ଡିଟିପିରେ ମିଳୁଛି କୁଜଙ୍ଗ ରାଜାଙ୍କ ହାତପଟ୍ଟା

କେନ୍ଦ୍ରାପଡା ଅଫିସ, ୨୪।୧୧: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ ଅଞ୍ଚଳର ଜମି ଜାଲିଆତି ଘଟଣା ବାହାରକୁ ଆସିଛି। ଗୋଟିଏ ପରିବାରର ୪ଟି ଜାତି ମାମଲାର ତଦନ୍ତ ସମୟରେ ଏହି ତଥ୍ୟ ଜଣାପଡ଼ିଛି। କୁଜଙ୍ଗ ରାଜାଙ୍କ ହାତପଟ୍ଟା ବଳରେ ମହାକାଳପଡା ଅଞ୍ଚଳର କେତେକ ସମ୍ପତ୍ତି ହଡ଼ପ ପଛରେ କେବଳ ସରକାରୀ କର୍ମଚାରୀ ନୁହନ୍ତି, ଏହା ପଛରେ ଏକ ର଼୍ୟାକେଟ କାମ କରୁଛି। ଏହି ର଼୍ୟାକେଟର ସଦସ୍ୟମାନେ ୧୯୫୬ ପୂର୍ବର କୁଜଙ୍ଗ ରାଜାଙ୍କ ହାତପଟ୍ଟା କହି ଡିଟିପିରେ ହାତପଟ୍ଟା ଦେଉଛନ୍ତି। ଏହାକୁ ତହସିଲ କର୍ମଚାରୀ ସ୍ବୀକୃତି ଦେଇ ଜମି ସ୍ବତ୍ୱ ପ୍ରଦାନ କରୁଛନ୍ତି। ଏହି ଜାଲିଆତି ପ୍ରଘଟ ହୋଇଥିବାବେଳେ ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଆସନ୍ତା ୨୫ ତାରିଖରେ ରାମନଗର ଆର୍‌ଆଇ ଅଫିସ୍‌ରେ ଜାତିଗତ ପ୍ରମାଣପତ୍ର ସମ୍ପର୍କରେ ତଥ୍ୟ ଉପସ୍ଥାପନ ପାଇଁ ସମ୍ପୃକ୍ତ ପରିବାର ସଦସ୍ୟଙ୍କୁ ନୋଟିସ କରିଛନ୍ତି।
ସୂଚନାନୁଯାୟୀ, ମହାକାଳପଡ଼ା ତହସିଲ ଜମ୍ବୁ ଥାନାଞ୍ଚଳର ଏକ ପରିବାର ସଦସ୍ୟ ମାହେଶ, ପ୍ରଧାନ, ଯୋଗୀ ଓ ନମଶୂଦ୍ର ଜାତି ଦେଖାଇ ସ୍ଥାନୀୟ କେତେକ ଜମି କିଣିଛନ୍ତି। ଏହି ଜମି ଖର୍ଦ୍ଦି କବଲା ବଳରେ ଜାତି ପ୍ରମାଣପତ୍ର ନେଇ ସରକାରୀ ସୁବିଧା ହାସଲ କରିଛନ୍ତି। ପରିବାରର ୪ଟି ଜାତି ଥିବା ନେଇ ସନ୍ଦେହ ପରେ ସୂଚନା ଅଧିକାର କର୍ମୀ ଅମିତାଭ ଚାନ୍ଦ ଜିଲା ଓ ବ୍ଲକସ୍ତରର ବିଭିନ୍ନ କାର୍ଯ୍ୟାଳୟର ତଥ୍ୟ ସୂଚନା ଆଇନ ଅଧିକାର ବଳରେ ହାସଲ କରିଥିଲେ। ଏଥିସହିତ ଉଚ୍ଚ ନ୍ୟାୟାଳୟରେ ଏନେଇ ଏକ ଜନସ୍ବାର୍ଥ ମାମଲା (ଡବ୍ଲ୍ୟୁପିସି ନଂ. ୨୦୬୧୯/୧୬) କରିଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଆର୍‌ଡିସିଙ୍କ ପକ୍ଷରୁ ସ୍ଥାନୀୟ ଜିଲା ପ୍ରଶାସନ ଏନେଇ ତଦନ୍ତ କରୁଛି। ତଦନ୍ତ ଅଧିକାରୀ ତଥା କେନ୍ଦ୍ରାପଡ଼ା ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ଏସ୍‌ପିଙ୍କୁ ୨୦୧୯ ମାର୍ଚ୍ଚ ୨୯ରେ ଦେଇଥିବା ରିପୋର୍ଟ ଅନୁଯାୟୀ, ଏହି ପରିବାର ବାଂଲାଦେଶରୁ ଆସିଥିବାବେଳେ ସେମାନଙ୍କ ଜାତି ଯୋଗୀ। ଏହି ଜାତି ଓବିସି ଅଧୀନ। ତେବେ ସ୍ଥାନୀୟ ଅଞ୍ଚଳର ଜମି ହାତେଇବା ଓ ସରକାରୀ ସୁବିଧା ପାଇଁ ବିଭିନ୍ନ ସମୟରେ ମାହେଶ, ପ୍ରଧାନ ଓ ଅନୁସୂଚିତ ଜାତି ଲିଷ୍ଟରେ ଥିବା ନମଶୂଦ୍ର ଜାତି ବୋଲି ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ଏହି ମାମଲା ତଦନ୍ତ ସମୟରେ କୁଜଙ୍ଗ ହାତପଟ୍ଟାକୁ ନେଇ ଏକ ଅଡିଓ ଭାଇରାଲ ହୋଇଛି। ଅଡିଓରେ ଜଣେ ପେସାରେ ଓକିଲ ଥିବା ବ୍ୟକ୍ତି ଟଙ୍କା ଖର୍ଚ୍ଚ କଲେ ହାତପଟ୍ଟା ମିଳିବ ବୋଲି କହୁଛନ୍ତି। ଏ ସମ୍ପର୍କରେ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା କହିଛନ୍ତି, ଆସନ୍ତା ୨୫ ତାରିଖରେ ସମ୍ପୃକ୍ତ ପରିବାରର ଜାତି ପ୍ରମାଣପତ୍ରର ଯାଞ୍ଚ ହେବ। ଏହି ସମୟରେ ହାତପଟ୍ଟାକୁ ନେଇ କୌଣସି ଜାଲିଆତି ଥିଲେ ଆର୍‌ଡିସିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ ଦିଆଯିବ। ସୂଚନାଯୋଗ୍ୟ, ଏପରି ହାତପଟ୍ଟା ବଳରେ ମହାକାଳପଡ଼ା ତହସିଲ ଅଞ୍ଚଳରେ ୪ ହଜାରରୁ ଅଧିକ ଏକର ଜମି କେତେକ ବାଂଲାଦେଶୀ ଅନୁପ୍ରବେଶକାରୀ ହାତେଇଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ: ଗର୍ଭଣା ଗ୍ରାମରେ ଉତ୍ତେଜନା, ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ଭେଡେନ, ୧୧।୭ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଗର୍ଭଣା ଗ୍ରାମରେ ଶନିବାର ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ…

ସ୍କୁଲ କମିଟି ଅଧ୍ୟକ୍ଷ ଚୟନକୁ ନେଇ ବିବାଦ: ପହଞ୍ଚିଲା ପୋଲିସ, ତଦନ୍ତ କରିବେ ଅତିରିକ୍ତ ଶିକ୍ଷାଧିକାରୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନକୁ ନେଇ ତୀବ୍ର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

ପିଲାଙ୍କ କଳିକୁ ନେଇ ମହିଳାଙ୍କୁ ଟଣାଓଟରା କରି ମାରିଥିଲେ ମାଡ଼: ଅଭିଯୁକ୍ତ ଗିରଫ, ଜାମିନ ନାମଞ୍ଜୁର ପରେ…

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri