Posted inଖେଳ

ପ୍ରଥମ ଟେଷ୍ଟ: ଓ୍ବିଲିୟମସନ୍‌ଙ୍କ ଶତକ

ମାଉଣ୍ଟ ମାଉନଗାନୁଇ,୨୮।୧୨(ଏପି): ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ଙ୍କ ଶତକ, ହେନେରୀ ନିକୋଲ୍ସ ଓ ବିଜେ ଓ୍ବାଟଲିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ନ୍ୟୁଜିଲାଣ୍ଡ ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ସ୍ଥିତି ଦୃଢ଼ କରିଛି। ଟସ୍‌ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୧୫୫ ଓଭରରେ ୪୩୧ ରନ ସଂଗ୍ରହ କରି ଅଲଆଉଟ ହୋଇଛି। ଜବାବରେ ପାକିସ୍ତାନ ପ୍ରଥମ ଇନିଂସ ଆରମ୍ଭ କରି ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୨୦ ଓଭରରେ ଗୋଟିଏ ଉଇକେଟ ହରାଇ ୩୦ ରନ ସଂଗ୍ରହ କରିଛି। ଫଳରେ ପାକିସ୍ତାନ ଏବେ ୪୦୧ ରନ ପଛରେ ପଡିଛି। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଓପନର ଶାନ ମାସୁଦ ୧୦ ରନକରି ଉଇକେଟକିପର ବିଜେ ଓ୍ବାଟଲିଂଙ୍କୁ କ୍ୟାଚ୍‌ ଦେଇ କାଏଲ ଜେମିଶନଙ୍କ ଶିକାର ହୋଇଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଆବିଦ ଅଲି ୧୯ ଓ ମହମ୍ମଦ ଆବାସ ବିନା ସ୍କୋରରେ ଅପରାଜିତ ରହିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୨୨/୩ରୁ ଖେଳ ଆରମ୍ଭ କରି ନ୍ୟୁଜିଲାଣ୍ଡ ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଓ୍ବିଲିୟମସନ ୯୪ରୁ ଖେଳ ଆରମ୍ଭ କରି ୧୨୯ ରନର ଶତକୀୟ ପାଳି ଖେଳି ୟାସିର ଶାହାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏଥିସହିତ ଓ୍ବିଲିୟମସନ କ୍ୟାରିୟରର ୨୩ତମ ଟେଷ୍ଟ ଶତକ ଅର୍ଜନ କରିଛନ୍ତି। ସେହିପରି ୪୨ରୁ ଖେଳ ଆରମ୍ଭ କରି ହେନେରୀ ନିକୋଲ୍ସ ୫୬ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଏହାପରେ ବିଜେ ଓ୍ବାଟଲିଂ ୭୩, ଜେମିଶନ ୩୨, ନେଲ ଓ୍ବାଗନର ୧୯ ରନ ସଂଗ୍ରହ କରିଥିଲେ। ଅଭିଜ୍ଞ ରସ୍‌ ଟେଲର ଓ ନିକୋଲ୍ସଙ୍କ ସହ ମିଳିତ ଭାବେ ଓ୍ବିଲିୟମସନ ତୃତୀୟ ଓ ଚତୁର୍ଥ ଉଇକେଟ ଯୋଡିରେ ଯଥାକ୍ରମେ ୧୨୦ ଓ ୧୩୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ଶାହିଦ ଆଫ୍ରିଦି ସର୍ବାଧିକ ୪, ୟାସିର ଶାହା ୩, ମହମ୍ମଦ ଆବାସ, ଫହିମ ଆଶ୍ରଫ ଓ ନସିମ ଶାହା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୫୫ ଓଭରରେ ୪୩୧ ଅଲଆଉଟ
(ଓ୍ବିଲିୟମସନ- ୧୨୯, ଟେଲର- ୭୦, ନିକୋଲ୍ସ- ୫୬, ଓ୍ବାଟଲିଂ- ୭୩, ଜେମିଶନ- ୩୨, ଶାହିଦ ଆଫ୍ରିଦି- ୪/୧୦୯, ୟାସିର- ୩/୧୧୩)।
ପାକିସ୍ତାନ ପ୍ରଥମ ଇନିଂସ: ୨୦ ଓଭରରେ ୩୦/୧
(ଆବିଦ- ୧୯*, ମାସୁଦ-୧୦, ଜେମିଶନ-୧/୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri