ବଢୁଛି ଇକୋ-ଫ୍ରେଣ୍ଡ୍‌ଲି ରାଖୀର ଚାହିଦା

ଭୁବନେଶ୍ୱର, ୧୮।୮(ବ୍ୟୁରୋ):ଆଉ ୪ଦିନ ପରେ ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ସ୍ନେହ ସମ୍ପର୍କର ଅତୁଟ ଡୋରି। ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଲିଲାଣି ରାଖୀ ଦୋକାନ। ଲୋକଙ୍କ ଚାହିଦାକୁ ନଜରରେ ରଖି ଚଳିତ ବର୍ଷ ବିଭିନ୍ନ ରକମର ରାଖୀ ବଜାରକୁ ଆସିଛି। ସୂତା, ରେଶମ, ତୁଳା, ବିଭିନ୍ନ ଧାତୁରେ ତିଆରି ରାଖୀ ବଜାରରେ ମିଳୁଛି। ଠାକୁରଙ୍କ ରାଖୀ ୫ ଟଙ୍କାରେ ମିଳୁଥିବାବେଳେ ସ୍ବତନ୍ତ୍ର ଡିଜାଇନ ରାଖୀର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ କରି ୧ହଜାର ଟଙ୍କା ପଯର୍‌ୟନ୍ତ ରହିଛି। ପିଲାଙ୍କ ପାଇଁ ଛୋଟା ଭୀମ୍‌, ମୋଟୁପତ୍‌ଲୁ, ଶିବା, ଡୋରେମୋନ, ଟିଟୁ ଆଦି କାର୍ଟୁନ ଚିତ୍ରିତ ଏବଂ ପ୍ଲାଷ୍ଟିକ୍‌ର ଓ୍ବିଥ୍‌ କଟର୍‌ ରାଖୀ ମିଳୁଛି। ସେହିପରି ରଙ୍ଗିନ ପଥର ବସା ରାଖୀକୁ ମଧ୍ୟ ଗ୍ରାହକ ପସନ୍ଦ କରୁଛନ୍ତି। ତେବେ ଏଡିି ଷ୍ଟୋନ୍‌ ଖଚିତ ରାଖୀର ମୂଲ୍ୟ ସର୍ବାଧିକ ରହିଛି। ସେହିପରି ଶିବ, ଗଣେଶ, ଜଗନ୍ନାଥ, ପର୍ଶୁରାମ, ହନୁମାନ ଆଦି ଦେବାଦେବୀଙ୍କ ରାଖୀ ମଧ୍ୟ ମିଳୁଛି। ରେଶମରେ ପ୍ରସ୍ତୁତ ରାଖୀର ମୂଲ୍ୟ ଅଧିକ ହୋଇଥିଲେ ମଧ୍ୟ ଚାହିଦା ରହିଛି। ରାଜଧାନୀର ବିଭିନ୍ନ ଛକ ସ୍ଥାନ ବ୍ୟତୀତ ଶପିଂ ମଲ୍‌, ଗ୍ରୋସେରି ଦୋକାନ ଓ ପୂଜା ସାମଗ୍ରୀ ଦୋକାନରେ ମଧ୍ୟ ରାଖୀର ପସରା ଦେଖିବାକୁ ମିଳିଛି।
ଭଉଣୀ-ଭାଇ ଫଟୋ ଥିବା ରାଖୀର ଚାହିଦା
ସମ୍ପ୍ରତି ଅନଲାଇ୍‌ନରେ ରାଖୀ କିଣାବିକା ଜୋର ଧରିଛି। ତେଣୁ ବିଭିନ୍ନ ଅନଲାଇନ୍‌ ସାଇଟ୍‌ରେ ବେପାର ଜମୁଛି। ରାଖୀ ସହ ଉପହାର ଓ ମିଠା ପ୍ୟାକେଟ୍‌ ସ୍ବତନ୍ତ୍ର ଭାବେ ବରାଦ କରାଯାଉଛି। ୧୯୯ ଟଙ୍କାରୁ ଆରମ୍ଭ କରି ଭିନ୍ନ ଭିନ୍ନ ଦାମ୍‌ରେ ନାନା ଡିଜାଇନର ରାଖୀ ଉପଲବ୍ଧ ହେଉଛି। ତେବେ ଭଉଣୀ-ଭାଇଙ୍କ ଫଟୋ ଲଗାଯାଇଥିବା ରାଖୀର ଚାହିଦା ଅଧିକ ରହିଛି। ଫଟୋର ଆକାର ଓ ମାନକୁ ନେଇ ରାଖୀର ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି। ଏଥିପାଇଁ ଗ୍ରାହକଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଫଟୋ ଓ ସେ ସମ୍ବନ୍ଧୀୟ ସମସ୍ତ ବିବରଣୀ ଦେବାକୁ ପଡ଼ୁଛି।
ଟ୍ରେଣ୍ଡ୍‌ରେ ଲୁମ୍ବା
ଧୀରେ ଧୀରେ ରାଖୀକୁ ନେଇ ଟ୍ରେଣ୍ଡ୍‌ ବଦଳିବାରେ ଲାଗିଛି। ପୂର୍ବରୁ ଭଉଣୀ କେବଳ ଭାଇ ହାତରେ ରାଖୀ ବାନ୍ଧୁଥିଲା। ତେବେ ସମୟ ସହିତ ଏବେ ତାହା ବଦଳିବାରେ ଲାଗିଛି। ଭାଉଜ ଓ ଭଉଣୀ ଭଉଣୀ ମଧ୍ୟ ପରସ୍ପରକୁ ରାଖୀ ପିନ୍ଧାଇ ଏଖି ପର୍ବକୁ ପାଳନ କରୁଛନ୍ତି। କେବଳ ସେତିକି ନୁହେଁ, ଭଉଣୀଟିଏ ଭାଇକୁ ରାଖୀ ବାନ୍ଧୁଥିବାବେଳେ ଭାଇ ମଧ୍ୟ ଭଉଣୀ ହାତରେ ରାଖୀକୁ ପିନ୍ଧାଇ ତାହାର ଭଲ ପାଇବା ଜାହିର କରୁଛି। ଏଥିପାଇଁ ଏବେ ସ୍ବତନ୍ତ୍ର ଭାବେ ଲେଡିଜ୍‌ ରାଖୀ ‘ଲୁମ୍ବା’ ବଜାରକୁ ଆସିଛି। ଏହାର ଦାମ୍‌ ୫୦ ଟଙ୍କାରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ବିଭିନ୍ନ ଡିଜାଇନ୍‌ ସହିତ ସାନ ବଡ ବିଭିନ୍ନ ଆକାରର ଏହି ରାଖୀ ମିଳୁଛି।
ଓର୍‌ମାସ ପକ୍ଷରୁ ‘ନିଆରା ରାଖୀର ସମ୍ଭାର’
ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‌ମାସ ତରଫରୁ ଭୁବନେଶ୍ୱରରେ ରାଖୀ ବିକ୍ରି ଆରମ୍ଭ ହୋଇଛି। ୟୁନିଟ-୮ସ୍ଥିତ ଏସ୍‌ଆଇଆର୍‌ଡି କ୍ୟାମ୍ପସ ସମ୍ମୁଖରେ ଓର୍‌ମାସ ରାଖୀ ଷ୍ଟଲ୍‌ ‘ନିଆରା ରାକ୍ଷୀର ସମ୍ଭାର’ ଖୋଲାଯାଇଛି। ଏଠାରେ ଜୈବ ଅନୁକୂଳ ରାଖୀ ବିକ୍ରି ହେଉଛି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ କାଗଜ, ମାଟି, ଧାନ, ମୁଗ, କୋଳଥ, ସଢ଼େଇ, ସବାଇ ଘାସ ଓ କାଇଁଚ ଘାସରୁ ସୁନ୍ଦର ସୁନ୍ଦର ରାଖୀ ତିଆରି କରି ବିକ୍ରି କରୁଛନ୍ତି। ଏସବୁର ଦାମ୍‌ ମାତ୍ର ୧୫ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ରହିଛି। ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହେଉଥିବା କଞ୍ଚାମାଲ ଓ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରି ମହିଳାମାନେ ଏହି ରାଖୀ ସବୁ ତିଆରି କରିଛନ୍ତି। କରୋନା କାଳରେ ଜୀବନ ଜୀବିକା ପ୍ରଭାବିତ ହୋଇଥିବାବେଳେ ରାଖୀ ବ୍ୟବସାୟରୁ ବେଶ୍‌ କିଛି ଲାଭବାନ୍‌ ହୋଇପାରିବେ ବୋଲି ମହିଳାମାନେ ଆଶା ରଖିଛନ୍ତି। ଓର୍‌ମାସ ରାଖୀ ଷ୍ଟଲ୍‌ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?