ନିଷିଦ୍ଧ ନିଶାଦ୍ରବ୍ୟର ବ୍ୟବସାୟ

ଡା. ଉମେଶ ଚନ୍ଦ୍ର ପାତ୍ର

ଜାତିସଂଘରେ ଗଞ୍ଜେଇ ଓ ଭାଙ୍ଗକୁ ଔଷଧର ମାନ୍ୟତା ପ୍ରସଙ୍ଗକୁ ନେଇ ସମଗ୍ର ପୃଥିବୀରେ ଏକ ପ୍ରକାର ବଡ଼ ଚର୍ଚ୍ଚା ଜୋର ଧରିଛି। କାରଣ ଏଯାବତ୍‌ ଏ ଦୁଇଟି ଜିନିଷ ନାର୍କୋଟିକ ଆଇନ ପରିଧି ଭିତରେ ଆସୁଥିଲା। ମାନବ ସଭ୍ୟତା ଆରମ୍ଭରୁ ସମାଜ ବହୁ ପ୍ରକାର ନିଶା ଦ୍ରବ୍ୟକୁ ଆଦରି ଆସିଛି। ଏହି ନିଶା ଦ୍ରବ୍ୟ ଲୋକମାନଙ୍କର ଚିନ୍ତା,ଭାବନା,ଆବେଗ,ଭୋକ,ନିଦ୍ରା, ଯୌନ, ଇଚ୍ଛା, ବ୍ୟଥା ଉପଶମ ଓ ବ୍ୟବହାରରେ ନିୟନ୍ତ୍ରଣ ଆଣିବା ପାଇଁ ବ୍ୟବହାର କରାଯାଇଥାଏ, କିନ୍ତୁ ଦିନକୁ ଦିନ ନିଶା ବ୍ୟବହାର କରୁଥିବା ଲୋକମାନଙ୍କର ବର୍ଦ୍ଧିତ ଓ କ୍ରମବର୍ଦ୍ଧିଷ୍ଣୁ ମାତ୍ରା ସମାଜ ପାଇଁ ଏକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏହାର ନିରାକରଣ ପାଇଁ ଜରୁରିକାଳୀନ ପଦକ୍ଷେପ ନିଆ ନ ଗଲେ ସମାଜ ଧ୍ୱଂସାଭିମୁଖୀ ହେବ, ଏହା ନିଃସନ୍ଦେହ। ଏହି ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇଥିବାରୁ ଏହା ବିଭିନ୍ନ ଅସାମାଜିକ ବ୍ୟକ୍ତି, ଅନୁଷ୍ଠାନକୁ ଆକୃଷ୍ଟ କରିଛି, ଯାହା କି ବିଶ୍ୱବାସୀଙ୍କ ଚିନ୍ତାର ବିଷୟ ପାଲଟି ଗଲାଣି। ସାଧାରଣତଃ ପ୍ରଚଳିତ ନିଶାଦ୍ରବ୍ୟଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରାଯାଇଛି। ଯଥା – (୧) ଆଇନ ସମ୍ମତ – ଦେଶର ଆଇନ ବ୍ୟବସ୍ଥା ଯେଉଁ ନିଶାର ବ୍ୟବହାର ଓ ଉତ୍ପାଦନ ଆଦିକୁ ଅନୁମତି ଦେଇଥାଏ, ଯେମିତି କି ଭାରତରେ ମଦ, ପାନ, ବିଡ଼ି, ସିଗାରେଟ, ଗୁଟ୍‌ଖା, ଭାଙ୍ଗ ଇତ୍ୟାଦି। (୨) ଆଇନ ଅସମ୍ମତ – ଯେମିତି କି ହିରୋଇନ, ଗଞ୍ଜେଇ, ଅଫିମ, ଆମଫିଟାମିନ, ବ୍ରାଉନସୁଗାର, ଚରସ ଓ ହାସିସ୍‌ ଇତ୍ୟାଦି। ମୁଖ୍ୟତଃ ବିଶ୍ୱର ୭୫% ଅଫିମ ଆଫଗାନିସ୍ଥାନରୁ ଓ କୋକେନ୍‌ ହଣ୍ଡୁରାସରୁ ଉତ୍ପାଦନ ହୁଏ। ଏହି ନିଶା କାରବାର ଉପରୋକ୍ତ ଦୁଇ ଦେଶରୁ ଆରମ୍ଭ ହୋଇ ପୃଥିବୀର ବିଭିନ୍ନ ଦେଶକୁ ବ୍ୟାପିଛି ଯଥା- ଆରବ ଦେଶ, ରୁଷିଆ, ୟୁରୋପ, ଆମେରିକା, ଭାରତ ଓ ଅନ୍ୟ ଛୋଟବଡ଼ ଦେଶ। ଏକ ରିପୋର୍ଟରୁ ଜଣାଯାଇଛି ଯେ, ଯେଉଁ ପଥ ଦେଇ ଏହି ନିଶାଦ୍ରବ୍ୟର ପରିବହନ ହୋଇଥାଏ ସେହି ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ (ବଳାତ୍କାର, ହତ୍ୟା, ଡକାୟତି ଆଦି) ଅଧିକ ହୋଇଥାଏ। ଏହାର ବ୍ୟବସାୟ ବହୁପ୍ରକାର ଅସାମାଜିକ ବ୍ୟକ୍ତି ଓ ଅନୁଷ୍ଠାନକୁ ଆକୃଷ୍ଟ କରିଥାଏ। କାରଣ ଅନ୍ୟ ଯେକୌଣସି ବ୍ୟବସାୟ ତୁଳନାରେ ଏହା ଅଧିକ ଲାଭଜନକ। ଅଲକାଏଦା, ଆଇଏସଆଇଏସ ଭଳି ଆନ୍ତର୍ଜାତିକ ଆତଙ୍କବାଦୀ ସଙ୍ଗଠନମାନଙ୍କର ଏହା ମୁଖ୍ୟ ଆୟର ମାର୍ଗ। ଏକ ରୋମାଞ୍ଚକର ବିଷୟ ଏହି ନିଶା ବ୍ୟବସାୟ ସମଗ୍ର ବିଶ୍ୱବାଣିଜ୍ୟର ୧% ଅର୍ଥ।
ନିୟମିତ ନିଶା ସେବନ ଦ୍ୱାରା ମଣିଷର ସ୍ବାସ୍ଥ୍ୟ, ଚାଲିଚଳନ, ପାରିବାରିକ, ସାମାଜିକ ସମ୍ପର୍କ କାର୍ଯ୍ୟଦକ୍ଷତା, ଅର୍ଥାଭାବ ଓ ଥଇଥାନ ସମସ୍ୟା ଇତ୍ୟାଦି ଦେଖାଯାଏ। ଯେପରି କି ଜଣ୍ଡିସ ବା କାମଳରୋଗ, ପେପ୍ଟିକ ଅଲସର, ନିଉରାଇଟିସ୍‌ ପାରାଲିସିସ୍‌, ହୃଦ୍‌ଘାତ, ଯକୃତଜନିତ ରୋଗ, ଅପସ୍ମାର ବାତ ଇତ୍ୟାଦି। ନିଶା ବ୍ୟବହାର ଦ୍ୱାରା କେତେକ ସୁପ୍ତ ମାନସିକ ରୋଗପୂର୍ଣ୍ଣ ମାନସିକ ରୋଗ ହିସାବରେ ଉଭା ହୋଇଥାଏ। ଯେପରି କି ଡିପ୍ରେସନ, ସିଜୋଫ୍ରେନିଆ, ସାଇକୋସିସ୍‌ ଇତ୍ୟାଦି। ନିୟମିତ ନିଶାଦ୍ରବ୍ୟ ବ୍ୟବହାର ଦ୍ୱାରା ଅନେକ ମାନସିକ ରୋଗର ସମ୍ମୁଖୀନ ହୋଇଥାନ୍ତି। ଯେପରି କି ନିଦ୍ରାହୀନତା, ଆବେଗଜନିତ ସମସ୍ୟା, ସ୍ମରଣଶକ୍ତି କମିଯିବା, ସନ୍ଦେହ କରିବା ଦ୍ୱାରା ବିବାହ ବିଚ୍ଛେଦ ହେବା, ଆତ୍ମହତ୍ୟା ପ୍ରବଣତା ବଢ଼ିଯିବା, ଶୂନ୍ୟରୁ କଥା ଶୁଣିବା, ଅବାନ୍ତର କଥା ହେବା, ନିଶା ନ ଖାଇଲେ ନିଦ ନ ହେବା ଏବଂ ନିଶା ଛାଡ଼ିବାର ଇଚ୍ଛା ସତ୍ତ୍ୱେ ଛାଡ଼ି ନ ପାରିବା। ଭାରତରେ ନିଶା ଦ୍ରବ୍ୟର ବ୍ୟବହାର ବହୁଳଭାବେ ପଞ୍ଜାବରେ ଦେଖାଯାଏ ଏବଂ ଭାରତ ବର୍ଷରେ ପଞ୍ଜାବ ନିଶା ଜର୍ଜରିତ ରାଜ୍ୟ ଭାବେ ପରିଚିତ। ଏହା ସୂଚନାଯୋଗ୍ୟ, ବର୍ତ୍ତମାନ ରିଲିଜ ହୋଇଥିବା ହିନ୍ଦୀ ସିନେମା ଉଡତା ପଞ୍ଜାବ ଏହି ନିଶା କାରବାର ଓ ବ୍ୟବହାରକୁ ବିଷୟକୁ ନେଇ ଆଧାରିତ। ଏହି ରାଜ୍ୟ ଅନ୍ତର୍ଭୁକ୍ତ ସୀମା ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳରେ ନିଶା କାରବାର ଏକ କୌଳିକ ବୃତ୍ତି ଭାବରେ ଆଦରି ନେଲେଣି। ଯେଉଁ ବ୍ରାଉନ ସୁଗାରର ଦର ସୀମାପାର୍ଶ୍ୱରେ ୧ଲକ୍ଷ ସେହି ଦ୍ରବ୍ୟ ଦିଲ୍ଲୀରେ ୧କୋଟି ଟଙ୍କା ହୋଇଯାଏ। ଏହି ରାଜ୍ୟର ୭୫%ରୁ ଅଧିକ ଯୁବତୀ/ଯୁବକ ନିଶାଗ୍ରସ୍ତ ଅଟନ୍ତି। ଆମ ଓଡ଼ିଶାରେ ମଧ୍ୟ ଏହି ନିଶା ଦ୍ରବ୍ୟର ବ୍ୟବହାର କମ୍‌ ନୁହେଁ। ସାଧାରଣତଃ ଓଡ଼ିଶାର ଦକ୍ଷିଣ ଭାଗ ଯଥା ମାଓବାଦୀ ପ୍ରବଣ ଜିଲାଗୁଡ଼ିକରେ ନିଶାଦ୍ରବ୍ୟର ଉପତ୍ାଦନ ଅଧିକ ହୋଇଥାଏ। ନିଶାମୁକ୍ତ ସମାଜ ଗଠନ କରିବା ଯଦିଓ ଅସମ୍ଭବ, କିନ୍ତୁ ସଚେତନତା ଓ ସରକାରଙ୍କ ଉଚିତ ପଦକ୍ଷେପ ଦ୍ୱାରା ଏହାର ବ୍ୟବହାର ଓ ଉତ୍ପାଦନକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିହେବ। ନିଶାଗ୍ରସ୍ତ ରୋଗୀଙ୍କ ଚିକିତ୍ସା ବନ୍ଦୋବସ୍ତ କରିବା ସରକାରୀ ଓ ବେସରକାରୀ ସ୍ତରରେ ନିତାନ୍ତ ଆବଶ୍ୟକ। ଆଇନଜ୍ଞ, ଶିକ୍ଷାବିତ୍‌, ପୋଲିସ୍‌, ଖବରକାଗଜ, ସାମାଜିକ ସ୍ବେଚ୍ଛାସେବୀମାନଙ୍କର ସଚେତନତା, ମନସ୍ତତ୍ତ୍ୱବିତ୍‌, ଯଥା ଡାକ୍ତର ଓ ମାନସିକ ରୋଗ ବିଶେଷଜ୍ଞ ଏବଂ ସମାଜଅଭିମୁଖୀ ଚେଷ୍ଟା ଦ୍ୱାରା ଏହି ସମସ୍ୟାକୁ ଆମେ ଏଡ଼େଇ ପାରିବା।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ, କଟକ, ମୋ :୯୪୩୭୦୫୧୯୫୭

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?