ରାତିରେ ଚାଲିଛି ମୋରମ ଲୁଟ୍‌

ରୂପ୍‌ସା, ୮।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ୬୦ନଂ. ଜାତୀୟ ରାଜପଥ ଦେଇ ନିୟମିତ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ରାତାରାତି ୮ରୁ ୧୦ଟି ଡମ୍ପର ଯୋଗେ ଶହ ଶହ ଟ୍ରିପ୍‌ ମୋରମ ଲୁଟ୍‌ କରାଯାଉଥିବାରୁ ସାଧାରଣରେ ଉତ୍ତେଜନା ଦେଖାଦେଇଛି। ଏ ସମ୍ପର୍କରେ ପ୍ରଶାସନ ଓ ପୋଲିସ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଏହାକୁ ରୋକିବା ଲାଗି ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଉନାହଁି। ଫଳରେ ପ୍ରଶାସନ ଓ ମୋରମ ମାଫିଆଙ୍କ ମଧ୍ୟରେ ସଲାସୁତୁରା ହୋଇ ପ୍ରତି ରାତିରେ ଲକ୍ଷାଧିକ ଟଙ୍କାର ମୋରମ ଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି।
ମୟୂରଭଞ୍ଜ ଜିଲାର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରୁ ଦୈନିକ ରାତିରେ ମୋରମ ବୋଝେଇ ଡମ୍ପର ବୈଶିଙ୍ଗା-ରୂପ୍‌ସା ରାସ୍ତା ଦେଇ ୬୦ନଂ. ଜାତୀୟ ରାଜପଥରେ ଚଳାଚଳ କରୁଛି। ଭାରିଯାନ ଚଳାଚଳ ଯୋଗୁ ଏହି ରାସ୍ତା ନଷ୍ଟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ରାଜସ୍ବ ବିଭାଗ ପ୍ରଶାସନ ଓ ପୋଲିସ ପକ୍ଷରୁ ମୋରମ ବେପାରୀଙ୍କୁ ସୁଯୋଗ ଦିଆଯାଉଥିବା ସ୍ପଷ୍ଟ ବାରି ହୋଇପଡୁଛି। ପୂର୍ବରୁ ବସ୍ତା ତହସିଲ ଅନ୍ତର୍ଗତ ଗଡ଼ପଦା ପଞ୍ଚାୟତର ଲଛମନଖୁଣ୍ଟା ମୌଜାରୁ ଅବାଧରେ ବର୍ଷକୁ ପ୍ରାୟ କୋଟିଏ ଟଙ୍କାର ମୋରମ ଲଟ୍‌ ହେଉଥିଲା। ଦଳମତ ନିର୍ବିଶେଷରେ ସମସ୍ତ ଜନପ୍ରତିନିଧି ଏହାକୁ ବିରୋଧ କରିବା ପରେ ସେଠାରେ ୧୪୪ ଧାରା ଜାରି ହେବା ସହ ମୋରମ ଚାଲାଣ ବନ୍ଦ ରହିଛି। ହେଲେ ମୋରମ୍‌ ମାଫିଆଙ୍କ ଲୋଲୁପ ଦୃଷ୍ଟି ଏବେ ପଡିଛି ମୟୂରଭଞ୍ଜ ଜିଲା ଉପରେ। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ମେଶିନ ଦ୍ୱାରା ମୋରମ ଖୋଳି ଡମ୍ପର ଯୋଗେ ବାଲେଶ୍ୱର, ମୟୂରଭଞ୍ଜ ଜିଲା ସମେତ ପଡ଼ୋଶୀ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ସବୁ ଜାଣି ପ୍ରଶାସନ ନୀରବ ରହିବା ଘଟଣାକୁ କେନ୍ଦ୍ର କରି ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ମହିଳା ଗୋଷ୍ଠୀ ଓ ଯୁବକ ସଂଘ ତରଫରୁ ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ପଚରାଯିବାରୁ ବେଆଇନ ମୋରମ ଚାଲାଣ ରୋକିବା ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦବାଲିରେ ବିଜେଡି ଆଗରେ

ଚାନ୍ଦବାଲି, ୨୩।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ୬ଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ୧୧,୯୦୩...

ଇଟାଭାଟିରେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇଦେଲେ

ସଜନାଗଡ଼, ୩୦ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇ ଦିଆଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ...

ସ୍କର୍ପିଓରେ ଦେଶୀ ମଦ ଚାଲାଣ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାଣ ଥାନା ଆଇଆଇସି ଉଦେଲାଲ ନାୟକ ରବିବାର ରାତି ୧୦ଟାରେ ସଦର ଥାନା...

୨ଦିନ ପରେ ବସ୍‌ ଚଳାଚଳ ସ୍ବାଭାବିକ

ବାଲେଶ୍ୱର ଅଫିସ, ୧୧।୧ ବାଲେଶ୍ୱର ଓ ବାରିପଦା ବସ୍‌ ମାଲିକ ସଂଘ ମଧ୍ୟରେ ତିକ୍ତତା ଯୋଗୁ ଗତ ୮ତାରିଖରୁ ବସ୍‌ ଚଳାଚଳ ବନ୍ଦ ଥିଲା। ସୋମବାର...

ଉଦଳା ଜଳସେଚନ ବିଭାଗ ସହକାରୀ ନିର୍ବାହ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଉଦଳା, ୨୫।୬(ଡି.ଏନ୍‌.ଏ.): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲା ଉଦଳା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନୀଳକଣ୍ଠ ପାଢ଼ୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର...

ବିଭିନ୍ନ ଚୋରିରେ ସମ୍ପୃକ୍ତ ଯୁବକ ଗିରଫ

ଖଇରା, ୧୩ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରର ଏକ ମୋବାଇଲ ଦୋକାନ ସମେତ ଅନ୍ୟାନ୍ୟ ସ୍ଥାନରୁ ସାଇକେଲ ତଥା ଅନ୍ୟାନ୍ୟ ଆସବାବପତ୍ର ଚୋରିରେ ସମ୍ପୃକ୍ତ ଯୁବକଙ୍କୁ...

ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ: ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡ଼ିଲେନି ପରିବାର ଲୋକେ

ସିମୁଳିଆ,୭।୧୨(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲତା ମଲିକ(୧୭) ନାମକ ଜଣେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର...

୧୯ ଦିନ ବିତିଲା, ମଦମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

ଭଦ୍ରକ ଅଫିସ, ୨୦।୫ – ଭଦ୍ରକ ଜିଲାରେ ମଦମୃତ୍ୟୁ ଘଟଣାକୁ ୧୯ ଦିନ ବିତିଲାଣି। ନିର୍ବାଚନ ସମୟରେ ଭୋଟରଙ୍କୁ ହାତେଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଦଳ...

Advertisement
Archives

Model This Week