ରାତିରେ ଚାଲିଛି ମୋରମ ଲୁଟ୍‌

ରୂପ୍‌ସା, ୮।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ୬୦ନଂ. ଜାତୀୟ ରାଜପଥ ଦେଇ ନିୟମିତ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ରାତାରାତି ୮ରୁ ୧୦ଟି ଡମ୍ପର ଯୋଗେ ଶହ ଶହ ଟ୍ରିପ୍‌ ମୋରମ ଲୁଟ୍‌ କରାଯାଉଥିବାରୁ ସାଧାରଣରେ ଉତ୍ତେଜନା ଦେଖାଦେଇଛି। ଏ ସମ୍ପର୍କରେ ପ୍ରଶାସନ ଓ ପୋଲିସ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଏହାକୁ ରୋକିବା ଲାଗି ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଉନାହଁି। ଫଳରେ ପ୍ରଶାସନ ଓ ମୋରମ ମାଫିଆଙ୍କ ମଧ୍ୟରେ ସଲାସୁତୁରା ହୋଇ ପ୍ରତି ରାତିରେ ଲକ୍ଷାଧିକ ଟଙ୍କାର ମୋରମ ଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି।
ମୟୂରଭଞ୍ଜ ଜିଲାର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରୁ ଦୈନିକ ରାତିରେ ମୋରମ ବୋଝେଇ ଡମ୍ପର ବୈଶିଙ୍ଗା-ରୂପ୍‌ସା ରାସ୍ତା ଦେଇ ୬୦ନଂ. ଜାତୀୟ ରାଜପଥରେ ଚଳାଚଳ କରୁଛି। ଭାରିଯାନ ଚଳାଚଳ ଯୋଗୁ ଏହି ରାସ୍ତା ନଷ୍ଟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ରାଜସ୍ବ ବିଭାଗ ପ୍ରଶାସନ ଓ ପୋଲିସ ପକ୍ଷରୁ ମୋରମ ବେପାରୀଙ୍କୁ ସୁଯୋଗ ଦିଆଯାଉଥିବା ସ୍ପଷ୍ଟ ବାରି ହୋଇପଡୁଛି। ପୂର୍ବରୁ ବସ୍ତା ତହସିଲ ଅନ୍ତର୍ଗତ ଗଡ଼ପଦା ପଞ୍ଚାୟତର ଲଛମନଖୁଣ୍ଟା ମୌଜାରୁ ଅବାଧରେ ବର୍ଷକୁ ପ୍ରାୟ କୋଟିଏ ଟଙ୍କାର ମୋରମ ଲଟ୍‌ ହେଉଥିଲା। ଦଳମତ ନିର୍ବିଶେଷରେ ସମସ୍ତ ଜନପ୍ରତିନିଧି ଏହାକୁ ବିରୋଧ କରିବା ପରେ ସେଠାରେ ୧୪୪ ଧାରା ଜାରି ହେବା ସହ ମୋରମ ଚାଲାଣ ବନ୍ଦ ରହିଛି। ହେଲେ ମୋରମ୍‌ ମାଫିଆଙ୍କ ଲୋଲୁପ ଦୃଷ୍ଟି ଏବେ ପଡିଛି ମୟୂରଭଞ୍ଜ ଜିଲା ଉପରେ। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ମେଶିନ ଦ୍ୱାରା ମୋରମ ଖୋଳି ଡମ୍ପର ଯୋଗେ ବାଲେଶ୍ୱର, ମୟୂରଭଞ୍ଜ ଜିଲା ସମେତ ପଡ଼ୋଶୀ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ସବୁ ଜାଣି ପ୍ରଶାସନ ନୀରବ ରହିବା ଘଟଣାକୁ କେନ୍ଦ୍ର କରି ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ମହିଳା ଗୋଷ୍ଠୀ ଓ ଯୁବକ ସଂଘ ତରଫରୁ ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ପଚରାଯିବାରୁ ବେଆଇନ ମୋରମ ଚାଲାଣ ରୋକିବା ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା!

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ପତ୍ନୀ ସୁନୀତା ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ପାଇଁ…

ଚିନିକୁ ନେଇ ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି…

ନୂଆଦିଲ୍ଲୀ, ୨୧ା୮ (ପି.ଟି.):ପାର୍ବଣ ଋତୁ ପୂର୍ବରୁ ବଜାରରେ ଚିନି ଦର ବୃଦ୍ଧି ଓ ଯୋଗାଣ ହ୍ରାସକୁ ରୋକିବା ପାଇଁ କେନ୍ଦ୍ର ସରକାର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

୨ ଜାହାଜ ହାଇଜ୍ୟାକ୍‌: ଥିଲେ ୨୨ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୨୧।୮: ୟେମେନ ଏବଂ ସୋମାଲିଆ ଉପକୂଳ ନିକଟରେ ଦୁଇଟି ପୃଥକ ଘଟଣାରେ ଜଳଦସ୍ୟୁମାନେ ମୋଟ ୨୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ଦୁଇଟି ବାଣିଜି୍ୟକ ଜାହାଜକୁ ଅପହରଣ…

‘ଆଶୁତୋଷ ରାଙ୍କାଙ୍କ ଜୀବନ ପଛରେ ପଡିଛନ୍ତି ଭାଜପାର ଗୁଣ୍ଡା’, ଅଭିଜିତ ଦୀପକେଙ୍କ ଏଭଳି ଅଭିଯୋଗକୁ ନେଇ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୧।୮: ରାଜସ୍ଥାନର ରାଜଧାନୀ ଜୟପୁରରେ ‘କକରୋଚ ଜନତା ପାର୍ଟି’ (CJP) ନେତା ଆଶୁତୋଷ ରାଙ୍କାଙ୍କ ସହ ଘଟିଥିବା ଘଟଣାକୁ ନେଇ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ…

ଆଶୁତୋଷ ରାଙ୍କାଙ୍କୁ ଘଉଡ଼ାଇଲେ ଗ୍ରାମବାସୀ: CJP କର୍ମୀ – ଲୋକଙ୍କ ମଧ୍ୟରେ ତୁମୁଳ ବିବାଦ

ନୂଆଦିଲ୍ଲୀ, ୨୧।୮: ଜୟପୁରରେ କଥିତ ଭାବେ ‘କକରୋଚ ଜନତା ପାର୍ଟି’ (CJP)ର ପ୍ରବକ୍ତା ଆଶୁତୋଷ ରାଙ୍କାଙ୍କୁ ଗ୍ରାମବାସୀ ଘଉଡ଼ାଇ ଦେଇଥିବା ଦାବି କରାଯାଇଛି। CJP କର୍ମୀ ଓ…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ପୁଣି ଆଜିଠୁ ଜୋର୍‌ଦାର ଆନ୍ଦୋଳନ: ଜନ୍ତର-ମନ୍ତରରେ ପହଞ୍ଚୁଛନ୍ତି ଶତାଧିକ ଲୋକ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୧।୮: ଦିଲ୍ଲୀରେ ପେପର ଲିକ୍‌କୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ପରେ ଏବେ ‘ସଂରକ୍ଷଣ ହଟାଅ ଆନ୍ଦୋଳନ’ ଜୋର ଧରିଛି। ସଂରକ୍ଷଣ ବ୍ୟବସ୍ଥା ହଟାଇବା ଦାବିରେ…

ଆଜି ଗ୍ରହ ସଂଯୋଗ ଆଣିବ ୫ ରାଶିଙ୍କ ପାଇଁ ବଡ଼ ପରିବର୍ତ୍ତନ, ଅଚାନକ ଘଟିବ ଏଭଳି, ଯାହା କେବେ…

ଜ୍ୟୋତିଷ ଦୃଷ୍ଟିରୁ ୨୧ ଅଗଷ୍ଟ ଦିନଟି ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଏହି ଦିନ କ୍ୟାରିୟର, ବ୍ୟବସାୟ ଓ ଆୟ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri