ଅକାଳରେ ମରୁଛନ୍ତି ବନ୍ୟପ୍ରାଣୀ

କେନ୍ଦୁଝର,୨ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ  ଅନ୍ତର୍ଗତ ଘଟଗାଁଠାରୁ ପ୍ରାୟ ୧୦ କି.ମି. ଦୂର ଅଟେଇ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ନଂ.୨୦ରେ ବୁଧବାର ଭୋର୍‌ ସମୟରେ ରାସ୍ତା ଅତିକ୍ରମ ସମୟରେ ଅଜଣା ଗାଡ଼ି ଧକ୍କାରେ ଏକ ୪/୫ ବର୍ଷ ବୟସ୍କା ଚିତ୍ରା ହରିଣର ମୃତ୍ୟୁ ହୋଇଛି। ବନ ବିଭାଗ ହରିଣର ବ୍ୟବଚ୍ଛେଦ କରାଇ ଶିଙ୍ଗକୁ ରଖି ମୃତଦେହ ପୋତି ଦେଇଛନ୍ତି। ଦୁର୍ଘଟଣା ସ୍ଥଳ ନିକଟରେ ବନ୍ୟପ୍ରାଣୀମାନଙ୍କ ଯାତାୟତ ପାଇଁ ଏକ ଅଣ୍ଡରପାସ ରହିଛି। ତେବେ ହରିଣଟି ଅଣ୍ଡର ପାସରେ ରାସ୍ତା ପାର ନ ହୋଇ ରାସ୍ତା ଉପରେ ପାର ହେଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି। ଏ ନେଇ କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ୍‌ଡି କହିଛନ୍ତି ଯେ, ହରିଣଟି ରାସ୍ତା ପାର୍‌ ହେଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ବରଣ କରିଛି। ଜଙ୍ଗଲରେ ନିଅଁା ଲାଗିବା କାରଣରୁ କିମ୍ବା ପାଣି ପାଇଁ ବନ୍ୟପ୍ରାଣୀମାନେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାଇଥାନ୍ତି। ଉକ୍ତ ଅଟେଇ ଜଙ୍ଗଲରେ ମହାବଳ ବାଘ ଉପସ୍ଥିତି ଜଣା ପଡ଼ିଥିବାରୁ ତାହାର ଗତି ବିଧି ଉପରେ ବନ କର୍ମଚାରୀ ନଜର ରଖିଛନ୍ତି। ହାତୀ ଭଳି ବାଘକୁ ଘଉଡା ଯାଇ ପାରିବନାହିଁ। ଏଣୁ ରାସ୍ତା ପାର୍‌ ହୋଇ ଅନ୍ୟ ଅଞ୍ଚଳକୁ ଯିବା ସମ୍ଭାବନା ଥିବାରୁ ଏଥି ପ୍ରତି ବନ ବିଭାଗ ସତର୍କ ଦୃଷ୍ଟି ଦେବାକୁ ଦାବି ହେଉଛି।

ରାଜପଥନଂ.୨୦ର ପାର୍ଶ୍ୱରେ ଅଟେଇ ସଂରକ୍ଷିତ ଜଙ୍ଗଲ,ବାଲିବନ୍ଧ ସଂରକ୍ଷିତ ଜଙ୍ଗଲ, ଟାଙ୍ଗରାଣୀ ସଂରକ୍ଷିତ ଜଙ୍ଗଲ, ନରଣପୁର ସଂରକ୍ଷିତ ଜଙ୍ଗଲରେ ରହୁଥିବା ବନ୍ୟପ୍ରାଣୀ ରାସ୍ତା କାମ ୪ଲେନ ହେବା ପରେ ରାତି ସମୟରେ ରାସ୍ତା ଅତିକ୍ରମ ହେଉଥିବାବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିବା ଘଟଣା ପରିବେଶବିତ ମହଲରେ ଉଦ୍‌ବେଗର କାରଣ ହୋଇଛି। ବନ୍ୟପ୍ରାଣୀଙ୍କ ଚଳପ୍ରଚଳରେ ବାଧା ନ ଉପୁଜିବା ପାଇଁ ଜଙ୍ଗଲର ମଧ୍ୟ ଭାଗରେ ଆନିମଲ ଅଣ୍ଡରପାସ୍‌ ନିର୍ମାଣ କରାଯାଉଛି। ବନ୍ୟପ୍ରାଣୀମାନେ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ କିଭଳି ଯିବେ ତାହା ଜାଣି ନ ପାରି ଦୁର୍ଘଟଣାର ସମ୍ମୁଖୀନ ହେଉଥିବା କୁହାଯାଉଛି। ଏହି ଅଟେଇ ସଂରକ୍ଷିତ ଜଙ୍ଗଲରେ ଐତିହ୍ୟ ପ୍ରାଣୀ ହାତୀ ମଧ୍ୟ ରହିଛନ୍ତି। କେବଳ ହାତୀ ନୁହେଁ ବାଘ,ଭାଲୁ,ହରିଣ,କୁଟାରୀ,ବାର୍‌ହା,ଝିଙ୍କ ଆଦି ଏହି ଅଞ୍ଚଳରେ ରାସ୍ତା ପାର ହୋଇ ଯାତାୟତ କରୁଛନ୍ତି । ଏଥିପ୍ରତି ବନବିଭାଗ ସ୍ବତନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?