ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି ବିଭାଗ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥ ବିଭାଗ ପକ୍ଷରୁ ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ପୂର୍ବରୁ ସମସ୍ତ ବିଭାଗ ଚଳିତ ଆର୍ଥିକ ବର୍ଷର ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜର ବଜେଟ ଅର୍ଥ ଖର୍ଚ୍ଚ କରିବା ସହ ଅବ୍ୟବହୃତ ପାଣ୍ଠି ଫେରାଇବାକୁ ଅର୍ଥ ବିଭାଗ ପକ୍ଷରୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ପାଣ୍ଠି ବିନିଯୋଗ ପାଇଁ ୨୦୨୨ ଜାନୁୟାରୀ ୧୫ ଧାର୍ଯ୍ୟ କରାଯାଇଥିବା ବେଳେ ବଳକା ପାଣ୍ଠି ଟ୍ରେଜେରିକୁ ଫେରାଇବା ପାଇଁ ଫେବୃୟାରୀ ୨୮ ଧାର୍ଯ୍ୟ କରାଯାଇଥିଲା। ଏ ନେଇ ବିଭାଗ ପକ୍ଷରୁ ସର୍କୁଲାର ଜାରି କରାଯାଇଥିଲା। ସେହିପରି ବଳକା ଅର୍ଥ ଫେରାଇବାକୁ ଜାନୁୟାରୀ ୩୧ ନିର୍ଘଣ୍ଟ କରାଯାଇଥିଲା। ତେବେ ଧାର୍ଯ୍ୟ ସମୟ ଶେଷ ହୋଇ ଆସୁଥିବାରୁ ବିଭାଗଗୁଡ଼ିକ ପାଣ୍ଠି ବିନିଯୋଗ ଏବଂ ଫେରସ୍ତ ନେଇ ସମସ୍ୟାରେ ପଡ଼ିଥିଲେ। ଏପରି କି ଚଳିତ ଆର୍ଥିକ ବର୍ଷର ଶେଷ ୩ ମାସରେ ସମସ୍ତ ବଜେଟ ଅର୍ଥ ଖର୍ଚ୍ଚ କରିବା ନେଇ ବିଭାଗଗୁଡ଼ିକ ସମସ୍ତ ବଳ ଖଟାଇଛନ୍ତି । ଏଥିଯୋଗୁ ଟ୍ରେଜେରିରେ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ପାଣ୍ଠି ବିନିଯୋଗ ଓ ଫେରସ୍ତ ପାଇଁ ଏକ ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛି। ବିଭାଗଗୁଡ଼ିକ ଜାନୁୟାରୀ ୧୫ ପରିବର୍ତ୍ତେ ବିଭିନ୍ନ ଯୋଜନା ପାଇଁ ଫେବୃୟାରୀ ୨୮ ଯାଏ କାର୍ଯ୍ୟାଦେଶ ଦେଇପାରିବେ। ସେହିପରି ବଳକା ଅର୍ଥ ଫେରାଇବା ପାଇଁ ବିଭାଗଗୁଡିକୁ ଜାନୁୟାରୀ ୩୧ ପରିବର୍ତ୍ତେ ଫେବୃୟାରୀ ୧୮ ଯାଏ ସମୟ ଦିଆଯାଇଛି। ଏଥିସହିତ ବିଭିନ୍ନ ଜରୁରିକାଳୀନ ପାଣ୍ଠି, ଯନ୍ତ୍ରପାତି କ୍ରୟ, ସବ୍‌ସିଡି ଏବଂ ଋଣ ଆଦି ପାଇଁ ବିଲ୍‌ ଦାଖଲ ସମୟ ମାର୍ଚ୍ଚ ୯ ଯାଏ ଧାର୍ଯ୍ୟ କରାଯାଇଛି। ତେବେ ବଜେଟ ଅର୍ଥ କୌଣସି ପ୍ରକାର ସିଭିଲ ଡିପୋଜିଟ ପାଇଁ ଉପଯୋଗ କରାଯାଇ ପାରିବ ନାହିଁ ବୋଲି ଅର୍ଥ ବିଭାଗ ସ୍ପଷ୍ଟ କରିଛି। ଯଦି କୌଣସି ଡିଡିଓ କିମ୍ବା କଣ୍ଟ୍ରୋଲିଂ ଅଫିସର ବିନା ଅନୁମୋଦନରେ ବେଆଇନ ଭାବେ ଅର୍ଥ ପ୍ରଦାନ କରିବେ ସେଥିପାଇଁ ସେମାନେ ଉତ୍ତରଦାୟୀ ରହିବେ। ଏପରି କି ବେଆଇନ କାରବାର ପାଇଁ ଟ୍ରେଜେରି ଓ ସବ୍‌ଟ୍ରେଜେରି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ମାର୍ଚ୍ଚ ୩୧ରେ ଇଣ୍ଟିଗ୍ରେଟେଡ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍‌(ଆଇଏଫ୍‌ଏମ୍‌ଏସ୍‌) ସ୍ବତଃସ୍ଫୂର୍ତ୍ତ ଭାବେ ବନ୍ଦ ହୋଇଯିବ। ତେବେ କେନ୍ଦ୍ର ପ୍ରବର୍ତ୍ତିତ କିମ୍ବା କେନ୍ଦ୍ରୀୟ ଯୋଜନାରେ ଯୋଗାଇ ଦିଆଯାଇଥିବା ଅର୍ଥ ନ ଫେରାଇବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି କେନ୍ଦ୍ରୀୟ ଅନୁଦାନ ପାଇବାରେ ବିଳମ୍ବ ହେବ ତେବେ ସମ୍ପୃକ୍ତ ବିଭାଗ ଖର୍ଚ୍ଚ ପାଇଁ ତୁରନ୍ତ ଅର୍ଥ ବିଭାଗରୁ ଧାର୍ଯ୍ୟ ସମୟ ବୃଦ୍ଧି କରିବାକୁ କୁହାଯାଇଛି। ଯଦି ଯୋଜନା କାର୍ଯ୍ୟକାରୀ କରୁଥିବା ସଂସ୍ଥାକୁ ଅନୁଦାନ ପ୍ରଦାନ କରାଯାଇଛି ତେବେ ତାହା ନିର୍ଦ୍ଧାରିତ ବିଷୟ ପାଇଁ ବ୍ୟାଙ୍କ ଆକାଉଣ୍ଟରେ ଜମା ନ କରି ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ସଂଶୋଧିତ ଗାଇଡ୍‌ଲାଇନକୁ କଡ଼ାକଡ଼ି ଅନୁସରଣ କରିବାକୁ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri