ପୋତି ହୋଇପଡ଼ୁଛି ଡେଳିଙ୍ଗିବନ୍ଧ

ବାରିପଦା ଅଫିସ,୮ା୨- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଶିଳଘାଟୀ ପଞ୍ଚାୟତରେ ଥିବା ଡେଳିଙ୍ଗି ବନ୍ଧ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ସ୍ବାଧୀନତା ପୂର୍ବରୁ ରାଜାରାଜୁଡ଼ା ଅମଳରେ ପ୍ରଜାମଣ୍ଡଳ ଦ୍ୱାରା ଏହା ନିର୍ମାଣ କରାଯାଇଥିଲା। ମରୁଡ଼ି ଦାଉରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଏକଜୁଟ ହୋଇ ଏହାକୁ ନିର୍ମାଣ କରି ଭଲ ଫସଲ ଅମଳ କରୁଥିଲେ। ଏହି ପ୍ରକଳ୍ପ ଏବେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ରହିଛି। ତେବେ ଚାଷ କାମରେ ଜଳସେଚନର ଲକ୍ଷ୍ୟ ନେଇ କରାଯାଇଥିବା ଏହି ବନ୍ଧର ପୁନରୁଦ୍ଧାର ଓ ମରାମତି ହେଉ ନ ଥିବାରୁ ଏହା କ୍ରମେ ପୋତି ହେବାକୁ ବସିଛି। ଚାଷୀମାନେ ଜଳକର ଦେଉଥିବା ବେଳେ ଖରାଦିନେ ବନ୍ଧ ଶୁଖିଲା ପଡ଼ୁଛି। ଫଳରେ ସେମାନେ ଧୀରେ ଧୀରେ ରବି ଚାଷ କରିବା ବନ୍ଦ କରିଦେଲେଣି।
ବ୍ଲକ ମୁଖ୍ୟାଳୟରୁ ଦୁଇ କି.ମି. ଦୂରରେ ଅବସ୍ଥିତ ଏହି ବନ୍ଧକୁ ୧୯୪୨ରେ ଶିଳଘାଟି ଅଞ୍ଚଳର ଜନସାଧାରଣ ନିର୍ମାଣ କରିଥିଲେ। କିମ୍ଭୀରାହୁଡ଼ି ଓ ଭାଗିରଥୀହୁଡ଼ି଼କୁ ଯୋଡ଼ି ଏହି ବନ୍ଧ ବାନ୍ଧି ଥିଲେ। ଜଙ୍ଗଲରୁ ନିବୃତ ଜଳକୁ ଅଟକାଇ ଜଳସେଚନର ବ୍ୟବସ୍ଥା କରି ଚାଷୀମାନେ କ୍ଷେତକୁ ସବୁଜ ଶସ୍ୟଶ୍ୟାମଳା କରିପାରିଥିଲେ। ୭୮ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ବନ୍ଧରୁ ୪ଶହ ଏକର ପାଖାପାଖି ଜମିରେ ଜଳସେଚନ କରାଯାଉଥିଲା। ମାତ୍ର ଏହାର ପୁନରୁଦ୍ଧାର କରାଯାଉ ନ ଥିବାରୁ ଏବେ ଏହା ପୋଖରୀ ସଦୃଶ ହେବକୁ ବସିଛି। ଶିଳଘାଟୀ ଗ୍ରାମର ପ୍ରତାପ ଚନ୍ଦ୍ର ହେମ୍ବ୍ରମ(୮୦) କୁହନ୍ତି, ମୋ ଜାଣତରେ ବନ୍ଧର ପୁନରୁଦ୍ଧାର କରାଯାଇନାହିଁ। ବନ୍ଧ ନିର୍ମାଣ ସମୟରେ ୪୦ରୁ ୫୦ଫୁଟ ଗଭୀର ପର୍ଯ୍ୟନ୍ତ ପାଣି ରହୁଥିବା ବେଳେ ଏବେ ପୋତିହୋଇ ଖରାଦିନେ ମାତ୍ର ୭/୮ଫୁଟ ପାଣି ରହୁଛି। ଫଳରେ ଜଳସେଚନ ପାଇଁ ପାଣିର ସମସ୍ୟା ବଢୁଥିବା ବେଳେ ମାଛଚାଷ ସମ୍ଭବ ହୋଇପାରୁ ନାହିଁ। କେନ୍ଦୁଆ ଗ୍ରାମର ଚାଷୀ ମଳୟ ମହାକୁଡ଼ ଓ ଅଞ୍ଜନ ମହାକୁଡ଼ କୁହନ୍ତିି ଦୀର୍ଘବର୍ଷ ଧରି ଜଳକର ଦେଇଆସୁଛୁ। ଖରିଫ ଚାଷପାଇଁ ବର୍ଷା ଉପରେ ନିର୍ଭର କରୁଥିବା ବେଳେ ବନ୍ଧରେ ପାଣି କମିବାରୁ ରବି ଚାଷ ସମ୍ଭବ ହୋଇପାରୁନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ ଜଳସେଚନ ନିମନ୍ତେ କୋଟି କୋଟି ଖର୍ଚ୍ଚ କରାଯାଉଛି। ମାତ୍ର ପ୍ରଶାସନିକ ଅବହେଳା ଓ ରାଜନେତାଙ୍କ ଦୂର ଦୃଷ୍ଟି ଅଭାବରୁ ଏହି ବିଶାଳ ଜଳାଶୟ ଏବେ ଅବହେଳିତ ଅବସ୍ଥାରେ ପଡିରହିଛି। ଶିଳଘାଟି ପଞ୍ଚାୟତର ସମିତିସଭ୍ୟ ସୁଲୋଚନା ଦାସ କୁହନ୍ତି, ବନ୍ଧର ପୁନରୁଦ୍ଧାର ପାଇଁ ବାରମ୍ବାର ଅଭିଯୋଗ ହୋଇଛି। ବିଭାଗ କେବଳ ଲୋକ ଦେଖାଣିଆ ବନ୍ଧ ଆଡ଼ିର ମରାମତି କରୁଛି। ମାତ୍ର ପଙ୍କ ଉଦ୍ଧାର କରାଯାଉ ନ ଥିବାରୁ ଦିନକୁ ଦିନ ଏହା ପୋତିହେବାକୁ ବସିଛି। ମାଛ ଚାଷ ପାଇଁ ପଞ୍ଚାୟତ ପକ୍ଷରୁ ନିଲାମ ଦିଆଯାଉଥିବା ବେଳେ ଆବଶ୍ୟକ ପରିମାଣର ଉପତ୍ାଦନ ନେଇ ଆଶଙ୍କା ରହୁଥିବାରୁ ବନ୍ଧ ନିଲାମ ଧରିବା ପାଇଁ ଚାଷୀମାନଙ୍କୁ ଚିନ୍ତା କରିବାକୁ ପଡୁଛି। ବନ୍ଧ ନିର୍ମାଣ ସମୟରେ ୨ଶହରୁ ଊର୍ଦ୍ଧ୍ୱ ପ୍ରଜା ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇ କାରାଦଣ୍ଡ ଭୋଗିଥିବା ବେଳେ ଜିଲାର ଅନନ୍ୟ କ୍ରାନ୍ତିପୀଠ ଭାବେ ଏହା ବେଶ ପରିଚିତ। ଏହି ବନ୍ଧକୁ ଏକ ଐତିହାସିକ ସ୍ମାରକୀ ଓ ପର୍ଯ୍ୟଟନସ୍ଥଳ ରୂପେ ଘୋଷଣା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବିଭାଗୀୟ ଅଧିକାରୀମାନେ ଉଚ୍ଚସ୍ତରୀୟ ସମୀକ୍ଷା କରି ବର୍ଷାଜଳ ଧାରଣ କ୍ଷମତାକୁ ବୃଦ୍ଧି କରିପାରିଲେ ବର୍ଷସାରା ଚାଷ ଉପଯୋଗୀ ହୋଇପାରିବ ବୋଲି ଗ୍ରାମବାସୀ ଚୈତନ୍ୟ ହଁାସଦା, ରାମଚନ୍ଦ୍ର ମୁର୍ମୁ, ବୁଧିଆ ସିଂ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଅରବିନ୍ଦ ମହାପାତ୍ରଙ୍କୁ ପଚାରିବାରୁ ବନ୍ଧର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ପଠାଯାଇଛି ା ମଞ୍ଜୁରୀ ମିଳିଲେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୫ରେ ଛାତ୍ର ସଂସଦ ନିର୍ବାଚନ, କିଏ ଲଢ଼ିପାରିବେ? ଜାଣନ୍ତୁ ନିୟମ

ଭୁବନେଶ୍ବର,୫ା୧୦: ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ…

ଭିଜିଲାନ୍ସ ପଞ୍ଝାରେ ବେତନଟୀ ସବଡିଭିଜନ AEE, ଏକକାଳୀନ ୧୦ ସ୍ଥାନରେ ଚଢାଉ

ବାରିପଦା/ବେତନଟୀ, ୫।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବେତନଟୀ ଆର୍‌ଆଣ୍ଡବି ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Asian Games 2026: ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣମାନେ ଦେଶକୁ…’

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏସୀୟ କ୍ରୀଡ଼ା ୨୦୨୬’ (Asian Games 2026) ରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ସଂକଳ୍ପ,…

ଛାତ୍ର ସଂସଦ ନିର୍ବାଚନ; ଘୋଷଣା ହୋଇନି, ଦ୍ୱନ୍ଦ୍ୱ ବି ଛିଡୁନି

ଭୁବନେଶ୍ୱର,୫ା୧୦(ସୁନିତ୍‌ ମିଶ୍ର): ଓଡ଼ିଶାରେ ଗତ ୮ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଭାଜପା ରାଜ୍ୟରେ ସରକାରକୁ ଆସିବା ପୂର୍ବରୁ ଓଡ଼ିଶାରେ ଛାତ୍ର ସଂସଦ…

ପରୀକ୍ଷାଗାରରୁ ବାହାରିଲା ‘କରୋନା ଭାଇରସ’ର ଭାଇ, ରୁଷିଆରେ ୱୁହାନ ଭଳି ଘଟଣାର ପୁନରାବୃତ୍ତି!

ମସ୍କୋ,୫।୧୦: ରୁଷିଆର ସାଇବେରିଆ ଅଞ୍ଚଳରେ ଏକ ସଂକ୍ରମଣକୁ ନେଇ ଉଦବେଗ ସୃଷ୍ଟି ହୋଇଛି। ଏକ ସ୍ଥାନୀୟ ପରୀକ୍ଷାଗାରରେ ଘଟିଥିବା ଦୁର୍ଘଟଣା ପରେ, ଏକ ସନ୍ଦିଗ୍ଧ ବିପଜ୍ଜନକ ସଂକ୍ରମଣକୁ…

ପାଣିପାଗ ବିଭାଗର ବଡ଼ ସୂଚନା, ଆସନ୍ତା ୪ ଦିନ ଯାଏ ଏହି ଜିଲାରେ କଲବଲ କରିବ ତାତି

ଭୁବନେଶ୍ୱର,୫ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ତାପମାତ୍ରା ବଢ଼ୁଛି । ଖରାତାତି ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି…

ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ

ଦୁବାଇ,୫ା୧୦: ଦୁବାଇରୁ ୧୭୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବୁଧବାର ଇସ୍ରାଏଲ୍‌ର ତେଲ୍‌ ଆଭିଭ୍‌ ଯାଉଥିବା ଫ୍ଲାଏଦୁବାଇ ବିମାନର ସହପାଇଲଟ୍‌ ହମାମ ଅଲ୍‌-ହମାମି ଏହାକୁ ନିୟନ୍ତ୍ରଣକୁ ନେଇ ଦୁର୍ଘଟଣାଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?