ଡ୍ରୋନ୍‌ ନଜରରେ ଅଜଗର

ଖୋର୍ଦ୍ଧା ଅଫିସ,୯।୫: ଚନ୍ଦକା ବନଖଣ୍ଡ ହଳଦିଆ ବନାଞ୍ଚଳ ଅଧୀନ ଖୋର୍ଦ୍ଧା ଜିଲା ମଲ୍ଲୀପୁର ପଞ୍ଚାୟତର ଗଡ଼ନିଆଳ ଗଁା ପାଖ ଜଙ୍ଗଲରେ ଗର୍ଭବତୀ ଅଜଗର ସାପକୁ ଗ୍ରାମବାସୀ ଏବଂ ବନ ବିଭାଗ ସୁରକ୍ଷା ଦେଉଛନ୍ତି। କରୋନା ସମୟରେ ଗ୍ରାମବାସୀଙ୍କ ଏହି ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଅନ୍ୟପଟେ ଡ୍ରୋନ ଦ୍ୱାରା ଅଜଗରର ଗତିବିଧି ଉପରେ ନଜର ରଖାଯାଇଛି। ଜଙ୍ଗଲରେ କେହି ପ୍ରବେଶ କଲେ, ଅଜଗର ସ୍ଥାନ ଛାଡିଯିବାର ଆଶଙ୍କା ରହିଛି। ତେଣୁ ଅଜଗର ରହୁଥିବା ଅଞ୍ଚଳର ଶହେ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଅଜଗର ସ୍ଥିତି କ’ଣ ରହିଛି, ସେ ସମ୍ପର୍କରେ ତଥ୍ୟ ହାସଲ ଲାଗି ଡ୍ରୋନର ସାହାଯ୍ୟ ନିଆଯାଇଛି ବୋଲି ହଳଦିଆ ରେଞ୍ଜର ଜୟକୃଷ୍ଣ ପଣ୍ଡା କହିଛନ୍ତି। ରେଞ୍ଜର ପଣ୍ଡା ଆହୁରି କହିଛନ୍ତି ଯେ, ଏକ ୫ଜଣିଆ ଟିମ୍‌ ୨୪ଘଣ୍ଟିଆ ସୁରକ୍ଷା ଦେଉଛନ୍ତି। ସାପ ପାଇଁ ଖାଦ୍ୟ ଏବଂ ନନ୍ଦରେ ପାଣିର ବ୍ୟବସ୍ଥା କରାଯାଇଛି। ସାଧାରଣତଃ ସାପ ମାର୍ଚ୍ଚଠାରୁ ଜୁନ ମାସ ମଧ୍ୟରେ ଶହେରୁ ଊର୍ଦ୍ଧ୍ୱ ଅଣ୍ଡଦାନ କରିଥାଏ। ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ସେ କୁଆଡେ ଯାଇ ନ ଥାଏ। ଶିକାର ପାଇଁ ଗଲେ, ବନ୍ୟଜନ୍ତୁ ଅଣ୍ଡା ଖାଇଯିବାର ଆଶଙ୍କାରେ ଅଜଗର ମେଲିବାନ୍ଧି ଅଣ୍ଡାକୁ ସୁରକ୍ଷା ଦେଇଥାଏ। ଅଜଗର ଉପରେ ସମ୍ପୂର୍ଣ୍ଣ ନଜର ରହିଛି ବୋଲି ସେ କହିିଛନ୍ତି। ଚନ୍ଦକା ଡିଏଫ୍‌ଓ କେଦାରନାଥ ସ୍ବାଇଁ କହିଛନ୍ତି, ଅଜଗରର ଅଣ୍ଡା ଦାନରେ ଯେପରି କୌଣସି ସମସ୍ୟା ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ସାଧାରଣତଃ କୌଣସି ବିଷଧର ସାପକୁ ଦେଖିଲେ, ଲୋକେ ଭୟଭୀତ ହୋଇଥାନ୍ତି। ଆକ୍ରମଣ ମଧ୍ୟ କରିଥାନ୍ତି। ତେବେ ଏଠାରେ ନିଆରା ପରମ୍ପରା ସୃଷ୍ଟି ହୋଇଛି। ସାପକୁ ସୁରକ୍ଷା ଲାଗି ଆଗେଇ ଆସିଛନ୍ତି ଗ୍ରାମବାସୀ। ଅଜଗରର ଅଣ୍ଡା ଫୁଟିବା ପରେ ଏହି ଅଭିଯାନ ସଫଳ ହେବ। ସମାଜକୁ ଗ୍ରାମବାସୀ ମାନବିକତାର ପରିଚୟ ଦେଇଛନ୍ତି। ଏକ ନିଆରା ପରମ୍ପରା ସୃ୍‌ଷ୍ଟି ହେବାକୁ ଯାଉଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri