ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କ ସହ ଜଡ଼ିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ କ୍ୟାମେରାରେ ଏମିତି କିଛି ରେକର୍ଡ ହୁଏ, ଯାହାକୁ କେହି କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ଯାହା ପ୍ରକୃତିର ପ୍ରକୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏକ ଚିଡ଼ିଆଖାନରୁ ଏମିତି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକେ ବାରମ୍ବାର ଦେଖି ମଜା ନେଉଛନ୍ତି।
ଓ୍ବାଇଲ୍ଡ ଲାଇଫ୍ ଭାଇରାଲ ସିରିଜ୍ ନାମକ ଇନ୍ଷ୍ଟାଗ୍ରାମରେ ଶେୟାର ହୋଇଥିବା ଭିଡିଓରେ ଏକ କୁକୁର ବାଘର କାନକୁ ଯେପରି ଭାବରେ କାମୁଡ଼ି ଧରିଛି ବାଘଟି ଯନ୍ତ୍ରଣାରେ ଯେତେ ଛଟପଟ ହେଲେ ମଧ୍ୟ କୁକୁର ଛାଡୁନାହିଁ। କୁକୁରକୁ ଠେଲି ଦେଇ ନିଜକୁ ବଞ୍ଚାଇବାକୁ ବାଘ ଚେଷ୍ଟା କରିଥିଲେ ମଧ୍ୟ କୁକୁରଟି ବିନା ଭୟରେ ଅଟଳ ରହିଥିଲା। ଆଶ୍ଚର୍ଯ୍ୟର କଥା ଏଠି ଥିବା ସିଂହ ମଧ୍ୟ ବାଘକୁ ସାହାଯ୍ୟ କରି ନ ଥିଲା। ଏକ ଲୟରେ ସିଂହଟି କେବଳ ଏହି ଦୃଶ୍ୟକୁ ଉପଭୋଗ କରୁଥିଲା।
ମହା ପରକ୍ରମୀ ବାଘ, ସିଂହ ଏକାଠି ଥାଇ ମଧ୍ୟ ସାମାନ୍ୟ କୁକୁରଟି ବାଘ କାନକୁ ଭିଡି ଧରିଛି। କୁକୁର ଆଗରେ ବାଘ ଯେମିତି ଅସହାୟ ଦେଖାଯାଉଥିଲା ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ବାଘ ଏତେ ଦୁର୍ବଳ ନୁହେଁ ଯେ, ଏହା କୁକୁର କବଳରୁ ନିଜକୁ ମୁକ୍ତ କରିପାରିବ ନାହିଁ। ତେଣୁ ଜଣେ ୟୁଜର କହିଛନ୍ତି, ସେମାନେ ବୋଧେ ଖେଳୁଛନ୍ତି। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ବାଘ, ସିଂହ ପରି ଭୟଙ୍କର ପଶୁଙ୍କ ଏନ୍କ୍ଲୋଜର ମଧ୍ୟରେ କୁକୁର ପଶିଲା କେମିତି ଯାହା ଆଶ୍ଚର୍ଯ୍ୟଜନକ।