ପୋତିଦେଲେ ଡ୍ରେନ୍‌, ଉପୁଜିପାରେ ଜଳବନ୍ଦୀ ସମସ୍ୟା

ଭୁବନେଶ୍ୱର,୧୧।୩ (ବ୍ୟୁରୋ): ଭାରତରେ ଜି-୨୦ ସମ୍ମିଳନୀ ଅବସରରେ ବିଦେଶୀ ପ୍ରତିନିଧି ଦଳ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ବରମୁଣ୍ଡାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ଚାଲିଛି। ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଓଭରବ୍ରିଜ୍‌ ସଂଲଗ୍ନ ଅଞ୍ଚଳକୁ ସୌନ୍ଦର୍ଯ୍ୟକରଣ କରାଯିବାର ଯୋଜନା ରହିଥିବାବେଳେ ଏଠାରେ ପୂର୍ବରୁ ରହିଥିବା ଡ୍ରେନ୍‌କୁ ପୋତିଦିଆଯାଇଛି। ବର୍ଷା ହେଲେ ଓଭରବ୍ରିଜରୁ ତଳକୁ ପଡୁଥିବା ପାଣି ଏହି ଡ୍ରେନ୍‌ ଦେଇ ମୁଖ୍ୟ ନାଳକୁ ନିଷ୍କାସିତ ହେଉଥିଲା। ଏବେ ଏହି ଡ୍ରେନ୍‌ ପୋତାଯିବା ପରେ ବର୍ଷାଦିନେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏହାର ବିପରୀତ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ ହୋଇଥିଲେ ମଧ୍ୟ ବର୍ଷା ଜଳ ପ୍ରବେଶ ପାଇଁ ସୁବିଧା ନାହିଁ। ପୁଣି ଡ୍ରେନର ଉଭୟମୁଣ୍ଡ ମଧ୍ୟ ବନ୍ଦ ରହିଛି। ଓଭରବ୍ରିଜରୁ ବର୍ଷାଦିନେ ପ୍ରବଳ ମାତ୍ରାରେ ଜଳ ତଳକୁ ଖସିଥାଏ। ଫଳରେ ଡ୍ରେନ୍‌ ପୂରଣ ହୋଇ ରାସ୍ତା ଉପରେ ପାଣି ଚାଲିଥାଏ। ଏହି ଡ୍ରେନ୍‌ ପୋତିଦିଆଯିବା ଫଳରେ ରାସ୍ତା ଉପରେ ପାଣିର ପରିମାଣର ବଢ଼ିବ। ଫଳରେ ଇସ୍କନ ମନ୍ଦିର ସମ୍ମୁଖରେ ପ୍ରତିବର୍ଷ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟା ଏଠାରେ ମଧ୍ୟ ସୃଷ୍ଟି ହୋଇପାରେ। ଏନେଇ ଏନ୍‌ଏଚ୍‌ଏଆଇ ଅଧିକାରୀ ରାମଚନ୍ଦ୍ର କହିଛନ୍ତି, ଉକ୍ତ ଡ୍ରେନ୍‌ ପୋତାଯାଇ ସେଠାରେ ଫୁଟପାଥ୍‌ ନିର୍ମାଣ କରାଯିବ। ଓଭରବ୍ରିଜ୍‌ରୁ ବର୍ଷାଜଳ ତଳକୁ ଆସିବା ପାଇଁ ପାଇପ୍‌ ସଂଯୋଗ କରାଯିବ ଏହା ପରେ ରାସ୍ତା ଦେଇ ବିପରୀତ ପାର୍ଶ୍ୱରେ ଥିବା ଡ୍ରେନରେ ପ୍ରବେଶ କରିବ। ବିପରୀତ ପାର୍ଶ୍ୱରେ ଡ୍ରେନ ସଫେଇ, ମରାମତି ଓ ଅନ୍ୟାନ୍ୟ କାର୍ଯ୍ୟ ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ସରିବ ବୋଲି ସେ କହିଛନ୍ତି।
କେବେ ବନ୍ଦ ହେବ ରଙ୍ଗ୍‌ ରୁଟ୍‌ ଗାଡ଼ି ଚଳାଚଳ?
ରଙ୍ଗ୍‌ ରୁଟ୍‌ରେ ଗାଡି ଚାଳନା ବହୁ ସମୟରେ ଦୁର୍ଘଟଣାର କାରଣ ପାଲଟିବା ସହ ଜୀବନ ନେଉଛି। ଏହାଜାଣି ମଧ୍ୟ ଲୋକେ ରଙ୍ଗ୍‌ରୁଟ୍‌ରେ ଯିବାଆସିବା କରୁଛନ୍ତି। ବରମୁଣ୍ଡାରୁ କୋଳଥିଆ ଓ ଘାଟିକିଆ ଭିତରକୁ ଯିବାକୁ ଚାହୁଁଥିବା ଲୋକେ ବରମୁଣ୍ଡା ଓଭରବ୍ରିଜ୍‌ ତଳେ ରଙ୍ଗ୍‌ ରୁଟ୍‌ରେ ତପୋବନ ରୋଡ୍‌ ବା ଆଶ୍ରମ ରୋଡ୍‌ ଦେଇ ଯାତାୟତ କରୁଛନ୍ତି। ଏଥିପାଇଁ ତାରିଣୀ ମନ୍ଦିର ଛକରେ ଅଧିକାଂଶ ସମୟ ଟ୍ରାଫିକ୍‌ ଜାମ୍‌ ଭଳି ସମସ୍ୟା ସୃଷ୍ଟି ହେଉଛି। ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟି ଲୋକ ମୃତାହାତ ହେଉଛନ୍ତି। ସେହିପରି ରାଜପଥର ବାଣୀବିହାର, ରସୁଲଗଡ଼, ପଳାଶୁଣି ଆଦି ସ୍ଥାନରେ ବର୍ଷସାରା ରଙ୍ଗ୍‌ରୁଟ୍‌ ଗାଡ଼ି ଚଳାଚଳ ଦେଖିବାକୁ ମିଳୁଛି। ଏହା କେବେ ବନ୍ଦ ହେବ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସେହିପରି ବିଭିନ୍ନ ଛକରେ ଟ୍ରକ୍‌, ବସ ଆଦି ଭାରିଯାନ ଅଟକି ରହୁଥିବାରୁ ସମସ୍ୟା ବଢ଼ୁଛି। ଏସବୁ ଦିଗ ପ୍ରତି ଧ୍ୟାନ ଦେବା ପାଇଁ ଅଞ୍ଚଳବାସୀ ଦାବି କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?