ବଢୁଛି ଇକୋ-ଫ୍ରେଣ୍ଡ୍‌ଲି ରାଖୀର ଚାହିଦା

ଭୁବନେଶ୍ୱର, ୧୮।୮(ବ୍ୟୁରୋ):ଆଉ ୪ଦିନ ପରେ ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ସ୍ନେହ ସମ୍ପର୍କର ଅତୁଟ ଡୋରି। ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଲିଲାଣି ରାଖୀ ଦୋକାନ। ଲୋକଙ୍କ ଚାହିଦାକୁ ନଜରରେ ରଖି ଚଳିତ ବର୍ଷ ବିଭିନ୍ନ ରକମର ରାଖୀ ବଜାରକୁ ଆସିଛି। ସୂତା, ରେଶମ, ତୁଳା, ବିଭିନ୍ନ ଧାତୁରେ ତିଆରି ରାଖୀ ବଜାରରେ ମିଳୁଛି। ଠାକୁରଙ୍କ ରାଖୀ ୫ ଟଙ୍କାରେ ମିଳୁଥିବାବେଳେ ସ୍ବତନ୍ତ୍ର ଡିଜାଇନ ରାଖୀର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ କରି ୧ହଜାର ଟଙ୍କା ପଯର୍‌ୟନ୍ତ ରହିଛି। ପିଲାଙ୍କ ପାଇଁ ଛୋଟା ଭୀମ୍‌, ମୋଟୁପତ୍‌ଲୁ, ଶିବା, ଡୋରେମୋନ, ଟିଟୁ ଆଦି କାର୍ଟୁନ ଚିତ୍ରିତ ଏବଂ ପ୍ଲାଷ୍ଟିକ୍‌ର ଓ୍ବିଥ୍‌ କଟର୍‌ ରାଖୀ ମିଳୁଛି। ସେହିପରି ରଙ୍ଗିନ ପଥର ବସା ରାଖୀକୁ ମଧ୍ୟ ଗ୍ରାହକ ପସନ୍ଦ କରୁଛନ୍ତି। ତେବେ ଏଡିି ଷ୍ଟୋନ୍‌ ଖଚିତ ରାଖୀର ମୂଲ୍ୟ ସର୍ବାଧିକ ରହିଛି। ସେହିପରି ଶିବ, ଗଣେଶ, ଜଗନ୍ନାଥ, ପର୍ଶୁରାମ, ହନୁମାନ ଆଦି ଦେବାଦେବୀଙ୍କ ରାଖୀ ମଧ୍ୟ ମିଳୁଛି। ରେଶମରେ ପ୍ରସ୍ତୁତ ରାଖୀର ମୂଲ୍ୟ ଅଧିକ ହୋଇଥିଲେ ମଧ୍ୟ ଚାହିଦା ରହିଛି। ରାଜଧାନୀର ବିଭିନ୍ନ ଛକ ସ୍ଥାନ ବ୍ୟତୀତ ଶପିଂ ମଲ୍‌, ଗ୍ରୋସେରି ଦୋକାନ ଓ ପୂଜା ସାମଗ୍ରୀ ଦୋକାନରେ ମଧ୍ୟ ରାଖୀର ପସରା ଦେଖିବାକୁ ମିଳିଛି।
ଭଉଣୀ-ଭାଇ ଫଟୋ ଥିବା ରାଖୀର ଚାହିଦା
ସମ୍ପ୍ରତି ଅନଲାଇ୍‌ନରେ ରାଖୀ କିଣାବିକା ଜୋର ଧରିଛି। ତେଣୁ ବିଭିନ୍ନ ଅନଲାଇନ୍‌ ସାଇଟ୍‌ରେ ବେପାର ଜମୁଛି। ରାଖୀ ସହ ଉପହାର ଓ ମିଠା ପ୍ୟାକେଟ୍‌ ସ୍ବତନ୍ତ୍ର ଭାବେ ବରାଦ କରାଯାଉଛି। ୧୯୯ ଟଙ୍କାରୁ ଆରମ୍ଭ କରି ଭିନ୍ନ ଭିନ୍ନ ଦାମ୍‌ରେ ନାନା ଡିଜାଇନର ରାଖୀ ଉପଲବ୍ଧ ହେଉଛି। ତେବେ ଭଉଣୀ-ଭାଇଙ୍କ ଫଟୋ ଲଗାଯାଇଥିବା ରାଖୀର ଚାହିଦା ଅଧିକ ରହିଛି। ଫଟୋର ଆକାର ଓ ମାନକୁ ନେଇ ରାଖୀର ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି। ଏଥିପାଇଁ ଗ୍ରାହକଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଫଟୋ ଓ ସେ ସମ୍ବନ୍ଧୀୟ ସମସ୍ତ ବିବରଣୀ ଦେବାକୁ ପଡ଼ୁଛି।
ଟ୍ରେଣ୍ଡ୍‌ରେ ଲୁମ୍ବା
ଧୀରେ ଧୀରେ ରାଖୀକୁ ନେଇ ଟ୍ରେଣ୍ଡ୍‌ ବଦଳିବାରେ ଲାଗିଛି। ପୂର୍ବରୁ ଭଉଣୀ କେବଳ ଭାଇ ହାତରେ ରାଖୀ ବାନ୍ଧୁଥିଲା। ତେବେ ସମୟ ସହିତ ଏବେ ତାହା ବଦଳିବାରେ ଲାଗିଛି। ଭାଉଜ ଓ ଭଉଣୀ ଭଉଣୀ ମଧ୍ୟ ପରସ୍ପରକୁ ରାଖୀ ପିନ୍ଧାଇ ଏଖି ପର୍ବକୁ ପାଳନ କରୁଛନ୍ତି। କେବଳ ସେତିକି ନୁହେଁ, ଭଉଣୀଟିଏ ଭାଇକୁ ରାଖୀ ବାନ୍ଧୁଥିବାବେଳେ ଭାଇ ମଧ୍ୟ ଭଉଣୀ ହାତରେ ରାଖୀକୁ ପିନ୍ଧାଇ ତାହାର ଭଲ ପାଇବା ଜାହିର କରୁଛି। ଏଥିପାଇଁ ଏବେ ସ୍ବତନ୍ତ୍ର ଭାବେ ଲେଡିଜ୍‌ ରାଖୀ ‘ଲୁମ୍ବା’ ବଜାରକୁ ଆସିଛି। ଏହାର ଦାମ୍‌ ୫୦ ଟଙ୍କାରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ବିଭିନ୍ନ ଡିଜାଇନ୍‌ ସହିତ ସାନ ବଡ ବିଭିନ୍ନ ଆକାରର ଏହି ରାଖୀ ମିଳୁଛି।
ଓର୍‌ମାସ ପକ୍ଷରୁ ‘ନିଆରା ରାଖୀର ସମ୍ଭାର’
ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‌ମାସ ତରଫରୁ ଭୁବନେଶ୍ୱରରେ ରାଖୀ ବିକ୍ରି ଆରମ୍ଭ ହୋଇଛି। ୟୁନିଟ-୮ସ୍ଥିତ ଏସ୍‌ଆଇଆର୍‌ଡି କ୍ୟାମ୍ପସ ସମ୍ମୁଖରେ ଓର୍‌ମାସ ରାଖୀ ଷ୍ଟଲ୍‌ ‘ନିଆରା ରାକ୍ଷୀର ସମ୍ଭାର’ ଖୋଲାଯାଇଛି। ଏଠାରେ ଜୈବ ଅନୁକୂଳ ରାଖୀ ବିକ୍ରି ହେଉଛି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ କାଗଜ, ମାଟି, ଧାନ, ମୁଗ, କୋଳଥ, ସଢ଼େଇ, ସବାଇ ଘାସ ଓ କାଇଁଚ ଘାସରୁ ସୁନ୍ଦର ସୁନ୍ଦର ରାଖୀ ତିଆରି କରି ବିକ୍ରି କରୁଛନ୍ତି। ଏସବୁର ଦାମ୍‌ ମାତ୍ର ୧୫ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ରହିଛି। ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହେଉଥିବା କଞ୍ଚାମାଲ ଓ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରି ମହିଳାମାନେ ଏହି ରାଖୀ ସବୁ ତିଆରି କରିଛନ୍ତି। କରୋନା କାଳରେ ଜୀବନ ଜୀବିକା ପ୍ରଭାବିତ ହୋଇଥିବାବେଳେ ରାଖୀ ବ୍ୟବସାୟରୁ ବେଶ୍‌ କିଛି ଲାଭବାନ୍‌ ହୋଇପାରିବେ ବୋଲି ମହିଳାମାନେ ଆଶା ରଖିଛନ୍ତି। ଓର୍‌ମାସ ରାଖୀ ଷ୍ଟଲ୍‌ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri