ଆଫଗାନିସ୍ତାନ ଉପରେ ଚର୍ଚ୍ଚା: ପାକିସ୍ତାନର ବୈଠକରେ ଯୋଗ ଦେବ ଚାଇନା

ବେଜିଂ,୧୧ ।୧୧: ଆଫଗାନିସ୍ତାନକୁ ନେଇ ଭାରତର ନେତୃତ୍ୱରେ ବୁଧବାର ସୁରକ୍ଷା ପରାମର୍ଶଦାତାଙ୍କର ଏକ ବୈଠକ ବସିଥିଲା । ଏଥିରେ ପାକିସ୍ତାନ ଓ ଚାଇନା ଯୋଗ ଦେଇ ନ ଥିବା ବେଳେ ବିଶ୍ୱର ଆହୁରି ବହୁ ଦେଇ ଯୋଗ ଦେଇଥିଲେ । ହେଲେ ଗୁରୁବାର ପାକିସ୍ତାନ ଦ୍ୱାରା ଆୟୋଜିତ ଦ ଟ୍ରାଏକା ପ୍ଲସ ନାମକ ବୈଠକରେ ଚାଇନା ଯୋଗଦେବ ବୋଲି ଜଣାପଡିଛି । ଏହି ବୈଠକରେ ଯୋଗ ଦେବାକୁ ଆମେରିକା, ରୁଷିଆ ଓ ଚାଇନାର ରାଜନୈତିକଙ୍କୁ ନିମନ୍ତ୍ରଣ କରାଯାଇଛି । ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ୱାଂଗ ୱେନବିନ କହିଛନ୍ତି, ଚାଇନା ଏହି ବୈଠକରେ ପାକିସ୍ତାନକୁ ସମର୍ଥନ କରିବ । ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ବିଶ୍ୱର ସମସ୍ତ ସହମତିକୁ ସମର୍ଥନ କରିବାକୁ ଚାଇନା ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏହି ବୈଠକରେ ଆଫଗାନିସ୍ତାନ ମାମଲାରେ ବିଶେଷ ରାଜନୈତିକ ୟୁ ଜିୟା ୟାଁଙ୍ଗ ସାମିଲ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

ମୂଷାକୁ ମିଳିଲା ବୀରତ୍ୱ ପୁରସ୍କାର: କାରଣ ଜାଣିଲେ ହେବେ ଆଶ୍ୱର୍ଯ୍ୟ

ପଶୁପକ୍ଷୀ ଅବା ଜୀବଜନ୍ତୁଙ୍କ ସାହସିକତାର କାହାଣୀ ଅନେକ ସମୟରେ ଶୁଣିବାକୁ ମିଳିଥାଏ। ସେମିତି ଏକ କାହାଣୀ ଏବେ ସମ୍ମୁଖକୁ ଆସିଛି। ଆଫ୍ରିକୀୟ ପ୍ରଜାତିର ଏକ ବିରାଟ...

ଇସ୍ତଫା ଦେଲେ ପାକ୍‌ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଲାହୋର,୨୮।୩: ପାକିସ୍ତାନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ବେଳେ ତାଙ୍କ ଦଳର ସଦସ୍ୟ ତଥା ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସ୍‌ମାନ...

ତାଲିବାନ ରାଜ୍‌: ନିଜ ପିଲାଙ୍କୁ ବଞ୍ଚାଇବାକୁ କଣ୍ଟା ବାଡ ଡିଆଁଇ ଫିଙ୍ଗି ଦେଉଛନ୍ତି ମହିଳା

କାବୁଲ,୧୯ ।୮: ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ କରିବା ପରେ ଏବେ ଜୀବନ ବଞ୍ଚାଇବାକୁ ବ୍ୟାକୁଳ ହୋଇ ପଡିଛନ୍ତି ସେଠାକାର ବାସିନ୍ଦା । ତେବେ ଆଫଗାନର...

ଫୁଲଦାନି କିଣିଥିଲେ ମାତ୍ର ୯୦ଟଙ୍କାରେ, ବିକିଲେ ୪.୪ କୋଟିରେ

କୁହାଯାଏ, ଭାଗ୍ୟ କେତେବେଳେ କାହାର ପରିବର୍ତ୍ତନ ହୋଇଯିବ, ତାହା କେହି ଜାଣିପାବେ ନାହିଁ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବ୍ରିଟେନରେ। ଏଠାରେ ଜଣେ ବ୍ୟକ୍ତି...

ଦଳ ଗଢ଼ିବେନି ଟ୍ରମ୍ପ୍‌

ଓ୍ବାଶିଂଟନ, ୨।୩ (ପି.ଟି.): ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ପାଇଁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ...

ପାକିସ୍ତାନ କ୍ୟାବିନେଟ୍‌ର ନିଷ୍ପତ୍ତି: ପ୍ରତି ଶୁକ୍ରବାର ‘କଶ୍ମୀର ସଂହତି ଦିବସ’

ଇସ୍‌ଲାମାବାଦ, ୨୮ା୮ (ଆଇଏଏନ୍‌ଏସ୍‌): କଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି। ଏଥିପାଇଁ ସେ ଏହି ପ୍ରସଙ୍ଗରେ କ୍ୟାବିନେଟ ବୈଠକ କରି...

ସାପୁଆ କେଳାଙ୍କ ନାଗେଶ୍ୱରୀ ଧ୍ୱନୀ ପିଲାଙ୍କ ମସ୍ତିଷ୍କ ବିକାଶ କରେ: ରିପୋର୍ଟ

ଜେନେଭା,୩୦।୫: ଭାରତରେ ସାପୁଆ କେଳା ସାପ ଖେଳ ସମୟରେ ବଜାଉଥିବା ନାଗେଶ୍ୱରୀ ଧ୍ୱନୀ ଛୋଟ ପିଲାଙ୍କ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ। ଏନେଇ ଜେନେଭା ବିଶ୍ୱ...

ପାକିସ୍ତାନ କ୍ଷେପଣାସ୍ତ୍ର ପାଲଟିଲା ବୁମେରାଂ

ଇସଲାମାବାଦ୍‌, ୨୧।୧: ପାକିସ୍ତାନ ପକ୍ଷରୁ ଶାହିନ୍‌-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ତେବେ ଏହା ବୁମେରାଂ ପାଲଟିଛି। କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ବହୁ ଲୋକ ଆହତ...

Advertisement
Archives

Model This Week