ଡିଜିଟାଲ ହେବ ଡ୍ରାଇଭିଂ ଟେଷ୍ଟ ପ୍ରକ୍ରିୟା

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଡ୍ରାଇଭିଂ ଲାଇସେନ୍ସ କରିବାକୁ ହେଲେ ଆମକୁ ପ୍ରଥମେ ଜଣେ ଇନ୍‌ସ୍ପେକ୍ଟରଙ୍କ ଉପସ୍ଥିତିରେ ଡ୍ରାଇଭିଂ ସ୍କିଲ୍‌ ଟେଷ୍ଟ ଦେବାକୁ ପଡୁଥିଲା। ବର୍ତ୍ତମାନ କ୍ୟାମେରା, ସେନ୍ସର ଏବଂ କମ୍ପ୍ୟୁଟର ଦ୍ୱାରା ଡ୍ରାଇଭିଂ ଟେଷ୍ଟ ନିଆଯିବ ଅର୍ଥାତ୍‌ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଡିଜିଟାଲ ହେବ। ଓଡିଶା ପରିବହନ ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ଏହି ଡ୍ରାଇଭିଂ ଟେଷ୍ଟ ସିଷ୍ଟମକୁ ଲାଗୁ କରାଯିବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ଡ୍ରାଇଭିଂ ଟେଷ୍ଟ ସିଷ୍ଟମ୍‌ (ଏଡିଟିଏସ୍‌) ପ୍ରତିଷ୍ଠା କରାଯାଉଛି। ପ୍ରଥମେ ୧୯ଟି ଆର୍‌ଟିଓରେ ଡ୍ରାଇଭିଂ ପରୀକ୍ଷଣ ଟ୍ରାକ୍‌ରେ ଏଡିଟିଏସ୍‌ ସ୍ଥାପନ କରାଯିବ। ଭିଡିଓ ଆନାଲିଟିକ୍ସ ଟେକ୍ନୋଲୋଜି ଏବଂ କ୍ୟାମେରା ବ୍ୟବହାର କରି ଏହି ସିଷ୍ଟମରେ ଏକ ଅତ୍ୟାଧୁନିକ ସେଟ୍‌ଅପ୍‌ ପ୍ରଦର୍ଶିତ ହେବ। ଯାନଗୁଡିକର ପ୍ରବେଶଠାରୁ ଆରମ୍ଭ କରି ଏହାର ଯାଞ୍ଚ ଏବଂ ଡ୍ରାଇଭିଂ ପରୀକ୍ଷା ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ୍‌ ମାଧ୍ୟମରେ ସମ୍ପାଦିତ ହେବ। ଟ୍ରାକ୍‌ରେ ଫିଟ୍‌ ହୋଇଥିବା ଡିଜିଟାଲ୍‌ ସେନ୍ସରଗୁଡିକ ଏହା ଉପରେ ନଜର ରଖିବ ଏବଂ ଆବେଦନକାରୀଙ୍କ ଡ୍ରାଇଭିଂ ଦକ୍ଷତା ଉପରେ ବିଚାର କରିବ। ଏକାଧିକ କ୍ୟାମେରା ସହିତ ବୈଜ୍ଞାନିକ ଭାବରେ ପରିକଳ୍ପିତ ସିଷ୍ଟମକୁ ଆବେଦନକାରୀଙ୍କ ଅତ୍ୟାବଶ୍ୟକ ଡ୍ରାଇଭିଂ ସ୍କିଲ୍‌ ମୂଲ୍ୟାଙ୍କନ କରିବାକୁ ରଖାଯିବ। ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ଦକ୍ଷ ଏବଂ ସ୍ବଚ୍ଛ ପରୀକ୍ଷଣ ପାଇଁ ଉନ୍ନତ ପ୍ରଶିକ୍ଷଣ ପଦ୍ଧତି ରାଜ୍ୟର ସଡକ ଦୁର୍ଘଟଣା ହ୍ରାସ କରିବାରେ ସହାୟକ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri