ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବି ତେଜିଲା

ପୁରୀ, ୨୯ା୯(ଅଜିତ ମହାନ୍ତି):ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବାକୁ ଦୀର୍ଘଦିନ ହେବ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଛି। ମାତ୍ର ପ୍ରଶାସନ କର୍ଣ୍ଣପାତ କରୁନାହିଁ। ତେଣୁ ତୁରନ୍ତ ୪ ଦ୍ୱାର ଖୋଲିବା ଦାବି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅକ୍ଟୋବର ୩ ତାରିଖରେ ଓଡ଼ିିଶା ବନ୍ଦ ଡାକରା ଦିଆଯାଇଛି। ସେହିପରି ଦୀର୍ଘ ୩୮ ବର୍ଷ ହେବ ରତ୍ନଭଣ୍ଡାର ଖୋଲାଯାଇ ନ ଥିବା ବେଳେ ଏହାର ଜରୁରୀ ମରାମତି ଆବଶ୍ୟକ ବୋଲି ସେନା ପକ୍ଷରୁ କୁହାଯାଇଛି। ତେବେ ବିଭିନ୍ନ ଆଳ ଦେଖାଇ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲୁ ନ ଥିବା ବେଳେ ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା, ଯାହାକୁ ଶ୍ରୀଜଗନ୍ନାଥ ସେନା ବିରୋଧ କରିଛି। ତୁରନ୍ତ ରତ୍ନଭଣ୍ଡାର ଖୋଲି ମରାମତି ସହ ଅଳଙ୍କାର ଗଣତି କରିବା ପାଇଁ ଶ୍ରୀଜଗନ୍ନାଥ ସେନା ଦାବି କରିଛି। ଏ ନେଇ ଆସନ୍ତା ୩ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।
ବନ୍ଦ ଡାକରା ସ୍ଥଗିତ ରଖିବା ପାଇଁ ଜିଲାପାଳ ସମର୍ଥ ବର୍ମା ରବିବାର ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଡାକି ଆଲୋଚନା କରିଥିଲେ। ତେବେ ଆଲୋଚନା ବିଫଳ ହୋଇଥିବା ପଟ୍ଟନାୟକ କହିଛନ୍ତି। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ଓଡ଼ିଶାବାସୀଙ୍କ ଭଲ ପାଇବା ଓ ସମର୍ଥନ ମିଳିବା ଦେଖି ସରକାର ଆଲୋଚନା କରିବାକୁ ବାଧ୍ୟ ହୋଇଛନ୍ତି। ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ଜରିଆରେ ଏହି ଆଲୋଚନା ହୋଇଥିଲା। ତେବେ ଆଲୋଚନା ସମୟରେ ଜିଲାପାଳ ପୁରୁଣା କଥାକୁ ଦୋହରାଇଛନ୍ତି। ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ପରିକ୍ରମା ମାର୍ଗର କାର୍ଯ୍ୟ ସରିବା ପରେ ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲାଯିବ ବୋଲି ଜିଲାପାଳ କହିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ପୂର୍ବରୁ ଅନେକ ଥର କାର୍ଯ୍ୟ ସରିବା ନେଇ ଡେଡ୍‌ ଲାଇନ ଘୋଷଣା କରାଯାଇଥିଲେ ମଧ୍ୟ କାମ ସରିବାର ନାଁ ନେଉନାହିଁ। ପ୍ରଶାସନ ପକ୍ଷରୁ ସମୟ ଗଡ଼ିଯାଉଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ କାର୍ଯ୍ୟର ସମୀକ୍ଷା କରାଯାଉଛି। ପ୍ରତ୍ୟେକ ସ୍ଥାନରେ ୫ରୁ ୬ ଜଣ ଲୋକ କାର୍ଯ୍ୟ କରୁଛନ୍ତି। ତେଣୁ କାର୍ଯ୍ୟ ସରିବାରେ ବିଳମ୍ବ ହେଉଛି। କାମ ସରିଲେ ଚାରିଦ୍ୱାର ଖୋଲାଯିବା କଥା ଯାହା ଜିଲାପାଳ କହୁଛନ୍ତି, ତାହା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପଟ୍ଟନାୟକ କହିଛନ୍ତି। ପ୍ରଶାସନ ଯଦି ଲିଖିତ ଭାବେ ପ୍ରତିଶ୍ରୁତି ଦେବ ତେବେ ବନ୍ଦ ଡାକରାକୁ ସ୍ଥଗିତ ରଖାଯିବ। ଲିଖିତ ଆକାର ପାଇଁ ପ୍ରଶାସନକୁ ୭୨ ଘଣ୍ଟା ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଲେ ବନ୍ଦ ଡାକରା ସ୍ଥଗିତ ରଖାଯିବ। ନଚେତ ୩ ତାରିଖରେ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ କରାଯିବ। ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ଏ ଲଢେଇ ହେଉଛି ବୋଲି ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ, କିଛି ବର୍ଷ ତଳେ ଶ୍ରୀଜଗନ୍ନାଥ ସେନା ଧାଡି ଦର୍ଶନକୁ ବିରୋଧ କରିବା ସହ ରତ୍ନଭଣ୍ଡାର ଖୋଲିବା ଦାବିରେ ପୁରୀ ବନ୍ଦ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri