ମହାପ୍ରଭୁଙ୍କ ଦର୍ଶନ ପାଇଁ ଯନ୍ତ୍ରଣା ଭୋଗୁଛନ୍ତି ଭକ୍ତ

ପୁରୀ, ୨୧ା୧୧(ଅଜିତ୍‌ ମହାନ୍ତି):ସମ୍ପ୍ରତି ପବିତ୍ର କାର୍ତ୍ତିକ ମାସ ଚାଲିଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେଉଛି। ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡରେ ଭକ୍ତ ଓ ହବିଷିଆଙ୍କ ଗହଳି ଅଧିକ ରହୁଛି। ଭକ୍ତମାନେ ଘଣ୍ଟ ଘଣ୍ଟା ଧରି ବ୍ୟାରିକେଡରେ ଠିଆହୋଇ ରହୁଛନ୍ତି। ଶ୍ରୀମନ୍ଦିର ଭିତରେ ଅତ୍ୟଧିକ ଗହଳି ଯୋଗୁ ଠେଲାପେଲା ପରିସ୍ଥିତି ଉପୁଜୁଛି। ବେଳେବେଳେ ଶିଶୁ ଓ ବୟସ୍କ ବ୍ୟକ୍ତି ଅଣନିଃଶ୍ୱାସୀ ଅନୁଭବ କରିବା ସହ ଅଚେତ ହୋଇପଡୁଛନ୍ତି। ଏପରିକି ଅନେକ ସମୟରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇ ଭକ୍ତଙ୍କୁ ନିରାଶରେ ଫେରିବାକୁ ପଡୁଛି। ଗତ କିଛିଦିନ ହେଲା କ୍ରମାଗତ ଭାବେ ଏଭଳି ଚିତ୍ର ଦେଖିବାକୁ ମିଳୁଛି।
ଅନୁଯାୟୀ, ସୋମବାର ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ ଥିବାରୁ ଦାରୁଦିଅଁଙ୍କ ଦର୍ଶନ କରିବା ପାଇଁ ସିଂହଦ୍ୱାର ସମ୍ମୁଖରୁ ବଡ଼ଦାଣ୍ଡର ମରିଚିକୋଟ ଛକ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି ଲାଗିଥିଲା। ଏହି ସମୟରେ କେହି ବ୍ୟାରିକେଡ୍‌ ଭିତରେ ଅଚେତ ହୋଇଯାଇଥିବାବେଳେ ଆଉ କେହି ଦୀର୍ଘ ସମୟ ଠିଆ ହେବାର ଯନ୍ତ୍ରଣା ସହି ନ ପାରି କାନ୍ଦି କାନ୍ଦି ନିରାଶରେ ଫେରିଆସୁଥିବା ଦେଖିବାକୁ ମିଳିଥିଲା। ଅନେକ ଭକ୍ତ ଶ୍ରୀମନ୍ଦିର ଯାଇ ନ ପାରି ବାହାରୁ ପତିତପାବନଙ୍କ ଦର୍ଶନ କରି ଫେରିଥିଲେ। ଗଞ୍ଜାମ ଜିଲାରୁ ପରିବାର ସହ ଆସିଥିବା ଜଣେ ନାବାଳିକା ଅଣନିଃଶ୍ୱାସୀ ହୋଇ ବ୍ୟାରିକେଡ୍‌ ଭିତରେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଜଗନ୍ନାଥ ମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୀର୍ଘ ସମୟ ଧରି ବ୍ୟାରିକେଡ଼ ଭିତରେ ଠିଆ ହୋଇଥିବାରୁ ସେ ଅଣନିଃଶ୍ୱାସୀ ହୋଇ ବେହୋସ୍‌ ହୋଇପଡ଼ିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଜଣେ ବୃଦ୍ଧା ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇ ଯନ୍ତ୍ରଣା ଭୋଗିବା ପରେ ଶେଷରେ କାନ୍ଦି କାନ୍ଦି ଆଉ ଦର୍ଶନ ପାଇଁ ଆସିବେ ନାହିଁ ବୋଲି କହିଥିଲେ। ତେବେ ପୋଲିସ ତାଙ୍କୁ ବୁଝାଶୁଝା କରି ମହାପ୍ରଭୁଙ୍କ ଦର୍ଶନ କରାଇଦେବାକୁ ନେଇଥିଲେ। ଏହିପରି ଅନେକ ଭକ୍ତ ତିକ୍ତ ଅନୁଭୂତି ନେଇ ଫେରିଥିଲେ। ଯଦି ସିଂହଦ୍ୱାର ସମେତ ଅନ୍ୟ ତିନିଦ୍ୱାର ଦେଇ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯାଉଥାନ୍ତା, ତେବେ ଏପରି ସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ ବୋଲି ଭକ୍ତମାନେ କହିଛନ୍ତି। ଆଗକୁ ପଞ୍ଚକ ଆସୁଥିବାରୁ ଭକ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ତେଣୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହେଉଛି। ବ୍ୟାରିକେଡ୍‌ ଭିତରେ ଘଣ୍ଟା ଘଣ୍ଟା ଧରି ଭକ୍ତ ଠିଆ ହୋଇ ରହୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଯାଉ ନ ଥିବା ଅନେକ ଭକ୍ତ ଅଭିଯୋଗ ଆଣିଛନ୍ତି।

‘ବୟସାଧିକ ତଥା ଅସୁସ୍ଥ ବ୍ୟକ୍ତି ଆସନ୍ତୁ ନାହିଁ’

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଗତ ଦୁଇଦିନ ହେଲା ଭକ୍ତଙ୍କ ଅହେତୁକ ଗହଳି ପରିଲକ୍ଷିତ ହେଉଛି। ଗହଳି ପରିଚାଳନା ପାଇଁ ଜିଲା ପୋଲିସ ପ୍ରସ୍ତୁତ ରହିଛି। ଏନେଇ ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। କିପରି ନୀତି ଓ ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରାଯାଇପାରିବ ସେ ନେଇ ଆଲୋଚନା କରାଯିବ। ଛତିଶା ନିଯୋଗର ବିଭିନ୍ନ ନିଯୋଗ ସହ ଆଲୋଚନା କରାଯାଇଛି, ଯେପରି ନୀତି ଠିକ୍‌ ଭାବେ ହେବ। ଫଳରେ ଭକ୍ତଙ୍କୁ ବେଶୀ ସମୟ ଠିଆ ହେବାକୁ ପଡ଼ିବ ନାହିଁ। ଶ୍ରୀମନ୍ଦିରଠାରୁ ମରିଚିକୋଟ ପର୍ଯ୍ୟନ୍ତ ସାଉଣ୍ଡ ସିଷ୍ଟମ ଦ୍ୱାରା ଭକ୍ତଙ୍କୁ ସ୍ଥିତି ସମ୍ପର୍କରେ ସୂଚନା ଦିଆଯିବ। ତେବେ ଯେଉଁମାନେ ବୟସାଧିକ ତଥା ଶାରୀରିକ ଅସୁସ୍ଥତା କାରଣରୁ ଅଧିକ ସମୟ ଧରି ଠିଆ ହୋଇପାରିବେ ନାହିଁ ବୋଲି ଭାବୁଛନ୍ତି, ସେମାନେ ଅତ୍ୟଧିକ ଗହଳି ଭିତରକୁ ପ୍ରବେଶ ନ କରନ୍ତୁ। ମହାପ୍ରଭୁଙ୍କୁ ଯେଉଁଠାରେ ଡାକିବେ ସେ ଶୁଣିବେ। ତେଣୁ ଅତ୍ୟଧିକ ଗହଳିରେ ପ୍ରବେଶ ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ଯଦି ଆସିବାକୁ ଚାହଁୁଛନ୍ତି ତା’ହେଲେ ଯେଉଁ ସମୟରେ ଗହଳି କମ୍‌ ଥିବ, ସେହି ସମୟରେ ଆସନ୍ତୁ। ମଙ୍ଗଳବାର ହେବାକୁ ଥିବା ବୈଠକରେ ଆଲୋଚନା ପରେ ଭକ୍ତଙ୍କ ପାଇଁ କ’ଣ ସବୁ ବ୍ୟବସ୍ଥା କରାଯାଇପାରିବ ସେ ନେଇ ସୂଚନା ଦିଆଯିବ। ପାନୀୟଜଳ, ବାୟୋ ଟଏଲେଟ୍‌ ପ୍ରଭୃତି ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହିପରି ଖରାବେଳେ ପାଣି ସିଞ୍ଚନ କରାଯିବ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri