ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାକୁ ବସିଲାଣି। ଗତ ଜାନୁୁଆରୀରୁ ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ ସହରରୁ ୨୩୫ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇ ସାରିଲେଣି। ଗୋଟିଏ ପଟେ କରୋନା ମହାମାରୀ ପାଇଁ ଲୋକେ ଭୟଭୀତ ଥିବାବେଳେ ଏବେ ଡେଙ୍ଗୁ ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଛି। ବିଶେଷକରି ନୀଳାଦ୍ରିବିହାର, କଳ୍ପନା, ଶୈଳଶ୍ରୀ ବିହାର, ଚିନ୍ତାମଣିଶ୍ୱର, ସାଲିଆସାହି ଅଞ୍ଚଳ ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ ହେଲାଣି। ସହରରେ ଡେଙ୍ଗୁ କାୟା ବିସ୍ତାର କରିବା ପରେ ଏହାକୁ ଗୁରୁତ୍ୱର ସହ ନେଇଛି ବିଏମ୍‌ସି। ଗୁରୁବାର ଏ ନେଇ ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂ ସହରବାସୀଙ୍କୁ ସତର୍କ କରାଇବା ସହ ନିର୍ଦ୍ଦେଶନାମା ଜାରି କରିଛନ୍ତି। କମିଶନର କହିଛନ୍ତି, ଡେଙ୍ଗୁ ବ୍ୟାପିବା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଡେଙ୍ଗୁର ବାହକ ମଶା ସାଧାରଣତଃ ସ୍ଥିର ସଫା ପାଣିରେ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାନ୍ତି। ତେଣୁ ସାମୂହିକ ଭାବେ ସମସ୍ତ ନାଗରିକ ନିଜ ନିଜ ସ୍ଥାନରେ ମଶା ଅଣ୍ଡା ଦେବା ଭଳି ପରିବେଶକୁ ନଷ୍ଟ କରିବା, ପାଣିପାତ୍ର ବା ସ୍ଥିର ପାଣି ଇତ୍ୟାଦି ଜମିବାକୁ ନ ଦେବାକୁ କମିଶନର ପରାମର୍ଶ ଦେଇଛନ୍ତି। ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଦଳ ସହର ବୁଲିବା ସହିତ ପ୍ରତିଷେଧାତ୍ମକ ବ୍ୟବସ୍ଥା କେତେଦୂର ପାଳନ କରାଯାଉଛି ତାହା ତଦାରଖ କରିବେ। କୌଣସି ସଂସ୍ଥା ଏହାର ଉଲ୍ଲଂଘନ କରିଥିବା ଦୃଷ୍ଟିକୁ ଆସିଲେ ଆଇନ୍‌ ଅନୁଯାୟୀ ଜରିମାନା ଏବଂ ଆବଶ୍ୟକ ଦଣ୍ଡ ଲାଗୁ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।
ପାଇଁ ବନ୍ଦ ଥିବା ପାର୍କଗୁଡ଼ିକରେ ବିଭିନ୍ନ ପାତ୍ର, ଡଷ୍ଟବିନ୍‌, ଛୋଟ ଖାଲ, ବସିବା ଓ ଖେଳ ସ୍ଥାନରେ ଯେପରି ପାଣି ଜମୁନାହିଁ ତାହା ନିଶ୍ଚିତ କରାଇବା ଆବଶ୍ୟକ। ବିଭିନ୍ନ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଯେପରି ପାଣି ଜମି ନ ରହିବ ତାହା ଉପରେ ଦୃଷ୍ଟି ଦେବା ଦରକାର। କାରଖାନା ଓ ଶିଳ୍ପାଞ୍ଚଳରେ ରୋଗର ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ତଦାରଖ କରି ତୁରନ୍ତ ପଦକ୍ଷେପ ନେବା ଜରୁରୀ। ସେହିଭଳି ଥାନା ଅଞ୍ଚଳରେ ଜବତ ହୋଇ ପଡ଼ିରହିଥିବା ଗାଡ଼ି, ଗ୍ୟାରେଜ, ଟ୍ୟୁବ୍‌ ଓ ଟାୟାର୍‌ ମରାମତି ଇତ୍ୟାଦି ସ୍ଥାନରେ ବର୍ଷାପାଣି ଜମି ରହିଥାଏ। ତେଣୁ ଏହି କ୍ଷେତ୍ରରେ ରୋଗ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ଆବଶ୍ୟକ। ଆବାସିକ କଲ୍ୟାଣ ସଂଘଗୁଡ଼ିକର କର୍ତ୍ତୃପକ୍ଷ ନିଜ ନିଜ ଆବାସ ପ୍ରାଙ୍ଗଣରେ ପାଣି ଜମା ନ ହେବା ପାଇଁ ନିୟମିତ ପଦକ୍ଷେପ ନେବା ପାଇଁ କମିଶନର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri