ଅଲୋଡ଼ା ଐତିହ୍ୟ ଓଡ଼ିଆ ଶିଳ୍ପୀଙ୍କୁ ଅଣଆଡ଼ିଆ କରିଦେଲା

ଆମେ ‘ବଢ଼େଇ’ ଶବ୍ଦର ରହସ୍ୟ ପ୍ରସଙ୍ଗରେ ସୂଚନା ଦେଇଥିଲୁ। ପଥରସୁଆଁସିଆଙ୍କର କାର୍ଯ୍ୟ ଅନୁଶୀଳନ କଲେ ଜଣାଯାଉଛି ସେମାନେ ବଢ଼େଇ ନ ଥିଲେ। ମନ୍ଦିର ନିର୍ମାଣ ପାଇଁ ଆସିଥିବା ୨୩୨୪ ଜଣ ଶିଳ୍ପୀଙ୍କ ମଧ୍ୟରୁ ୫୩୦ଜଣ ଯୁବଶିଳ୍ପୀ ଗଜପତିଙ୍କ ସହିତ ବିଜୟକୋଣ୍ଡା (ବିଜୟଓ୍ବାଡ଼ା) ଯାଇଥିଲେ। ବିଜୟଓ୍ବାଡ଼ା ସେତେବେଳେ ଆମ ସାମ୍ରାଜ୍ୟଭୁକ୍ତ ଥିଲା। ରେଣ୍ଡିଆଶିଳ୍ପୀ ସୈନ୍ୟବାହିନୀରେ ଯୋଗଦେବାକୁ ଯାଇଥିଲେ। ପୂର୍ବରୁ ଆମେ ଏହା ସୂଚନା ଦେଇଥିଲୁ। ମନ୍ଦିର ନିର୍ମାଣ ଆରମ୍ଭ ବେଳର କଥା ଇୟେ। ସେମାନେ ଗଜପତିଙ୍କ ସହିତ ଯୁଦ୍ଧଯାତ୍ରାରେ ଯାଇଥିଲେ। ଫେରିବା ପରେ ସେମାନେ ନିଜ ନିଜ ଗଁାକୁ ଯାଇ ନ ଥିଲେ। କୋଣାର୍କକୁ ଆସିଥିଲେ। ମନ୍ଦିର ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ।
ନିଯୁକ୍ତ ହୋଇଥିବା ଯୁବ ପଥୁରିଆଙ୍କ ସଂଖ୍ୟା ଥିଲା ୩୪୦ ଓ ଯୁବ ପାଇଟିଆଳ ଯେଉଁମାନେ କି ପଥୁରିଆଙ୍କୁ ସାହାଯ୍ୟ କରୁଥିଲେ ସେମାନେ ଥିଲେ ୨୭୩ ଜଣ। ମୋଟ ୬୧୩ଜଣ। ବିଜୟଓ୍ବାଡ଼ା ଯାଇଥିଲେ ୫୩୦ ଜଣ। ଆଉ ଅଧିକ ୮୩ଜଣ ଏମାନଙ୍କ ସହ ସାମିଲ ହେଲେ ସୈନ୍ୟବାହିନୀରୁ। ସେମାନେ ନିର୍ମାଣ କାର୍ଯ୍ୟର ଯଥେଷ୍ଟ ଅଗ୍ରଗତି ହେବା ପରେ କାର୍ଯ୍ୟରୁ ଛୁଟିନେଇ ଗଁାକୁ ଫେରିଯିବାକୁ ଇଚ୍ଛା କରିଥିଲେ। ଗଜପତି ଜାଣିବା ପରେ ସମସ୍ତଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ୧ ହଜାର ୩୪ଟି ସୁନାମାଢ଼ ଦେଇଥିଲେ। ସାଙ୍ଗରେ ଚାଉଳ, ମୁଗ ନେଇ ଘରକୁ ଯିବାକୁ ଅନୁମତି ଦେଇଥିଲେ। ଏହା କୋଣାର୍କ କୋଷାଗାର (ଟ୍ରେଜେରି)ରୁ ଦିଆଯାଇ ନ ଥିଲା। ଗଜପତି ନିଜ କୋଷାଗାରରୁ ଦେଇଥିଲେ। ଏଇଠି ପୋଥି ଲେଖକ ଲେଖୁଛନ୍ତି ସେମାନଙ୍କୁ ଗଣ୍ଠିଲି ଭର୍ତ୍ତି କରି କିଛି ଦରବ ଦିଆଯାଇଥିଲା। ସେ ଦରବ କ’ଣ ମୁଁ ଜାଣି ନାହିଁ। ଏସବୁ ଲେଖିବାର ଉଦ୍ଦେଶ୍ୟ ଗଜପତି ନିର୍ଯାତନା ଦେଉ ନ ଥିଲେ। ଆଦର କରୁଥିଲେ। ଆଦର କରୁ ନ ଥିଲେ ଉପହାର ଦେଇ ସମ୍ବର୍ଦ୍ଧିତ କରି ନ ଥାନ୍ତେ।
ଯୁବ ପଥୁରିଆ ଯେଉଁ ଯେଉଁ ଦଣ୍ଡପାଟ, ଗଡ଼, ଗଁାରୁ ଆସିଥିଲେ ଦାମ ଜେନା ତା’ର ମଣତି ଦେଇଥିଲେ। ଆମେ ତାଲିକା ଦେଇଥିଲୁ। ସେଗୁଡ଼ିକ ସବୁ ଓଡ଼ିଶା ଭୂଖଣ୍ଡର।
ବଢ଼େଇ ଏବଂ ଶିଳ୍ପୀ ମହାରଣା ଶବ୍ଦ ଅଲଗା ଅଲଗା ବ୍ୟବହାର ହୋଇଥିବାର ଦେଖାଯାଏ। ପଥର କାମ ସହିତ ଶିଳ୍ପୀମାନଙ୍କୁ ‘ମହାରଣା’ କୁହାଯାଇଛି। କାଠକାମ ଶିଳ୍ପୀଙ୍କୁ ‘ବଢ଼େଇ’ ଶବ୍ଦରେ ବର୍ଣ୍ଣନା କରାଯାଇଛି। ତିନୋଟି କାଠ ଦ୍ୱାର ତିଆରି କରିଥିବା ୮ଜଣଙ୍କୁ ‘ବଢ଼େଇ’ କୁହାଯାଇଛି। ପଥର ମହାରଣା ଓ ବଢ଼େଇ ମହାରଣାଙ୍କ କାମ ସମ୍ପୂର୍ଣ୍ଣ ଅଲଗା ଅଲଗା ବର୍ଣ୍ଣନା କରାଯାଇଛି। ଠିକ୍‌ ସେମିତି ପାଇଟିଆଳ, ସୁଆଁସିଆ ଶବ୍ଦ ଅଲଗା ଅଲଗା ବ୍ୟବହାର କରାଯାଇଛି। ଏମାନେ ମୂଲିଆ ଭାବରେ ଅର୍ଥାତ୍‌ ଶିଳ୍ପୀଙ୍କ ସହଯୋଗୀ ଭାବରେ କାମ କଲାବେଳେ ପଥର ସୁଆଁସିଆ ଭାବରେ ଚିହ୍ନିତ ହୋଇଛନ୍ତି। ନାରୀମାନଙ୍କ କ୍ଷେତ୍ରରେ, ‘ପଥୁରିଆଣୀ’ ଶବ୍ଦ ବ୍ୟବହାର ହୋଇଛି। ପାଇଟିଆଳ ନାରୀ ଓ ପୁରୁଷ ଉଭୟ ଥିଲେ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri