ବିଶ୍ୱ ପ୍ରସିଦ୍ଧ ଗହୀରମଥା ମହୋତ୍ସବ ଦାବି ଜୋର ଧରିଲା

ମହାକାଳପଡ଼ା,୧୫ା୩(ଡି.ଏନ.ଏ.):ବିଶ୍ୱପ୍ରସିଦ୍ଧ ଗହୀରମଥାରେ ମହୋତ୍ସବ ପାଳନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦାବି ଜୋର ଧରିଛି। ବିଶେଷକରି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ରାଜନଗର ବ୍ଲକ ଅଧୀନ ନଳିତାପାଟିଆରେ ବିଶ୍ୱ ପ୍ରସିଦ୍ଧ ଭିତରକନିକା ମହୋତ୍ସବ ପାଳନ କରାଯାଇଛି। ବିଦେଶାଗତ ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କ ଭୂସ୍ବର୍ଗ ଓ ଅନ୍ତୁଡ଼ିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଲକ୍ଷାଧିକ କଇଁଛଙ୍କ ଅଣ୍ଡାଦାନ ପାଇଁ ସମାଗମ ହୋଇଥାଏ। ଏହି ସାମୁଦ୍ରିକ ଅଭୟାରଣ୍ୟ ବାଲୁକା ଶଯ୍ୟାକୁ ଆକୃଷ୍ଟ ହୋଇ ଶ୍ରୀଲଙ୍କା, କୋଷ୍ଟାରିକା, ପ୍ରଶାନ୍ତ ମହାସାଗର ଅଞ୍ଚଳରୁ ସମୁଦ୍ର ପଥରେ ଲକ୍ଷ ଲକ୍ଷ ଯୋଜନ ଅତିକ୍ରମ କରି ମିଳନ ଓ ସାମୂହିକ ଅଣ୍ଡାଦାନ କରିବାକୁ ଅଲିଭ୍‌ ରିଡେ୍‌ଲ କଇଁଛ ଧାଇଁ ଆସିଥାନ୍ତି। ଜିଲାର ଐତିହ୍ୟ ଅବଲୋକନ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ି ଭିତରକନିକା ମହୋତ୍ସବକୁ ପ୍ରଚାର ପ୍ରସାର କରି କରୁଛନ୍ତି। ତେବେ ଜିଲାର ମହାକାଳପଡ଼ା ବ୍ଲକରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମହୋତ୍ସବ ପାଳନ କରିବାକୁ ସାଗରିକା ସାହିତ୍ୟ ସଂସଦ, ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଦାବି ଜୋର୍‌ ଧରିଛି। ଅଦ୍ୟାବଧି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ବାଲୁକାଶଯ୍ୟାରେ ଲକ୍ଷାଧିକ ସଂଖ୍ୟାରେ ଅଲିଭ୍‌ ରିଡ୍‌ଲେ କଇଁଛ ସାମୂହିକ ଅଣ୍ଡାଦାନ ଆରମ୍ଭ କରିଛନ୍ତି। ତେବେ ବନ ବିଭାଗ ପକ୍ଷରୁ ଏହାର ସୁରକ୍ଷା ପାଇଁ କଡାକଡି ନିୟମ କରାଯାଇଛି। ଅପରପକ୍ଷରେ ଏହି ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ସମୁଦ୍ର ମଧ୍ୟରେ ଶତାଧିକ ଟ୍ରଲର ବେଆଇନ ଭାବେ ମାଛ ମାରୁଛନ୍ତି।
ସୂଚନାଯୋଗ୍ୟ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମହାନଦୀ ଅବବାହିକା ତ୍ରିକୋଣଭୂମି ମୁହାଣଠାରୁ ୧୭ଶହ ବର୍ଗ କିମିରେ ୧୪ଟି ଭାସମାନ ସୌରଶକ୍ତିରେ ଚାଳିତ ବଇଅଁା ଚିହ୍ନଟ ବା ସଂକେତ ରହିଛି। ସ୍ଥଳଭାଗରୁ ୨୦ କିମି ପର୍ଯ୍ୟନ୍ତ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଘୋଷଣା କରାଯାଇଛି। ଏହାସତ୍ତ୍ୱେ ଖୁଲମ୍‌ଖୁଲା ରାତିରେ ଟ୍ରଲରଗୁଡ଼ିକ ମାଛ ଧରି ସକାଳ ସୁଦ୍ଧା ନିକଟ ନଦୀ, ଯୋରିରେ ଆଶ୍ରୟ ନେଉଥିବା କେତେଜଣ ମତ୍ସ୍ୟଜୀବୀ (ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଧାମରା ଅଞ୍ଚଳର) ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ଆଉ କେତେଜଣ ମତ୍ସ୍ୟଜୀବୀ କହିଛନ୍ତି, ବନ ବିଭାଗର କେତେଜଣ ତଳିଆ କର୍ମଚାରୀ ଆଗୁଆ ସୂଚନା ଦେଉଥିବାରୁ ବିଭାଗୀୟ ଚଢ଼ାଉ ପୂର୍ବରୁ ସମୁଦ୍ର ମଧ୍ୟରେ ଟ୍ରଲରଗୁଡିକ ଖସିଯିବା ସହଜ ହେଉଥିବା କହିଛନ୍ତି, ଯାହାକି ଏବେ ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚଳିତବର୍ଷ ବିଳମ୍ବ ହେଲେ ମଧ୍ୟ ଗହୀରମଥାରେ ଅଲିଭ୍‌ ରିଡେ୍‌ଲଙ୍କ ଆଗମନକୁ ନେଇ ପରିବେଶବିତ୍‌ମାନେ ଖୁସି ପ୍ରକଟ କରିଛନ୍ତି। ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି, ରାଜନଗରରେ ଭିତରକନିକା ମହୋତ୍ସବ ପାଳନ କରାଯାଉଛି, ଯାହାକି ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ବିଶ୍ୱପ୍ରସିଦ୍ଧ ଗହୀରମଥା ମହୋତ୍ସବ ପାଳନ ହେଲେ ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କ ଉପରେ ବିସ୍ତୃତ ଆଲୋଚନା ହେବ। ଏହାସହ ଦେଶୀ ଓ ବିଦେଶାଗତ ପକ୍ଷୀମାନଙ୍କ ଉପରେ ଅଧିକ ସଚେତନତା ସୃଷ୍ଟି କରାଯାଇପାରିବ। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କୁ ଅବଗତ କରାଯାଇଛି। ଅପରପକ୍ଷରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଗହୀରମଥା ମହୋତ୍ସବ ପାଳନକୁ ସ୍ବାଗତ କରୁଛି। ଏ ସଂକ୍ରାନ୍ତରେ ଜିଲାପାଳଙ୍କ ସହ ସେ ଆଲୋଚନା କରିବାକୁ ସହମତି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କ ସୁରକ୍ଷା ଓ ସୁରକ୍ଷିତ ଅଣ୍ଡାଦାନ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ କଡ଼ାକଡ଼ି ନଜର ରଖାଯାଇଛି। ସମୁଦ୍ର ମଧ୍ୟରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ପରିବାର ୭ବର୍ଷ ହେଲା ବିତାଡ଼ିତ

ଖୋର୍ଦ୍ଧା ଅଫିସ,୩୧।୮: ମାନବବାଦ ସଙ୍ଗଠନ ନଁାରେ ତାଲିବାନୀ ଶାସନ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ସଙ୍ଗଠନ ନଁାରେ...

ପେସା ଫାୟାରମ୍ୟାନ : ନିଶା ସୈନିକ ଗଢ଼ିବା

ମାହାଙ୍ଗା,୨୬ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଆଁପାଳ ଅଗ୍ନିଶମ ସେବା ସଂସ୍ଥାରେ ଫାୟାରମ୍ୟାନ ଭାବେ କାର୍ଯ୍ୟ କରନ୍ତି ନିତ୍ୟାନନ୍ଦ ମହାନ୍ତି। ଯୁବକଙ୍କୁ ସେନ୍ୟବାହିନୀରେ ଯୋଗଦେବା...

ମହିଳାଙ୍କୁ ହତ୍ୟା ଘଟଣା :  ଅଭିଯୁକ୍ତ ଟୁନାଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୯ା୧୨-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ (ଏଡିଜେ) -୧ ଡ.ପ୍ରସନ୍ନ କୁମାର ପଣ୍ଡା ଜଣେ ମହିଳାଙ୍କୁ ବିୟର ବୋତଲରେ ଭୁସି ହତ୍ୟା କରାଯାଇଥିବା ମାମଲାର...

ଢେଙ୍କାନାଳରେ ସିରିଜ୍‌ ଚୋରି

ଢେଙ୍କାନାଳ ଅଫିସ୍‌, ୩୧ା୫ ସାବିତ୍ରୀ ଓଷା ଅବ୍ୟବହିତ ପୂର୍ବରୁ ରବିବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲା କଲେଜ ବାଇପାସ୍‌ ଅଞ୍ଚଳରୁ ସିରିଜ୍‌ ଚୋରି ହୋଇଛି। ଦୁର୍ବୃତ୍ତମାନେ...

ଗଡ଼ ଜିଣିବାକୁ କସରତ

ଭଦ୍ରକ ଅଫିସ, ୧୬।୧୦: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ସରିବା ପରେ ଗଡ଼ ଜିଣିବାକୁ ୩ ପ୍ରମୁଖ ଦଳ ଭାଜପା, ବିଜେଡି, କଂଗ୍ରେସ ସମେତ...

କୋଭିଡ୍‌ ପରିଚାଳନାରେ ଅବ୍ୟବସ୍ଥା, ଅନଶନରେ ବସିଲେ ସ୍ବେଚ୍ଛାସେବୀ

ବରଗଡ ଅଫିସ,୧୭।୫- ବରଗଡ ଜିଲାରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡିଛି। ଏଠାରେ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଅନ୍ୟପଟେ ଜିଲାରେ କୋଭିଡ୍‌ ପରିଚାଳନା ଅବ୍ୟବସ୍ଥିତ...

ଚିଲିକା ବୁଲିଲେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ

ଖୋର୍ଦ୍ଧା ଅଫିସ/ବାଲୁଗଁା/କୃଷ୍ଣପ୍ରସାଦ, ୧୬ା୪(ଡି.ଏନ୍‌.ଏ.): ଚିଲିକା ପରିଭ୍ରମଣ ସହ ମା’ କାଳିଜାଈଙ୍କ ଦର୍ଶନ କରିଛନ୍ତି ବିଧାନସଭାର ବାଚସ୍ପତିଙ୍କ ସମେତ ବହୁ ବିଧାୟକ ଓ ମନ୍ତ୍ରୀ। ଶୁକ୍ରବାର ପୂର୍ବାହ୍ନ...

୩୧ରୁ ଭିତରକନିକା ମହୋତ୍ସବ

ରାଜନଗର, ୭।୧ (ଡି.ଏନ୍‌.ଏ.): ଚଳିତବର୍ଷଠାରୁ ଆରମ୍ଭ ହେଉଛି ଭିତରକନିକା ମହୋତ୍ସବ। ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ମୁଖ୍ୟରାସ୍ତାର ନଳିତାପାଟିଆଠାରେ ଏହି ମହୋତ୍ସବ...

Advertisement
Archives

Model This Week