ଡ୍ରୋନ୍‌ ନଜରରେ ଅଜଗର

ଖୋର୍ଦ୍ଧା ଅଫିସ,୯।୫: ଚନ୍ଦକା ବନଖଣ୍ଡ ହଳଦିଆ ବନାଞ୍ଚଳ ଅଧୀନ ଖୋର୍ଦ୍ଧା ଜିଲା ମଲ୍ଲୀପୁର ପଞ୍ଚାୟତର ଗଡ଼ନିଆଳ ଗଁା ପାଖ ଜଙ୍ଗଲରେ ଗର୍ଭବତୀ ଅଜଗର ସାପକୁ ଗ୍ରାମବାସୀ ଏବଂ ବନ ବିଭାଗ ସୁରକ୍ଷା ଦେଉଛନ୍ତି। କରୋନା ସମୟରେ ଗ୍ରାମବାସୀଙ୍କ ଏହି ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଅନ୍ୟପଟେ ଡ୍ରୋନ ଦ୍ୱାରା ଅଜଗରର ଗତିବିଧି ଉପରେ ନଜର ରଖାଯାଇଛି। ଜଙ୍ଗଲରେ କେହି ପ୍ରବେଶ କଲେ, ଅଜଗର ସ୍ଥାନ ଛାଡିଯିବାର ଆଶଙ୍କା ରହିଛି। ତେଣୁ ଅଜଗର ରହୁଥିବା ଅଞ୍ଚଳର ଶହେ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଅଜଗର ସ୍ଥିତି କ’ଣ ରହିଛି, ସେ ସମ୍ପର୍କରେ ତଥ୍ୟ ହାସଲ ଲାଗି ଡ୍ରୋନର ସାହାଯ୍ୟ ନିଆଯାଇଛି ବୋଲି ହଳଦିଆ ରେଞ୍ଜର ଜୟକୃଷ୍ଣ ପଣ୍ଡା କହିଛନ୍ତି। ରେଞ୍ଜର ପଣ୍ଡା ଆହୁରି କହିଛନ୍ତି ଯେ, ଏକ ୫ଜଣିଆ ଟିମ୍‌ ୨୪ଘଣ୍ଟିଆ ସୁରକ୍ଷା ଦେଉଛନ୍ତି। ସାପ ପାଇଁ ଖାଦ୍ୟ ଏବଂ ନନ୍ଦରେ ପାଣିର ବ୍ୟବସ୍ଥା କରାଯାଇଛି। ସାଧାରଣତଃ ସାପ ମାର୍ଚ୍ଚଠାରୁ ଜୁନ ମାସ ମଧ୍ୟରେ ଶହେରୁ ଊର୍ଦ୍ଧ୍ୱ ଅଣ୍ଡଦାନ କରିଥାଏ। ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ସେ କୁଆଡେ ଯାଇ ନ ଥାଏ। ଶିକାର ପାଇଁ ଗଲେ, ବନ୍ୟଜନ୍ତୁ ଅଣ୍ଡା ଖାଇଯିବାର ଆଶଙ୍କାରେ ଅଜଗର ମେଲିବାନ୍ଧି ଅଣ୍ଡାକୁ ସୁରକ୍ଷା ଦେଇଥାଏ। ଅଜଗର ଉପରେ ସମ୍ପୂର୍ଣ୍ଣ ନଜର ରହିଛି ବୋଲି ସେ କହିିଛନ୍ତି। ଚନ୍ଦକା ଡିଏଫ୍‌ଓ କେଦାରନାଥ ସ୍ବାଇଁ କହିଛନ୍ତି, ଅଜଗରର ଅଣ୍ଡା ଦାନରେ ଯେପରି କୌଣସି ସମସ୍ୟା ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ସାଧାରଣତଃ କୌଣସି ବିଷଧର ସାପକୁ ଦେଖିଲେ, ଲୋକେ ଭୟଭୀତ ହୋଇଥାନ୍ତି। ଆକ୍ରମଣ ମଧ୍ୟ କରିଥାନ୍ତି। ତେବେ ଏଠାରେ ନିଆରା ପରମ୍ପରା ସୃଷ୍ଟି ହୋଇଛି। ସାପକୁ ସୁରକ୍ଷା ଲାଗି ଆଗେଇ ଆସିଛନ୍ତି ଗ୍ରାମବାସୀ। ଅଜଗରର ଅଣ୍ଡା ଫୁଟିବା ପରେ ଏହି ଅଭିଯାନ ସଫଳ ହେବ। ସମାଜକୁ ଗ୍ରାମବାସୀ ମାନବିକତାର ପରିଚୟ ଦେଇଛନ୍ତି। ଏକ ନିଆରା ପରମ୍ପରା ସୃ୍‌ଷ୍ଟି ହେବାକୁ ଯାଉଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri