ଡେମୋକ୍ରାଟଙ୍କ ପରାଜୟ

ଏଲିଜାବେଥ୍‌ ଡ୍ରିୟୁ

ଆମେରିକାରେ ଡେମୋକ୍ରାଟିକ ପାର୍ଟିର ଅଧୋଗତିକୁ ସମ୍ଭବତଃ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ କଂଗ୍ରେସରେ ତାଙ୍କ ସାଥୀମାନେ ହିଁ ରୋକିିପାରିବେ। ହେଲେ ସେମାନଙ୍କ କାର୍ଯ୍ୟ ନିରୁତ୍ସାହଜନକ। ବିଶେଷକରି ମୁଦ୍ରାସ୍ଫୀତିକୁ ନେଇ ସେମାନଙ୍କ ମାନସିକତା ଯଦି ପରିବର୍ତ୍ତନ ନ ହୁଏ ଏବଂ ରିପବ୍ଲିକାନ ପାର୍ଟି ଦକ୍ଷ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଆଣେ, ତେବେ ୨୦୨୨ରେ କଂଗ୍ରେସର ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଡେମୋକ୍ରାଟଙ୍କର ପରାଜୟ ହେବା ବହୁ ସମ୍ଭାବନା ରହିଛି। ଏପରିକି ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦଳ ପତନମୁଖୀ ହୋଇପାରେ। ତେବେ ଡେମୋକ୍ରାଟ ସମର୍ଥିତ ନ୍ୟୁ ଜର୍ସିରେ ଗଭର୍ନର ନିର୍ବାଚନରେ କଡ଼ା ମୁକାବିଲାର ସମ୍ମୁଖୀନ ହେବା ସମୟରେ ସେହି ଦିନ ଭର୍ଜିନିଆରେ ରିପବ୍ଲକାନଙ୍କ ବିଜୟ କିଛି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି। ଏଥିରୁ ବୁଝାପଡ଼ୁଛି, ଡେମୋକ୍ରାଟିକ ପାର୍ଟି ସମସ୍ୟାରେ ରହିଛି।
ଗ୍ଲେନ୍‌ ୟଙ୍ଗ୍‌କିନ୍‌ ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ଭାବେ ଭର୍ଜିନିଆ ଗଭର୍ନର ନିର୍ବାଚନ ପ୍ରଚାର ଅତି ପ୍ରଭାବୀ ଓ ନୂତନ ଢଙ୍ଗରେ କରିଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଚାରରେ ସାମିଲ କଲେ ରିପବ୍ଳିକାନ୍‌ଙ୍କର କ’ଣ ସମସ୍ୟା ହେବ ସେ ସମ୍ପର୍କରେ ସେ ଅବଗତ ଥିଲେ। ଟ୍ରମ୍ପ୍‌ଙ୍କ ସମର୍ଥନ ତାଙ୍କ ବିପକ୍ଷରେ ଯାଇପାରେ ବୋଲି ଆଶଙ୍କା କରି ୟଙ୍ଗ୍‌କିନ୍‌ ଚତୁରତାର ସହ ନିର୍ବାଚନ ପରିଚାଳନା କରୁଥିଲେ। ନୋମିନେଶନ ପୂର୍ବରୁ ୟଙ୍ଗକିନ ଟ୍ରମ୍ପଙ୍କ ଆଶୀର୍ବାଦ ନେଇଥିତ୍ଲେ ବି ତାଙ୍କ ପ୍ରତି କୃତଜ୍ଞ ଭାବ ପ୍ରଦର୍ଶନ କରୁ ନ ଥିଲେ। କେବଳ ଏତିକି ନୁହେଁ, ସେ ଟ୍ରମ୍ପଙ୍କୁ କ୍ରୋଧିତ ନ କରି ରାଜ୍ୟ ବାହାରେ ରଖିବାରେ ସକ୍ଷମ ହୋଇପାରିଥିଲେ। ଫଳରେ ୟଙ୍ଗ୍‌କିନ୍‌ ଟ୍ରମ୍ପଙ୍କ ସମର୍ଥିତ ଏବଂ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନରୁ ମୁହଁ ଫେରାଇ ବାଇଡେନଙ୍କୁ ସମର୍ଥନ କରିଥିବା ସହରୀ ଶ୍ୱେତାଙ୍ଗ ମହିଳାମାନଙ୍କ ଭୋଟ ପାଇପାରିଲେ। ନିର୍ବାଚନରେ ସେ ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ଦେଇଥିଲେ। ସେ ଜାଣିଥିଲେ ଯେ,ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଅଭିଭାବକମାନେ ଖୁସି ନ ଥିଲେ। ଏଣୁ ସେ ପ୍ରଚାରରେ ଅର୍ଥବ୍ୟବସ୍ଥା ଓ ମୁଦ୍ରାସ୍ଫୀତି ସହ ଦ୍ୱିତୀୟ ସମସ୍ୟା ଭାବେ ଶିକ୍ଷାକୁ ଯୋଡ଼ିଥିଲେ। କିନ୍ତୁ ତାଙ୍କ ପ୍ରତିପକ୍ଷ ପୂର୍ବତନ ଗଭର୍ନର ତଥା ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଟେରି ମ୍ୟାକ୍‌ଓଲିଫି ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ନ ଦେଇ ୟଙ୍ଗ୍‌କିନ୍‌ଙ୍କୁ ଟ୍ରମ୍ପଙ୍କ ଅବତାର ବୋଲି ପ୍ରତିପାଦନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୟଙ୍ଗ୍‌କିନ୍‌ ଟ୍ରମ୍ପଙ୍କ ସମର୍ଥନରୁ ନିଜକୁ ଦୂରେଇ ରଖିବାରେ ସଫଳ ହେବା ଦ୍ୱାରା ଟେରିଙ୍କ ଚାଲ୍‌ କାମ କଲା ନାହିଁ। ସେ ପ୍ରମାଣ କରିପାରିଲେନି ଯେ ୟଙ୍ଗ୍‌କିନ୍‌ଙ୍କ ପଛରେ ଟ୍ରମ୍ପ ରହିଛନ୍ତି। ଫଳରେ ଟ୍ରମ୍ପଙ୍କୁ ଯେଉଁ ରିପବ୍ଲିକାନ୍‌ମାନେ ସମର୍ଥନ କରୁ ନ ଥିଲେ ସେମାନେ ୟଙ୍ଗକିନ୍‌ଙ୍କ ସମର୍ଥନରେ ବାହାରି ଆସିଲେ। ଆଶ୍ଚର୍ଯ୍ୟଜନକ ଭାବେ ଡେମୋକ୍ରାଟ ଠାରୁ ରିପବ୍ଲିକାନ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ମିଳିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜାନୁୟାରୀ ୬ କ୍ୟାପିଟଲ୍‌ ଦଙ୍ଗା ସମୟରେ , ତା’ପୂର୍ବରୁ ଓ ପରେ ଯାହା ଘଟିଥିଲା ତା’ଉପରେ ଲୋକମାନେ ଜୋର୍‌ ନ ଦେଇ ସାମ୍ପ୍ରତିକ ପରିସ୍ଥିତି ଓ ଭବିଷ୍ୟତକୁ ନେଇ ଭୋଟ ଦେବା ଲାଗି ପସନ୍ଦ କରିଛନ୍ତି।
ପ୍ରକୃତରେ ୟଙ୍ଗକିନ୍‌ ଟ୍ରମ୍ପ୍‌ବାଦରୁ ଦୂରେଇଯାଇ ନ ଥିଲେ। କିନ୍ତୁ ସେ ନିର୍ବାଚନରେ ଯେଉଁ ଯୁକ୍ତି ଉପସ୍ଥାପନ କରୁଥିଲେ ତାହା ଲୋକଙ୍କ ମାନସିକତାକୁ ପ୍ରଭାବିତ କରୁଥିଲା। ବିଶେଷକରି ଶିକ୍ଷା ବ୍ୟବସ୍ଥାରେ ରହିଥିବା ସମସ୍ୟାକୁ ଲାକଲୋଚନକୁ ଆଣିବା ଜାରି ରଖିଥିଲେ। ଫଳରେ କେତେକ ନିର୍ଦ୍ଦିଷ୍ଟ ଜାତିଗତ ଦୃଷ୍ଟିକୋଣରୁ ତାଙ୍କୁ ସମର୍ଥନ ମିଳିବାର ସୂଚନା ମିଳିଥଲା। କରୋନା ମହାମାରୀ ସମୟରେ ସ୍କୁଲ ବନ୍ଦ ହେବାଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟା ଓ ଘରେ ପିଲାମାନଙ୍କ ଶିକ୍ଷାରେ ଅଭିଭାବକଙ୍କ ଭୂମିକା ଥିଲା ତାଙ୍କ ବିତର୍କର ପ୍ରମୁଖ ଅଂଶ। କିନ୍ତୁ ଏକ ବିତର୍କରେ ଏହି ବିଷୟକୁ ୟଙ୍ଗକିନ୍‌ ଯେଭଳି ଯୁକ୍ତି ରଖିଲେ ମ୍ୟାକ୍‌ଓଲିଫି ତାହା କରିପାରିଲେ ନାହିଁ। ସେ ହଡ଼ବଡେଇ ଗଲେ। ସାମାଜିକ ସମସ୍ୟାଗୁଡ଼ିକ ଉପରେ ନିର୍ବାଚନରେ ବିପକ୍ଷକୁ ଆକ୍ରମଣ କରିବାରେ ଡେମୋକ୍ରାଟ୍‌ମାନେ ଲଗାତର ଅଯୋଗ୍ୟ ରହିବା ଦେଖାଯାଇଛି।
ଭର୍ଜିନିଆ ଫଳାଫଳ ଯାହା ହେଲା ତାହା ଡେମୋକ୍ରାଟିକ ପାର୍ଟି ସମର୍ଥିତ ନ୍ୟୁଜର୍ସିରେ ହୋଇପାରିଲା ନାହିଁ । ସେଠାରେ ଏବକାର ଡେମୋକ୍ରାଟିକ ଗଭର୍ନର ଫିଲ୍‌ ମର୍ଫି ସହଜରେ ବିଜୟୀ ହେବେ ବୋଲି ଯାହା ଅନୁମାନ କରାଯାଉଥିଲା ତାହା ହେଲା ନାହିଁ। ଭୋଟ ଗଣତିର ଦୁଇଦିନ ପର୍ଯ୍ୟନ୍ତ ତାଙ୍କୁ ବିଜୟୀ ଘୋଷଣା କରାଗଲା ନାହିଁ (ଟେକ୍‌ନିକାଲି ଏହା ଏବେ ସୁଦ୍ଧା ଶେଷ ହୋଇ ନାହିଁ)। ଟ୍ରମ୍ପ୍‌ଙ୍କ ଭଳି ରିପବ୍ଲିକାନ୍‌ ପ୍ରାର୍ଥୀ ଜ୍ୟାକ୍‌ ସିଆଟାରେଲି ଏହାକୁ ସ୍ବୀକାର କରିବାକୁ ମନା କରିଦେଲେ ଏବଂ ଭୋଟରେ ଜାଲିଆତି ହୋଇଥିବା ଯୁକ୍ତି ବାଢ଼ିଲେ। ଭର୍ଜିନିଆରେ ୟଙ୍ଗ୍‌କିନ୍‌ ହାରିଥିଲେ ରିପବ୍ଲିକାନମାନେ ଏଭଳି କରିବାକୁ ଯୋଜନା କରୁଥିଲେ ହେଲେ ସେ ଜିତିଗଲେ। ଏହି ଦୁଇ ନିର୍ବାଚନର ପରାଜୟ ଅଧିକାଂଶ ଡେମୋକ୍ରାଟ୍‌ଙ୍କୁ ଚିନ୍ତାରେ ପକାଇଦେଇଛି। ସମ୍ପୂର୍ଣ୍ଣ ହାଉସ ଏବଂ ସିନେଟର ଏକ ତୃତୀୟାଂଶ ସଦସ୍ୟ ପାଇଁ ହେବାକୁ ଥିବା ୨୦୨୨ର ମଧ୍ୟବର୍ତ୍ତୀ ନିର୍ବାଚନ ଏବଂ ଏପରିକି ୨୦୨୪ରେ ହେବାକୁ ଥିତ୍ବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ପାର୍ଟି ବିବ୍ରତ ହୋଇପଡ଼ିଛି। ବିଶେଷକରି କୃଷ୍ଣକାୟ ଡେମୋକ୍ରାଟମାନେ ଅଧିକ ସଂଖ୍ୟାରେ ଭୋଟ ନ ଦେବାର ସୂଚନା ଥିଲା ଏବଂ ଅପରପକ୍ଷେ ସହରୀ ଶ୍ୱେତାଙ୍ଗ ମହିଳାମାନେ ରିପବ୍ଲିକାନ୍‌କୁ ଫେରିବା ପର୍ଯ୍ୟାପ୍ତ ସୂଚନା ମିଳୁଥିଲା। କୁକ୍‌ ପଲିଟିକାଲ ରିପୋର୍ଟର ଡାଭିଡ ଓ୍ବାସରମ୍ୟାନ୍‌ ଆକଳନ କରିଛନ୍ତି ଯେ, ମଧ୍ୟବର୍ତ୍ତୀ ନିର୍ବାଚନ ହେଲେ ଡେମୋକ୍ରାଟ ୪୦ ଆସନରୁ ଅଧିକ ହରାଇପାରନ୍ତି । ଯଦି ସ୍ଥିତିରେ ପରିବର୍ତ୍ତନ ନ ଆସେ ତେବେ ୨୦୨୪ରେ ୫୦ ଆସନରୁ ଅଧିକ ହରାଇବାର ସମ୍ଭାବନା ଅଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ନିର୍ବାଚନରେ ଭର୍ଜିନିଆ ଭୋଟରମାନଙ୍କୁ ନିଜ ସପକ୍ଷକୁ ଆଣିବା ଲାଗି ମ୍ୟାକ୍‌ଓଲିଫି କିଛି କରିଥିଲେ ବୋଲି ସ୍ପଷ୍ଟ ହେଲା। ଡେମୋକ୍ରଟଙ୍କ ମଧ୍ୟରେ ରହିଥିବା ବିବାଦ ଯୋଗୁ ଅଟକି ରହିଥିବା ଦୁଇ ବିଲିୟନରୁ ଅଧିକ ଡଲାର୍‌ର ଇନ୍‌ଫ୍ରାଷ୍ଟ୍ରକଚର ବା ଭିତ୍ତିଭୂମି ବିଲ୍‌ ଉଭୟ ପାର୍ଟିର ସମର୍ଥନରେ ପାସ କରାଯାଇଥିବା ଦର୍ଶାଇଥିଲେ। ଏବଂ ବିବାଦୀୟ ହ୍ୟୁମ୍ୟାନ ଇନ୍‌ଫ୍ରାଷ୍ଟ୍ରକଚର ପ୍ରୋଗ୍ରାମ ବା ମାନବୀୟ ଭିତ୍ତିଭୂମି ଯୋଜନା ସହ ଜଳବାୟୁ ପରିବର୍ତ୍ତନ ବିଲ୍‌ କେବଳ ଡେମୋକ୍ରାର୍ଟଙ୍କ ବିବାଦ ଯୋଗୁ ପଡ଼ିରହିଲା ତାହା ମଧ୍ୟ କହିଥିଲେ। ଡେମୋକ୍ରାଟମାନେ କଂଗ୍ରେସ ଜିତିପାରିଥାଆନ୍ତି ସତ, କିନ୍ତୁ ତାହା ସେମାନେ କରିପାରିଲେ ନାହିଁ ବୋଲି ଲୋକଙ୍କୁ ଅବଗତ କରିଥିଲେ।
ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରୋଗ୍ରାମ ବିଲ୍‌ ପାସ୍‌ ହୋଇଥିଲେ ନିଶ୍ଚିତ ଭାବେ ଜିତିପାରିଥାଆନ୍ତେ ବୋଲି ମ୍ୟାକ୍‌ଓଲିଫି ଅନୁମାନ କରୁଛନ୍ତି। ହ୍ୟୁମ୍ୟାନ୍‌ ଇନ୍‌ଫ୍ରାଷ୍ଟ୍ରକଚର ପ୍ରୋଗ୍ରାମ ସକାରାମତ୍କ ଭାବେ ଉପସ୍ଥାପିିତ କରାଯାଇଥିବା ବେଳେ ମଧ୍ୟମପନ୍ଥୀ ଡେମୋକ୍ରାଟ୍‌ମାନେ ଏହାର ଆର୍ଥିକ ପରିମାଣ ଅଧିକ ହୋଇଥିବା ମନେ କଲେ। ଏପରିକି ଜଣେ ସିନେଟର ଗୋଟିଏ ବିଷୟକୁ ବିରୋଧ କରି ଡେମୋକ୍ରାଟିକରେ ବିଭାଜନ ସୃଷ୍ଟି କରି ସବୁ ଶେଷ କରିଦେଲେ। ବିଭାଜିତ ଡେମୋକ୍ରାଟମାନଙ୍କ ମଧ୍ୟରେ ଭିତ୍ତିଭୂମି ଯୋଜନାକୁ ନେଇ ବିତର୍କର ପରିଣାମ ଭର୍ଜିନିଆ ଓ ନ୍ୟୁଜର୍ସିରେ ଦେଖିଲେ। ଉଭୟ ବିଲ୍‌ ପାସ୍‌ କରିବା ଲାଗି ସାମାଜିକ ସଂସ୍କାର ଚାହଁୁଥିବା ଡେମୋକ୍ରାଟ୍‌ ଏବଂ ଜୋ ବାଇଡେନ୍‌ଙ୍କୁ ଏହା ସତର୍କ କରିଦେଇଛି। କିନ୍ତୁ ପଶ୍ଚିମ ଭର୍ଜିନିଆର ମଧ୍ୟମପନ୍ଥୀ ଡେମୋକ୍ରୋଟ୍‌ ଜୋ ମ୍ୟାନ୍‌ଚିନ କଂଗ୍ରେସରେ ଏହି ବିଲ୍‌ ପାସ୍‌ ବିଳମ୍ବ ହେବା ଉଚିତ ବୋଲି କହୁଛନ୍ତି। କିନ୍ତୁ ସପ୍ତାହ ବ୍ୟାପୀ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭର ଡେମୋକ୍ରାଟମାନେ ଏକ ପ୍ରସ୍ତାବ ଆଗତ କରିଥିବାବେଳେ ତା’ପର ସପ୍ତାହରେ ସିନେଟ ବନ୍ଦ ଥିବାରୁ ଏହା ଅସମ୍ଭବ ହୋଇଛି। ହାଉସ୍‌ ସ୍ପିକର ନାନ୍ସି ପଲୋସି ବିଲ୍‌ରେ ନୂଆ ମାତୃତ୍ୱ ପାଇଁ ପେଡ୍‌ଲିଭ୍‌ ପ୍ରସ୍ତାବ ଲାଗି ବିଳମ୍ବ କରିଛନ୍ତି। ମ୍ୟାନ୍‌ଚିନ ଏହାକୁ ସମର୍ଥନ କରୁଥିଲେ ମଧ୍ୟ ସାମାଜିକ ଭିତ୍ତିଭୂମି ବିକାଶ ବିଲ୍‌ର ଅଂଶ ହୋଇଥିବାରୁ ଏହାକୁ ବିରୋଧ କରନ୍ତିି ବୋଲି କହିବା ପରେ ଏଭଳି ସ୍ଥିତି ଉପୁଜିଛି। ମ୍ୟାନଚିନ ଏବଂ ଅନ୍ୟମାନେ ଏଭଳି କେତେକ କାର୍ଯ୍ୟକ୍ରମ ଲାଗି ଅର୍ଥ ଯୋଗାଣ ସମ୍ପୂର୍ଣ୍ଣ ସନ୍ଦେହରେ ଥିଲା ବୋଲି ଯୁକ୍ତି ବାଢିଛନ୍ତି। ହାର୍ଡ ଇନ୍‌ଫ୍ରାଷ୍ଟ୍ରକଚର ବିଲ୍‌ ଉଭୟ ସଦନରେ ଉଭୟ ଦଳ ସମର୍ଥନରେ ଏବେ ପାସ୍‌ ହୋଇଯାଇଛି,କିନ୍ତୁ ସଫ୍ଟ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରୋଗ୍ରାମ ଆଉ କିଛି ସପ୍ତାହ ବିଳମ୍ବ ହୋଇପାରେ।
ଲେଖିକା ଓ୍ବାଶିଂଟନ୍‌ର ଜଣେ ସାମ୍ବାଦିକା


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri