କୂଟନୀତିଜ୍ଞଙ୍କ କାହାଣୀ

Dillip Cherian

ନିର୍ବାଚନ ଋତୁ ହେଉଛି ଏକ ସମୟ, ଯେତେବେଳେ ପ୍ରତ୍ୟେକ ପ୍ରସଙ୍ଗ, ଯେତେଦିନ ନଜର ଆଢୁଆଳରେ ରହିଥିଲେ ମଧ୍ୟ ତାହା ହଠାତ୍‌ ଜନସାଧାରଣଙ୍କ ସାମ୍ନାକୁ ଆସିଯାଇଥାଏ। ଏହି କ୍ରମରେ ଖୋବ୍ରାଗଡେଙ୍କ କାହାଣୀ ଅନ୍ୟତମ। ଅଧ୍ୟାୟଟି ଶାନ୍ତ ପଡ଼ିଥିଲା ବୋଲି ତୁମେ ଭାବୁଥିବାବେଳେ ବର୍ତ୍ତମାନ କାମ୍ବୋଡିଆରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦେବଯାନୀ ଖୋବ୍ରାଗଡେଙ୍କ ପଦୋନ୍ନତି ଯୋଗୁ ଏହା ପୁନର୍ବାର ଲୋକଲୋଚନକୁ ଆସିଛି। ତାଙ୍କ ପଦୋନ୍ନତିକୁ ଭାରତୀୟ ବୈଦେଶିକ ସେବା(ଆଇଏଫ୍‌ଏସ୍‌)ରେ ଥିବା ଅଭିଜ୍ଞ ବାବୁମାନେ ଗୁରୁତ୍ୱ ଦେଉନାହାନ୍ତି। ଏକ ଭୁଲ୍‌କୁ ସୁଧାରିବାର ଉପାୟ ବୋଲି ଏହାକୁ ସେମାନେ ବିବେଚନା କରୁଛନ୍ତି । ଏଠାରେ ସ୍ମରଣଯୋଗ୍ୟ ଯେ, ୧୯୯୯-ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଧିକାରୀ ଖୋବ୍ରାଗଡେ ୨୦୧୩ରେ କୂଟନୈତିକ ନାଟକର ତାରକା ପାଲଟିଥିଲେ, ଯେତେବେଳେ ସେ ଆମେରିକାରେ ନିଯୁକ୍ତ ହୋଇଥିଲେ। ସେ ସମୟରେ ଭାରତ-ଆମେରିକା ସମ୍ପର୍କ ଏକ ନିମ୍ନ ସ୍ତରକୁ ଆସିଥିଲା । ଆମେରିକାରେ ଘରୋଇ ସହାୟିକାଙ୍କୁ କମ୍‌ ଦରମା ଦେଉଥିବା ଅଭିଯୋଗକୁ କେନ୍ଦ୍ର କରି ତାଙ୍କୁ ଗିରଫ କରାଯିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କୋର୍ଟ ଏହାକୁ ବେଆଇନ ଦର୍ଶାଇଥିଲେ। କୂଟନୈତିକ ପ୍ରତିରକ୍ଷା କାରଣରୁ ଆମେରିକାର ଅଦାଲତ ଚୁକ୍ତିନାମାରେ ସ୍ବୀକୃତି ଦେଲେ ଏବଂ ଭାରତ ତାଙ୍କୁ ନିଜ ଦେଶକୁ ଫେରାଇ ଆଣିଥିଲା। ବର୍ତ୍ତମାନ ସାଧାରଣ ନିର୍ବାଚନ ସମୟରେ ଖୋବ୍ରାଗଡେଙ୍କ ନାମ ପୁଣି ସାମ୍ନାକୁ ଆସିଛି। ଏଥର କାମ୍ବୋଡିଆର ନୂତନ ବର୍ଷ ଉତ୍ସବ ପାଇଁ ପାରମ୍ପରିକ କାମ୍ବୋଡିଆ ପୋଷାକରେ ଏକ ଚମତ୍କାର ଫଟୋଶୁଟ ସହିତ ଦେଖାଯାଇଥିଲେ। ତେବେ ତତ୍କାଳୀନ କୂଟନୀତିଜ୍ଞମାନେ ତାଙ୍କ କାମ୍ବୋଡିଆ ନିଯୁକ୍ତିକୁ ବିଜୟ ଅପେକ୍ଷା ଏକ ଗୁରୁତ୍ୱହୀନ ବିଷୟ ଭାବେ ସ୍ବୀକାର କରୁଛନ୍ତି।
ବିଦେଶରେ ତଦନ୍ତ
କୂଟନୈତିକ ଜଗତର ଅନ୍ୟ ଏକ ଖବର ସାମ୍ନାକୁ ଆସିଛି। ମୁଖ୍ୟତଃ ବିଦେଶରେ ଭାରତୀୟ ମିଶନ ଦ୍ୱାରା କିଛି ବେଆଇନ ରିୟଲ ଇଷ୍ଟେଟ୍‌ କାରବାର ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ) ତପତ୍ରତା ପ୍ରକାଶ କରିଛି। ଭଡ଼ାଘରେ କାର୍ଯ୍ୟ କରୁଥିବା ଏହି ମିଶନଗୁଡ଼ିକୁ ଜମି କିଣିବା ଏବଂ ଦୂତାବାସ ନିର୍ମାଣ କରିବା ପାଇଁ ଏମ୍‌ଇଏ କହିଥିଲା। ଏହି ମିଶନଗୁଡ଼ିକ ମଧ୍ୟରୁ କେତେକ ଜମି ପାଇଁ ବଜାର ମୂଲ୍ୟଠାରୁ ଦୁଇଗୁଣ କିମ୍ବା ତିନିଗୁଣ ଦେଇ ଜମି କିଣିଛନ୍ତି । ଏହି ଦେଶଗୁଡ଼ିକୁ ଗସ୍ତ ସମୟରେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (ସିଏଜି )ର ଏକ ଟିମ୍‌ ଯଦି ସେମାନଙ୍କୁ ସତର୍କ କରି ନ ଥାନ୍ତା, ତେବେ ଏହି ସବୁ ଘଟଣା ଗୁପ୍ତ ରହିଯାଇଥାନ୍ତା। ନୀତିର ଖୋଲା ଉଲ୍ଲଂଘନ ହୋଇଥିବା ସିଏଜି ଜାଣିପାରିଲା ଏବଂ ନିଶ୍ଚିତ କଲା ଯେ ଦେୟ ମୂଲ୍ୟ ବଜାର ଦରଠାରୁ ଯଥେଷ୍ଟ ଅଧିକ । ବର୍ତ୍ତମାନ ଏହାକୁ ଲୁକ୍କାୟିତ ରଖାଯାଇପାରିବ ନାହିଁ। ସନ୍ଦେହଜନକ ଜମି କାରବାର ଉପରେ ଯାଞ୍ଚ କରିବାକୁ ଏମ୍‌ଇଏ ବାଧ୍ୟ । କିନ୍ତୁ ଏହା ଏକ ପୃଥକ ଘଟଣା ନୁହେଁ ବୋଲି ସୂତ୍ରରୁ ପ୍ରକାଶ। ସେହିଭଳି ଘଟଣା ଅନ୍ୟ ସବୁଦେଶରୁ ବି ସାମ୍ନାକୁ ଆସୁଛି ଏବଂ ଏମ୍‌ଇଏ ବର୍ତ୍ତମାନ ଘଟଣାର ତଳସ୍ତରକୁ ଯିବାକୁ ଚେଷ୍ଟା କରୁଛି । ସାଉଥ୍‌ ବ୍ଲକରେ କେତେଜଣ ଅଧିକାରୀଙ୍କ ସମ୍ଭାବ୍ୟ ସମ୍ପୃକ୍ତିକୁ ମଧ୍ୟ ଏହା ପ୍ରକାଶ କରୁଛି। ବିଶୃଙ୍ଖଳାକୁ ଦୂର କରିବା ପାଇଁ, ଗତ ଦଶନ୍ଧିରେ ମିଶନଗୁଡ଼ିକ ଦ୍ୱାରା କରାଯାଇଥିବା ସମ୍ପତ୍ତି କାରବାରର ମୂଳ କାରଣ ଖୋଜିବାକୁ ଦୁଇଟି ଭିନ୍ନ ଏମ୍‌ଇଏ ଦଳ ପଠାଯାଇଛି ।
ଏକ ଫୋରେନ୍‌ସିକ ପରୀକ୍ଷା ଚାଲିଛି। ମନ୍ତ୍ରଣାଳୟରେ ଦୁଇ ଶତ୍ରୁ ଗୋଷ୍ଠୀ ମଧ୍ୟରେ ଏକ ଯୁଦ୍ଧ ଚାଲିଥିବା ବିଷୟରେ ମଧ୍ୟ ଗୁଞ୍ଜରଣ ସୃଷ୍ଟି ହୋଇଛି। ଯାହା ବି ହେଉ, ସମସ୍ତ ତଥ୍ୟ ବର୍ତ୍ତମାନ ମନ୍ତ୍ରଣାଳୟର ରିପୋର୍ଟ ଉପରେ ରହିଛି, ଯାହା ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଦକ୍ଷ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ। ନାଟକର ଏଇ ଆରମ୍ଭ ମାତ୍ର।
ବିଭାଗରେ ବିଶୃଙ୍ଖଳା
ଜଣେ ବ୍ୟସ୍ତ ବ୍ୟକ୍ତି ସୂଚନା ଦେଇଛନ୍ତି ଯେ, ମଧ୍ୟପ୍ରଦେଶର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବିଶୃଙ୍ଖଳା ଚାଲିଛି। ପ୍ରଭାବ ମାଧ୍ୟମରେ ନିଯୁକ୍ତ ଦୁଇ ପ୍ରଭାବଶାଳୀ ଅଧିକାରୀଙ୍କର ମୁଖ୍ୟ ଶାସନ ସଚିବଙ୍କ ସହ ଝଗଡ଼ା ଲାଗିଛି। ଏହି ବିବାଦ ବିଭାଗକୁ ବିଭ୍ରାନ୍ତିରେ ପକାଇ ଦେଇଛି, ଯାହାକି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ମାମଲାଗୁଡ଼ିକର ମୁକାବିଲା କରିବାରେ ଅସମର୍ଥ ହେଉଛି। ଏହି ଉତ୍ସଗୁଡ଼ିକ ଆମକୁ ସୂଚିତ କରନ୍ତି ଯେ ବର୍ତ୍ତମାନ ଚାଲିଥିବା ନିର୍ବାଚନ ଆଚରଣବିଧି ହେତୁ ଏହି ଆଭ୍ୟନ୍ତରୀଣ ଅଶାନ୍ତି ଏପର୍ଯ୍ୟନ୍ତ ସର୍ବସାଧାରଣରେ ପ୍ରକାଶ ହୋଇପାରି ନାହିଁ । ତେବେ ଆଚରଣବିଧି ଉଠାଯିବା ପରେ ଦୁଇ ବରିଷ୍ଠ ବାବୁଙ୍କ ମଧ୍ୟରେ ବିବାଦ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ଉଭୟ ଅଧିକାରୀ କିଛି ଅନିଶ୍ଚିତ ନିଷ୍ପତ୍ତି ନେବାକୁ ଆଗ୍ରହୀ ଥିବା ଜଣାପଡିଛି। ଅପରପକ୍ଷରେ ସେମାନଙ୍କ ବସ୍‌ ମୁଖ୍ୟ ସଚିବ ମଧ୍ୟ ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି। ଏଭଳି ସ୍ଥିତି ସମ୍ଭବତଃ ଆହୁରି ଖରାପ ହେବ ଏବଂ ପ୍ରମୁଖ ସଚିବ ବୋଧହୁଏ ନକାରାମତ୍କ ଭାବେ ପ୍ରଭାବିତ ହେବେ। ଭୋପାଳର ବାବୁମାନେ ଅନୁଭବ କରୁଛନ୍ତି ଯେ, ବିଭାଗରେ ଚାଲିଥିବା ଅଶାନ୍ତି କାରଣରୁ ତାଙ୍କୁ ବର୍ତ୍ତମାନ ପଦ ଛାଡ଼ିବାକୁ କୁହାଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?