ଅଲୋଡ଼ା ଐତିହ୍ୟ ଓଡ଼ିଆ ଶିଳ୍ପୀଙ୍କୁ ଅଣଆଡ଼ିଆ କରିଦେଲା

ଆମେ ‘ବଢ଼େଇ’ ଶବ୍ଦର ରହସ୍ୟ ପ୍ରସଙ୍ଗରେ ସୂଚନା ଦେଇଥିଲୁ। ପଥରସୁଆଁସିଆଙ୍କର କାର୍ଯ୍ୟ ଅନୁଶୀଳନ କଲେ ଜଣାଯାଉଛି ସେମାନେ ବଢ଼େଇ ନ ଥିଲେ। ମନ୍ଦିର ନିର୍ମାଣ ପାଇଁ ଆସିଥିବା ୨୩୨୪ ଜଣ ଶିଳ୍ପୀଙ୍କ ମଧ୍ୟରୁ ୫୩୦ଜଣ ଯୁବଶିଳ୍ପୀ ଗଜପତିଙ୍କ ସହିତ ବିଜୟକୋଣ୍ଡା (ବିଜୟଓ୍ବାଡ଼ା) ଯାଇଥିଲେ। ବିଜୟଓ୍ବାଡ଼ା ସେତେବେଳେ ଆମ ସାମ୍ରାଜ୍ୟଭୁକ୍ତ ଥିଲା। ରେଣ୍ଡିଆଶିଳ୍ପୀ ସୈନ୍ୟବାହିନୀରେ ଯୋଗଦେବାକୁ ଯାଇଥିଲେ। ପୂର୍ବରୁ ଆମେ ଏହା ସୂଚନା ଦେଇଥିଲୁ। ମନ୍ଦିର ନିର୍ମାଣ ଆରମ୍ଭ ବେଳର କଥା ଇୟେ। ସେମାନେ ଗଜପତିଙ୍କ ସହିତ ଯୁଦ୍ଧଯାତ୍ରାରେ ଯାଇଥିଲେ। ଫେରିବା ପରେ ସେମାନେ ନିଜ ନିଜ ଗଁାକୁ ଯାଇ ନ ଥିଲେ। କୋଣାର୍କକୁ ଆସିଥିଲେ। ମନ୍ଦିର ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ।
ନିଯୁକ୍ତ ହୋଇଥିବା ଯୁବ ପଥୁରିଆଙ୍କ ସଂଖ୍ୟା ଥିଲା ୩୪୦ ଓ ଯୁବ ପାଇଟିଆଳ ଯେଉଁମାନେ କି ପଥୁରିଆଙ୍କୁ ସାହାଯ୍ୟ କରୁଥିଲେ ସେମାନେ ଥିଲେ ୨୭୩ ଜଣ। ମୋଟ ୬୧୩ଜଣ। ବିଜୟଓ୍ବାଡ଼ା ଯାଇଥିଲେ ୫୩୦ ଜଣ। ଆଉ ଅଧିକ ୮୩ଜଣ ଏମାନଙ୍କ ସହ ସାମିଲ ହେଲେ ସୈନ୍ୟବାହିନୀରୁ। ସେମାନେ ନିର୍ମାଣ କାର୍ଯ୍ୟର ଯଥେଷ୍ଟ ଅଗ୍ରଗତି ହେବା ପରେ କାର୍ଯ୍ୟରୁ ଛୁଟିନେଇ ଗଁାକୁ ଫେରିଯିବାକୁ ଇଚ୍ଛା କରିଥିଲେ। ଗଜପତି ଜାଣିବା ପରେ ସମସ୍ତଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ୧ ହଜାର ୩୪ଟି ସୁନାମାଢ଼ ଦେଇଥିଲେ। ସାଙ୍ଗରେ ଚାଉଳ, ମୁଗ ନେଇ ଘରକୁ ଯିବାକୁ ଅନୁମତି ଦେଇଥିଲେ। ଏହା କୋଣାର୍କ କୋଷାଗାର (ଟ୍ରେଜେରି)ରୁ ଦିଆଯାଇ ନ ଥିଲା। ଗଜପତି ନିଜ କୋଷାଗାରରୁ ଦେଇଥିଲେ। ଏଇଠି ପୋଥି ଲେଖକ ଲେଖୁଛନ୍ତି ସେମାନଙ୍କୁ ଗଣ୍ଠିଲି ଭର୍ତ୍ତି କରି କିଛି ଦରବ ଦିଆଯାଇଥିଲା। ସେ ଦରବ କ’ଣ ମୁଁ ଜାଣି ନାହିଁ। ଏସବୁ ଲେଖିବାର ଉଦ୍ଦେଶ୍ୟ ଗଜପତି ନିର୍ଯାତନା ଦେଉ ନ ଥିଲେ। ଆଦର କରୁଥିଲେ। ଆଦର କରୁ ନ ଥିଲେ ଉପହାର ଦେଇ ସମ୍ବର୍ଦ୍ଧିତ କରି ନ ଥାନ୍ତେ।
ଯୁବ ପଥୁରିଆ ଯେଉଁ ଯେଉଁ ଦଣ୍ଡପାଟ, ଗଡ଼, ଗଁାରୁ ଆସିଥିଲେ ଦାମ ଜେନା ତା’ର ମଣତି ଦେଇଥିଲେ। ଆମେ ତାଲିକା ଦେଇଥିଲୁ। ସେଗୁଡ଼ିକ ସବୁ ଓଡ଼ିଶା ଭୂଖଣ୍ଡର।
ବଢ଼େଇ ଏବଂ ଶିଳ୍ପୀ ମହାରଣା ଶବ୍ଦ ଅଲଗା ଅଲଗା ବ୍ୟବହାର ହୋଇଥିବାର ଦେଖାଯାଏ। ପଥର କାମ ସହିତ ଶିଳ୍ପୀମାନଙ୍କୁ ‘ମହାରଣା’ କୁହାଯାଇଛି। କାଠକାମ ଶିଳ୍ପୀଙ୍କୁ ‘ବଢ଼େଇ’ ଶବ୍ଦରେ ବର୍ଣ୍ଣନା କରାଯାଇଛି। ତିନୋଟି କାଠ ଦ୍ୱାର ତିଆରି କରିଥିବା ୮ଜଣଙ୍କୁ ‘ବଢ଼େଇ’ କୁହାଯାଇଛି। ପଥର ମହାରଣା ଓ ବଢ଼େଇ ମହାରଣାଙ୍କ କାମ ସମ୍ପୂର୍ଣ୍ଣ ଅଲଗା ଅଲଗା ବର୍ଣ୍ଣନା କରାଯାଇଛି। ଠିକ୍‌ ସେମିତି ପାଇଟିଆଳ, ସୁଆଁସିଆ ଶବ୍ଦ ଅଲଗା ଅଲଗା ବ୍ୟବହାର କରାଯାଇଛି। ଏମାନେ ମୂଲିଆ ଭାବରେ ଅର୍ଥାତ୍‌ ଶିଳ୍ପୀଙ୍କ ସହଯୋଗୀ ଭାବରେ କାମ କଲାବେଳେ ପଥର ସୁଆଁସିଆ ଭାବରେ ଚିହ୍ନିତ ହୋଇଛନ୍ତି। ନାରୀମାନଙ୍କ କ୍ଷେତ୍ରରେ, ‘ପଥୁରିଆଣୀ’ ଶବ୍ଦ ବ୍ୟବହାର ହୋଇଛି। ପାଇଟିଆଳ ନାରୀ ଓ ପୁରୁଷ ଉଭୟ ଥିଲେ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri