ପୋତି ହୋଇପଡ଼ୁଛି ଡେଳିଙ୍ଗିବନ୍ଧ

ବାରିପଦା ଅଫିସ,୮ା୨- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଶିଳଘାଟୀ ପଞ୍ଚାୟତରେ ଥିବା ଡେଳିଙ୍ଗି ବନ୍ଧ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ସ୍ବାଧୀନତା ପୂର୍ବରୁ ରାଜାରାଜୁଡ଼ା ଅମଳରେ ପ୍ରଜାମଣ୍ଡଳ ଦ୍ୱାରା ଏହା ନିର୍ମାଣ କରାଯାଇଥିଲା। ମରୁଡ଼ି ଦାଉରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଏକଜୁଟ ହୋଇ ଏହାକୁ ନିର୍ମାଣ କରି ଭଲ ଫସଲ ଅମଳ କରୁଥିଲେ। ଏହି ପ୍ରକଳ୍ପ ଏବେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ରହିଛି। ତେବେ ଚାଷ କାମରେ ଜଳସେଚନର ଲକ୍ଷ୍ୟ ନେଇ କରାଯାଇଥିବା ଏହି ବନ୍ଧର ପୁନରୁଦ୍ଧାର ଓ ମରାମତି ହେଉ ନ ଥିବାରୁ ଏହା କ୍ରମେ ପୋତି ହେବାକୁ ବସିଛି। ଚାଷୀମାନେ ଜଳକର ଦେଉଥିବା ବେଳେ ଖରାଦିନେ ବନ୍ଧ ଶୁଖିଲା ପଡ଼ୁଛି। ଫଳରେ ସେମାନେ ଧୀରେ ଧୀରେ ରବି ଚାଷ କରିବା ବନ୍ଦ କରିଦେଲେଣି।
ବ୍ଲକ ମୁଖ୍ୟାଳୟରୁ ଦୁଇ କି.ମି. ଦୂରରେ ଅବସ୍ଥିତ ଏହି ବନ୍ଧକୁ ୧୯୪୨ରେ ଶିଳଘାଟି ଅଞ୍ଚଳର ଜନସାଧାରଣ ନିର୍ମାଣ କରିଥିଲେ। କିମ୍ଭୀରାହୁଡ଼ି ଓ ଭାଗିରଥୀହୁଡ଼ି଼କୁ ଯୋଡ଼ି ଏହି ବନ୍ଧ ବାନ୍ଧି ଥିଲେ। ଜଙ୍ଗଲରୁ ନିବୃତ ଜଳକୁ ଅଟକାଇ ଜଳସେଚନର ବ୍ୟବସ୍ଥା କରି ଚାଷୀମାନେ କ୍ଷେତକୁ ସବୁଜ ଶସ୍ୟଶ୍ୟାମଳା କରିପାରିଥିଲେ। ୭୮ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ବନ୍ଧରୁ ୪ଶହ ଏକର ପାଖାପାଖି ଜମିରେ ଜଳସେଚନ କରାଯାଉଥିଲା। ମାତ୍ର ଏହାର ପୁନରୁଦ୍ଧାର କରାଯାଉ ନ ଥିବାରୁ ଏବେ ଏହା ପୋଖରୀ ସଦୃଶ ହେବକୁ ବସିଛି। ଶିଳଘାଟୀ ଗ୍ରାମର ପ୍ରତାପ ଚନ୍ଦ୍ର ହେମ୍ବ୍ରମ(୮୦) କୁହନ୍ତି, ମୋ ଜାଣତରେ ବନ୍ଧର ପୁନରୁଦ୍ଧାର କରାଯାଇନାହିଁ। ବନ୍ଧ ନିର୍ମାଣ ସମୟରେ ୪୦ରୁ ୫୦ଫୁଟ ଗଭୀର ପର୍ଯ୍ୟନ୍ତ ପାଣି ରହୁଥିବା ବେଳେ ଏବେ ପୋତିହୋଇ ଖରାଦିନେ ମାତ୍ର ୭/୮ଫୁଟ ପାଣି ରହୁଛି। ଫଳରେ ଜଳସେଚନ ପାଇଁ ପାଣିର ସମସ୍ୟା ବଢୁଥିବା ବେଳେ ମାଛଚାଷ ସମ୍ଭବ ହୋଇପାରୁ ନାହିଁ। କେନ୍ଦୁଆ ଗ୍ରାମର ଚାଷୀ ମଳୟ ମହାକୁଡ଼ ଓ ଅଞ୍ଜନ ମହାକୁଡ଼ କୁହନ୍ତିି ଦୀର୍ଘବର୍ଷ ଧରି ଜଳକର ଦେଇଆସୁଛୁ। ଖରିଫ ଚାଷପାଇଁ ବର୍ଷା ଉପରେ ନିର୍ଭର କରୁଥିବା ବେଳେ ବନ୍ଧରେ ପାଣି କମିବାରୁ ରବି ଚାଷ ସମ୍ଭବ ହୋଇପାରୁନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ ଜଳସେଚନ ନିମନ୍ତେ କୋଟି କୋଟି ଖର୍ଚ୍ଚ କରାଯାଉଛି। ମାତ୍ର ପ୍ରଶାସନିକ ଅବହେଳା ଓ ରାଜନେତାଙ୍କ ଦୂର ଦୃଷ୍ଟି ଅଭାବରୁ ଏହି ବିଶାଳ ଜଳାଶୟ ଏବେ ଅବହେଳିତ ଅବସ୍ଥାରେ ପଡିରହିଛି। ଶିଳଘାଟି ପଞ୍ଚାୟତର ସମିତିସଭ୍ୟ ସୁଲୋଚନା ଦାସ କୁହନ୍ତି, ବନ୍ଧର ପୁନରୁଦ୍ଧାର ପାଇଁ ବାରମ୍ବାର ଅଭିଯୋଗ ହୋଇଛି। ବିଭାଗ କେବଳ ଲୋକ ଦେଖାଣିଆ ବନ୍ଧ ଆଡ଼ିର ମରାମତି କରୁଛି। ମାତ୍ର ପଙ୍କ ଉଦ୍ଧାର କରାଯାଉ ନ ଥିବାରୁ ଦିନକୁ ଦିନ ଏହା ପୋତିହେବାକୁ ବସିଛି। ମାଛ ଚାଷ ପାଇଁ ପଞ୍ଚାୟତ ପକ୍ଷରୁ ନିଲାମ ଦିଆଯାଉଥିବା ବେଳେ ଆବଶ୍ୟକ ପରିମାଣର ଉପତ୍ାଦନ ନେଇ ଆଶଙ୍କା ରହୁଥିବାରୁ ବନ୍ଧ ନିଲାମ ଧରିବା ପାଇଁ ଚାଷୀମାନଙ୍କୁ ଚିନ୍ତା କରିବାକୁ ପଡୁଛି। ବନ୍ଧ ନିର୍ମାଣ ସମୟରେ ୨ଶହରୁ ଊର୍ଦ୍ଧ୍ୱ ପ୍ରଜା ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇ କାରାଦଣ୍ଡ ଭୋଗିଥିବା ବେଳେ ଜିଲାର ଅନନ୍ୟ କ୍ରାନ୍ତିପୀଠ ଭାବେ ଏହା ବେଶ ପରିଚିତ। ଏହି ବନ୍ଧକୁ ଏକ ଐତିହାସିକ ସ୍ମାରକୀ ଓ ପର୍ଯ୍ୟଟନସ୍ଥଳ ରୂପେ ଘୋଷଣା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବିଭାଗୀୟ ଅଧିକାରୀମାନେ ଉଚ୍ଚସ୍ତରୀୟ ସମୀକ୍ଷା କରି ବର୍ଷାଜଳ ଧାରଣ କ୍ଷମତାକୁ ବୃଦ୍ଧି କରିପାରିଲେ ବର୍ଷସାରା ଚାଷ ଉପଯୋଗୀ ହୋଇପାରିବ ବୋଲି ଗ୍ରାମବାସୀ ଚୈତନ୍ୟ ହଁାସଦା, ରାମଚନ୍ଦ୍ର ମୁର୍ମୁ, ବୁଧିଆ ସିଂ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଅରବିନ୍ଦ ମହାପାତ୍ରଙ୍କୁ ପଚାରିବାରୁ ବନ୍ଧର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ପଠାଯାଇଛି ା ମଞ୍ଜୁରୀ ମିଳିଲେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଇରୁ ଦରପୋଡ଼ା ମାଂସ ଖାଇଗଲେ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ବଡ଼ସାହି(ସମ୍ବିତ କୁମାର ରାଉତ/ଦୀପକ ବୁଗୁଡ଼େଇ),୧୩।୭ଯୁବତୀଙ୍କ ଶବ ଦାହ ପାଇଁ ଯାଇଥିତ୍ତ୍ବା ଦୁଇ ବ୍ୟକ୍ତି ଜୁଇରୁ ଦରପୋଡ଼ା ମାଂସ ଆଣି ଖାଇଛନ୍ତି। ସେମାନଙ୍କ ରାକ୍ଷସ...

ଅଜଗର ଉଦ୍ଧାର

ଠାକୁରମୁଣ୍ଡା,୨୬ା୭(ଡି.ଏନ୍‌.ଏ.)- ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଭରାଣ୍ଡିହା ପଞ୍ଚାୟତର ଗମ୍ଭାରୀଆ ଗ୍ରାମରୁ ବନବିଭାଗ ଏକ ଅଜଗର ଉଦ୍ଧାର କରିଛି। ଶୁକ୍ରବାର ଭରାଣ୍ଡିହା ସମିତି ସଭ୍ୟ...

ମଦ ବିରୋଧୀ ଶୋଭାଯାତ୍ରା

କପ୍ତିପଦା,୨୦ା୧୧(ଡି.ଏନ୍‌.ଏ.)- ଆସନ୍ତା ୨୭ ତାରିଖରେ ଭୂବନେଶ୍ୱର ପିଏମଜି ଛକ ଠାରେ ଏଆଇଡିୟୁଓ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ନୂତନ ମୋଟର ଯାନ...

ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

କପ୍ତିପଦା,୧ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ କୁଳିଅଳମ ପଞ୍ଚାୟତ ନଛିପୁର ଗ୍ରାମରେ ଜଣେ ଯୁବକ ସେହି ଗ୍ରାମର ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା...

ବଳାତ୍କାର ଉଦ୍ୟମକାରୀଙ୍କୁ ହତ୍ୟା କଲେ ପୀଡ଼ିତା

ବାରିପଦା ଅଫିସ,୨୩ା୧:ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ଗୁଞ୍ଜୁସାହି ଅଞ୍ଚଳରେ ବଳାତ୍କାର ଉଦ୍ୟମକାରୀଙ୍କୁ ଜଣେ ମହିଳା କୋଦାଳରେ ପିଟି ହତ୍ୟା କରିଛନ୍ତି। ଗତ ରବିବାର...

ହାତୀ କ୍ଷତିଗ୍ରସ୍ତ ପରିବାରକୁ ମିଳୁନି ସରକାରୀ ସହାୟତା

ମୋରଡ଼ା,୪ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ରାସଗୋବିନ୍ଦପୁର ଏବଂ ବେତନଟୀ ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବହୁ ଧନଜୀବନ ନଷ୍ଟ...

ଉଦଳା ସବ୍‌ଜେଲରେ ୨୧ କଏଦୀଙ୍କୁ କରୋନା

ଉଦଳା,୧୦।୫(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା କବଳରେ ସାରା ରାଜ୍ୟ। ଏହି ମହାମାରୀ ପ୍ରଥମ ଲହରରେ ଯାହା କରି ନ ଥିଲା ଦ୍ୱିତୀୟ ଲହରରେ କାହାକୁ ବାଦ୍‌ ଦେଉନି।...

ଶ୍ରମିକଙ୍କୁ ମାଡ଼ ମାରି ୪ ଗିରଫ

ବାରିପଦା ଅଫିସ, ୩୦ା୪- ରାସ୍ତା କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ଧମକ ଦେବା ଓ ମାଡ଼ ମାରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ...

Advertisement
Archives

Model This Week