ ୧୯୫୬ ପୂର୍ବର କୁଜଙ୍ଗ ରାଜାଙ୍କ ହାତପଟ୍ଟା କହି ଡିଟିପିରେ ହାତପଟ୍ଟା ଦେଉଛନ୍ତି। ଏହାକୁ ତହସିଲ କର୍ମଚାରୀ ସ୍ବୀକୃତି ଦେଇ ଜମି ସ୍ବତ୍ୱ ପ୍ରଦାନ କରୁଛନ୍ତି। ଏହି ଜାଲିଆତି ପ୍ରଘଟ ହୋଇଥିବାବେଳେ ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଆସନ୍ତା ୨୫ ତାରିଖରେ ରାମନଗର ଆର୍‌ଆଇ ଅଫିସ୍‌ରେ ଜାତିଗତ ପ୍ରମାଣପତ୍ର ସମ୍ପର୍କରେ ତଥ୍ୟ ଉପସ୍ଥାପନ ପାଇଁ ସମ୍ପୃକ୍ତ ପରିବାର ସଦସ୍ୟଙ୍କୁ ନୋଟିସ କରିଛନ୍ତି।
ସୂଚନାନୁଯାୟୀ, ମହାକାଳପଡ଼ା ତହସିଲ ଜମ୍ବୁ ଥାନାଞ୍ଚଳର ଏକ ପରିବାର ସଦସ୍ୟ ମାହେଶ, ପ୍ରଧାନ, ଯୋଗୀ ଓ ନମଶୂଦ୍ର ଜାତି ଦେଖାଇ ସ୍ଥାନୀୟ କେତେକ ଜମି କିଣିଛନ୍ତି। ଏହି ଜମି ଖର୍ଦ୍ଦି କବଲା ବଳରେ ଜାତି ପ୍ରମାଣପତ୍ର ନେଇ ସରକାରୀ ସୁବିଧା ହାସଲ କରିଛନ୍ତି। ପରିବାରର ୪ଟି ଜାତି ଥିବା ନେଇ ସନ୍ଦେହ ପରେ ସୂଚନା ଅଧିକାର କର୍ମୀ ଅମିତାଭ ଚାନ୍ଦ ଜିଲା ଓ ବ୍ଲକସ୍ତରର ବିଭିନ୍ନ କାର୍ଯ୍ୟାଳୟର ତଥ୍ୟ ସୂଚନା ଆଇନ ଅଧିକାର ବଳରେ ହାସଲ କରିଥିଲେ। ଏଥିସହିତ ଉଚ୍ଚ ନ୍ୟାୟାଳୟରେ ଏନେଇ ଏକ ଜନସ୍ବାର୍ଥ ମାମଲା (ଡବ୍ଲ୍ୟୁପିସି ନଂ. ୨୦୬୧୯/୧୬) କରିଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଆର୍‌ଡିସିଙ୍କ ପକ୍ଷରୁ ସ୍ଥାନୀୟ ଜିଲା ପ୍ରଶାସନ ଏନେଇ ତଦନ୍ତ କରୁଛି। ତଦନ୍ତ ଅଧିକାରୀ ତଥା କେନ୍ଦ୍ରାପଡ଼ା ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ଏସ୍‌ପିଙ୍କୁ ୨୦୧୯ ମାର୍ଚ୍ଚ ୨୯ରେ ଦେଇଥିବା ରିପୋର୍ଟ ଅନୁଯାୟୀ, ଏହି ପରିବାର ବାଂଲାଦେଶରୁ ଆସିଥିବାବେଳେ ସେମାନଙ୍କ ଜାତି ଯୋଗୀ। ଏହି ଜାତି ଓବିସି ଅଧୀନ। ତେବେ ସ୍ଥାନୀୟ ଅଞ୍ଚଳର ଜମି ହାତେଇବା ଓ ସରକାରୀ ସୁବିଧା ପାଇଁ ବିଭିନ୍ନ ସମୟରେ ମାହେଶ, ପ୍ରଧାନ ଓ ଅନୁସୂଚିତ ଜାତି ଲିଷ୍ଟରେ ଥିବା ନମଶୂଦ୍ର ଜାତି ବୋଲି ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ଏହି ମାମଲା ତଦନ୍ତ ସମୟରେ କୁଜଙ୍ଗ ହାତପଟ୍ଟାକୁ ନେଇ ଏକ ଅଡିଓ ଭାଇରାଲ ହୋଇଛି। ଅଡିଓରେ ଜଣେ ପେସାରେ ଓକିଲ ଥିବା ବ୍ୟକ୍ତି ଟଙ୍କା ଖର୍ଚ୍ଚ କଲେ ହାତପଟ୍ଟା ମିଳିବ ବୋଲି କହୁଛନ୍ତି। ଏ ସମ୍ପର୍କରେ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା କହିଛନ୍ତି, ଆସନ୍ତା ୨୫ ତାରିଖରେ ସମ୍ପୃକ୍ତ ପରିବାରର ଜାତି ପ୍ରମାଣପତ୍ରର ଯାଞ୍ଚ ହେବ। ଏହି ସମୟରେ ହାତପଟ୍ଟାକୁ ନେଇ କୌଣସି ଜାଲିଆତି ଥିଲେ ଆର୍‌ଡିସିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ ଦିଆଯିବ। ସୂଚନାଯୋଗ୍ୟ, ଏପରି ହାତପଟ୍ଟା ବଳରେ ମହାକାଳପଡ଼ା ତହସିଲ ଅଞ୍ଚଳରେ ୪ ହଜାରରୁ ଅଧିକ ଏକର ଜମି କେତେକ ବାଂଲାଦେଶୀ ଅନୁପ୍ରବେଶକାରୀ ହାତେଇଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?